କଟକ (ଉତ୍କଳ ନ୍ୟୁଜ ) ମାହାନଦୀ ରୁ ଯୁବତୀ ମୃତ ଦେହ ଉଦ୍ଧାର | ଗତକାଲି ମହାନଦୀ ଯୋବ୍ରା ବ୍ୟାରେଜ ରୁ ମହାନଦୀ କୁ ଡେଇଁ ନିଖୋଜ ଥିବା ଯୁବତୀ , ୨୪ ଘଣ୍ଟା ପରେ ସାଲେପୁର ଚିତ୍ରୋତ୍ପଳା ଶିଶୁଆ ବ୍ୟାରେଜ ନିକଟରୁ ଉଦ୍ଧାର। ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଯୁବତୀ କୁ ଚିହ୍ନଟ କରିଥିଲେ।ଉଦ୍ଧାର ଯୁବତୀ ହେଉଛନ୍ତି ଜଗତପୁର ଥାନା ଅଂଡେଇଁ ସାହିର ଶିବାନୀ ମଲ୍ଲିକ। । ତାର ଦେହ ଖରାପ ରହୁଥିବାରୁ ସେ କଷ୍ଟ ସହି ନ ପାରି ମାନସିକ ଭାରସାମ୍ୟ ହରାଇ ଥିବା ଏପରି କରିଥିବା କହିଛନ୍ତି ସମ୍ପର୍କୀୟ | ଉଧାର ସମୟ ରେ କିଶନ ନଗର ଓ ସାଲେପୁର ପୋଲିସ ଉପସ୍ଥିତ ରହିଥିବା ବେଳେ କିଶନ ନଗର ପୋଲିସ ମୃତ ଦେହ କୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ସାଲେପୁର ରୁ ବାବୁଲି ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ | ..