କଟକ,(ଉତ୍କଳ ନ୍ୟୁଜ),୧୪.୦୭.୨୦୨୫ : ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ଘଟିଛି ତାଙ୍କୁ ୮୩ ବର୍ଷ ହୋଇଥିଲା | ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା | ଶ୍ରୀନିବାସ ରାଓ ବିଜେପିରେ ଯୋଗ ଦେଇଥିଲେ | ଏବଂ ୧୯୯୯ରେ ତତ୍କାଳୀନ ଅଖଣ୍ଡ ଆନ୍ଦ୍ରପ୍ରଦେଶରେ ବିଜୟୱାଡା ପୂର୍ବ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ | କୋଟା ନାମରେ ଜଣାଶୁଣା ଶ୍ରୀନିବାସ ରାଓ ଜଣେ ଥିଏଟର କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ | ସେ ୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ବିଜୟୱାଡା ସହରରେ ଉପାନ୍ତ କଙ୍କିପାଡୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତ ଗଭୀର ଶୋକ ପ୍ରକାଶ କରିଛି ତାଙ୍କ ସମସ୍ତ ସାଥି କଳାକାର ଏବଂ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଅଭିନେତାଙ୍କୁ ଲୁହଭରା ଆଖିରେ ସ୍ମରଣ କରୁଛନ୍ତି |