More News
ପୁଷ୍କରା କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର |
କଟକ,(ଉତ୍କଳ ନ୍ୟୁଜ),୨.୦୮.୨୦୨୫ : ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଯୁଗ ଫେରିବା ନେଇ ଆଶାବାଦୀ ଥିବା ଓଡ଼ିଆଙ୍କ ପାଇଁ ଆଉ ଏକ ଖୁସି ଖବର | ଆଜି ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିବା ବେଳେ ବାଜିମାତ କରିଛି ଓଡ଼ିଆ ସିନେମା "ପୁଷ୍କରା" | ୨୦୨୩ ମସିହାର ଶ୍ରେଷ୍ଠ ଓଡ଼ିଆ ଫିଚର ସିନେମା ଭବେ "ପୁଷ୍କରା" ମନୋନୀତ ହୋଇଛି | ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ "ପୁଷ୍କରା"ର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର | ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ସୁପ୍ରିୟା ନାୟକଙ୍କ ସହ ଚୌଧୁରୀ ବିକାଶ ଦାସ , ଅଶ୍ରୁମୋଚନ ମହାନ୍ତି ,ତ୍ରିଭୁବନ ପଣ୍ଡା , ଅଳକା ଶତପଥୀ , ରବି ମିଶ୍ର ଓ ଶଙ୍କର ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି | ଚଳଚ୍ଚିତ୍ରର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ୨୦୦୪ ମସିହାରେ ରଚିତ ଉପନ୍ୟାସ "ନାଦବିନ୍ଦୁ" ଉପରେ ଆଧାରିତ ହୋଇଛି "ପୁଷ୍କରା" |
Read More ...
Read More ...
ରାଷ୍ଟ୍ରପତି ଦେଖିଲେ "ଶ୍ରୀ ଜଗନ୍ନାଥଙ୍କ ନବକଳେବର" |
କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ ଓଡିଆ ସିନେମା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ମହାମହିମ ଦେଖିଲେ ମହାପ୍ରଭୁଙ୍କ ନବକଳେବରର କାହାଣୀ । ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା "ଶ୍ରୀ ଜଗନ୍ନାଥଙ୍କ ନବକଳେବର" ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର କଲଚୁରାଲ ସେଣ୍ଟରରେ ସିନେମା ଦେଖିଲେ ମହାମହିମ ।ଏହି ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିନୀତି ଉପରେ ଆଧାରିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ସହ ସିନେମା ଦେଖିଥିଲେ ପୂରା ନବକଳେବର ଟିମ୍ । ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଚଳଚ୍ଚିତ୍ରର କଳାକାରମାନେ ଏବଂ ଅନ୍ୟ ସଦସ୍ୟ ସାମିଲ ଥିଲେ । ରଥଯାତ୍ରା ସମୟରେ ବହୁ ପ୍ରତୀକ୍ଷା ଅନ୍ତ ଘଟାଇ ରିଲିଜ ହୋଇଥିଲା ସିନେମା ଶ୍ରୀ ଜଗନ୍ନାଥଙ୍କ ନବକଳେବର । ଏହି ଅବସରରେ ମହାପ୍ରଭୁଙ୍କ ଲୀଳା ଦେଖିବାର ସୁଯୋଗ ପାଇଥିଲେ ଜଗନ୍ନାଥପ୍ରେମୀ । ତେବେ ଏହି ସିନେମା ଜରିଆରେ ଦାରୁ ବିଗ୍ରହଙ୍କ ବ୍ରହ୍ମ ପରିବର୍ତ୍ତନ ଓ କଳାପାହାଡ଼କୁ ନେଇ ଲିଖିତ ଇତିହାସକୁ ପାଖରୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଆଗାମୀ ପିଢ଼ି ନିକଟରେ ଏସବୁକୁ ସନ୍ତକ ଭାବେ ରଖିବାର ଲକ୍ଷ୍ୟ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା କହିଛନ୍ତି ପ୍ରଯୋଜିକା ତଥା ନିର୍ଦ୍ଦେଶକ ବିନି ସାମଲ । ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟି ଷ୍ଟାର କାଷ୍ଟ ରହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଅଶ୍ରୁମୋଚନ, ଶ୍ରୀତମ ଦାସ, ଜ୍ୟୋତିରଞ୍ଜନ ନାୟକ, ପିଙ୍କି ପ୍ରଧାନ ଶିବାନୀଙ୍କ ସମେତ ଆହୁରି ଅନେକ କଳାକାର କାମ କରିଥିବା ବେଳେ ସିନେମାଟି ଓଡିଶାରେ ବେଶ୍ ପ୍ରଶଂସା ସାଉଁଟୁଛି ।
Read More ...
Read More ...
ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ |
କଟକ,(ଉତ୍କଳ ନ୍ୟୁଜ),୧୪.୦୭.୨୦୨୫ : ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ଘଟିଛି ତାଙ୍କୁ ୮୩ ବର୍ଷ ହୋଇଥିଲା | ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା | ଶ୍ରୀନିବାସ ରାଓ ବିଜେପିରେ ଯୋଗ ଦେଇଥିଲେ | ଏବଂ ୧୯୯୯ରେ ତତ୍କାଳୀନ ଅଖଣ୍ଡ ଆନ୍ଦ୍ରପ୍ରଦେଶରେ ବିଜୟୱାଡା ପୂର୍ବ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ | କୋଟା ନାମରେ ଜଣାଶୁଣା ଶ୍ରୀନିବାସ ରାଓ ଜଣେ ଥିଏଟର କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ | ସେ ୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ବିଜୟୱାଡା ସହରରେ ଉପାନ୍ତ କଙ୍କିପାଡୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତ ଗଭୀର ଶୋକ ପ୍ରକାଶ କରିଛି ତାଙ୍କ ସମସ୍ତ ସାଥି କଳାକାର ଏବଂ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଅଭିନେତାଙ୍କୁ ଲୁହଭରା ଆଖିରେ ସ୍ମରଣ କରୁଛନ୍ତି |
Read More ...
Read More ...
ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ |
କଟକ,(ଉତ୍କଳ ନ୍ୟୁଜ),୧୪.୦୭.୨୦୨୫ : ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ଘଟିଛି ତାଙ୍କୁ ୮୩ ବର୍ଷ ହୋଇଥିଲା | ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା | ଶ୍ରୀନିବାସ ରାଓ ବିଜେପିରେ ଯୋଗ ଦେଇଥିଲେ | ଏବଂ ୧୯୯୯ରେ ତତ୍କାଳୀନ ଅଖଣ୍ଡ ଆନ୍ଦ୍ରପ୍ରଦେଶରେ ବିଜୟୱାଡା ପୂର୍ବ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ | କୋଟା ନାମରେ ଜଣାଶୁଣା ଶ୍ରୀନିବାସ ରାଓ ଜଣେ ଥିଏଟର କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ | ସେ ୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ବିଜୟୱାଡା ସହରରେ ଉପାନ୍ତ କଙ୍କିପାଡୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତ ଗଭୀର ଶୋକ ପ୍ରକାଶ କରିଛି ତାଙ୍କ ସମସ୍ତ ସାଥି କଳାକାର ଏବଂ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଅଭିନେତାଙ୍କୁ ଲୁହଭରା ଆଖିରେ ସ୍ମରଣ କରୁଛନ୍ତି |
Read More ...
Read More ...
ପୁଣି ଟିଭି ପରଦାକୁ ଫେରିବେ ସ୍ମୃତି
କଟକ,(ଉତ୍କଳ ନ୍ୟୁଜ),୦୮.୦୭.୨୦୨୫ :ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍ ଭି କଭି ବହୂ ଥି’କୁ ଫେରିଛନ୍ତି। ଏହାର ପ୍ରିମିୟର ପୂର୍ବରୁ ସ୍ମୃତି ଇରାନୀ ତୁଲସୀ ବିରୱାନି ଚରିତ୍ରରେ ନଜର ଆସିଛନ୍ତି। ଏହାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ସ୍ମୃତି ଏକ ମେରୁନ୍ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ସେଥିରେ ସୁନେଲି ବୁଟି ଏବଂ ଜରି ବର୍ଡର ରହିଛି। ମଥାରେ ସେ ତାଙ୍କ ଚିରାଚରିତ ବଡ଼ ବିନ୍ଦି ପିନ୍ଧିବା ସହିତ ବେକରେ ପାରମ୍ପରିକ ମନ୍ଦିର ଗହଣା ଓ ମଙ୍ଗଳସୂତ୍ର ପକାଇଛନ୍ତି। ୨୦୦୦ରୁ ୨୦୦୮ରେ ହିନ୍ଦୀ ଧାରାବାହିକ ‘କ୍ୟୁଁକି ସାସ୍ ଭି କଭି ବହୂ ଥି’ ଟେଲିଭିଜନ ଦୁନିଆରେ ବିଶେଷ ଆକର୍ଷଣ ହାସଲ କରିଥିଲା। ଏହି ଧାରାବାହିକ ଜରିଆରେ ଅଭିନେତ୍ରୀ ସ୍ମୃତି ଇରାନୀ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିଲେ। ଗତ ସାଧାରଣ ନିର୍ବାଚନରେ ଆମେଥିରୁ ହାରିବା ପରେ ବର୍ତ୍ତମାନ ପୁଣିଥରେ ସ୍ମୃତି ସେହି ଟେଲିଭିଜନ ଧାରାବାହିକକୁ ଫେରିଛନ୍ତି। ୱି ଦି ୱିମ୍ୟାନ୍ର ଏକ ଏପିସୋଡ୍ରେ ସ୍ମୃତି ଇରାନୀ ଧାରାବାହିକ ପ୍ରକାଶର ବିଳମ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ସେ କହିଛନ୍ତି, ଏହି ଧାରାବାହିକକୁ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ ଯେ ୨୦୧୪ରେ ଏହା ପୁଣିଥରେ ସୁଟିଂ କରିବାକୁ ସେ ଚୁକ୍ତି କରିଥିଲେ। କିନ୍ତୁ ପରେ ଭାରତର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାରୁ ଏଥିରୁ ସେ ବାହାରିଯାଇଥିଲେ। ସେତେବେଳେ ସୁଟିଂ ସେଟ୍ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶପଥ ନେବା ନିମନ୍ତେ ଫୋନ୍ କଲ୍ ଆସିଥିଲା।
Read More ...
Read More ...
ସୁପରଷ୍ଟାର ସଲମାନ ଖାନ ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର " ସିକନ୍ଦର " ର ଟିଜର ରିଲିଜ ହୋଇଯାଇଛି |
କଟକ (ଉତ୍କଳ ନ୍ୟୁଜ ) ୩୧-୧୨-୨୦୨୪ : ସୁପରଷ୍ଟାର ସଲମାନ ଖାନ ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର " ସିକନ୍ଦର " ର ଟିଜର ରିଲିଜ ହୋଇଯାଇଛି | ଟିଜରରେ ସଲମାନ ଙ୍କ ଜବରଦସ୍ତ ଆକ୍ସନ ଏବଂ ସୁନ୍ଦର ସଙ୍ଗୀତ ରେ ଫ୍ୟାନ୍ସ ମାନଙ୍କ ମଧ୍ୟ ରେ ଏକ ଆଲୋଡ଼ନ ସୃଷ୍ଟି କରିଛି | ୧ ମିନିଟ ୪୧ ସେକେଣ୍ଡ ଟିଜରରେ ସଲମାନ ପ୍ରାଧାନ୍ୟ ବିସ୍ତାର କରୁଥିବା ଦେଖାଯାଇଥିଲା | ପ୍ରଶଂସକମାନେ ଏହାକୁ ଚମତ୍କାର ବୋଲି କହିଛନ୍ତି। ଡିସେମ୍ବର ୨୭ ରେ ରିଲିଜ ହେବାକୁ ଥିବା ଏହି ଟିଜରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଦୁଇ ଦିନ ଅପେକ୍ଷା କରିବା ପରେ ପ୍ରଶଂସକମାନେ ସେମାନଙ୍କର ସିକନ୍ଦର ର ପ୍ରଥମ ଝଲକ ଲକ ଦେଖିବାକୁ ପାଇଛନ୍ତି।
Read More ...
Read More ...
ପ୍ରଶ୍ନପତ୍ର ଭଳି ବିବାହ କାର୍ଡ ବନେଇ ଚର୍ଚ୍ଚା ରେ ନାଵ ଦମ୍ପତ୍ତି |
କଟକ (ଉତ୍କଳ ନ୍ୟୁଜ ) ୨୬-୮-୨୦୨୪ : ପ୍ରଶ୍ନପତ୍ର ଭଳି ବିବାହ କାର୍ଡ ବନେଇ ଚର୍ଚ୍ଚା ରେ ନାଵ ଦମ୍ପତ୍ତି | ଲୋକମାନେ ବିବାହ କାର୍ଡରେ ବିଭିନ୍ନ ପ୍ରକାରର ପରୀକ୍ଷଣ କରୁଛନ୍ତି । କିଛି ସମୟ ପୂର୍ବରୁ, ଜଣେ କପଲ ଏକ ପାସପୋର୍ଟ ଲୁକ୍ ବିବାହ କାର୍ଡ ତିଆରି କରିଥିଲେ। ଯାହା ସୋସିଆଲ ମିଡିଆରେ ବହୁ ଧ୍ୟାନ ଆକର୍ଷଣ କରିଥିଲା । ବର୍ତ୍ତମାନ ଆଉ ଏକ କପଲ ଦମ୍ପତି ଗୋଟିଏ ପାଦ ଆଗକୁ ଯାଇ ଏକ ନିଆରା ବିବାହ ନିମନ୍ତ୍ରଣ କାର୍ଡ ବନାଇଛନ୍ତି। ଆନ୍ଧ୍ରପ୍ରଦେଶର ଏହି କପଲ ନିଜ ବିବାହ କାର୍ଡରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ପାରମ୍ପାରିକ କାର୍ଡ ବଦଳରେ ସେମାନେ ଏହାକୁ ଏକ ପରୀକ୍ଷା ପ୍ରଶ୍ନ ପେପର ଆକାରରେ ଡିଜାଇନ୍ କରିଛନ୍ତି । ବାହାଘର କାର୍ଡକୁ ନେଇ ଚର୍ଚ୍ଚାରେ ତେଲେଙ୍ଗାନା ପଶ୍ଚିମ ଗୋଦାବରୀ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ । ଏକ ଘରୋଇ ଇଂଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ପ୍ରତ୍ୟୁଷା ନାରକେଡାମିଲି । ସେ ବିଶାଖାପାଟଣାର ଫନିନ୍ଦ୍ରଙ୍କୁ ବିବାହ କରିବେ । ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ସେଠାରେ ଭେଟିଥିଲେ । ତେବେ ବାବାହ କାର୍ଡ ପୁରାପୁରି ଭାବେ ପ୍ରଶ୍ନପ୍ରତି ଭଳି ଦେଖିବାକୁ । ଏଥିରେ ସିଙ୍ଗଲ୍ ଆନସର କୋଶ୍ଚିନ, ମଲ୍ଟିପଲ ଚଏସ ପ୍ରଶ୍ନ, ଭଳି ଅଜବ ଗଜବ ଲେଖା ହୋଇଛି। କାର୍ଡ ଡ୍ରେସ, ଡିନର ଠାରୁ ଆରମ୍ଭ କରି ସମସ୍ତ ଜିନିଷ ସ୍ବତନ୍ତ୍ର ଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ଏହି କାର୍ଡରେ ୮ଟି ପ୍ରଶ୍ନ କରାଯାଇଛି । ପ୍ରଥମ ପ୍ରଶ୍ନରେ ବରର ଫଟୋ ଆଗରେ ଲେଖିଛନ୍ତି । ଏହା ପରେ କନିଆଙ୍କ ନାମ, ବିବାହ ଦିନ, ସମୟ, ସ୍ଥାନ, ଡିନର ନେଇ ପ୍ରଶ୍ନ ରହିଛି । ଏବେ ଏହି କାର୍ଡ ପାଇଁ ବର୍ତ୍ତମାନ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରାଯାଉଛି ।
Read More ...
Read More ...
ସତ ଜନ୍ମ ର ସାଥି ହେଲେ ଅନନ୍ତ ଓ ରାଧିକା |
କଟକ (ଉତ୍କଳ ନ୍ୟୁଜ ) ୧୩-୦୭-୨୦୨୪ ; ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନପୁଅ ଅନନ୍ତ ଅମ୍ୱାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଉଭୟ ବିବାହ କରିଛନ୍ତି। ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ଯେଉଁଥିରେ ବଲିଉଡ, ହଲିଉଡ ତାରକାଠାରୁ ଆରମ୍ଭ କରି ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି। ମାର୍ଚ୍ଚରେ ଜାମନଗରରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ୫ ହଜାର କୋଟି ବ୍ୟୟରେ ହେଉଥିବା ଏହି ବାହାଘରରେ ପ୍ରାୟ ୨୫୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ବିବାହରେହଲିଉଡ଼ ଗାୟକ ଜଷ୍ଟିନ ଵିଵର , କିମ କାର୍ଡିସିଆନ, ରେସଲର ତଥା ଅଭିନେତା ଜନ ସିନା ପ୍ରମୁଖ ଉପସ୍ଥିତ ରହିଥିଲେ | ବଲିଉଡ୍ ଗାୟକ ହନି ସିଂହଙ୍କ ପରଫରମାନ୍ସ ସହ ରଣବୀର ସିଂହଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅନିଲ କପୁର,ସଲ୍ମାନ୍ ଖାନ୍, ଶାହରୁଖ୍ -ଗୌରୀ, କ୍ୟାଟ୍ରିନା କୈଫ୍-ଭିକି କୌଶଲ୍, ଜନ୍ ସିନା, ଅର୍ଜୁନ କପୁର, ରଣବୀର ସିଂ, ସଞ୍ଜୟ ଦତ୍ତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ପରିବାର ଏବଂ ଆଲିଆ ଭଟ୍ଟ ପ୍ରମୁଖ ଏହି ବାବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Read More ...
Read More ...
ଭାଟପଡା ତାରିଣୀ ପୀଠ ଉତ୍ସବ ମୁଖର |
କଟକ (ଉତ୍କଳ ନ୍ୟୁଜ ) ୧୧-୦୪-୨୦୧୩ : ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିତ ଭାଟପଡା ତାରିଣୀ ପୀଠ( ସାର୍ବଜନୀନ) ଉତ୍ସବ ମୁଖର ହୋଇ ଉଠିଛି। ପବିତ୍ର ପଣା ସଂକ୍ରାନ୍ତୀ ଉପଲକ୍ଷେ ଆଜିଠାରୁ ଉତ୍ସବ ହୋଇ ଯାଇଛି। ମଙ୍ଗଳବାର ବିଶ୍ବଶାନ୍ତି ମହାଯଜ୍ଞର ଅଧିବାସ କରାଯିବା ସହିତ ନାମଯଜ୍ଞ ଆରମ୍ଭ ହୋଇଛି। ୧୨ ତାରିଖରେ ମହାଯଜ୍ଞ ସହିତ ସଂଧ୍ଯାରେ ପ୍ରବଚନ କାର୍ଯ୍ଯକ୍ରମ ରହିଛି। ୧୩ ତାରିଖରେ ଭଜନ ସମାରୋହ ସହିତ ନୃତ୍ୟ, ୧୪ ତାରିଖରେ ପ୍ରବଚକ ଏବଂ ୧୫ ତାରିଖରେ ପାଟୁଆ ମେଳନ ରହିଛି। ଉତ୍ସବକୁ ସରସ ସୁନ୍ଦର କରିବା ଲାଗି ପୂଜକ ଦୀନବନ୍ଧୁ ବେହେରାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ସରପଞ୍ଚ ଶଭ୍ରନାରାୟଣ ସେଠୀ, ସମ୍ପାଦକ ସୀତାକାନ୍ତ ନାୟକ, ଲକ୍ଷ୍ମୀଧର ପତି, ପ୍ରତାପ ଜେନା, ମାୟାଧର ବାରିକ, ତପନ ମିଶ୍ର, ସନା ସାହୁ ଓ ଧିରେନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।
Read More ...
Read More ...
କରୋନା କଟକଣାରେ ପୂଜା ପାଉଛନ୍ତି ମା' କାଳୀ।
କଟକ(ଉତ୍କଳ ନିଉଜ) ୦୫/୧୧/୨୦୨୧ କରୋନା କଟକଣା ମଧ୍ୟରେ ମା କାଳୀଙ୍କ ପୂଜା ପରମ୍ପରା ପାଳନ କରା ଯାଇଛି । ଏନେଇ ପ୍ରଶାସନିକ ସ୍ତରରେ ମଧ ହୁଇପ୍ ଜାରି କରାଯାଇଛି। କଟକଣା ରଙ୍ଗ ବେରଙ୍ଗର ସାଜସଜ୍ଜା ସହିତ ଉଜ୍ଜଳ ଆଲୋକ ମାଳା, ଭଜନ ସଂଧ୍ୟା, ପାଲା, ଦାସକାଠିଆ ଓ ଅପେରା ଠାରୁ ଦୂରେଇ ରହିଛି ପୂଜା କମିଟି । ଏହି ପୂଜା ସାତଦିନ ଧରି ଚାଲିବ । ସାତ ଦିନ ଧରି ପର୍ଯ୍ୟାୟକ୍ରମେ ମା’କାଳୀ ତାରା, ଷୋଡଶୀ, ଭୁବନେଶ୍ୱରୀ , ଭୈରବୀ , ଛିନ୍ନମସ୍ତା, ଧୂମାବତୀ, ବଗଲା, ମାତଙ୍ଗୀ ଓ କମଳା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏନେଇ ଭକ୍ତଙ୍କ ମନରେ ଉତ୍ସାହ ଉଦ୍ଦିପନା ଭରି ଯାଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସର୍ବ ପୂରାତନ ଦେବୀପୀଠ କାଳୀମେଘା ଗ୍ରାମର ମା' ଦକ୍ଷିଣେଶ୍ୱର କାଳୀଙ୍କର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି । ୩ ଶହ ବର୍ଷରୁ ଉର୍ଦ୍ଧ ଧରି ଏଠାରେ ପୂଜା ପାଳିତ ହୋଇ ଆସୁଅଛି । ମା'ଙ୍କ ନାମ ଏବଂ ମେଘ ରଙ୍ଗର ରୁପକୁ ନେଇ ଗ୍ରାମର ନାମ ରହିଛି କାଳିମେଘା।
ଏଠାରେ ଛାଗ ବଳି ପରମ୍ପରା ରହିଥିବା ବେଳେ ବିଭିନ୍ନ ସମୟରେ ବିରୋଧଭାଷ ଓ କରୋନା କଟକଣାରେ ଗତବର୍ଷ ଠାରୁ ବନ୍ଦ କରାଯାଇଥିବା କୁହାଯାଇଛି । ୧୯୪୫ ମସିହାରୁ ତିହିଡିରେ ଶ୍ୟାମାକାଳୀ ପୂଜା ପାଳିତ ହୋଇ ଆସୁଅଛି । କରୋନା କଟକଣାରେ ମୂର୍ତ୍ତୀର ଉଚ୍ଚତା ଉପରେ ରୋକ ଲଗାଯାଇଛି । ସେହିପରି ପୀରହାଟ ପୁରୁଣା ବଜାରରେ ଶ୍ୟାମାକାଳୀ ପୂଜା ପାଳିତ ହେଉଅଛି । ଏଠାରେ ଛାଗ ବଳି ପ୍ରଥା ପ୍ରଚଳନ ନଥିବା ବେଳେ ଆମିଷ ଭୋଗ ଲାଗିଥାଏ । ପୀରହାଟ ମଝିବଜାରରେ ବଲାଇ ଚନ୍ଦ୍ର ମିଶ୍ରଙ୍କ ବାସଭବନରେ ବିଗତ ୫୨ ବର୍ଷ ଧରି କାଳୀପୂଜା ପାଳିତ ହେଉଅଛି । ବହୁ ଦୂର ଦୁରନ୍ତାରୁ ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରି ମାନସିକ ପୂରଣ କରିଥାନ୍ତି । କମିଟି ପକ୍ଷରୁ ବ୍ୟାପକ ବ୍ଯବସ୍ଥା କରାଯାଇଥିବା ପରିଲକ୍ଷିତ ହୋଇଛି।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |
Read More ...
ଏଠାରେ ଛାଗ ବଳି ପରମ୍ପରା ରହିଥିବା ବେଳେ ବିଭିନ୍ନ ସମୟରେ ବିରୋଧଭାଷ ଓ କରୋନା କଟକଣାରେ ଗତବର୍ଷ ଠାରୁ ବନ୍ଦ କରାଯାଇଥିବା କୁହାଯାଇଛି । ୧୯୪୫ ମସିହାରୁ ତିହିଡିରେ ଶ୍ୟାମାକାଳୀ ପୂଜା ପାଳିତ ହୋଇ ଆସୁଅଛି । କରୋନା କଟକଣାରେ ମୂର୍ତ୍ତୀର ଉଚ୍ଚତା ଉପରେ ରୋକ ଲଗାଯାଇଛି । ସେହିପରି ପୀରହାଟ ପୁରୁଣା ବଜାରରେ ଶ୍ୟାମାକାଳୀ ପୂଜା ପାଳିତ ହେଉଅଛି । ଏଠାରେ ଛାଗ ବଳି ପ୍ରଥା ପ୍ରଚଳନ ନଥିବା ବେଳେ ଆମିଷ ଭୋଗ ଲାଗିଥାଏ । ପୀରହାଟ ମଝିବଜାରରେ ବଲାଇ ଚନ୍ଦ୍ର ମିଶ୍ରଙ୍କ ବାସଭବନରେ ବିଗତ ୫୨ ବର୍ଷ ଧରି କାଳୀପୂଜା ପାଳିତ ହେଉଅଛି । ବହୁ ଦୂର ଦୁରନ୍ତାରୁ ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରି ମାନସିକ ପୂରଣ କରିଥାନ୍ତି । କମିଟି ପକ୍ଷରୁ ବ୍ୟାପକ ବ୍ଯବସ୍ଥା କରାଯାଇଥିବା ପରିଲକ୍ଷିତ ହୋଇଛି।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |
Read More ...
ବଜାଜର ନୂଆ ସିଟି୧୧୦ ଏକ୍ସର ବଜାର ପ୍ରବେଶ
କଟକ (ଉତ୍କଳ ନୁୟଜ) ୧୬-୪-୨୧ : ବଜାଜର ନୂଆ ସିଟୀ୧୧୦ଏକ୍ସର ବଜାର ରେ ପ୍ରବେଶ | ନିରାପତ୍ତା ଓ ସ୍ଵାଚ୍ଛନ୍ଦ୍ୟ ପ୍ରଦାନ କରିଛି |ବାଜାଜ ଅଟୋ ପକ୍ଷରୁ ଭାରତରେ ଶୁଭାରମ୍ଭ ହୋଇଛି ସିଟି ବର୍ଗମାଳାର ଶୀଷସ୍ତୁର ସଂସକରଣ| ଏହି ମୋଟରସିକିଲରେ ପଛପଟେ ଏକ କ୍ୟାରିୟର ମଧ୍ୟ ରହିଛି ଯାହା ୭ କିଲୋଗ୍ରାମ ଓଜନ ବୋହିବାକୁ ସମର୍ଥ | ସିଟକୁ ଡୁଆଲ ଟେକ୍ସଚର ଡୁଆଲ ଷ୍ଟିଚିଂ ଫିନିଷ କରାଯାଇଛି | ପରିପ୍ରେକ୍ଷୀରେ ବାଜାଜ ଅଟୋର ମୋଟରସାଇକଳସ ବିଭାଗ ସଭାପତି ସାରଙ୍କ କାନଦେ କହିଛନ୍ତି,"ସିଟୀ୧୧୦ଏକସର ଆମେ ଅଧିକ ବେଶିଷ୍ଠ୍ୟ ଯୋଡ଼ିଛୁ | ମାଇଲେଜ ସହ କୌଣସି ପ୍ରକାର ସାଲିସ କରାଯାଇନାହିଁ |
Read More ...
Read More ...
ପଠାନ ପାଇଁ ୧୦୦ କୋଟି
କଟକ (ଉତ୍କଳ ନୁୟଜ) ୩୦-୩-୨୧ : ବଲିଉଡର ଶାହରୁଖ ଖାନ ନିଜର ଆଗାମୀ ଚଳଚିତ୍ର ପଠନ ପାଇଁ ଏବେ ବେଶ ଚର୍ଚାରେ ରହିଛନ୍ତି | ଏହି ଚାଲିଚିତ୍ର ପାଇଁ ସେ ପାରିଶ୍ରମିକ ବାବଦକୁ ୧୦୦କୋଟି ୟାଙ୍କ ଦାବି କରିଛନ୍ତି ବୋଲି କୁହାଯାଇଛି | ଏହା ସତ ଶାହରୁଖ ବଲିଉଡ ସବୁଠାରୁ ଦାମୀ ତଥା ମହାଙ୍ଗା ଅଭିନେତା ହୋଇଯିବେ | ଶାହରୁଖଙ୍କ ଶେଷ ଚଳଚିତ୍ର ଜିରୋ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନଥିଲା | ଏଥିସହ କିଙ୍ଗ ଖାନଙ୍କ ପ୍ରଶଂସକମାନେ ବି ନିରାଶ ହୋଇଥିଲେ | ପ୍ରଶଂସକମାନେ ପୁଣି ଏକ ଦମଦାର ଚଳଚିତ୍ର ଭେଟି ଦେବାକୁ ଦେବାକୁ ଶାହରୁଖ ପ୍ରସ୍ତୁତ ହୋଇଯାଇଛନ୍ତି | ଏବେ ସେ ପଠାନ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି |
Read More ...
Read More ...