More News

ଏସିଆ କପ ହକିରେ ଭାରତ ଦଳରେ ୩ ଓଡ଼ିଆ |

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଆସନ୍ତା ଏସିଆ କପ ହକି ୨୦୨୫ ପାଇଁ ହର୍ମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଅଛି |ଏହି ଦଳରେ ଓଡ଼ିଶାର ତିନି ଖେଳାଳି ଅମିତ ରୋହିଦାସ ,ଶୀଳାନନ୍ଦ ଲାକ୍ରା ଓ ନିଲମ ସଂଜିପି ଖେସ ସ୍ଥାନ ପାଇଁଛନ୍ତି | ଟୁର୍ଣ୍ଣାମେଣ୍ଟଟି ବିହାରର ରାଜଗୀର ହକି ଷ୍ଟାଡିୟମରେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ତାରିଖ ମଧ୍ୟରେ ଖେଳାଯିବ |ହକି ଇଣ୍ଡିଆ ବୁଧବାର ଏହି ଦଳ ଘୋଷଣା କରିଛି | ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ବର୍ଷ ବେଲଜିୟମ ଓ ନେଦରଲ୍ୟାଣ୍ଡ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଅଟେ |
Read More ...

ଓଭାଲ ଟେଷ୍ଟରେ ରେକର୍ଡ ଭାଙ୍ଗିଲେ ସିରାଜ |

ଓଭାଲ,୨।୮: ଓଭାଲ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ସେ ମହାନ ବୋଲର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସେ ଏହି ସିରିଜରେ ସବୁଠାରୁ ସଫଳ ବୋଲର ଭାବରେ ଉଭା ହୋଇଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଖେଳାଯାଇଥିବା ଦୁଇଟି ଟେଷ୍ଟ ସିରିଜରେ ୧୫୦ କିମ୍ବା ତା’ଠାରୁ ଅଧିକ ଓଭର ବୋଲିଂ ସହିତ ଜଡିତ। କପିଲ ଦେବ ୧୯୯୧-୯୨ରେ ଏହା କରିଥିଲେ। ଏବେ ୩୪ ବର୍ଷ ପରେ, ସିରାଜ ମଧ୍ୟ ସମାନ କାମ କରିଛନ୍ତି। ସେ ଗୋଟିଏ ବର୍ଷ ମଧ୍ୟରେ ଭାରତ ପାଇଁ ଖେଳାଯାଇଥିବା ଦୁଇଟି ଟେଷ୍ଟ ସିରିଜରେ ୧୫୦ରୁ ଅଧିକ ଓଭର ବୋଲିଂ କରିଛନ୍ତି।ମହମ୍ମଦ ସିରାଜ ୨୦୨୪-୨୫ ବର୍ଷରେ ଏହି ଦୁଇଟି ଟେଷ୍ଟ ସିରିଜ ଖେଳିଥିଲେ। ପ୍ରଥମେ, ସେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିରେ ୧୫୭.୧ ଓଭର ବୋଲିଂ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ସେ ଏପର୍ଯ୍ୟନ୍ତ ୧୫୫.୨ ଓଭର ବୋଲିଂ କରିଛନ୍ତି। ଏହା ସିରାଜଙ୍କ ଫିଟନେସ ଏବଂ ଟିମ ଇଣ୍ଡିଆ ପାଇଁ ତାଙ୍କର ଉପଯୋଗିତାକୁ ଦର୍ଶାଉଛି। ଇଂଲଣ୍ଡ ବିପକ୍ଷରେ ଚଳିତ ଟେଷ୍ଟ ସିରିଜରେ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୧୫୫.୨ ଓଭର ବୋଲିଂ କରି ୧୮ ଉଇକେଟ ନେଇଛନ୍ତି। ଏହି ସମୟରେ, ସେ ଥରେ ୫ କିମ୍ବା ତା’ଠାରୁ ଅଧିକ ଉଇକେଟ ଏବଂ ଥରେ ୪ ଉଇକେଟ ନେଇଛନ୍ତି। ବେନ ଷ୍ଟୋକ୍ସ ଟେଷ୍ଟ ସିରିଜରେ ଉଇକେଟ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, କିନ୍ତୁ ସେ ଓଭାଲରେ ଖେଳାଯାଉଥିବା ଶେଷ ଟେଷ୍ଟ ଖେଳୁନାହାଁନ୍ତି। ସିରାଜଙ୍କ ପାଖରେ ସିରିଜର ପ୍ରମୁଖ ଉଇକେଟ ଟେକର ହେବାର ସମ୍ଭାବନା ଅଛି।ଅନ୍ୟ ଭାରତୀୟ ବୋଲରଙ୍କ ବିଷୟରେ କହିବାକୁ ଗଲେ, ସିରାଜଙ୍କ ପରେ ଜସପ୍ରୀତ ବୁମରା ଦ୍ୱିତୀୟ ସବୁଠାରୁ ସଫଳ ବୋଲର, ଯିଏ ୧୪ ଉଇକେଟ ନେଇଛନ୍ତି। ସେହିପରି ଆକାଶଦୀପଙ୍କ ନାମରେ ବର୍ତ୍ତମାନ ୧୨ ଉଇକେଟ ଅଛି।
Read More ...

ଓଭାଲ ଟେଷ୍ଟ : ଭାରତ ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ, ଗସ୍ ଅଟକିନସନଙ୍କୁ ୫ ଓ୍ବିକେଟ୍ |

କଟକ,(ଉତ୍କଳ ନ୍ୟୁଜ),୧.୦୮.୨୦୨୫ :କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଯଶସ୍ବୀ ଜୟସ୍ବାଲ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ସାଇ ସୁଦର୍ଶନ ୩୮ ରନ କରିଥିବାବେଳେ ଅଧିନାୟକ ଶୁବମନ ଗିଲ୍ ୨୧ ରନ କରିଥିଲେ । ଗତ ମ୍ୟାଚରେ ଶତକ ହାସଲ କରିଥିବା ରବୀନ୍ଦ୍ର ଜାଦେଜା ମାତ୍ର ୯ ରନ କରିଥିଲେ । ତେବେ କରୁନ ନାୟାର ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୭ ରନ କରିଥିବାବେଳେ ଧ୍ରୁବ ଜୁରେଲ ୧୯ ଓ ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଗସ୍ ଅଟକିନସନ ୫ଟି ଓ ଜୋସ୍ ଟଙ୍ଗ ୩ଟି ଓ୍ବିକେଟ୍ ନେଇଥିଲେ ।
Read More ...

ମାଞ୍ଚେଷ୍ଟର୍‌ରେ ବୁମ୍‌ରାଙ୍କୁ ଖେଳାଇବାକୁ ବାଧ୍ୟ |

କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ :ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ୍‌ ଶୃଙ୍ଖଳାରେ ଭାରତ ୧-୨ରେ ପଛୁଆ ରହିଛି। ଆସନ୍ତା ସପ୍ତାହ ବୁଧବାରଠାରୁ ମାଞ୍ଚେଷ୍ଟର୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ ପାଇଁ ଭାରତୀୟ ଦଳ ମଧ୍ୟ ଗୁରୁବାରଠାରୁ ଅଭ୍ୟାସ ପର୍ବ ଆରମ୍ଭ କରି ଦେଇଛି। କେବଳ ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ, ଆକାଶ ଦୀପ ଓ ଋଷଭ ପନ୍ତ୍‌ ଅଭ୍ୟାସ ନ କରି ଜିମ୍‌ରେ ସମୟ କାଟିଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ବୁମ୍‌ରାଙ୍କ କାର୍ଯ୍ୟଭାର ପରିଚାଳନା ବି ଚର୍ଚ୍ଚାକୁ ଆସିଛି। ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଶୁବମନ ଗିଲ୍‌ କହି ସାରିଛନ୍ତି ଏହି ଗସ୍ତରେ ବୁମ୍‌ରା ୩ଟି ଟେଷ୍ଟ୍ ଖେଳିବେ। ସେହି ଦୃଷ୍ଟିରୁ ପରବର୍ତ୍ତୀ ଶେଷ ୨ଟିରୁ ବୁମ୍‌ରା ଗୋଟିଏ ଖେଳିବେ। ଭାରତ ଏବେ ଶୃଙ୍ଖଳାରେ ପଛରେ ପଡ଼ିଥିବାରୁ ବୁମ୍‌ରାଙ୍କୁ ଖେଳାଇବା ଭାରତ ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି ହୋଇଛି। ମ‌ାଞ୍ଚେଷ୍ଟର୍ ଟେଷ୍ଟ୍‌ ଆଉ ୪ ଦିନ ଥିବାରୁ ବୁମ୍‌ରା ବି ଲର୍ଡସ କ୍ଲାନ୍ତିରୁ ବାହାରି ସତେଜ ହୋଇଯାଇଥିବେ। ଭାରତୀୟ ବୋଲିଂର ବୁଲେଟ୍‌ ଭାବେ ବିବେଚିତ ହେଉଥିବାରୁ ବୁମ୍‌ରାଙ୍କୁ ବି କୌଣସି ମତେ ଏହି ଟେଷ୍ଟ୍‌ ଖେଳିବାର ଆବଶ୍ୟକତା ରହିଛି। ‘‘ଆମେ ଜାଣିଛୁ ବୁମ୍‌ରା ଶେଷ ଦୁଇଟିରୁ ଗୋଟିଏ ଟେଷ୍ଟ୍‌ ଖେଳିବେ। ଶୃଙ୍ଖଳା ଜୀବନ୍ତ ଥିବାରୁ ତାଙ୍କୁ ଖେଳାଇବାକୁ ପଡ଼ିବ’’ ବୋଲି କହିଛନ୍ତି ଭାରତୀୟ ଦଳ ସହକାରୀ ପ୍ରଶିକ୍ଷକ ରୢାନ୍‌ ଟେନ୍‌ ଡସେଟ୍‌। ଆମେ ସମସ୍ତ ଦିଗକୁ ବି ଦେଖୁଛୁ, ଚତୁର୍ଥ ଟେଷ୍ଟ୍‌ ପାଇଁ କିଛି ଦିନ ବିରାମ ରହିଛି। ମ୍ୟାଚ୍ ଜିତିବାକୁ ଆମ ନିକଟରେ ଶ୍ରେଷ୍ଠ ସୁଯୋଗ ବି ରହିଛି। ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ।
Read More ...

ଖେଳାଳିମାନେ ବିଦେଶ ବା ଅନ୍ୟ କୌଣସି ସ୍ଥାନକୁ ଖେଳିବାକୁ ଯାଆନ୍ତି, ଛୁଟି କଟାଇବାକୁ ନୁହେଁ :ଗୌତମ ଗମ୍ଭୀର

କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ : ବିସିସିଆଇର ସଂଶୋଧିତ ଯାତ୍ରା ନିୟମକୁ ସମର୍ଥନ କଲେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ୨୦୨୪-୨୫ରେ ଅଷ୍ଟ୍ରେଲିଆରେ ୧-୩ ବର୍ଡର-ଗାଭାସ୍କର ଟ୍ରଫି ପରାଜୟ ପରେ ଲାଗୁ ହୋଇଥିବା ନିୟମକୁ ସମର୍ଥନ କରି ବିସିସିଆଇ ଉଚିତ୍ ନିଷ୍ପତ୍ତି ନେଇଥିବା କହିଛନ୍ତି। ଜାନୁଆରିରେ ବିସିସିଆଇ ଦ୍ୱାରା ସଂଶୋଧିତ ହୋଇଥିବା ନିୟମ ଅନୁଯାୟୀ, ୪୫ ଦିନ କିମ୍ବା ତା"ଠାରୁ ଅଧିକ ସମୟର ଟୁର୍ନାମେଣ୍ଟରେ ପରିବାରକୁ ଖେଳାଳିମାନଙ୍କ ସହିତ ୨ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦିଆଯିବା ସହ କମ ଦିନର ମ୍ୟାଚ୍ ପାଇଁ ସର୍ବାଧିକ ୭ଦିନ ରହିବାକୁ ଅନୁମତି ଦିଆଯାଇଛି। ଇଂଲଣ୍ଡ ବିପକ୍ଷରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଲର୍ଡସ ଟେଷ୍ଟ ପୂର୍ବରୁ ଚେତେଶ୍ୱର ପୂଜାରାଙ୍କ ସହ ଏକ ଆଲୋଚନାରେ, ଗମ୍ଭୀର ବିସିସିଆଇର ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ କହିଥଇଲେ, ପରିବାର ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଗୋଟିଏ କଥା ବୁଝିବାକୁ ପଡିବ ଯେ, ଖେଳାଳିମାନେ ଏକ ଉଦ୍ଦେଶ୍ୟ ନେଇ ବିଦେଶ ବା ଅନ୍ୟ କୌଣସି ସ୍ଥାନକୁ ଖେଳିବାକୁ ଯାଆନ୍ତି। ଛୁଟି କଟାଇବାକୁ ନୁହେଁ। ଲର୍ଡସ ଟେଷ୍ଟକୁ ଏକ ବଡ଼ ଉଦ୍ଦେଶ୍ୟ ନେଇ ଆମ ଖେଳାଳି ଆସିଛନ୍ତି। ଡ୍ରେସିଂ ରୁମରେ କିମ୍ବା ଏହି ଗସ୍ତରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଦେଶକୁ ଗର୍ବିତ କରିବାର ସୁଯୋଗ ପାଆନ୍ତି।
Read More ...

ଓଡିଶାକୁ ସୃଷ୍ଟି ଦେଲେ ପ୍ରଥମ ସ୍ବର୍ଣ୍ଣ |

କଟକ,(ଉତ୍କଳ ନ୍ୟୁଜ),୨୩.୬.୨୦୨୫ : ସ୍ଥାନୀୟ ଲଳିଙ୍ଗ ଷ୍ଟାଡିୟମ ସନତାରଣାଗାରଠାରେ ରବିବାର ୭୮ତମ ଜାତୀୟ ଜଳକ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି |ପ୍ରଥମ ଦିନରେ ଆୟୋଜକ ଓଡିଶାକୁ ପଦକ ଭେଟି ଦେଇଛନ୍ତି ସୃଷ୍ଟି ଉପାଧ୍ୟାୟ | ମହିଳା ୧୦୦ ମିଟର ବଟରଫ୍ଲାଏକୁ ସେ ୧ ମିନିଟ .୦୩.୫୦ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ |ଆରଏସପିବିର ଆସ୍ଥା ଚୌଧୁରୀ (୧.୦୩.୫୦ ) ମଧ୍ୟ ସମାନ ସମୟରେ ର୍ସ ଶେଷ କରି ସୃଷ୍ଟୀଙ୍କ ସହ ଯୁଗ୍ମ ବିଜେତା ହୋଇଥିଲେ |
Read More ...

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌: ଜୟସ୍ବାଲ, ଗିଲ୍‌ଙ୍କ ଜବରଦସ୍ତ ଶତକ ପାଇଁ ଭାରତର ସ୍ଥିତି ମଜଭୁତ |

କଟକ,(ଉତ୍କଳ ନ୍ୟୁଜ),୨୧.୬.୨୦୨୫ : ଯଶସ୍ବୀ ଜୟସ୍ବାଲଙ୍କ ଶତକ ଏବଂ ଟେଷ୍ଟ୍‌ ଅଧିନାୟକ ଭାବେ ପ୍ରଥମ ପାଳିରେ ଶୁବମନ ଗିଲ୍‌ଙ୍କ ଅପରାଜିତ ଶତକ ବଳରେ ଭାରତ ନୂଆ ଟେଷ୍ଟ୍ ଚକ୍ର ଆରମ୍ଭ କରିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନକୁ ଭାରତ ନିଜ ନିୟନ୍ତ୍ରଣରେ ମଧ୍ୟ ରଖିଛି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ୨୦୨୫-୨୬ ଚକ୍ରର ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ହେଡିଂଲେରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନର ରିପୋର୍ଟ ଲେଖା ବେଳକୁ ଭାରତ ୩ ୱିକେଟ୍‌ ହରାଇ ୩୫୦ ରନ୍‌ କରିଛି। ଗିଲ୍‌ ୧୨୬* (୧୬୬, ୧୬ ଚୌକା, ୧ ଛକା) ଏବଂ ପନ୍ତ ୫୭* (୯୬ ବଲ୍‌, ୬ ଚୌକା, ୧ ଛକା) ରନ୍‌ରେ ବ୍ୟାଟିଂ କରୁଛନ୍ତି। ଟେଷ୍ଟ୍ ଜୀବନରେ ଏହା ଜୟସ୍ବାଲଙ୍କ ପଞ୍ଚମ ଏବଂ ଗିଲ୍‌ଙ୍କ ଷଷ୍ଠ ଶତକ।
Read More ...

ଟିମ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି ଶ୍ରେୟସ ଆୟାର |

କଟକ,(ଉତ୍କଳ ନ୍ୟୁଜ), ୬.୬.୨୦୨୫ : ପଞ୍ଜାବ କିଙ୍ଗ୍ସକୁ ଆଇପିଏଲ ଟାଇଟଲ୍‌ ଜିତାଇବାରୁ ଅଳ୍ପକେ ବର୍ତ୍ତିଗଲେ ଶ୍ରେୟସ ଆୟର । ଗତ ସିଜିନ୍‌ରେ ୧୦ ବର୍ଷ ପରେ କୋଲକାତା ନାଇଟ୍‌ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ । ଖାଲି ସେତିକି ନୁହେଁ, ୨୦୨୦ରେ ତାଙ୍କରି ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍‌ରେ ପହଞ୍ଚିଥିଲା । ବର୍ତ୍ତମାନ ସୁଦ୍ଧା ଶ୍ରେୟସଙ୍କ ଅଧିନାୟକତ୍ୱ ରେକର୍ଡକୁ ଦେଖିଲେ ଆଗାମୀ ଦିନରେ ଶ୍ରେୟସ ଆୟର ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ହୋଇପାରନ୍ତି ବୋଲି ଆଲୋଚନା କରୁଛନ୍ତି କ୍ରିକେଟ ସମୀକ୍ଷକ । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ୍‌ ପାଇଁ ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନି । ଏହାସତ୍ତ୍ୱେ ଆୟରଙ୍କୁ ଟିମ୍‌ ଇଣ୍ଡିଆର ଭବିଷ୍ୟତ ବୋଲି କୁହାଯାଉଛି । ଗତ ଜୁନ୍‌ ୩ ତାରିଖରେ ପଞ୍ଜାବ କିଙ୍ଗ୍ସକୁ ମାତ୍ର ୬ ରନ୍‌ରେ ମାତ୍‌ ଦେଇ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟାଇଟଲ୍‌ ବିଜୟରୁ ବଞ୍ଚିତ ହେବାପରେ ବି ଶ୍ରେୟସ ଆୟରଙ୍କ ଆତ୍ମବିଶ୍ୱାସରେ କୌଣସି ଦୁର୍ବଳତା ଦେଖିବାକୁ ମିଳିନଥିଲା । ଶ୍ରେୟସ ଆୟରଙ୍କ କ୍ୟାପ୍ଟେନ୍ସିରେ ମହେନ୍ଦ୍ର ସିଂ ଧୋନୀଙ୍କ ସଂଯମତା ଓ ବିରାଟ କୋହଲିଙ୍କ ଭଳି ଆଗ୍ରେସନ୍‌ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ମ୍ୟାଚ୍‌ ବେଳେ ରୋହିତ ଶର୍ମାଙ୍କ ଭଳି ବିନ୍ଦାସ ସ୍ୱଭାବ ବି ଦେଖାଇ ଆସିଛନ୍ତି ଶ୍ରେୟସ ଆୟର । ଏଣୁ ଟିମ୍‌ ଇଣ୍ଡିଆର ଅଧିନାୟକ ମଙ୍ଗ ଆଗାମୀ ଦିନରେ ଶ୍ରେୟସ ଆୟରଙ୍କୁ ମିଳିପାରେ । ଗତ ବର୍ଷ କୋଲକାତା ନାଇଟ୍‌ ରାଇଡର୍ସ ଶ୍ରେୟସ ଆୟରଙ୍କୁ ଦଳରେ ରିଟେନ୍‌ କରିନଥିଲା । ଦଳରେ ରହିବା ପାଇଁ ଆୟର ଯେଉଁ ଅର୍ଥ ଦାବି କରିଥିଲେ ତାହା ଦେବାକୁ ମନା କରି ଦେଇଥିଲା କେକେଆର୍‌ । କିନ୍ତୁ ଏହା ପଞ୍ଜାବ କିଙ୍ଗ୍ସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ପଞ୍ଜାବ ଦଳକୁ ମିଳିଥିଲା ଜଣେ ୩୦ ବର୍ଷୀୟ ଜୋଶ୍‌ରେ ଭରା ଅଧିନାୟକ । ଏମିତି ଜଣେ କ୍ରିକେଟର ଯିଏ କ୍ୟାରିଅରର ଉତ୍ଥାନପତନ ସମୟରେ ବି ଟିମ୍‌କୁ ସଫଳ ସାବ୍ୟସ୍ତ କରାଇପାରେ । ସେ ହେଉଛନ୍ତି ଶ୍ରେୟସ ଆୟର । ଯାହାଙ୍କ ପାଖରେ ଅଧିନାୟକ ହେବାପାଇଁ ସବୁ ଗୁଣ ରହଛି ବୋଲି କ୍ରିକେଟ ସମୀକ୍ଷକ କହୁଛନ୍ତି । ସିଜିନ୍‌ ଆରମ୍ଭରୁ କେହି କେବେ ଚିନ୍ତା କରିନଥିଲେ ଯେ, ପଞ୍ଜାବ କିଙ୍ଗ୍ସ ଫାଇନାଲ୍‌ରେ ପହଞ୍ଚିବ । ଦଳରେ କୌଣସି ବଡ଼ ନାଁ ନଥିବା ସତ୍ତ୍ୱେ ଶ୍ରେୟସ ଆୟର ନିଜକୁ ଓ ନିଜ ଟିମ୍‌କୁ ଟାଇଟଲ୍‌ ଦାବିଦାର କରାଇଥିଲା । ଆଇପିଏଲ୍‌ରେ ଅଧିନାୟକ ଭାବରେ ଶ୍ରେୟସ ବର୍ତ୍ତମାନ ସୁଦ୍ଧା ୭୦ଟି ମ୍ୟାଚ୍‌ ଖେଳି ୩୮ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । କ୍ୟାପ୍‌ଟେନ୍‌ ଭାବରେ ସେ ମାତ୍ର ୨୯ଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ଅଧିନାୟକ ଭାବରେ ୫୪.୨୮ ବିଜୟ ପ୍ରତିଶତ ରହିଛି । ଏଣୁ ଏବେ ରୋହିତ ଶର୍ମା ପରେ ତାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ହିଁ ଜଣା ପଡ଼ିବ ଆୟରଙ୍କୁ ବିସିସିଆଇ କେଉଁ ଦାୟିତ୍ୱ ଦେଉଛି ।
Read More ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିରାଟଙ୍କ ଫଟୋ |

କଟକ (ଉତ୍କଳ ନ୍ୟୁଜ) ୪.୬.୨୦୨୫ :ଆଇପିଏଲ ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟାଇଟଲ ଟ୍ରଫି ହାତେଇବା ପରେ ଯେତେବେଳେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଠିକ୍ ସେତେବେଳେ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଫଟୋ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସୋସିଆଲ ମିଡିଆରେ ବିରାଟଙ୍କ ଭାବପ୍ରବଣର ଫଟୋ ସହ ପ୍ରେମାନନ୍ଦ ମହାରାଜଜୀଙ୍କ ଫଟୋ ଭାଇରାଲ୍ ହେଉଛି ତାସହ ବିରାଟଙ୍କ ପୂର୍ବ ଗସ୍ତର ଫଟୋକୁ ଏ ବିଜୟ ସହ ଯୋଡ଼ି କେହି କେହି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।
Read More ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିରାଟଙ୍କ ଫଟୋ |

କଟକ (ଉତ୍କଳ ନ୍ୟୁଜ) ୪.୬.୨୦୨୫ :ଆଇପିଏଲ ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟାଇଟଲ ଟ୍ରଫି ହାତେଇବା ପରେ ଯେତେବେଳେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଠିକ୍ ସେତେବେଳେ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଫଟୋ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସୋସିଆଲ ମିଡିଆରେ ବିରାଟଙ୍କ ଭାବପ୍ରବଣର ଫଟୋ ସହ ପ୍ରେମାନନ୍ଦ ମହାରାଜଜୀଙ୍କ ଫଟୋ ଭାଇରାଲ୍ ହେଉଛି ତାସହ ବିରାଟଙ୍କ ପୂର୍ବ ଗସ୍ତର ଫଟୋକୁ ଏ ବିଜୟ ସହ ଯୋଡ଼ି କେହି କେହି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।
Read More ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିରାଟଙ୍କ ଫଟୋ |

କଟକ (ଉତ୍କଳ ନ୍ୟୁଜ) ୪.୬.୨୦୨୫ :ଆଇପିଏଲ ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟାଇଟଲ ଟ୍ରଫି ହାତେଇବା ପରେ ଯେତେବେଳେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଠିକ୍ ସେତେବେଳେ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଫଟୋ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସୋସିଆଲ ମିଡିଆରେ ବିରାଟଙ୍କ ଭାବପ୍ରବଣର ଫଟୋ ସହ ପ୍ରେମାନନ୍ଦ ମହାରାଜଜୀଙ୍କ ଫଟୋ ଭାଇରାଲ୍ ହେଉଛି ତାସହ ବିରାଟଙ୍କ ପୂର୍ବ ଗସ୍ତର ଫଟୋକୁ ଏ ବିଜୟ ସହ ଯୋଡ଼ି କେହି କେହି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।
Read More ...

ଖେଳାଳିଙ୍କ ଉପରେ ରାଗିଲେ ଧୋନି |

କଟକ (ଉତ୍କଳ ନ୍ୟୁଜ) ୨୮.୫.୨୦୨୫ : ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ଚଳିତ ସିଜନ ଚେନ୍ନାଇ ସୁପର କିଙ୍ଗ୍ସର ପାଇଁ ନଥିଲା କହିଲେ ଚଳେ। ଲିଗ୍ ପର୍ଯ୍ୟାୟରେ ଖେଳାଯାଇଥିବା ୧୪ଟି ମ୍ୟାଚ୍ ମଧ୍ୟରୁ ସିଏସକେ ୧୦ଟିରେ ପରାସ୍ତ ହୋଇଥିଲା। ଫଳରେ ଦଳ ଆଇପିଏଲ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଯାଇଥିଲା। ମ୍ୟାଚ ସମୟରେ ଋତୁରାଜ ଗାୟକୱାଡ ଆଘାତ ଯୋଗୁଁ ଖେଳି ପାରି ନଥିବା ବେଳେ ଏମଏସ ଧୋନି ଦଳର ଦାୟିତ୍ୱ ନେଇଥିଲେ। କିନ୍ତୁ ଚଳିତ ଆଇପିଏଲ ସିଜନରେ ସେ ତାଙ୍କ ଜଲୱା ଦେଖାଇ ପାରି ନଥିଲେ।ଶେଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଭିନ୍ନ ଫର୍ମ ଦେଖିବାକୁ ମିଳିଥିଲା। ଶୀର୍ଷ ସ୍ଥାନରେ ଥିବା ଦଳ ଗୁଜରାଟ ଟାଇଟାନ୍ସକୁ ୮୩ ରନରେ ପରାସ୍ତ କରି ଟିମ ଏକ ବିଶାଳ ବିଜୟ ହାସଲ କରିଥିଲା। ଡେଭନ୍ କନୱେ (୫୨) ଏବଂ ଡେୱାଲ୍ଡ ବ୍ରୁଇସ୍ (୫୭)ଙ୍କ ବିସ୍ଫୋରକ ଇନିଂସ ବଳରେ ସିଏସକେ ୨୩୦ ରନର ବିଶାଳ ସ୍କୋର କରିଥିଲା ଏବଂ ଚମତ୍କାର ବୋଲିଂ କରି ଗୁଜରାଟକୁ ୧୪୭ ରନରେ ଅଲଆଉଟ୍ କରିଥିଲା।ଏହି ମ୍ୟାଚରେ ଏମିତି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ କ୍ୟାପ୍ଟେନ୍ କୁଲ୍ ଏମଏସ ଧୋନି ନିଜ ଖେଳାଳିଙ୍କ ଉପରେ ରାଗି ଯାଇଥିଲେ।
Read More ...

କୋଲକାତାକୁ ୧୧୦ ରନ ରେ ପରାସ୍ତ କଲା ହାଇଦ୍ରାବାଦ |

କଟକ (ଉତ୍କଳ ନ୍ୟୁଜ) ୨୬.୫.୨୦୨୫ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ରେକର୍ଡ ୧୧୦ ରନ ବ୍ୟବଧାନରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ୨୭୯ ରନ ଲକ୍ଷ୍ୟର ଜବାବରେ କୋଲକାତା ମାତ୍ର ୧୬୮ ରନ କରି ଅଲଆଉଟ ହୋଇଯାଇଥିଲା । କୋଲକାତା ପକ୍ଷରୁ ମନିଷ ପାଣ୍ଡେ ୩୭ ରନ କରିଥିବାବେଳେ ହର୍ଷିତ ରାଣା ୩୪ ରନ ଓ ସୁନୀଲ ନାରାୟଣ ୩୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଦକଟ, ହର୍ଷ ଦୁବେ ଓ ଇଶାନ ମାଲିଙ୍ଗା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ହିଁ ଦ୍ରୁତ ଗତିଲେ ସ୍କୋର କରିବା ଆରମ୍ଭ କରିଦେଇଥିଲେ । ହେଡ୍ ୭୬ ରନ କରିଥିବାବେଳେ ଅଭିଷେକ ୩୨ ରନ କରିଥିଲେ । ତେବେ ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର । ଅଭିଷେକ ଆଉଟ ହେବା ପରେ ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେ ମୋଟ ୧୦୫ ରନ କରିଥିଲେ । ଇଶାନ କିଷନ ୨୯ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨୭୮ ରନ କରିଥିଲା । ସୂଚନାଯୋଗ୍ୟ ଯେ ଆଇପିଏଲର ସର୍ବାଧିକ ସ୍କୋର ରେକର୍ଡ ମଧ୍ୟ ହାଇଦ୍ରାବାଦ ନାଁରେ ରହିଛି । ହାଇଦ୍ରାବାଦ ଗତ ବର୍ଷ ଆରସିବି ବିରୋଧରେ ୨୮୭ ରନ କରିଥିଲା ।
Read More ...

ALL NEWS