More News
ଭିଜିଲାନ୍ସ ଜାଲରେ ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି |
କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : ଭିଜିଲାନ୍ସ ଜାଲରେ ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି | ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଲଂଚ ନେଉଥିବା ବେଳେ ଭିଜିଲାନ୍ସ ହାଥ ରେ ଧରାପଡ଼ିଛନ୍ତି | ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍ସନ୍ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ରାଓ ବଲାଙ୍ଗୀରରେ ରହୁଥିବା ରାଜୀବନଗରସ୍ଥିତ ଭଡ଼ାଘରେ ଭିଜିଲାନ୍ସ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍ପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଭଡ଼ା ଘରେ ଚଢ଼ାଉ ଜାରି ରଖିଛନ୍ତି।
Read More ...
Read More ...
ନାବାଳକ ଠାରୁ ଚୋରୀ ଅଳଙ୍କାର କିଣିବା ପଡିଲା ମହଙ୍ଗା, ସୁନା ଦୋକାନୀ ଗିରଫ୍।
କଟକ (ଉତ୍କଳ ନ୍ୟୁଜ ) ୩୧-୧୦-୨୦୨୫ : ନାବାଳକ ଠାରୁ ଚୋରୀ ଅଳଙ୍କାର କିଣିବା ପଡିଲା ମହଙ୍ଗା, ସୁନା ଦୋକାନୀ ଗିରଫ୍। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଞ୍ଚଳରେ ଘଟିଛି ଏପରି ଅଘଟଣ। ପୋଲିସ ଏନେଇ ଚୋରୀରେ ସଂପୃକ୍ତ ତଥା ମାଷ୍ଟରମାଇଣ୍ଡ ସିନ୍ଦୋଳ ଗ୍ରାମର ଜନୈକ ନାବାଳକକୁ ଅନଗୁଳସ୍ଥିତ ସୁଧାର ଗୃହରେ ଛାଡିଥିବା ବେଳେ ଅଳଙ୍କାର କଣିଥିବା ପୀରହାଟ ବଜାରସ୍ଥିତ ସୁନା ଦୋକାନୀ ତଥା ଦୌଲତପୁର ଗ୍ରାମର ବାସିନ୍ଦା ମହେଶ୍ବର ସାହୁଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସିନ୍ଦୋଳ ପଞ୍ଚାୟତ ଘାଟିଆସାହି ଗ୍ରାମର ତ୍ରିନାଥ ଦାସଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିଲା। ତାଙ୍କ ଏତଲା ମୂଳେ ପୋଲିସ ତଦନ୍ତ ଚଳାଇ ତାଙ୍କ ସମ୍ପର୍କିୟ ଜଣେ ନାବାଳକର ସଂପୃକ୍ତି ଜାଣିବାକୁ ପାଇଥିଲା। ସୁନା ଅଳଙ୍କାର ବିକି ନାବାଳକ ଜଣକ ଅଭିଯୁକ୍ତ ମହେଶ୍ବରଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା। ଶେଷରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ପୀରହାଟ ଆଇଆଇସି ରୋଜାଲିନ୍ ବେହେରାଙ୍କ ଠାରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ବେଆଇନ ବିଦେଶୀ ମଦ ଚାଲାଣ ବେଳେ ମାଡିବସିଲା ଟାଙ୍ଗି ପୁଲିସ , ୮୨ ଲିଟର ରୁ ଉର୍ଧ ବିଦେଶ ମଦ ଜବତ |
କଟକ (ଉତ୍କଳ ନ୍ୟୁଜ ) ୮-୯-୨୦୨୫ : ବେଆଇନ ବିଦେଶୀ ମଦ ଚାଲାଣ ବେଳେ ମାଡିବସିଲା ଟାଙ୍ଗି ପୁଲିସ | ସୂଚନା ଅନୁଯାୟୀ , ଗତ ୭ ତାରିଖ ରେ ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ନିର୍ଦେଶ କ୍ରମେ ଏସ ଆଇ ହେଏମନ୍ତ ସାମଲ ତାଙ୍କ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ବେଳେ , ବେଆଇନ ବିଦେଶୀ ମଦ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ | ସଂଗେ ସଂଗେ ଚଢ଼ାଉ କରୁ ଘଟଣା ସ୍ଥଳ ରୁ ୮୨ ଲିଟର ରୁ ଉର୍ଧ ବିଦେଶ ମଦ ଜବତକରି ଜଣଙ୍କୁ ଗିରଫ କରିଛି ପୋଲିସ | ଅଭିଯୁକ୍ତ ସଫା ଗ୍ରାମ ର ପରୀକ୍ଷିତ ପାଣ୍ଡଵ କୁ କେଶ ନମ୍ବର ୨୯୪ / ୨୫ ରେ ଗିରଫ କରି କରି କୋର୍ଟ ଫରୱାର୍ଡ଼ କରିଛି ପୋଲିସ |
Read More ...
Read More ...
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ( ଓୟୁଏଟି) ର ୬୪ତମ ପ୍ରତିଷ୍ଠା ଦିବସ।
କଟକ (ଉତ୍କଳ ନ୍ୟୁଜ ) ୨୫-୦୮-୨୦୨୫ : ଛାତ୍ର ଏବଂ କୃଷକଙ୍କ ମଧ୍ୟରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଭୂମିକା ନିର୍ବାହ କରୁ - ରାଜ୍ୟପାଳ ଭୁବନେଶ୍ଵର ୨୪.୦୮.୨୦୨୫: ଛାତ୍ରଛାତ୍ରୀ, କୃଷକ ମାନଙ୍କ ମଧ୍ୟରେ ତଥା ସମାଜରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୪ତାରିଖ ରବିବାର ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର ୬୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ନିମନ୍ତେ ବ୍ୟୟ ଆକଳନ, ଜମି ଓ ବିଦ୍ୟୁତର ଆବଶ୍ୟକତା, ଆୟ ଆକଳନ ଏବଂ ବିଭିନ୍ନ ସବ୍ସିଡି ଯୋଜନା ସମ୍ପର୍କରେ ତଥ୍ୟ ରଖି ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଓୟୁଏଟି କତୃପକ୍ଷଙ୍କୁ କହିଥିଲେ। ଏପରି ପ୍ରକଳ୍ପ ପ୍ରୋଫାଇଲ୍ ଛାତ୍ରଛାତ୍ରୀ ଏବଂ କୃଷକମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସମ୍ଭାବନା ବୁଝିବାରେ ସହାୟକ ହେବ ଏବଂ ସେମାନଙ୍କୁ ଏପରି ଉଦ୍ୟୋଗ ଗୁଡିକୁ ଆପଣାଇବା ନିମନ୍ତେ ଉତ୍ସାହିତ କରିବ ବୋଲି କହିଥିଲେ। ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପରିଦର୍ଶନ କରିଥିବା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ରାଜ୍ୟପାଳ ନିଜର ଉପଲବ୍ଧି ଅବତାରଣା କରି ଚାଷୀମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ପ୍ରଦାନ କରାଯାଉଥିବା ତାଲିମକୁ ପ୍ରଶଂସା କରିଥିଲେ। ତାଲିମ ନେବା ପରେ ଅଳ୍ପ କେତେଜଣ ଚାଷୀ ଔଦ୍ୟୋଗିକ କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉଛି। ଯଦି ସମସ୍ତଙ୍କୁ ପ୍ରକଳ୍ପ ପ୍ରୋଫାଇଲ୍ ଦିଆଯାଇ ମାର୍ଗଦର୍ଶନ କରାଯାଏ ତାହେଲେ କୃଷି ଉଦ୍ୟୋଗ କାର୍ଯ୍ୟକଳାପରେ ଅଂଶ ଗ୍ରହଣ ବୃଦ୍ଧି ପାଇବ ବୋଲି ରାଜ୍ୟପାଳ କହିଥିଲେ। ଓୟୁଏଟି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କୃଷିକୁ ଭାରତର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଥିଲେ। ଆମ ଦେଶରେ କୃଷି ଏକ ବୃତ୍ତି ନୁହେଁ ଏହା ଆମ ସଂସ୍କୃତି ର ଏକ ଅଂଶ ଏବଂ ଏହା ପରିବାର ସହିତ ଅର୍ଥନୀତିକୁ କୁ ପ୍ରତିପାଳନ କରେ ବୋଲି କହିଥିଲେ । ଓୟୁଏଟି ଭଳି ପ୍ରତିଷ୍ଠାନ ଗୁଡିକ ଦକ୍ଷ ମାନବ ସମ୍ବଳ ଏବଂ ଅଭିନବ ସମାଧାନ କୌଶଳର ବିକାଶ କରିବା ସହିତ ଜଳବାୟୁ ପରିବର୍ତ୍ତନ, ବଜାରର ହ୍ରାସ - ବୃଦ୍ଧି ଭଳି ଆହ୍ବାନକୁ ମୁକାବିଲା କରିବାରେ ସହାୟକ ହେବେ। ପ୍ରକ୍ରିୟାକରଣ , ଭାଲ୍ୟୁ ଆଡିସନ, ମାର୍କେଟିଂ ଏବଂ ରପ୍ତାନୀରେ କୃଷିର ବର୍ଦ୍ଧିତ ପରିସର ଉପରେ ଆଲୋକପାତ କରି ସଠିକ୍ କୃଷି, ଜୈବ ପ୍ରଯୁକ୍ତି ବିଦ୍ୟା, କ୍ରୁତ୍ରିମ ବୁଦ୍ଧିମତ୍ତା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏମ୍ ଏସ ଏମ ଇ ବିଭାଗ ଦ୍ଵାରା କୃଷି ଷ୍ଟାଟ ଅପ୍ ପାଇଁ ଅଗ୍ରଣୀ ନୋଡାଲ କେନ୍ଦ୍ର ଭାବରେ ଓୟୁଏଟି ମାନ୍ୟତା ପାଇବା ଏବଂ ୨୪ ଟି ଷ୍ଟାଟ ଅପକୁ ପରାମର୍ଶ ଦେବା କ୍ଷେତ୍ରରେ ଏହାର ସଫଳତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ପଦକ୍ଷେପ ଗୁଡ଼ିକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ। ଯୁବ କୃଷି ଉଦ୍ୟୋଗୀଙ୍କୁ ସଶକ୍ତ କରି ଓୟୁଏଟି ଗ୍ରାମୀଣ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିପାରିବ, ନିଯୁକ୍ତି ସୃଷ୍ଟି କରିବା ସହିତ ବିଶ୍ଵ ବଜାରରେ ଓଡ଼ିଶାର ଉପସ୍ଥିତିକୁ ବୃଦ୍ଧି କରିପାରିବ ବୋଲି ରାଜ୍ୟପାଳ କହିଥିଲେ। ଏହି ସମାରୋହରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଜୈବିକ କୃଷିର ଗୁରୁତ୍ଵ ଉପରେ ଆଲୋକପାତ କରି ଭାରତ କିପରି ଏକ ଆମଦାନୀକାରୀ ରାଷ୍ଟ୍ରରୁ ଏକ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି ତାହା ଅବତାରଣା କରିଥିଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଏକାମ୍ର - ଭୁବନେଶ୍ୱର ବିଧାୟକ ବାବୁ ସିଂହ ଏବଂ ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଡିନ୍ ସମ୍ପ୍ରସାରଣ ଶିକ୍ଷା ଡ. ପ୍ରସନ୍ନଜିତ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ରେଜିଷ୍ଟ୍ରାର ପ୍ରତିଭା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ମାର୍ଟ ଚାଷୀ, ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଅଧିକାରୀ, କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପୁସ୍ତିକା ଉନ୍ମୋଚିତ ହୋଇଥିଲା ଓ ୱାଇଫାଇ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା।
Read More ...
Read More ...
ଟାଙ୍ଗି ବୋମାମାଡ଼ ଘଟଣା, ମୁଖ୍ୟ ଆସାମୀ କୁ ବାନ୍ଧିଲା ଟାଙ୍ଗି ପୋଲିସ |
କଟକ (ଉତ୍କଳ ନ୍ୟୁଜ ) ୧୧-୦୮-୨୦୨୫ : ଟାଙ୍ଗି ବୋମାମାଡ଼ ଘଟଣା, ପୋଲିସ ହାଥ ରେ ମୁଖ୍ୟ ଅଭିଯୁକ୍ତ | ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ସୂଚନା ଦେଲେ ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ | ସୂଚନା ଅନୁଯାୟୀ , ରବିବାର ରାତିରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ୍ ଅନ୍ତର୍ଗତ ଗୋକୁଳପୁର ଗ୍ରାମ ରେ ବୋମା ବିସ୍ପୋରଣ ଘଟଣାରେ ମୂଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ୍। ଏହି ମୂଖ୍ୟ ଅଭିଯୁକ୍ତ ହେଉଛି ବୈକୁଣ୍ଠନାଥ ପାଲ୍ (ବାବୁନା) ଯିଏ କି ଦୁର୍ଦ୍ଧାନ୍ତ ଅପରାଧୀ କୁ ଗିରଫ କରିଛି ପୋଲିସ। ରସିକ୍ ନଗର ଗ୍ରାମ ର ମୁକେଶ କୁମାର ଦାସ ଗତକାଲି ସକାଳେ ଗୋବିନ୍ଦପୁର ରୁ ରସିକ୍ ନଗର ଯାଉଥିବା ସମୟ ରେ ପୁର୍ବ ଶତ୍ରୁତା କୁ ନେଇ ଗୋକୁଳପୁର୍ ଜଗନ୍ନାଥ୍ ମନ୍ଦିର ସାମ୍ନା ରେ ବୈକୁଣ୍ଠନାଥ ପାଲ୍, ତାଙ୍କ ବାପା ଭରତ ପାଲ୍, ଓ ତାଙ୍କ ଭାଇ ଶେଷଦେବ ପାଲ୍, ମିଶି ମୁକେଶ କୁମାର ଙ୍କୁ ଅଶ୍ଳିଳ ଭାଷା ରେ ଗାଳିଗୁଲଜ କରିବା ସହିତ ଜୀବନ ରୁ ମାରିଦେବା କୁ ଉଦ୍ୟମ କରି ଏକ ବୋମା ଆକ୍ରମଣ କରିଥିଲେ ଯେଉଁଠି ରେ ଅଳ୍ପକେ ରକ୍ଷା ପାଇଯାଇଥିଲେ ମୁକେଶ | ଏ ନେଇ ମୁକେଶ ଜୀବନ ବିକଳ ରେ ଧାଇ ଆସି ଟାଙ୍ଗୀ ଥାନା ରେ ଲିଖିତ ରୁପେ ଅଭିଯୋଗ କରିଥିଲେ,ପରେ ଟାଙ୍ଗୀ ଥାନା ପୋଲିସ୍ ଅଭିଯୋଗ କୁ କେସ ନମ୍ବର ୨୫୦ ରେ ରୁଜ୍ଜୁ କରି ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରିଥିଲେ। ତୁରନ୍ତ ବାବୁନା କୁ ଗିରଫ କରିବା ସହିତ, ତା ଘରୁ ଏକାଧିକ ଜୀବନ୍ତ ବୋମା ସହିତ ଗୋଟିଏ ବାଇକ୍ ଜବତ କରିବା ସହ କୋର୍ଟ ଫରୱାର୍ଡ଼ କରିଛି ଟାଙ୍ଗି ପୋଲିସ । ଏ ସଂକ୍ରାନ୍ତ ରେ ଟାଙ୍ଗୀ ଥାନା ପରିସରରେ ଏସ୍ଡିପିଓ ଏକ ପ୍ରେସ ବିଜ୍ଞପ୍ତି କରି ସମସ୍ତ ସୂଚନା ଦେଈ ଥିଲେ।
Read More ...
Read More ...
ଟାଙ୍ଗି , ଲୁହା ବିଦ୍ୟୁତ ପୋଲ ଚୋରି ଅଭିଯୋଗ ରେ ଆଉ ଜଣେ ଯୁବକ ଗିରଫ |
କଟକ (ଉତ୍କଳ ନ୍ୟୁଜ ) ୭-୦୮-୨୦୨୫ : ଲୁହା ବିଦ୍ୟୁତ ପୋଲ ଚୋରି ଅଭିଯୋଗ ରେ ଆଉ ଜଣେ ଯୁବକ ଗିରଫ | ପୂର୍ବ ରୁ ଟାଙ୍ଗି ପୋଲିସ ପକ୍ଷ ରୁ ଏହି ଘଟଣା ରେ ୩ ଜଣ ଅଭିଯୁକ୍ତ ଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ , ଏ ନେଇ ଆଉ ଜଣେ ଯୁବକ କୁ ବାନ୍ଧିଛି ପୋଲିସ | ଯୁବକ ଜଣଙ୍କ ହେଉଛି ଜଗତପୁର ଅଂଚଳ ନିମିସେଇପୁର ଗ୍ରାମ ର ବସନ୍ତ ମଲ୍ଲିକ ଙ୍କ ପୁଅ ବିଶ୍ୱଜିତ ମଲ୍ଲିକ ( ୨୨ ) | ପୋଲିସ ସୂଚନା ଅନୁଯାୟୀ , ଵିଶ୍ଵାନକାହାଣୀ ଓ ପ୍ରମୋଦ ଉଦ୍ୟାନ ପାଖ ରେ ଲଗା ଯାଇଥିବା ଲୁହା ବିଦ୍ୟୁତ ପୋଲ ଗୁଡିକୁ କେହି ଦୁର୍ବୁର୍ତ୍ତ କାଟି ନେଇଯାଇଛନ୍ତି | ଏ ନେଇ ୨୭ /୬/୨୫ ରେ ଟାଙ୍ଗି ଥାନା ରେ ଏକ ଅଭିଯୋଗ କରାଯାଇଥିଲା | ଅଭିଯୋଗ କୁ ତଦନ୍ତ କରି ଟାଙ୍ଗି ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ଏକ ଟିମ ଗଠନ କରି ତଦନ୍ତ ଚଳାଇଥିଲେ | ଏହି ଘଟଣା ରେ ପୂର୍ବ ରୁ ୩ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ | କାଲି ଆଉ ଜଣେ ଅଭିଯୁକ୍ତ ଙ୍କୁ ୧୧୭ / ୨୫ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗି ପୋଲିସ |
Read More ...
Read More ...
୨୫ କେଜି ଗଞ୍ଜେଇ ଜବତ କଲା ଚୌଦ୍ୱାର ଥାନା ପୋଲିସ |
କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ :କଟକରୁ ଗଞ୍ଜେଇ ବେପାରୀ ଗିରଫ। ୨ ବେପାରୀକୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ। ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଫୁଲବାଣୀରୁ ଏହି ଗଞ୍ଜେଇ ଚୌଦ୍ଵାର ଆସିଥିବା ସମୟରେ ପୋଲିସ ହାତରେ ଧରାପଡିଥିଲା । ସେମାନଙ୍କ ନିକଟରୁ କାର, ନକଲି ନମ୍ବର ପ୍ଲେଟ ଜବତ କରାଯାଇଛି। ଗଞ୍ଜେଇ ବେପାରୀଙ୍କୁ ଏସ୍କର୍ଟ ଦେଉଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି | ଖୁବଶୀଘ୍ର ସେମାନେ ଧରା ପଡ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ ସୂଚନା ଦେଇଛନ୍ତି |
Read More ...
Read More ...
ସାଇବର ଅପରlଧରେ ଗିରଫ ହେଲେ ସତ୍ୟଜିତ ନାୟକ , ଚାକିରୀ କରେଇଦେବା କହି ଠକି ନେଲେ 3 ଲକ୍ଷ |
କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଚାକିରୀ ନାଁରେ ଠକେଇ ଅଭିଯୋଗ । ଜଣେ ଠକକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ସତ୍ୟଜିତ ନାୟକ। ଚାକିରୀ ଦେବା ନାଁରେ ଜଣେ ଯୁବତୀଙ୍କୁ ୩ ଲକ୍ଷ ଟଙ୍କା ଠକେଇ କରିଥିଲା । ଅଭିଯୁକ୍ତ ନାଁରେ ମୋବାଇଲ ଫୋନ ଓ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଏନେଇ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି |
Read More ...
Read More ...
କଟକରେ ଧରା ହେଲେ ଆନ୍ତଃରାଜ୍ୟ ବନ୍ଧୁକ କାରବାର ଗ୍ୟାଙ୍ଗ |
କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : କଟକ ମାଲଗୋଦାମ ଥାନା ପୋଲିସ ପଞ୍ଜାରେ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ । ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଟି ପିଷ୍ଟଲ୍, ୧୩ ଟି ଜିଅନ୍ତା ଗୁଳି ଜବତ କରାଯାଇଛି। ଏହି ଘଟଣାର ପୋଲିସ ଅଧିକ ଖୋଳତାଳ କରୁଛି। ଯେଉଁ ସ୍ଥାନରୁ ଏହି ବନ୍ଧୁକ ଆସିଛି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ସେମାନେ ଧରା ପଡ଼ିବେ। ଅଭିଯୁକ୍ତ କାଦୁଆ ନାଁରେ ୫ ଟି ମାମଲା, ପୀୟୂଷ ନାଁରେ ୩ ଟି ମାମଲା, ବିଜୟ ରାଉଳ ନାଁରେ ୧୪ ଟି ମାମଲା, ବଦ୍ରିନାଥ ବେହେରା ନାଁରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି |ଏନେଇ କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି |
Read More ...
Read More ...
ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ଗିରଫ୍।
ତିହିଡି଼,(ଉତ୍କଳ ନ୍ୟୁଜ),୨୩.୦୭.୨୦୨୫ : ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ଗିରଫ୍ । ଝିଅ ଜନ୍ମ କରିବା ସ୍ତ୍ରୀର ଭୁଲ ବୋଲି ସ୍ୱାମୀ ପକ୍ଷରୁ ବାରମ୍ବାର କୁହା ଯାଉଥିଲା। ୨ଟି ଝିଅ ପରେ ସ୍ତ୍ରୀ ପୂନଶ୍ଚ ଗର୍ଭବତୀ ହୋଇଥିଲେ । ଯାହାକୁ ସହଜରେ ହଜମ କରିନପାରି ସ୍ୱାମୀ ଜଣକ ଅକଥନୀୟ ଅତ୍ୟାଚାର କରିବା ସହ ଘରେ କେହି ନଥିବାର ସୁଯୋଗ ନେଇ ମାଡ ମାରିଥିଲେ । ଏପରିକି ତାଙ୍କ ପେଟକୁ ଗୋଇଠା ମଧ୍ଯ ମାରିଥିଲେ। ଅଚେତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ତିହିଡି ପରେ ଭଦ୍ରକ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ଜଣା ପଡିଥିଲା ଏବଂ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ମେଡିକାଲରୁ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ ମହିଳା । ପୋଲିସ ଏକ ମାମଲା ୨୨୩/୨୫ ରୁଜୁ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ଗିରଫ୍ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ସାନ୍ତରାପୁର ବାଲିସାହିର ସେକ୍ ସାହାବୁଦ୍ଦିନ ବୋଲି ଜଣାଯାଇଛି । ଗତ ୨୦୧୭ ମସିହାରେ ସେ ତିହିଡି ମିର୍ଜାପୁର ଗ୍ରାମର ସମିନା ବିବିଙ୍କୁ ବିବାହ କରିଥିଲେ । ଇତି ମଧ୍ୟରେ ସମିନା ଦୁଇ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ସଂପ୍ରତି ଗର୍ଭବତୀ ମଧ୍ୟ ଥିଲେ । ଝିଅ ଜନ୍ମ ଦେଇଥିବା ନେଇ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଲଗାତର ଭାବେ ମାରଧର କରି ଆସୁଥିଲା । କେବଳ ସେତିକି ନୁହେଁ ଯୌତୁକ ଜନିତ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ଉଭୟ ଗାଁର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ବିଭିନ୍ନ ସମୟରେ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା । କିଛି ଦିନ ହେଲା ସମିନା ନିଜ ବାପ ଘରେ ରହୁଥିଲେ । ଗତ ତା ୦୪.୦୭.୨୫ରିଖରେ ଅଭିଯୁକ୍ତ ସ୍ୱାମୀ ସାହାବୁଦ୍ଦିନ୍ ସ୍ତ୍ରୀ ସମିନାଙ୍କୁ ମିର୍ଜାପୁରରେ ଭେଟି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ନିସ୍ତୁକ ମାଡ ମାରିବା ସହିତ ପେଟକୁ ଗୋଇଠା ମଧ୍ୟ ମାରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...
Read More ...
ବେଆଇନ୍ ଗୋ-ଚାଲାଣ, ୧୦ଟି ଗୋରୁ ଉଦ୍ଧାର
କଟକ(ଉତ୍କଳ ନିଉଜ)୨୧/୦୭/୨୦୨୫ : ବେଆଇନ୍ ଗୋ-ଚାଲାଣ, ୧୦ଟି ଗୋରୁ ଉଦ୍ଧାର । ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଥିବା ଚାଳକକୁ ଗିରଫ୍ କରିଛି ପୋଲିସ । ରାତିରେ ନୁହେଁ ବରଂ ଦିନରେ ଗୋମାଫିଆ ବେଆଇନ୍ ଭାବେ ଗୋ-ଚାଲାଣ କରୁଥିଲା । ସୋମବାର ମଧ୍ୟାହ୍ନରେ ଘଟଣା ପଦାକୁ ଆସିଥିଲା । ଗୋରୁ ବୋଝେଇ ଗାଡିଟି ତିହିଡି ବଜାରରେ ଧରା ପଡିଥିଲା । ମତୋ ବଜାର ଆଡୁ ଆସୁଥିବା ଉକ୍ତ (ନମ୍ବର ବିହୀନ)ଗାଡିକୁ ପୂର୍ବ ପ୍ରସ୍ତୁତି କ୍ରମେ କେତେକ ଯୁବକ ଧରି ପୋଲିସର ଜିମା ଦେଇଥିଲେ । ଏନେଇ ପୋଲିସ ଏକ ମାଲଲା ୨୪୯/୨୫ ରୁଜୁକରି ଅଭିଯୁକ୍ତ ଚାଳକ ମତୋ ପରମାନନ୍ଦପୁର ଗ୍ରାମର ମଜବୁର ରହେମାନକୁ ଗିରଫ କରିଛି ଏବଂ ସେଥିରେ ସଂପୃକ୍ତ ଜଣେ ନାବାଳକକୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଉଦ୍ଧାର ଗୋରୁଗୁଡିକୁ ସୟାସ୍ଥିତ ପତିତପାବନ ଗୋଶାଳାରେ ଛଡ଼ା ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।
Read More ...
Read More ...
ସ୍ତ୍ରୀକୁ ମାଡମାରି ସ୍ୱାମୀ କୋର୍ଟ ଚାଲାଣ
କଟକ(ଉତ୍କଳ ନିଉଜ)୨୧/୦୭/୨୦୨୫ : ସ୍ତ୍ରୀକୁ ମାଡମାରି ସ୍ୱାମୀ କୋର୍ଟ ଚାଲାଣ । ଝିଅ ଜନ୍ମ କରିବା ହେଲା ସ୍ତ୍ରୀର ଭୁଲ ବୋଲି ସ୍ୱାମୀ ପକ୍ଷରୁ କୁହାଯାଉଥିଲା । ୨ଟି ଝିଅ ପରେ ସ୍ତ୍ରୀ ପୂନଶ୍ଚ ଗର୍ଭବତୀ ହୋଇଥିଲେ । ଯାହାକୁ ହଜମ କରିନପାରି ସ୍ୱାମୀ ଜଣକ ଅକଥନୀୟ ଅତ୍ୟାଚାର କରିବା ସହ ଘରେ କେହି ନଥିବାର ସୁଯୋଗ ନେଇ ମାଡ ମାରିଥିଲେ । ଅଚେତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ପ୍ରଥମେ ତିହିଡି ପରେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ଜଣା ପଡିଥିଲା ଏବଂ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେଡିକାଲରୁ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ ମହିଳା । ପୋଲିସ ଏକ ମାମଲା ୨୨୩/୨୫ ରୁଜୁ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ୍ ଅଭିଯୁକ୍ତ ଭଦ୍ରକ ଜି୍ଲ୍ଲା ତିହିଡି ଥାନାଧିନ ସାନ୍ତରାପୁର ବାଲିସାହିର ସେକ୍ ସାହାବୁଦ୍ଦିନ ବୋଲି ଜଣାଯାଇଛି । ଗତ ୨୦୧୭ ମସିହାରେ ସେ ତିହିଡି ମିର୍ଜାପୁର ଗ୍ରାମର ସମିନା ବିବିଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ସମିନା ଦୁଇ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ସଂପ୍ରତି ଗର୍ଭବତୀ ମଧ୍ୟ ଥିଲେ । ଝିଅ ଜନ୍ମ ଦେଇଥିବା ନେଇ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଲଗାତର ଭାବେ ମାରଧର କରି ଆସୁଥିଲା । କେବଳ ସେତିକି ନୁହେଁ ଯୌତୁକ ଜନିତ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ଉଭୟ ଗାଁର ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ବିଭିନ୍ନ ସମୟରେ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା । କିଛି ଦିନ ହେଲା ସମିନା ନିଜ ବାପ ଘରେ ରହୁଥିଲେ । ଗତ ତା ୦୪.୦୭.୨୫ରିଖରେ ଅଭିଯୁକ୍ତ ସ୍ୱାମୀ ସାହାବୁଦ୍ଦିନ୍ ସ୍ତ୍ରୀ ସମିନାଙ୍କୁ ମିର୍ଜାପୁରରେ ଭେଟି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ନିସ୍ତୁକ ମାଡ ମାରିବା ସହିତ ପେଟକୁ ଗୋଇଠା ମଧ୍ୟ ମାରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।
Read More ...
Read More ...