More News

ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା |

କଟକ (ଉତ୍କଳ ନ୍ୟୁଜ ) ୨୦-୧୨-୨୦୨୫ : ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ସବୁଠାରୁ ବଡ଼ ଖବର ହେଉଛି ଶୁଭମନ ଗିଲ ଙ୍କୁ ବିଶ୍ୱକପ ରୁ ବଡ଼ ଦିଆଯାଇଛି | ଏହି ଟୁର୍ନାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ ଏବଂ ଭାରତୀୟ ଦଳର ପ୍ରଥମ ମ୍ୟାଚ ଆମେରିକା ବିପକ୍ଷରେ ହେବ। ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଗ୍ରୁପ A ରେ ଅଛି, ଯେଉଁଥିରେ ନାମିବିଆ, ନେଦରଲ୍ୟାଣ୍ଡ, ଆମେରିକା ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ। ଭାରତୀୟ ଦଳ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ହର୍ଷିତ ରାଣା, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ତିଳକ ଭର୍ମା, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ଇଶାନ କିଶାନ, ରିଙ୍କୁ ସିଂ, ଓ୍ବାଶିଂଟନ ସୁନ୍ଦର, ଜସପ୍ରୀତ ବୁମ୍‌ରା, ।
Read More ...

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଯାପିତ |

କଟକ (ଉତ୍କଳ ନ୍ୟୁଜ ) ୧୫-୧୨-୨୦୨୫ : କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଉଦ୍‌ଯାପିତ ହୋଇଯାଇଛି।ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଆଜି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇ ଚମ୍ପିୟାନ ଓ ରନର୍ସ ଅପ ଖେଳାଳୀଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଖେଳାଯାଇ ଥିବା ପୁରୁଷ ଫାଇନାଲ ଖେଳରେ ଭାରତର କିରଣ ଜର୍ଜ ଇଣ୍ଡୋନେସିଆ ଖେଳାଳୀ ମହମ୍ମଦ ୟୁସୁଫଙ୍କୁ ୨୧ ,-୧୪ ,୧୩ -୨୧ ଓ ୨୧ -୧୬ ପଏଣ୍ଟର ତିନୋଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ମହିଳା ଫାଇନାଲରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ନିଜ ଦେଶର ଇସାରାଣୀ ବରୁଆଙ୍କୁ ସିଧାସଳଖ ୨୧ -୧୭ ,୨୧ -୧୦ ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି। ମିକ୍ସଡ଼ ଡବଲସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ମାରୱାନ ଫାଜ଼ା ଓ ଆସ୍ୟାହ ପୂର୍ତ୍ତି ପ୍ରଣତା, ଡି.ଫେର୍ଡିନେନସି ଓ ବି. ୱାର୍ଡନାଙ୍କୁ ୨୧ -୧୫ ଓ ୨୧ -୧୦ ପଏଣ୍ଟର ସିଧାସଳଖ ଦୁଇଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି। ମହିଳା ଡବଲସ ବିଭାଗ ଫାଇନାଲ ମ୍ୟାଚ୍‌ ଟପସିଡ଼ ବୁଲଗେରିଆ ଯୋଡ଼ି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଏବଂ ମାଲେସିଆ ଯୋଡି ଅଙ୍ଗଜିନ ୟୀ ଓ କାର୍ମେନ ଟିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଲାଗେରିଆ ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ ୨୧ -୧୯ , ୨୧ -୧୪ ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ପୁରୁଷ ଡବଲସ ଫାଇନାଲ ମାଲେସିଆ ଯୋଡି କଂଗ ଖାଇ ଜିଙ୍ଗ ଓ ଏରୋନ ତାଇ ଇଣ୍ଡୋନେସିଆର ଅଲି ରେହନ ଓ ଦେଭିନ ଅର୍ଥା ୱାହୁଡିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଣ୍ଡୋନେସିଆ ଯୋଡି ମାଲେସିଆ ଯୋଡିଙ୍କୁ୧୫ -୨୧ , ୨୧ -୧୨ ଓ ୨୧ -୧୬ ପଏଣ୍ଟର ତିନୋଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି।
ଛଅ ଦିନ ଧରି ଚାଲିଥିବା ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସର ପରିଚାଳନା ପାଇଁ ଏକ ସାତ ଜଣିଆ ଅଫିସିଆଲ ଦଳରେ ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଭାବେ ବେଣୁ ଗୋପାଳ ମହାଲିଙ୍ଗମ, ରେଫରୀ ଭାବେ ସ୍ୱିଜରଲାଣ୍ଡର ମାନିକ ବସ୍ତିଏନ, ଡେପୁଟି ରେଫରୀ ଭାବେ ଇସ୍ତୋନିଆର ଅରତୁଲ ଯଲୁଜ଼ନୋଇ, ଲୋକାଲ ଡେପୁଟି ରେଫରୀ ଭାବେ ଭାରତର ମଞ୍ଜୁଷା ସହସ୍ରବୁଧେ, ମ୍ୟାଚ୍ କଣ୍ଟ୍ରୋଲର ଭାବେ ଭାରତର ମିହିର ରତଞ୍ଜଙ୍କର ନିଯୁକ୍ତ ହୋଇଥିଲେ। ପୁରସ୍କାର ବିତରଣ ସମୟରେ ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀ ସୁଦର୍ଶନ ସାହୁ, ଡାଇରେକ୍ଟର ଜେନେରାଲ ଫାୟାର ସର୍ଭିସେସ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଶିଳ୍ପ ବିଭାଗ ନିର୍ଦେଶକ ଆବୋଲି ସୁନୀଲ ନର୍ବାଣେ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ ମିଶ୍ର, ନାଲକୋ ସିଏମଡ଼ି ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ ସମ୍ପାଦକ ଶ୍ରୀ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Read More ...

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ -ଦ୍ୱିତୀୟ ଦିନ |

କଟକ(ଉତ୍କଳ ନିଉଜ)୧୦/୧୨/୨୦୨୫ :କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା 'ଓଡିଶା ମାଷ୍ଟର୍ସ ୨୦୨୫'ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି l ଦ୍ଵିତୀୟ ଦିନର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଖେଳାଳୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ କଟକ ସଦର ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, କ୍ରୀଡ଼ା ବିଭାଗ ନିର୍ଦେଶକ ଡ଼. ବିଜୟ ୟେଦୁଲ୍ଲା, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମ କମିଶନର କିରଣ ଦୀପ କୌର ସୌହଟା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଶ୍ରୀତମ ଦାସ, ଟୁର୍ଣ୍ଣାମେଣ୍ଟ ଡ଼ାଇରେକ୍ଟର ଶ୍ରୀ ବେଣୁଗୋପାଳ ମହାଲିଙ୍ଗମ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ l
ଦ୍ଵିତୀୟ ଦିନରେ ଖେଳାଯାଇଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗରେ ଭାରତୀୟ ଖେଳାଳୀ ମାନେ ଉତ୍ତମ ପ୍ରଦର୍ଶନ ସହ ପ୍ରି କ୍ୱାର୍ଟର ପର୍ଯ୍ୟାୟରେ ପହଂଚିଛନ୍ତି। ମହିଳା ବିଭାଗର ରାଉଣ୍ଡ ୩୨ ରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା, ଯୁନାଇଟେଡ଼ ଆରବ ଏମିରେଟ୍ସର ପ୍ରକ୍ରିତି ଭାରତଙ୍କୁ ୨୧-୧୨,୨୧-୧୮ ରେ ପରାଜିତ କରି ପ୍ରି କ୍ଵାଟରରେ ପହଂଚିଛନ୍ତି। ମହିଳା ପ୍ରି କ୍ୱାର୍ଟରରେ ପହଞ୍ଚି ଥିବା ଅନ୍ୟ ଖେଳାଳୀମାନେ ହେଲେ ତୃତୀୟ ସିଡ଼ ତନଭି ଶର୍ମା, ଷଷ୍ଠ ସିଡ଼ ଅନମୋଲ ଖର୍ବ ଏବଂ ଅଣ ସିଡେଡ଼ ତାନ୍ୟା ହେମନ୍ଥ।
ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପ ସିଡ଼ ଥରୁନ ମାନେପଲ୍ଲୀ ନିଜ ପ୍ରତିଦ୍ବନ୍ଦୀ ମାନବ ଚୌଧୁରୀଙ୍କୁ ୨୧-୫,୨୧-୮ ରେ ହରାଇ ପ୍ରି କ୍ୱାର୍ଟରରେ ପହଂଚିଛନ୍ତି। ପ୍ରି କ୍ୱାର୍ଟର ପର୍ଯାୟରେ ପହଂଚି ସାରିଥିବା ଅନ୍ୟ ଖେଳାଳୀମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ସତୀଶ କୁମାର, ଦ୍ଵିତୀୟ ସିଡ଼ କିରଣ ଜର୍ଜ ଏବଂ ପ୍ରିୟାଂଶୁ ରାଜୱତ। ମିକ୍ସଡ଼ ଡବଲସ ବିଭାଗରେ ଅନୁଷ୍ଠିତ ରାଉଣ୍ଡ ୩୨ ମ୍ୟାଚରେ ଟପସିଡ଼ ଇଣ୍ଡୋନେସିଆର ଏମ. ଫାଜା ଓ ଏ. ପ୍ରଣତାଙ୍କ ଯୋଡି ମାଲେସିଆ ଯୋଡି ୱେଇ ୟୀ ହେର୍ନ ଓ ଭାନୀ ଗୋବି ଯୋଡିଙ୍କୁ ୨୧-୧୮,୨୧-୧୧ ର ଦୁଇଟି ଗେମ୍‌ରେ ପରାଜିତ କରି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି l କ୍ୱାର୍ଟର ଫାଇନାଲ ପହଂଚି ଥିବା ଅନ୍ୟ ଯୋଡିମାନେ ହେଲେ ଇଣ୍ଡୋନେସିଆ ଯୋଡି ବି. ପ୍ରସେତ୍ୱ ଏବଂ ଏ. ମୁଂଗରଣ, ଭାରତୀୟ ଯୋଡି ଆର୍ଯ୍ୟନ ସପିଆ ଏବଂ ଅଶ୍ୱିନୀ ପୋନ୍ନାପ୍ପା ଓ ଡି. ଭେଲ ମୁରୁଗାନ ଏବଂ ପି. ନଟରାଜନଙ୍କ ଯୋଡି।
ବିଶ୍ୱ ବ୍ୟାଡ଼ମିଣ୍ଟନ ମହାସଂଘ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘର ମିଳିତ ସହଯୋଗରେ ଚାଲିଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ସମାପନ ଆଗାମୀ ୧୪ ତାରିଖରେ ଅନୁଷ୍ଠିତ ହେବ ବୋଲି ପ୍ରତିଯୋଗିତା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି l

Read More ...

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଘାଟିତ |

କଟକ(ଉତ୍କଳ ନିଉଜ)୦୯/୧୨/୨୦୨୫ :ଆଜି କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଉଦ୍‌ଘାଟିତ ହୋଇଯାଇଅଛି। ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼.ୟେଦୁଲା ବିଜୟ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବ୍ୟାଡ଼ମିଣ୍ଟନ ଏସିଆ ଫେଡ଼େରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦେଶରୁ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଛନ୍ତି। ପୁରୁଷ ସିଙ୍ଗଲସ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ପ୍ରଥମ ଦିନର ପୂର୍ବାହ୍ନରେ ୨୪ଟି କ୍ୱାଲିଫାଇଙ୍ଗ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଏଥିରୁ ସିଙ୍ଗଲ, ଡବଲ ଓ ମିକ୍ସଡ଼ ଡବଲସରୁ ୨୪ଟି ଦଳ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଛନ୍ତି। ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ଡ୍ର କୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳୀମାନେ ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ,ତାଇପେଇ ର ଚି ଯୁନ ଚେଙ୍ଗ, ଯାପାନର ନନାମୀ ସୋମେୟା ଓ ଇଣ୍ଡୋନେସିଆର ଡାଳିଆ ଅଘନିଆ ପୁଟେରୀ ଏବଂ ଡବଲସରେ ଭାରତର ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ଏବଂ  ରିଧି କୌର, ଭି. ରେଡଡି ଏବଂ କେ. ସେଲଭାମ, ଯେନିଥ ଅବିଗେଲ ଏବଂ ଲିଖିତା ଶ୍ରୀବାସ୍ତବ, ଡି. ଭେଲ ମୁରୁଗାନ ଏବଂ  ପି.ନଟରାଜାନ, ନିତିନ କୁମାର ଏବଂ ହର୍ଷ ରଣା, କେ. କୁମାରଭେଲ ଏବଂ ଆର ମୋହନ କୁମାର, ଭି ଆର ନର୍ଦ୍ଧନା ଏବଂ ରିଦୁବର୍ଶିନୀ ରାମାସ୍ୱାମୀ, ଅଦିତି ଭଟ୍ଟ ଏବଂ ଶ୍ରାବଣୀ ବାଲେକାର, ଏନ. ଇଶ୍ୱର ମୂର୍ତ୍ତି ଏବଂ ଡି. ଭେଲ ମୁରୁଗାନ, ମୁରଲୀ କ୍ରିଷ୍ଣା କନୁରୀ ଏବଂ ଅଭିଜିତ ମହାରଣା ଓ ସାକ୍ଷୀ ଗହ୍ଲାବତ ଏବଂ ତନୀଷା ସିଂ।
ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମୁଖ୍ୟ ଡ୍ର ପ୍ରତିଯୋଗିତାରେ ଭାରତୀୟ ଖେଳାଳୀ କେଭିନ ଥାଙ୍ଗମ, ସାନିଥ ଦୟାନନ୍ଦ, ତୁଷାର ସୁବୀର, ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ଯୁସୁଫ, ରିଚି ରିକାରଡୋ ପ୍ରମୁଖ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ଲକ୍ଷ ଦଶ ହଜାର ଡ଼ଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାକୁ ୧୦ ଜଣିଆ ବିଡବ୍ଲ୍ୟୁଏଫ ମନୋନୀତ ଅଫିସଆଲ, ୧୨ ଜଣ ଭାରତୀୟ ବ୍ୟାଡ଼ମିଣ୍ଟନ ସଂଘ ମନୋନୀତ ଅଫିସିଆଲ ଏବଂ ୪୬ ଜଣ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ ମନୋନୀତ ଅଫିସିଆଲ ପରିଚାଳନା କରୁଛନ୍ତି l

Read More ...

ଏସିଆ କପ ହକିରେ ଭାରତ ଦଳରେ ୩ ଓଡ଼ିଆ |

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଆସନ୍ତା ଏସିଆ କପ ହକି ୨୦୨୫ ପାଇଁ ହର୍ମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଅଛି |ଏହି ଦଳରେ ଓଡ଼ିଶାର ତିନି ଖେଳାଳି ଅମିତ ରୋହିଦାସ ,ଶୀଳାନନ୍ଦ ଲାକ୍ରା ଓ ନିଲମ ସଂଜିପି ଖେସ ସ୍ଥାନ ପାଇଁଛନ୍ତି | ଟୁର୍ଣ୍ଣାମେଣ୍ଟଟି ବିହାରର ରାଜଗୀର ହକି ଷ୍ଟାଡିୟମରେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ତାରିଖ ମଧ୍ୟରେ ଖେଳାଯିବ |ହକି ଇଣ୍ଡିଆ ବୁଧବାର ଏହି ଦଳ ଘୋଷଣା କରିଛି | ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ବର୍ଷ ବେଲଜିୟମ ଓ ନେଦରଲ୍ୟାଣ୍ଡ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଅଟେ |
Read More ...

ଓଭାଲ ଟେଷ୍ଟରେ ରେକର୍ଡ ଭାଙ୍ଗିଲେ ସିରାଜ |

ଓଭାଲ,୨।୮: ଓଭାଲ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ସେ ମହାନ ବୋଲର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସେ ଏହି ସିରିଜରେ ସବୁଠାରୁ ସଫଳ ବୋଲର ଭାବରେ ଉଭା ହୋଇଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଖେଳାଯାଇଥିବା ଦୁଇଟି ଟେଷ୍ଟ ସିରିଜରେ ୧୫୦ କିମ୍ବା ତା’ଠାରୁ ଅଧିକ ଓଭର ବୋଲିଂ ସହିତ ଜଡିତ। କପିଲ ଦେବ ୧୯୯୧-୯୨ରେ ଏହା କରିଥିଲେ। ଏବେ ୩୪ ବର୍ଷ ପରେ, ସିରାଜ ମଧ୍ୟ ସମାନ କାମ କରିଛନ୍ତି। ସେ ଗୋଟିଏ ବର୍ଷ ମଧ୍ୟରେ ଭାରତ ପାଇଁ ଖେଳାଯାଇଥିବା ଦୁଇଟି ଟେଷ୍ଟ ସିରିଜରେ ୧୫୦ରୁ ଅଧିକ ଓଭର ବୋଲିଂ କରିଛନ୍ତି।ମହମ୍ମଦ ସିରାଜ ୨୦୨୪-୨୫ ବର୍ଷରେ ଏହି ଦୁଇଟି ଟେଷ୍ଟ ସିରିଜ ଖେଳିଥିଲେ। ପ୍ରଥମେ, ସେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିରେ ୧୫୭.୧ ଓଭର ବୋଲିଂ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ସେ ଏପର୍ଯ୍ୟନ୍ତ ୧୫୫.୨ ଓଭର ବୋଲିଂ କରିଛନ୍ତି। ଏହା ସିରାଜଙ୍କ ଫିଟନେସ ଏବଂ ଟିମ ଇଣ୍ଡିଆ ପାଇଁ ତାଙ୍କର ଉପଯୋଗିତାକୁ ଦର୍ଶାଉଛି। ଇଂଲଣ୍ଡ ବିପକ୍ଷରେ ଚଳିତ ଟେଷ୍ଟ ସିରିଜରେ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୧୫୫.୨ ଓଭର ବୋଲିଂ କରି ୧୮ ଉଇକେଟ ନେଇଛନ୍ତି। ଏହି ସମୟରେ, ସେ ଥରେ ୫ କିମ୍ବା ତା’ଠାରୁ ଅଧିକ ଉଇକେଟ ଏବଂ ଥରେ ୪ ଉଇକେଟ ନେଇଛନ୍ତି। ବେନ ଷ୍ଟୋକ୍ସ ଟେଷ୍ଟ ସିରିଜରେ ଉଇକେଟ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, କିନ୍ତୁ ସେ ଓଭାଲରେ ଖେଳାଯାଉଥିବା ଶେଷ ଟେଷ୍ଟ ଖେଳୁନାହାଁନ୍ତି। ସିରାଜଙ୍କ ପାଖରେ ସିରିଜର ପ୍ରମୁଖ ଉଇକେଟ ଟେକର ହେବାର ସମ୍ଭାବନା ଅଛି।ଅନ୍ୟ ଭାରତୀୟ ବୋଲରଙ୍କ ବିଷୟରେ କହିବାକୁ ଗଲେ, ସିରାଜଙ୍କ ପରେ ଜସପ୍ରୀତ ବୁମରା ଦ୍ୱିତୀୟ ସବୁଠାରୁ ସଫଳ ବୋଲର, ଯିଏ ୧୪ ଉଇକେଟ ନେଇଛନ୍ତି। ସେହିପରି ଆକାଶଦୀପଙ୍କ ନାମରେ ବର୍ତ୍ତମାନ ୧୨ ଉଇକେଟ ଅଛି।
Read More ...

ଓଭାଲ ଟେଷ୍ଟ : ଭାରତ ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ, ଗସ୍ ଅଟକିନସନଙ୍କୁ ୫ ଓ୍ବିକେଟ୍ |

କଟକ,(ଉତ୍କଳ ନ୍ୟୁଜ),୧.୦୮.୨୦୨୫ :କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଯଶସ୍ବୀ ଜୟସ୍ବାଲ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ସାଇ ସୁଦର୍ଶନ ୩୮ ରନ କରିଥିବାବେଳେ ଅଧିନାୟକ ଶୁବମନ ଗିଲ୍ ୨୧ ରନ କରିଥିଲେ । ଗତ ମ୍ୟାଚରେ ଶତକ ହାସଲ କରିଥିବା ରବୀନ୍ଦ୍ର ଜାଦେଜା ମାତ୍ର ୯ ରନ କରିଥିଲେ । ତେବେ କରୁନ ନାୟାର ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୭ ରନ କରିଥିବାବେଳେ ଧ୍ରୁବ ଜୁରେଲ ୧୯ ଓ ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଗସ୍ ଅଟକିନସନ ୫ଟି ଓ ଜୋସ୍ ଟଙ୍ଗ ୩ଟି ଓ୍ବିକେଟ୍ ନେଇଥିଲେ ।
Read More ...

ମାଞ୍ଚେଷ୍ଟର୍‌ରେ ବୁମ୍‌ରାଙ୍କୁ ଖେଳାଇବାକୁ ବାଧ୍ୟ |

କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ :ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ୍‌ ଶୃଙ୍ଖଳାରେ ଭାରତ ୧-୨ରେ ପଛୁଆ ରହିଛି। ଆସନ୍ତା ସପ୍ତାହ ବୁଧବାରଠାରୁ ମାଞ୍ଚେଷ୍ଟର୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ ପାଇଁ ଭାରତୀୟ ଦଳ ମଧ୍ୟ ଗୁରୁବାରଠାରୁ ଅଭ୍ୟାସ ପର୍ବ ଆରମ୍ଭ କରି ଦେଇଛି। କେବଳ ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ, ଆକାଶ ଦୀପ ଓ ଋଷଭ ପନ୍ତ୍‌ ଅଭ୍ୟାସ ନ କରି ଜିମ୍‌ରେ ସମୟ କାଟିଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ବୁମ୍‌ରାଙ୍କ କାର୍ଯ୍ୟଭାର ପରିଚାଳନା ବି ଚର୍ଚ୍ଚାକୁ ଆସିଛି। ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଶୁବମନ ଗିଲ୍‌ କହି ସାରିଛନ୍ତି ଏହି ଗସ୍ତରେ ବୁମ୍‌ରା ୩ଟି ଟେଷ୍ଟ୍ ଖେଳିବେ। ସେହି ଦୃଷ୍ଟିରୁ ପରବର୍ତ୍ତୀ ଶେଷ ୨ଟିରୁ ବୁମ୍‌ରା ଗୋଟିଏ ଖେଳିବେ। ଭାରତ ଏବେ ଶୃଙ୍ଖଳାରେ ପଛରେ ପଡ଼ିଥିବାରୁ ବୁମ୍‌ରାଙ୍କୁ ଖେଳାଇବା ଭାରତ ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି ହୋଇଛି। ମ‌ାଞ୍ଚେଷ୍ଟର୍ ଟେଷ୍ଟ୍‌ ଆଉ ୪ ଦିନ ଥିବାରୁ ବୁମ୍‌ରା ବି ଲର୍ଡସ କ୍ଲାନ୍ତିରୁ ବାହାରି ସତେଜ ହୋଇଯାଇଥିବେ। ଭାରତୀୟ ବୋଲିଂର ବୁଲେଟ୍‌ ଭାବେ ବିବେଚିତ ହେଉଥିବାରୁ ବୁମ୍‌ରାଙ୍କୁ ବି କୌଣସି ମତେ ଏହି ଟେଷ୍ଟ୍‌ ଖେଳିବାର ଆବଶ୍ୟକତା ରହିଛି। ‘‘ଆମେ ଜାଣିଛୁ ବୁମ୍‌ରା ଶେଷ ଦୁଇଟିରୁ ଗୋଟିଏ ଟେଷ୍ଟ୍‌ ଖେଳିବେ। ଶୃଙ୍ଖଳା ଜୀବନ୍ତ ଥିବାରୁ ତାଙ୍କୁ ଖେଳାଇବାକୁ ପଡ଼ିବ’’ ବୋଲି କହିଛନ୍ତି ଭାରତୀୟ ଦଳ ସହକାରୀ ପ୍ରଶିକ୍ଷକ ରୢାନ୍‌ ଟେନ୍‌ ଡସେଟ୍‌। ଆମେ ସମସ୍ତ ଦିଗକୁ ବି ଦେଖୁଛୁ, ଚତୁର୍ଥ ଟେଷ୍ଟ୍‌ ପାଇଁ କିଛି ଦିନ ବିରାମ ରହିଛି। ମ୍ୟାଚ୍ ଜିତିବାକୁ ଆମ ନିକଟରେ ଶ୍ରେଷ୍ଠ ସୁଯୋଗ ବି ରହିଛି। ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ।
Read More ...

ଖେଳାଳିମାନେ ବିଦେଶ ବା ଅନ୍ୟ କୌଣସି ସ୍ଥାନକୁ ଖେଳିବାକୁ ଯାଆନ୍ତି, ଛୁଟି କଟାଇବାକୁ ନୁହେଁ :ଗୌତମ ଗମ୍ଭୀର

କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ : ବିସିସିଆଇର ସଂଶୋଧିତ ଯାତ୍ରା ନିୟମକୁ ସମର୍ଥନ କଲେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ୨୦୨୪-୨୫ରେ ଅଷ୍ଟ୍ରେଲିଆରେ ୧-୩ ବର୍ଡର-ଗାଭାସ୍କର ଟ୍ରଫି ପରାଜୟ ପରେ ଲାଗୁ ହୋଇଥିବା ନିୟମକୁ ସମର୍ଥନ କରି ବିସିସିଆଇ ଉଚିତ୍ ନିଷ୍ପତ୍ତି ନେଇଥିବା କହିଛନ୍ତି। ଜାନୁଆରିରେ ବିସିସିଆଇ ଦ୍ୱାରା ସଂଶୋଧିତ ହୋଇଥିବା ନିୟମ ଅନୁଯାୟୀ, ୪୫ ଦିନ କିମ୍ବା ତା"ଠାରୁ ଅଧିକ ସମୟର ଟୁର୍ନାମେଣ୍ଟରେ ପରିବାରକୁ ଖେଳାଳିମାନଙ୍କ ସହିତ ୨ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦିଆଯିବା ସହ କମ ଦିନର ମ୍ୟାଚ୍ ପାଇଁ ସର୍ବାଧିକ ୭ଦିନ ରହିବାକୁ ଅନୁମତି ଦିଆଯାଇଛି। ଇଂଲଣ୍ଡ ବିପକ୍ଷରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଲର୍ଡସ ଟେଷ୍ଟ ପୂର୍ବରୁ ଚେତେଶ୍ୱର ପୂଜାରାଙ୍କ ସହ ଏକ ଆଲୋଚନାରେ, ଗମ୍ଭୀର ବିସିସିଆଇର ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ କହିଥଇଲେ, ପରିବାର ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଗୋଟିଏ କଥା ବୁଝିବାକୁ ପଡିବ ଯେ, ଖେଳାଳିମାନେ ଏକ ଉଦ୍ଦେଶ୍ୟ ନେଇ ବିଦେଶ ବା ଅନ୍ୟ କୌଣସି ସ୍ଥାନକୁ ଖେଳିବାକୁ ଯାଆନ୍ତି। ଛୁଟି କଟାଇବାକୁ ନୁହେଁ। ଲର୍ଡସ ଟେଷ୍ଟକୁ ଏକ ବଡ଼ ଉଦ୍ଦେଶ୍ୟ ନେଇ ଆମ ଖେଳାଳି ଆସିଛନ୍ତି। ଡ୍ରେସିଂ ରୁମରେ କିମ୍ବା ଏହି ଗସ୍ତରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଦେଶକୁ ଗର୍ବିତ କରିବାର ସୁଯୋଗ ପାଆନ୍ତି।
Read More ...

ଓଡିଶାକୁ ସୃଷ୍ଟି ଦେଲେ ପ୍ରଥମ ସ୍ବର୍ଣ୍ଣ |

କଟକ,(ଉତ୍କଳ ନ୍ୟୁଜ),୨୩.୬.୨୦୨୫ : ସ୍ଥାନୀୟ ଲଳିଙ୍ଗ ଷ୍ଟାଡିୟମ ସନତାରଣାଗାରଠାରେ ରବିବାର ୭୮ତମ ଜାତୀୟ ଜଳକ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି |ପ୍ରଥମ ଦିନରେ ଆୟୋଜକ ଓଡିଶାକୁ ପଦକ ଭେଟି ଦେଇଛନ୍ତି ସୃଷ୍ଟି ଉପାଧ୍ୟାୟ | ମହିଳା ୧୦୦ ମିଟର ବଟରଫ୍ଲାଏକୁ ସେ ୧ ମିନିଟ .୦୩.୫୦ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ |ଆରଏସପିବିର ଆସ୍ଥା ଚୌଧୁରୀ (୧.୦୩.୫୦ ) ମଧ୍ୟ ସମାନ ସମୟରେ ର୍ସ ଶେଷ କରି ସୃଷ୍ଟୀଙ୍କ ସହ ଯୁଗ୍ମ ବିଜେତା ହୋଇଥିଲେ |
Read More ...

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌: ଜୟସ୍ବାଲ, ଗିଲ୍‌ଙ୍କ ଜବରଦସ୍ତ ଶତକ ପାଇଁ ଭାରତର ସ୍ଥିତି ମଜଭୁତ |

କଟକ,(ଉତ୍କଳ ନ୍ୟୁଜ),୨୧.୬.୨୦୨୫ : ଯଶସ୍ବୀ ଜୟସ୍ବାଲଙ୍କ ଶତକ ଏବଂ ଟେଷ୍ଟ୍‌ ଅଧିନାୟକ ଭାବେ ପ୍ରଥମ ପାଳିରେ ଶୁବମନ ଗିଲ୍‌ଙ୍କ ଅପରାଜିତ ଶତକ ବଳରେ ଭାରତ ନୂଆ ଟେଷ୍ଟ୍ ଚକ୍ର ଆରମ୍ଭ କରିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନକୁ ଭାରତ ନିଜ ନିୟନ୍ତ୍ରଣରେ ମଧ୍ୟ ରଖିଛି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ୨୦୨୫-୨୬ ଚକ୍ରର ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ହେଡିଂଲେରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନର ରିପୋର୍ଟ ଲେଖା ବେଳକୁ ଭାରତ ୩ ୱିକେଟ୍‌ ହରାଇ ୩୫୦ ରନ୍‌ କରିଛି। ଗିଲ୍‌ ୧୨୬* (୧୬୬, ୧୬ ଚୌକା, ୧ ଛକା) ଏବଂ ପନ୍ତ ୫୭* (୯୬ ବଲ୍‌, ୬ ଚୌକା, ୧ ଛକା) ରନ୍‌ରେ ବ୍ୟାଟିଂ କରୁଛନ୍ତି। ଟେଷ୍ଟ୍ ଜୀବନରେ ଏହା ଜୟସ୍ବାଲଙ୍କ ପଞ୍ଚମ ଏବଂ ଗିଲ୍‌ଙ୍କ ଷଷ୍ଠ ଶତକ।
Read More ...

ଟିମ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି ଶ୍ରେୟସ ଆୟାର |

କଟକ,(ଉତ୍କଳ ନ୍ୟୁଜ), ୬.୬.୨୦୨୫ : ପଞ୍ଜାବ କିଙ୍ଗ୍ସକୁ ଆଇପିଏଲ ଟାଇଟଲ୍‌ ଜିତାଇବାରୁ ଅଳ୍ପକେ ବର୍ତ୍ତିଗଲେ ଶ୍ରେୟସ ଆୟର । ଗତ ସିଜିନ୍‌ରେ ୧୦ ବର୍ଷ ପରେ କୋଲକାତା ନାଇଟ୍‌ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ । ଖାଲି ସେତିକି ନୁହେଁ, ୨୦୨୦ରେ ତାଙ୍କରି ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍‌ରେ ପହଞ୍ଚିଥିଲା । ବର୍ତ୍ତମାନ ସୁଦ୍ଧା ଶ୍ରେୟସଙ୍କ ଅଧିନାୟକତ୍ୱ ରେକର୍ଡକୁ ଦେଖିଲେ ଆଗାମୀ ଦିନରେ ଶ୍ରେୟସ ଆୟର ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ହୋଇପାରନ୍ତି ବୋଲି ଆଲୋଚନା କରୁଛନ୍ତି କ୍ରିକେଟ ସମୀକ୍ଷକ । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ୍‌ ପାଇଁ ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନି । ଏହାସତ୍ତ୍ୱେ ଆୟରଙ୍କୁ ଟିମ୍‌ ଇଣ୍ଡିଆର ଭବିଷ୍ୟତ ବୋଲି କୁହାଯାଉଛି । ଗତ ଜୁନ୍‌ ୩ ତାରିଖରେ ପଞ୍ଜାବ କିଙ୍ଗ୍ସକୁ ମାତ୍ର ୬ ରନ୍‌ରେ ମାତ୍‌ ଦେଇ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟାଇଟଲ୍‌ ବିଜୟରୁ ବଞ୍ଚିତ ହେବାପରେ ବି ଶ୍ରେୟସ ଆୟରଙ୍କ ଆତ୍ମବିଶ୍ୱାସରେ କୌଣସି ଦୁର୍ବଳତା ଦେଖିବାକୁ ମିଳିନଥିଲା । ଶ୍ରେୟସ ଆୟରଙ୍କ କ୍ୟାପ୍ଟେନ୍ସିରେ ମହେନ୍ଦ୍ର ସିଂ ଧୋନୀଙ୍କ ସଂଯମତା ଓ ବିରାଟ କୋହଲିଙ୍କ ଭଳି ଆଗ୍ରେସନ୍‌ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ମ୍ୟାଚ୍‌ ବେଳେ ରୋହିତ ଶର୍ମାଙ୍କ ଭଳି ବିନ୍ଦାସ ସ୍ୱଭାବ ବି ଦେଖାଇ ଆସିଛନ୍ତି ଶ୍ରେୟସ ଆୟର । ଏଣୁ ଟିମ୍‌ ଇଣ୍ଡିଆର ଅଧିନାୟକ ମଙ୍ଗ ଆଗାମୀ ଦିନରେ ଶ୍ରେୟସ ଆୟରଙ୍କୁ ମିଳିପାରେ । ଗତ ବର୍ଷ କୋଲକାତା ନାଇଟ୍‌ ରାଇଡର୍ସ ଶ୍ରେୟସ ଆୟରଙ୍କୁ ଦଳରେ ରିଟେନ୍‌ କରିନଥିଲା । ଦଳରେ ରହିବା ପାଇଁ ଆୟର ଯେଉଁ ଅର୍ଥ ଦାବି କରିଥିଲେ ତାହା ଦେବାକୁ ମନା କରି ଦେଇଥିଲା କେକେଆର୍‌ । କିନ୍ତୁ ଏହା ପଞ୍ଜାବ କିଙ୍ଗ୍ସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ପଞ୍ଜାବ ଦଳକୁ ମିଳିଥିଲା ଜଣେ ୩୦ ବର୍ଷୀୟ ଜୋଶ୍‌ରେ ଭରା ଅଧିନାୟକ । ଏମିତି ଜଣେ କ୍ରିକେଟର ଯିଏ କ୍ୟାରିଅରର ଉତ୍ଥାନପତନ ସମୟରେ ବି ଟିମ୍‌କୁ ସଫଳ ସାବ୍ୟସ୍ତ କରାଇପାରେ । ସେ ହେଉଛନ୍ତି ଶ୍ରେୟସ ଆୟର । ଯାହାଙ୍କ ପାଖରେ ଅଧିନାୟକ ହେବାପାଇଁ ସବୁ ଗୁଣ ରହଛି ବୋଲି କ୍ରିକେଟ ସମୀକ୍ଷକ କହୁଛନ୍ତି । ସିଜିନ୍‌ ଆରମ୍ଭରୁ କେହି କେବେ ଚିନ୍ତା କରିନଥିଲେ ଯେ, ପଞ୍ଜାବ କିଙ୍ଗ୍ସ ଫାଇନାଲ୍‌ରେ ପହଞ୍ଚିବ । ଦଳରେ କୌଣସି ବଡ଼ ନାଁ ନଥିବା ସତ୍ତ୍ୱେ ଶ୍ରେୟସ ଆୟର ନିଜକୁ ଓ ନିଜ ଟିମ୍‌କୁ ଟାଇଟଲ୍‌ ଦାବିଦାର କରାଇଥିଲା । ଆଇପିଏଲ୍‌ରେ ଅଧିନାୟକ ଭାବରେ ଶ୍ରେୟସ ବର୍ତ୍ତମାନ ସୁଦ୍ଧା ୭୦ଟି ମ୍ୟାଚ୍‌ ଖେଳି ୩୮ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । କ୍ୟାପ୍‌ଟେନ୍‌ ଭାବରେ ସେ ମାତ୍ର ୨୯ଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ଅଧିନାୟକ ଭାବରେ ୫୪.୨୮ ବିଜୟ ପ୍ରତିଶତ ରହିଛି । ଏଣୁ ଏବେ ରୋହିତ ଶର୍ମା ପରେ ତାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ହିଁ ଜଣା ପଡ଼ିବ ଆୟରଙ୍କୁ ବିସିସିଆଇ କେଉଁ ଦାୟିତ୍ୱ ଦେଉଛି ।
Read More ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିରାଟଙ୍କ ଫଟୋ |

କଟକ (ଉତ୍କଳ ନ୍ୟୁଜ) ୪.୬.୨୦୨୫ :ଆଇପିଏଲ ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟାଇଟଲ ଟ୍ରଫି ହାତେଇବା ପରେ ଯେତେବେଳେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଠିକ୍ ସେତେବେଳେ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଫଟୋ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସୋସିଆଲ ମିଡିଆରେ ବିରାଟଙ୍କ ଭାବପ୍ରବଣର ଫଟୋ ସହ ପ୍ରେମାନନ୍ଦ ମହାରାଜଜୀଙ୍କ ଫଟୋ ଭାଇରାଲ୍ ହେଉଛି ତାସହ ବିରାଟଙ୍କ ପୂର୍ବ ଗସ୍ତର ଫଟୋକୁ ଏ ବିଜୟ ସହ ଯୋଡ଼ି କେହି କେହି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।
Read More ...

ALL NEWS