BREAKING NEWS
  • ଧୂମ୍‌ଧାମରେ ପାଳିତ ହେଲା ଆରୁହା ଆଇପିଏସଏସଏସର ଗଣେଷ ପୂଜା. |
  • ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତାରେ କୃତିମ ପୋଖରୀ, ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ |
  • ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ | ମୋଦୀଜୀ ହେଉଛନ୍ତି ବିକଶିତ ଭାରତର ବିନ୍ଧାଣୀ - ମୁଖ୍ୟମନ୍ତ୍ରୀ |
  • ଗଜାନନଙ୍କ ଆଗମନ, ଗାଁ ଠାରୁ ସହର ସବୁଠି ଚଳଚଂଚଳ |
  • ଚୌଦ୍ୱାର ଆଇସିଏ ପକ୍ଷ ରୁ ଗଣେଶ ପୂଜା ଓ ୨୧ ତମ ପ୍ରତିଷ୍ଠା ଦିବସ ପାଳନ |
  • ଭାରତ ମସଲା ପକ୍ଷରୁ ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ପ୍ରତିଷ୍ଠା ଦିବସ ପାଳିତ |
  • ଇମ୍ଫା ଦ୍ୱାରା ସାରଦାନଗର , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଗଣା ସ୍ୱାସ୍ଥ ସେବା ଶିବିର |
  • ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ |
  • ଶତାୟୁ ସାରସ୍ୱତ ସାଧକ କବିପିୟୁସ ସୁଧାଂଶୁ ବେହେରାଙ୍କ ପରଲୋକ. |
  • ଗୁହାଳରେ ଅଗ୍ନିକାଣ୍ଡ ଘଟି ଗାଈ ମୃତ, ୨ଗୁରୁତର |

ଆଞ୍ଚଳିକ

ଧୂମ୍‌ଧାମରେ ପାଳିତ ହେଲା ଆରୁହା ଆଇପିଏସଏସଏସର ଗଣେଷ ପୂଜା. |

କଟକ ( ଉତ୍କଳ ନ୍ୟୁଜ ) ୧୭-୦୯-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହାସ୍ଥିତ ଇନ୍ଦିରା ପଲ୍ଲୀ ସାହିତ୍ୟ ସାଂସ୍କୃତିକ ସଂଗଠନ ପକ୍ଷରୁ ଧୂମଧାମରେ ପାଳିତ ହୋଇ ଯାଇଛି ଗଣେଷ ପୂଜା । ସଂଧ୍ୟାରେ କଳସ ବୁଡା ଯିବା ପରେ ପୂଜାରମ୍ଭ ହୋଇଥିଲା । ପୂଜା ପରଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଗାଁ ଗଣ୍ଡାରୁ ୨୦ ଜଣ କୁନି କଳାକାରଙ୍କ ଦ୍ୱାରା ପାରମ୍ପରିକ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ସମସ୍ତ ପ୍ରତିଯୋଗିମାନଙ୍କୁ ସାନ୍ତନ୍ୱା ମୂଳକଭାବେ ଭାବେ ମାନପତ୍ର ସହିତ ଟ୍ରଫି ଓ ନଗଦ୍ ଅର୍ଥରାଶି ପୁରଷ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ମଧ୍ୟରେ ଶୁଭେନ୍ଦୁ ସାହୁ ନାନକ ଜଣେ ଶିକ୍ଷକ ମ୍ୟାଜିକ୍ ଶୋ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ବିଚାରକ ଭାବେ ପ୍ରାଣକୃଷ୍ଣ ରାଉଳ, ଲଲାଟେନ୍ଦୁ ମହାପାତ୍ର, ବିଦ୍ୟାଧର ମହାନ୍ତି ଓ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ସାମିଲ ହୋଇ କୃତି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ରାତିରେ ପ୍ରସାଦ ସେବନ କରା ଯାଇଥିଲା । ସଂଗଠନର ସଭାପତି ତପନ କୁମାର ସ୍ୱାଇଁ, ଉପସଭାପତି ଦେବେନ୍ଦ୍ର ନାୟକ, ସମ୍ପାଦକ ଶଶିକାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଶ ନାୟକ, ପ୍ରକାଶ ନାୟକ, ରାଜେନ୍ଦ୍ର ସ୍ୱାଇଁ, ନୃସିଂହ ନାୟକ, ନିରଞ୍ଜନ ସ୍ୱାଇଁ, ଶାନ୍ତନୁ ସ୍ୱାଇଁ, ପାର୍ଥସାରଥି ପୃଷ୍ଟି, ବଳରାମ ବାରିକ, ଚନ୍ଦନ ସ୍ୱାଇଁ, ଜଗନ ବଳ, ସରୋଜ ସ୍ୱାଇଁ, ନିଶିକାନ୍ତ ସାମଲ, ମହେଶ୍ୱର ରାଉଳ, ସ୍ମୃତିରଞ୍ଜନ ମହାପାତ୍ର, ଚନ୍ଦନ ହୋତା, ଯୁଗଳ ମଲ୍ଲିକ, ଅବିନାଶ ନାୟକ, ସୁବାଶ ମଲ୍ଲିକ, ବିକାଶ ସ୍ୱାଇଁ, ଆଶିଶ ସ୍ୱାଇଁ, ସରୋଜ ନାୟକ, ଦୀପକ ନାୟକ, ସ୍ନେହାଶିଶ ସୂତାର, ଶ୍ରୀନିବାସ ସୂତାର, ରଞ୍ଜନ ହୋତା, ମୃତ୍ୟୁଞ୍ଜୟ ରଥ, ମଳୟ ମଲ୍ଲିକ, ଅବିନାଶ ସ୍ୱାଇଁ, ବିନୋଦ ସ୍ୱାଇଁ, ଦେବପ୍ରସାଦ ସୂତାର, ସୁକାନ୍ତ ମଲ୍ଲିକ, ସଞ୍ଜିବ ବିଶ୍ୱାଳ, ଉମାକାନ୍ତ ସୂତାର, ରଞ୍ଜନ ଜେନା ପ୍ରମୁଖ ଏବଂ ଗ୍ରାମବାସୀ ପରିଚାଳନା କରିଥିଲେ । ଶେଷରେ ନିରାଡମ୍ବର ଭାବରେ ଗଣେଷ ବାବାଙ୍କ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତାରେ କୃତିମ ପୋଖରୀ, ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ |

କଟକ ( ଉତ୍କଳ ନ୍ୟୁଜ ) ୧୭-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତା ବର୍ଷା ପାଣିରେ କୁତ୍ରିମ ପୋଖରୀ ସଦୃଶ ହେଉଛି । ଯାହା ଫଳରେ ପ୍ରତିଦିନ ଯାତାୟତ କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ସମସ୍ୟାର ସମାଧାନ କରି ଆଗାମୀ ୨୫ ତାରିଖ ସୁଦ୍ଧା ରାସ୍ତାରେ ଡ୍ରେନେଜ ନିର୍ମାଣ ସହିତ ଜବର ଦଖଲ ଉଚ୍ଛେଦ କରିବାକୁ ସୋମବାର ତିହିଡି ବଜାରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ କମିଟି ଦାବି ଜଣାଇଛି । ଏହା କାର୍ଯ୍ୟକାରୀ ନହେଲେ ୨୮ ତାରିଖରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କମିଟି ଆମରଣ ଅନଶନ କରିବବୋଲି ଚେତାବନୀ ଦେଇଛି । ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏନେଇ କଂଗ୍ରେସ କମିଟି ଅସନ୍ତୋଷ ପ୍ରକାଶ କରିବା ସହ ଆମରଣ ଅନଶନ କରିବାକୁ ନିଷ୍ପତ୍ତିି ନେଇଛି । ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ଦର୍ଶାଇଥିଲେ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତା ବ୍ୟସ୍ତବହୁଳ ହୋଇଥିବା ବେଳେ ପ୍ରତିଦିନ ସହସ୍ରାଧିକ ଲୋକ ରାସ୍ତାରେ ଯାତାୟତ କରିଥାନ୍ତି । ତିହିଡି଼ ଏନଏସି ଅଧୀନ ତହସିଲ କାର୍ଯାଳୟ ସାମ୍ନା, ପ୍ରଧାନସାହି ଓ ବଉଳପାଳ ଛକରେ ବର୍ଷାପାଣି ଜମି ରହୁଥିବାରୁ ୧୦ଟି ପଂଚାୟତର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତ । ଏପରିକି ଦୁର୍ଘଟଣା ଘଟି ଲୋକ ଆହତ ହେଉଛନ୍ତି । ଏହି ରାସ୍ତା ଦେଇ ତହସିଲ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳ ପରିମଳ ବିଭାଗ କାର୍ଯ୍ୟାଳୟ, ଉପ ନିବନ୍ଧକ ସମେତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯିବାକୁ ପଡୁଥିବାରୁ ଲୋକଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ତେବେ ଏହି ରାସ୍ତାର ଉଭୟ ପାର୍ଶ୍ୱ ଜବରଦଖଲ ହୋଇଥିବାରୁ ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି କୁତ୍ରିମ ପୋଖରୀ ହେଉଛି । ପ୍ରତିଦିନ ଶତାଧିକ ଯାନବାହନ ମଧ୍ୟ ରାସ୍ତାରେ ଚଳାଚଳ କରିଥାଏ । ତେବେ ବ୍ଲକ କଂଗ୍ରସ କମିଟି ପକ୍ଷରୁ ଡ୍ରେନେଜ ନିର୍ମାଣ ସହ ଜବରଦଖଲ ଉଛେଦ ପାଇଁ ବିଭିନ୍ନ ସମୟରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଗତ ୨୨. ୬. ୨୬ ତାରିଖରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସଭାପତି ଦାସ ଦର୍ଶାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରସ ନେତା ମୀନକେତନ ସେନାପତି, ସୁରେଶ ମହାପାତ୍ର, ତ୍ରିଲୋଚନ ମହାଳିକ, ପିତାମ୍ବର ସେଠୀ, ନରହରି ନାୟକ, ଶିବ ଚରଣ ନାୟକ, କୈଳାଶ ପାତ୍ର, ଦିଗମ୍ବର ରାଉଳ, ସୌମେନ୍ଦ୍ର ପଣ୍ଡା ଓ ସୌମ୍ୟ ପ୍ରକାଶ ନାୟକ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ରହି ତୁରନ୍ତ ସମସ୍ୟାର ସମାଧାନ କରାଯିବାକୁ ଦାବି କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...

ଚୌଦ୍ୱାର ଆଇସିଏ ପକ୍ଷ ରୁ ଗଣେଶ ପୂଜା ଓ ୨୧ ତମ ପ୍ରତିଷ୍ଠା ଦିବସ ପାଳନ |

ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୫- ୦୯-୨୬ : ଚୌଦ୍ୱାର ର ଅଗ୍ରଣୀ କମ୍ପୁଟର ଅନୁଷ୍ଠାନ ଆଇସିଏ ତାର ୨୧ ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ କରିଛି |. ଚୌଦ୍ୱାର କପାଳେଶ୍ବର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ଥିବା ଆଇସିଏ ପରିସରରେ , ପ୍ରତିଷ୍ଠା ଦିବସ ସହ ଗଣେଶ ପୂଜା ମଧ୍ୟ ପାଳିତ ହୋଇଥିଲା | ଗଣେଶ ପୂଜା ପରେ ଅନୁଷ୍ଠାନ ପରିସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା. | କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଭୂୟାଁ , ଅଭୟ କୁମାର ମଲ୍ଲିକ , ବସନ୍ତ କୁମାର ବିଶ୍ୱାଳ , ଶରତ ଚନ୍ଦ୍ର ବେହେରା , ଅଜୟ ରାଜ , ଅନୁପମା ତ୍ରିପାଠୀ , ଶୁଭଦର୍ଶିନୀ ପତ୍ରୀ , କ୍ଷୀରୋଦ ସାର , ସଞ୍ଜୟ କୁମାର ମହାନ୍ତି , ଜ୍ଞାନ ରଞ୍ଜନ ସାସମଲ ,ଅନିତା ମହାରଣା , ଅମିତା ଦାସ , ସୁପ୍ରଭା ମହାନ୍ତି , ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମନ୍ତରାୟ , ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ |.ଆଇସିଏ ୨୦୦୫ ମସିହା ରୁ ଚୌଦ୍ୱାର ଅଂଚଳ ରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ନିଜକୁ ପ୍ରତିଷ୍ଠିତ କରାଇଥିବା ବେଳେ , ବର୍ତ୍ତମାନ ସମୟରେ ଏହା ସହ ଯୁକ୍ତ ୨ କଳା ଏବଂ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରୁଛି |
ସମ୍ମାନିତ ଅତିଥି ମାନେ ବକ୍ତବ୍ୟ ରେ ଆଇସିଏ ଶିକ୍ଷା ପ୍ରଣାଳୀ କୁ ଭୁୟସୀ ପ୍ରଶଂସା କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ , ଆଇସିଏ ପ୍ରତିଷ୍ଠାନ ରୁ ଶିକ୍ଷା ଗ୍ରହଣ କରି ବିଭିନ୍ନ କ୍ଷେତ୍ର ରେ ଚାକିରୀ କରିଥିବା ବ୍ୟକ୍ତି ଏବଂ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରତିଷ୍ଠାତା ସୁମନ୍ତ କୁମାର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଇସିଏ ର ଶିକ୍ଷକ ଶିକ୍ଷୟତ୍ରୀ , ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ର ଶିକ୍ଷାର୍ଥୀ ମାନେ ଯୋଗଦେଇ ଗଣେଶ ପୂଜା ସହ ଅନୁଷ୍ଠାନ ର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ |
Read More ...

ଇମ୍ଫା ଦ୍ୱାରା ସାରଦାନଗର , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଗଣା ସ୍ୱାସ୍ଥ ସେବା ଶିବିର |

ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୫-୦୯-୨୬ : ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ଦୌଲତାବାଦର ସାରଦାନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ଇମ୍ଫା ଚୌଦ୍ୱାରର ପାୱାର ପ୍ଲାଣ୍ଟ ପରିଚାଳନା ବିଭାଗର ମୁଖ୍ୟ ଲଲାଟ କିଶୋର ମହାପାତ୍ର ଓ ଚୌଦ୍ୱାର ୧୬ ନମ୍ବର ୱାର୍ଡ ପାରିଷଦ ଅଜୟ କୁମାର ବେହେରା ଉଦଘାଟନ କରିବା ସମୟରେ ୧୫ ନମ୍ୱର ୱାର୍ଡ ପାରିଷଦ ଦିଲ୍ଲୀପ ଭୂୟାଁ, ବିଦ୍ୟାଳୟର ସମ୍ପାଦକ ନଗେନ୍ଦ୍ର ପ୍ରସାଦ ସାହୁ, ପ୍ରଧାନ ଆଚାର୍ୟ ପ୍ରତାପ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସାହାଯ୍ୟରେ ଚୌଦାରର ୱାର୍ଡ - ୧୩, ୧୪, ୧୫, ୧୬, ଇନ୍ଦ୍ରାଣୀପାଟଣା ଗ୍ରା.ପ ଓ ଚଶାପଡା ଅଞ୍ଚଳରୁ ୩୮୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ବବିତ ନନ୍ଦ, ନିରଞ୍ଜନ ସାହୁ, ରଜତ ସ୍ୱାଇଁ, ଅଭିଷେକ ଘୋଷ, ଅଶାନ୍ତ ବେହେରା ଆଦି ଉପସ୍ଥିତ ଥିଲେ।
ଇମ୍ଫାର ଏହିଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଓ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଅନନ୍ୟା ମହାନ୍ତି ଏବଂ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।
Read More ...

ଆଞ୍ଚଳିକ

ଅପରାଧ

ମୁଖ୍ୟ ଖବର

ରାଜ୍ୟ

ମନୋରଞ୍ଜନ

ଜାତୀୟ

ରାଜନୀତି