More News
ବିଶ୍ୱ ପଖାଳ ଦିବସ ଅବସରରେ ରାଜ୍ୟସ୍ତରୀୟ ପଖାଳ ପରବ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ |
କଟକ ( ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୬ : ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ପଖାଳ ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ ପଖାଳ ପରବ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପଖାଳକୁ କେବଳ ଏକ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ।ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ କଥା କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ କେବଳ ଗରିବର ଖାଦ୍ୟ ନୁହେଁ, ବରଂ ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଟଙ୍କ ତୋରାଣି ଏବଂ ପଖାଳ ଭୋଗ ଲାଗି ହୋଇଥାଏ। ଭଗବାନଙ୍କ ପାଖରେ ଏହି ସରଳ ଖାଦ୍ୟର ଅର୍ପଣ ଦର୍ଶାଏ ଯେ ସାଧାରଣ ଜୀବନଶୈଳୀ କେତେ ଶୁଦ୍ଧ। ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା ଜିରୋ ୱେଷ୍ଟ ଖାଦ୍ୟ।ପଖାଳର ପ୍ରୋ- ବାୟୋଟିକ ଗୁଣ ବିଷୟରେ କହି ମୁଖ୍ୟମନ୍ତ୍ରୀ ପଖାଳରେ ଥିବା ହିତକର ଜୀବାଣୁ, ଯାହା ଦେହରେ ଥିବା ଅନିଷ୍ଟକାରି ଜୀବାଣୁଙ୍କୁ ମାରି ଦେଇ ଥାଆନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ। ସେ କହିଥିଲେ ଯେ, ବିଶ୍ୱ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉ ନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି। ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆମାନେ ଏହି ଦିନକୁ ଗର୍ବର ସହିତ ପାଳନ କରୁଛନ୍ତି। ପଖାଳ, ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି। ଏହା ଆମକୁ ଗର୍ବିତ କରୁଛି ଯେ ଆମର ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚି ପାରୁଛି।
ପଖାଳ ପରବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇଥିଲେ ଏବଂ ଯୁବ ପିଢ଼ିଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ । ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱରେ, ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମର ମୂଳ ସହିତ ମଧ୍ୟ ଯୋଡି ହୋଇରହିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପଖାଳ ଦିବସ ଆଜି ଆମ ସରକାରଙ୍କ ବିକଶିତ ଓଡ଼ିଶା ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନିଜର ପୁରାତନ ସଂସ୍କୃତିକୁ ସୁରକ୍ଷିତ ରଖି ଆଧୁନିକତା ଆଡ଼କୁ ଦୃଢ଼ ଭାବେ ଅଗ୍ରସର ହେବା ହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଏହାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ପାଇଁ ଆମ ସରକାର ଯେଉଁ ନିରନ୍ତର ଉଦ୍ୟମ କରୁଛନ୍ତି, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ନୂତନ ଆଶା ଏବଂ ଗର୍ବ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର, ସମେତ ୧୫ ଟି ରାଜ୍ୟରୁ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ବିଶ୍ୱସ୍ତର ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ (Chef) ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଶେଷକରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୭ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଖାଳ, ଅବହେଳିତ ସମ୍ପ୍ରଦାୟ (underprivileged community ) ର ୨୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ମାନଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାନ୍ଥନିବାସ ଠାରେ ସମସ୍ତ ଅତିଥି ମାନଙ୍କ ସହ ଓଡ଼ିଆ ଖାଦ୍ୟ ମେଳା ବୁଲି ଦେଖିଥିଲେ ଏବଂ ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିକୁ ଅନେକ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କ ସହ ପଖାଳ ଖାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି, ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି, ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଂଚାସୀନ ଥିବା ବେଳେ ବିଧାୟକଗଣ ଏବଂ ବିଶେଷ ଅତିଥିଗଣ ଉପସ୍ଥିତ ଥିଲେ।
Read More ...
ପଖାଳ ପରବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇଥିଲେ ଏବଂ ଯୁବ ପିଢ଼ିଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ । ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱରେ, ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମର ମୂଳ ସହିତ ମଧ୍ୟ ଯୋଡି ହୋଇରହିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ପଖାଳ ଦିବସ ଆଜି ଆମ ସରକାରଙ୍କ ବିକଶିତ ଓଡ଼ିଶା ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନିଜର ପୁରାତନ ସଂସ୍କୃତିକୁ ସୁରକ୍ଷିତ ରଖି ଆଧୁନିକତା ଆଡ଼କୁ ଦୃଢ଼ ଭାବେ ଅଗ୍ରସର ହେବା ହିଁ ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପଖାଳ ଦିବସ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଏହାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ପାଇଁ ଆମ ସରକାର ଯେଉଁ ନିରନ୍ତର ଉଦ୍ୟମ କରୁଛନ୍ତି, ତାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ନୂତନ ଆଶା ଏବଂ ଗର୍ବ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ସିଙ୍ଗାପୁର, ସମେତ ୧୫ ଟି ରାଜ୍ୟରୁ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ବିଶ୍ୱସ୍ତର ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ (Chef) ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଶେଷକରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୭ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଖାଳ, ଅବହେଳିତ ସମ୍ପ୍ରଦାୟ (underprivileged community ) ର ୨୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ମାନଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାନ୍ଥନିବାସ ଠାରେ ସମସ୍ତ ଅତିଥି ମାନଙ୍କ ସହ ଓଡ଼ିଆ ଖାଦ୍ୟ ମେଳା ବୁଲି ଦେଖିଥିଲେ ଏବଂ ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିକୁ ଅନେକ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କ ସହ ପଖାଳ ଖାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି, ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି, ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଂଚାସୀନ ଥିବା ବେଳେ ବିଧାୟକଗଣ ଏବଂ ବିଶେଷ ଅତିଥିଗଣ ଉପସ୍ଥିତ ଥିଲେ।
Read More ...
ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଶୁଭାରମ୍ଭ |
କଟକ (ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୬: ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଶୁଭାରମ୍ଭ ହୋଇଯାଇଛି। ଶ୍ରୀ ବ୍ରିଜେଶ ରାୟ, ଡିଆଇଜି (ପଶ୍ଚିମାଞ୍ଚଳ)ଏହି ଚାମ୍ପିୟାନସିପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟ ଅତିଥି ଶ୍ରୀ ରାୟ କହିଥିଲେ ଯେ, ଏପରି ଚାମ୍ପିୟନସିପ୍ ଆୟୋଜନ ଯୋଗୁଁ ପୋଲିସ ବିଭାଗରେ କାର୍ଯ୍ୟରତ କ୍ରୀଡ଼ାବିତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ସୁଦୃଢ଼ କରେ। ରାଜ୍ୟର ବିଭିନ୍ନ ଜିଲ୍ଲା, ରେଞ୍ଜ ଓ ବାଟାଲିୟନରୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ପୋଲିସ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ସୃଷ୍ଟି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଚାମ୍ପିୟାନସିପରେ ସାରା ରାଜ୍ୟରେ ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୧୪ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୩୨୦ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ମୋଟ ୧୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପୁଲ୍–ଏ ରେ ଚତୁର୍ଥ ଓଏସଏପି, ରାଉରକେଲା ଓ କମିଶନରେଟ ବି ମଧ୍ୟରେ ଖେଳ ୨–୨ ଗୋଲରେ ଡ୍ର ରହିଥିବା ବେଳେ ସୁନ୍ଦରଗଡ଼ ସମ୍ବଲପୁରକୁ ୪–୦ ଗୋଲରେ ଏବଂ ଚତୁର୍ଥ ଓଏସଏପି, ରାଉରକେଲା ସମ୍ବଲପୁରକୁ ୭–୦ ଗୋଲରେ ପରାଜିତ କରିଥିଲା। ସେହିପରି ସୁନ୍ଦରଗଡ଼ କମିଶନରେଟ ବି କୁ ୨–୧ ଗୋଲରେ ପରାଜିତ କରିଥିଲା। ପୁଲ୍–ବି ରେ ଷଷ୍ଠ ଓଏସଏପି, କଟକ ଓଆଇଏସଏଫ୍, ଭୁବନେଶ୍ୱରକୁ ୪–୦ ଗୋଲରେ ଏବଂ ଅଷ୍ଟମ ବାଟାଲିୟନ, ଛତ୍ରପୁରକୁ ୯–୦ ଗୋଲରେ ପରାଜିତ କରିଥିଲା। ଅନ୍ୟ ମ୍ୟାଚ୍ରେ ଚତୁର୍ଥ ଆଇଆରବିଏନ୍, ଦେଓଗଡ଼ ଅଷ୍ଟମ ବାଟାଲିୟନ, ଛତ୍ରପୁରକୁ ୩–୦ ଗୋଲରେ ହରାଇଥିବା ବେଳେ ଓଆଇଏସଏଫ୍, ଭୁବନେଶ୍ୱର ସହିତ ଖେଳ ୨–୨ ଗୋଲରେ ଡ୍ର ରହିଥିଲା। ପୁଲ୍–ସି ରେ ପୁରୀ ଦଳ ଦ୍ଵିତୀୟ ଆଇଆରବିଏନ୍, ରାୟଗଡ଼ାକୁ ୨–୦ ଗୋଲରେ ପରାଜିତ କରିଥିଲା। ରାଉରକେଲା ଦଳ ଦ୍ଵିତୀୟ ଆଇଆରବିଏନ୍, ରାୟଗଡ଼ାକୁ ୭–୦ ଗୋଲରେ ଏବଂ ପୁରୀକୁ ମଧ୍ୟ ୭–୦ ଗୋଲରେ ପରାଜିତ କରି ଦୃଢ଼ ପ୍ରଦର୍ଶନ କରିଥିଲା। ପୁଲ୍–ଡି ରେ କମିଶନରେଟ ‘ଏ’ ଦଳ ତୃତୀୟ ବାଟାଲିୟନ, କୋରାପୁଟକୁ ୪–୧ ଗୋଲରେ ଏବଂ କୋରାପୁଟ ଜିଲ୍ଲାକୁ ୭–୧ ଗୋଲରେ ପରାଜିତ କରିଥିବା ବେଳେ ତୃତୀୟ ବାଟାଲିୟନ, କୋରାପୁଟ, କୋରାପୁଟ ଜିଲ୍ଲା ପୋଲିସ କୁ ୩–୦ ଗୋଲରେ ହରାଇଥିଲା। ଏହି ଚାମ୍ପିୟାନସିପର ଉଦଘାଟନୀ ସମାରୋହରେ ରତନ କୁମାର, ଡିଆଇଜି, ସିଆଇଏସଏଫ୍, ଶ୍ରୀ ନିତେଶ ୱାଧୱାନୀ , ଏସ୍ପି, ରାଉରକେଲା, ଶ୍ରୀମତୀ ଅମୃତପାଲ କୌର, ଏସ୍ପି, ସୁନ୍ଦରଗଡ଼, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
Read More ...
Read More ...
ଦୁଇ ବର୍ଷ ପରେ ଲୁଟ୍ ଘଟଣାରେ ଦୁଇ ଗିରଫ |
କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୬ : ଦୁଇ ବର୍ଷ ତଳେ ଜଣେ ବ୍ୟବସାୟୀଙ୍କ ପାଖରୁ ଟଙ୍କା ଲୁଟ୍ ଘଟଣାରେ ତିହିଡ଼ି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ଅଣ୍ଡରେଇ ଗ୍ରାମର ରାଜେଶ ମଲିକ ଏବଂ ନୟାପାଟଣା ଗ୍ରାମର ବାବୁଆ ଓରଫ ପ୍ରଶାନ୍ତ ପରିଡ଼ା । ସେମାନଙ୍କ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଅଣ୍ଡରେଇ ବଜାରେ ଦୋକାନ କରିଥିବା ଗଙ୍ଗାଧର ସାହୁ ରାତ୍ରି ପ୍ରାୟ ୧୦ଟା ସମୟରେ ଦୋକାନ ବନ୍ଦ କରି ଟଙ୍କା ଧରି ଘରକୁ ଯାଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ରାଜେଶ, ବାବୁଆ ଓ ପ୍ରତାପ ମଳିକ ତାଙ୍କ ପାଖରୁ ପ୍ରାୟ ୫୦ ହଜାର ଟଙ୍କା ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।
Read More ...
Read More ...
କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ |
କଟକ (ଉତ୍କଳ ନ୍ୟୁଜ ) ୩୦-୧୨-୨୦୨୫ : କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲ ରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ବର ବଡ଼ଗଡ଼ ଗୋପାଳୁଣି ନଗର, ବ୍ରିଟ କଲୋନୀ, ଖୋର୍ଦ୍ଧା ଓ ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ରଙ୍କ ଚ୍ୟାମ୍ବରରେ ରେଡ ହୋଇଛି । ଏହି ଚଢ଼ାଉ ରେ ୪ ଜଣ ଡିଏସପି, ୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି ।
ଅନୁସନ୍ଧାନ ସମୟରେ,ଜିତେନ୍ଦ୍ରଙ୍କ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଉତ୍ତରା, ଭୁବନେଶରରେ ଗୋଟିଏ 2 BHK ଫ୍ଲାଟ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ୧୦୦ ଗ୍ରାମ ସୁନା, ନଗଦ ୬.୨୦ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ (KIA ସେଲଟୋସ) ଏବଂ ୪ଟି ଦୁଇ ଚକିଆ ଯାନ ରହିଛି। ଆଗକୁ ଭୁବନେଶ୍ୱରର SBIରେ ଗୋଟିଏ ଲକର୍ ଖୋଲାଯିବା ବାକି ଅଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ନିର୍ଣ୍ଣୟ କରାଯାଉଛି। ୧୯୯୫ରେ ପଞ୍ଚାୟତ ସମ୍ପାଦକ ଭାବେ ମାସିକ ୨୨ ଶହ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ଜିତେନ୍ଦ୍ର।
Read More ...
ଅନୁସନ୍ଧାନ ସମୟରେ,ଜିତେନ୍ଦ୍ରଙ୍କ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଉତ୍ତରା, ଭୁବନେଶରରେ ଗୋଟିଏ 2 BHK ଫ୍ଲାଟ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ୧୦୦ ଗ୍ରାମ ସୁନା, ନଗଦ ୬.୨୦ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ (KIA ସେଲଟୋସ) ଏବଂ ୪ଟି ଦୁଇ ଚକିଆ ଯାନ ରହିଛି। ଆଗକୁ ଭୁବନେଶ୍ୱରର SBIରେ ଗୋଟିଏ ଲକର୍ ଖୋଲାଯିବା ବାକି ଅଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ନିର୍ଣ୍ଣୟ କରାଯାଉଛି। ୧୯୯୫ରେ ପଞ୍ଚାୟତ ସମ୍ପାଦକ ଭାବେ ମାସିକ ୨୨ ଶହ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ଜିତେନ୍ଦ୍ର।
Read More ...
୧୬ତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସରଗିଫୁଲ ୨୦୨୫"ଉଦଯାପିତ |
ଜୁନାଗଡ଼ (ଉତ୍କଳ ନ୍ୟୁଜ ) ୨୨-୧୧-୨୦୨୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ କୁରୁଗୁଡା ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗୀଫୁଲ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ୍ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଡିଇଓ ରାଧାକାନ୍ତ ଛତ୍ରୀ, ବିଡିଓ ଦେବାଶିଷ କର, ତହସିଲଦାର ବିରୂପାକ୍ଷ ନନ୍ଦ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଉପ କୋଷାଗାର ଅଧିକାରୀ ରାଧାକାନ୍ତ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରୁପସିଂ ରାଉତ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଦୁଶ୍ମନ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀବଲ୍ଳଭ ସାମନ୍ତରାୟ, କୁରୁଗୁଡl ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷୀକେଶ ମେହେର, ଜିଲ୍ଲା ଶିକ୍ଷକ ସଂଘ ସଭାପତି ଶ୍ରୀ ବେଦବ୍ୟାସ ପ୍ରଧାନ ଏବଂ କୁରୁଗୁଡା ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ପଣ୍ଡା ମଂଚାସୀନ ଥିଲେ। ପ୍ରଥମ ଦିବସ ରେ ଭଲିବଲ୍ ପ୍ରତିଯୋଗୀତା ଓ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଭଲିବଲ୍ ରେ ବାଳିକା ବିଭାଗରେ ଲାଞ୍ଜିଗଡ଼ ବ୍ଲକ ର ବାଣୀ ପଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଳକ ବିଭାଗରେ ଥୁଆମୂଳ ରାମପୁର ବ୍ଲକର ଗୋପଳପୁର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରସ୍କୃତ ହୋଇଥିଲେ। ବିଜ୍ଞାନ ପ୍ରଦର୍ଶନୀ ରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ, କୁରୁଗୁଡା ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ, ଜୁନାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ, ଗୋପଲପୁର୍ ବାଳିକା ଉଚ୍ଚ ବିଦ୍ୟାଳୟ ଚତୁର୍ଥ, ବାଣୀପଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ପଞ୍ଚମ, ଓ ଲୁବେନଗଡ଼ ଉଚ୍ଚ ବିଦ୍ୟାଳୟ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ପ୍ରଥମ ସlନ୍ଧ୍ୟକାଳୀନ ଅଧିବେଶନ ରେ କଳାହାଣ୍ଡି ଜୋନ ଶିକ୍ଷା ମଣ୍ଡଳାଧିଶ ଶ୍ରୀ କୈଳାଶ ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଧର୍ମଗଡ଼ ଉପ ଜିଲ୍ଲାପାଳ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବ ରେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l
ସମସ୍ତ କାର୍ଯ୍ୟକ୍ରମକୁ ସଂଜୀବ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଥବିର ଦୀପ, ସ୍ଵାଗତିକା ମିଶ୍ର, ସୋନାଲିକା ପାଢୀ, ପ୍ରମୋଦ ଛତ୍ରିଆ, ଶଶୀକାନ୍ତ ମାଝୀ ଏବଂ ଜଗମୋହନ ସାହୁ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗୀତାରେ ଫୁଣ୍ଡା ଆଶ୍ରମ ସ୍କୁଲ ପ୍ରଥମ, ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ ଓ ଭବାନୀପାଟଣା ଅନ୍ବେଷା ହଷ୍ଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଲମ୍ବୋଦର ସାହୁ,ସୁବ୍ରତ ପାଣିଗ୍ରାହୀ, ଚକ୍ରଧର ଖାନସମl, ଲଷ୍ମୀଧର ବୋଡ଼କିଆ, ଅସୀମା ଦୋରା, ସୂର୍ଯ୍ୟ ପଣ୍ଡା, ଅଶୋକ ସାହୁ, ଦୀପକ ପଣ୍ଡା, ବିଜୟ ବାଗ, ବୀଣାପାଣି ସାମନ୍ତ ଏବଂ ଜନ୍ମେଜୟ ଶବର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ର ସମସ୍ତ ତତ୍ୱାବଧାନ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ବେଦବ୍ୟାସ ପ୍ରଧାନ ଏବଂ ସତୃଜିତ ପତି ରହିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ସମସ୍ତ କାର୍ଯ୍ୟକ୍ରମକୁ ସଂଜୀବ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଥବିର ଦୀପ, ସ୍ଵାଗତିକା ମିଶ୍ର, ସୋନାଲିକା ପାଢୀ, ପ୍ରମୋଦ ଛତ୍ରିଆ, ଶଶୀକାନ୍ତ ମାଝୀ ଏବଂ ଜଗମୋହନ ସାହୁ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗୀତାରେ ଫୁଣ୍ଡା ଆଶ୍ରମ ସ୍କୁଲ ପ୍ରଥମ, ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ ଓ ଭବାନୀପାଟଣା ଅନ୍ବେଷା ହଷ୍ଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଲମ୍ବୋଦର ସାହୁ,ସୁବ୍ରତ ପାଣିଗ୍ରାହୀ, ଚକ୍ରଧର ଖାନସମl, ଲଷ୍ମୀଧର ବୋଡ଼କିଆ, ଅସୀମା ଦୋରା, ସୂର୍ଯ୍ୟ ପଣ୍ଡା, ଅଶୋକ ସାହୁ, ଦୀପକ ପଣ୍ଡା, ବିଜୟ ବାଗ, ବୀଣାପାଣି ସାମନ୍ତ ଏବଂ ଜନ୍ମେଜୟ ଶବର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ର ସମସ୍ତ ତତ୍ୱାବଧାନ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ବେଦବ୍ୟାସ ପ୍ରଧାନ ଏବଂ ସତୃଜିତ ପତି ରହିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଭିଜିଲାନ୍ସ ଜାଲରେ ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି |
କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : ଭିଜିଲାନ୍ସ ଜାଲରେ ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି | ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଲଂଚ ନେଉଥିବା ବେଳେ ଭିଜିଲାନ୍ସ ହାଥ ରେ ଧରାପଡ଼ିଛନ୍ତି | ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍ସନ୍ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ରାଓ ବଲାଙ୍ଗୀରରେ ରହୁଥିବା ରାଜୀବନଗରସ୍ଥିତ ଭଡ଼ାଘରେ ଭିଜିଲାନ୍ସ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍ପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଭଡ଼ା ଘରେ ଚଢ଼ାଉ ଜାରି ରଖିଛନ୍ତି।
Read More ...
Read More ...
ନାବାଳକ ଠାରୁ ଚୋରୀ ଅଳଙ୍କାର କିଣିବା ପଡିଲା ମହଙ୍ଗା, ସୁନା ଦୋକାନୀ ଗିରଫ୍।
କଟକ (ଉତ୍କଳ ନ୍ୟୁଜ ) ୩୧-୧୦-୨୦୨୫ : ନାବାଳକ ଠାରୁ ଚୋରୀ ଅଳଙ୍କାର କିଣିବା ପଡିଲା ମହଙ୍ଗା, ସୁନା ଦୋକାନୀ ଗିରଫ୍। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଞ୍ଚଳରେ ଘଟିଛି ଏପରି ଅଘଟଣ। ପୋଲିସ ଏନେଇ ଚୋରୀରେ ସଂପୃକ୍ତ ତଥା ମାଷ୍ଟରମାଇଣ୍ଡ ସିନ୍ଦୋଳ ଗ୍ରାମର ଜନୈକ ନାବାଳକକୁ ଅନଗୁଳସ୍ଥିତ ସୁଧାର ଗୃହରେ ଛାଡିଥିବା ବେଳେ ଅଳଙ୍କାର କଣିଥିବା ପୀରହାଟ ବଜାରସ୍ଥିତ ସୁନା ଦୋକାନୀ ତଥା ଦୌଲତପୁର ଗ୍ରାମର ବାସିନ୍ଦା ମହେଶ୍ବର ସାହୁଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସିନ୍ଦୋଳ ପଞ୍ଚାୟତ ଘାଟିଆସାହି ଗ୍ରାମର ତ୍ରିନାଥ ଦାସଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିଲା। ତାଙ୍କ ଏତଲା ମୂଳେ ପୋଲିସ ତଦନ୍ତ ଚଳାଇ ତାଙ୍କ ସମ୍ପର୍କିୟ ଜଣେ ନାବାଳକର ସଂପୃକ୍ତି ଜାଣିବାକୁ ପାଇଥିଲା। ସୁନା ଅଳଙ୍କାର ବିକି ନାବାଳକ ଜଣକ ଅଭିଯୁକ୍ତ ମହେଶ୍ବରଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା। ଶେଷରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ପୀରହାଟ ଆଇଆଇସି ରୋଜାଲିନ୍ ବେହେରାଙ୍କ ଠାରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ବେଆଇନ ବିଦେଶୀ ମଦ ଚାଲାଣ ବେଳେ ମାଡିବସିଲା ଟାଙ୍ଗି ପୁଲିସ , ୮୨ ଲିଟର ରୁ ଉର୍ଧ ବିଦେଶ ମଦ ଜବତ |
କଟକ (ଉତ୍କଳ ନ୍ୟୁଜ ) ୮-୯-୨୦୨୫ : ବେଆଇନ ବିଦେଶୀ ମଦ ଚାଲାଣ ବେଳେ ମାଡିବସିଲା ଟାଙ୍ଗି ପୁଲିସ | ସୂଚନା ଅନୁଯାୟୀ , ଗତ ୭ ତାରିଖ ରେ ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ନିର୍ଦେଶ କ୍ରମେ ଏସ ଆଇ ହେଏମନ୍ତ ସାମଲ ତାଙ୍କ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ବେଳେ , ବେଆଇନ ବିଦେଶୀ ମଦ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ | ସଂଗେ ସଂଗେ ଚଢ଼ାଉ କରୁ ଘଟଣା ସ୍ଥଳ ରୁ ୮୨ ଲିଟର ରୁ ଉର୍ଧ ବିଦେଶ ମଦ ଜବତକରି ଜଣଙ୍କୁ ଗିରଫ କରିଛି ପୋଲିସ | ଅଭିଯୁକ୍ତ ସଫା ଗ୍ରାମ ର ପରୀକ୍ଷିତ ପାଣ୍ଡଵ କୁ କେଶ ନମ୍ବର ୨୯୪ / ୨୫ ରେ ଗିରଫ କରି କରି କୋର୍ଟ ଫରୱାର୍ଡ଼ କରିଛି ପୋଲିସ |
Read More ...
Read More ...
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ( ଓୟୁଏଟି) ର ୬୪ତମ ପ୍ରତିଷ୍ଠା ଦିବସ।
କଟକ (ଉତ୍କଳ ନ୍ୟୁଜ ) ୨୫-୦୮-୨୦୨୫ : ଛାତ୍ର ଏବଂ କୃଷକଙ୍କ ମଧ୍ୟରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଭୂମିକା ନିର୍ବାହ କରୁ - ରାଜ୍ୟପାଳ ଭୁବନେଶ୍ଵର ୨୪.୦୮.୨୦୨୫: ଛାତ୍ରଛାତ୍ରୀ, କୃଷକ ମାନଙ୍କ ମଧ୍ୟରେ ତଥା ସମାଜରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୪ତାରିଖ ରବିବାର ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର ୬୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ନିମନ୍ତେ ବ୍ୟୟ ଆକଳନ, ଜମି ଓ ବିଦ୍ୟୁତର ଆବଶ୍ୟକତା, ଆୟ ଆକଳନ ଏବଂ ବିଭିନ୍ନ ସବ୍ସିଡି ଯୋଜନା ସମ୍ପର୍କରେ ତଥ୍ୟ ରଖି ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଓୟୁଏଟି କତୃପକ୍ଷଙ୍କୁ କହିଥିଲେ। ଏପରି ପ୍ରକଳ୍ପ ପ୍ରୋଫାଇଲ୍ ଛାତ୍ରଛାତ୍ରୀ ଏବଂ କୃଷକମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସମ୍ଭାବନା ବୁଝିବାରେ ସହାୟକ ହେବ ଏବଂ ସେମାନଙ୍କୁ ଏପରି ଉଦ୍ୟୋଗ ଗୁଡିକୁ ଆପଣାଇବା ନିମନ୍ତେ ଉତ୍ସାହିତ କରିବ ବୋଲି କହିଥିଲେ। ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପରିଦର୍ଶନ କରିଥିବା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ରାଜ୍ୟପାଳ ନିଜର ଉପଲବ୍ଧି ଅବତାରଣା କରି ଚାଷୀମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ପ୍ରଦାନ କରାଯାଉଥିବା ତାଲିମକୁ ପ୍ରଶଂସା କରିଥିଲେ। ତାଲିମ ନେବା ପରେ ଅଳ୍ପ କେତେଜଣ ଚାଷୀ ଔଦ୍ୟୋଗିକ କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉଛି। ଯଦି ସମସ୍ତଙ୍କୁ ପ୍ରକଳ୍ପ ପ୍ରୋଫାଇଲ୍ ଦିଆଯାଇ ମାର୍ଗଦର୍ଶନ କରାଯାଏ ତାହେଲେ କୃଷି ଉଦ୍ୟୋଗ କାର୍ଯ୍ୟକଳାପରେ ଅଂଶ ଗ୍ରହଣ ବୃଦ୍ଧି ପାଇବ ବୋଲି ରାଜ୍ୟପାଳ କହିଥିଲେ। ଓୟୁଏଟି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କୃଷିକୁ ଭାରତର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଥିଲେ। ଆମ ଦେଶରେ କୃଷି ଏକ ବୃତ୍ତି ନୁହେଁ ଏହା ଆମ ସଂସ୍କୃତି ର ଏକ ଅଂଶ ଏବଂ ଏହା ପରିବାର ସହିତ ଅର୍ଥନୀତିକୁ କୁ ପ୍ରତିପାଳନ କରେ ବୋଲି କହିଥିଲେ । ଓୟୁଏଟି ଭଳି ପ୍ରତିଷ୍ଠାନ ଗୁଡିକ ଦକ୍ଷ ମାନବ ସମ୍ବଳ ଏବଂ ଅଭିନବ ସମାଧାନ କୌଶଳର ବିକାଶ କରିବା ସହିତ ଜଳବାୟୁ ପରିବର୍ତ୍ତନ, ବଜାରର ହ୍ରାସ - ବୃଦ୍ଧି ଭଳି ଆହ୍ବାନକୁ ମୁକାବିଲା କରିବାରେ ସହାୟକ ହେବେ। ପ୍ରକ୍ରିୟାକରଣ , ଭାଲ୍ୟୁ ଆଡିସନ, ମାର୍କେଟିଂ ଏବଂ ରପ୍ତାନୀରେ କୃଷିର ବର୍ଦ୍ଧିତ ପରିସର ଉପରେ ଆଲୋକପାତ କରି ସଠିକ୍ କୃଷି, ଜୈବ ପ୍ରଯୁକ୍ତି ବିଦ୍ୟା, କ୍ରୁତ୍ରିମ ବୁଦ୍ଧିମତ୍ତା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏମ୍ ଏସ ଏମ ଇ ବିଭାଗ ଦ୍ଵାରା କୃଷି ଷ୍ଟାଟ ଅପ୍ ପାଇଁ ଅଗ୍ରଣୀ ନୋଡାଲ କେନ୍ଦ୍ର ଭାବରେ ଓୟୁଏଟି ମାନ୍ୟତା ପାଇବା ଏବଂ ୨୪ ଟି ଷ୍ଟାଟ ଅପକୁ ପରାମର୍ଶ ଦେବା କ୍ଷେତ୍ରରେ ଏହାର ସଫଳତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ପଦକ୍ଷେପ ଗୁଡ଼ିକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ। ଯୁବ କୃଷି ଉଦ୍ୟୋଗୀଙ୍କୁ ସଶକ୍ତ କରି ଓୟୁଏଟି ଗ୍ରାମୀଣ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିପାରିବ, ନିଯୁକ୍ତି ସୃଷ୍ଟି କରିବା ସହିତ ବିଶ୍ଵ ବଜାରରେ ଓଡ଼ିଶାର ଉପସ୍ଥିତିକୁ ବୃଦ୍ଧି କରିପାରିବ ବୋଲି ରାଜ୍ୟପାଳ କହିଥିଲେ। ଏହି ସମାରୋହରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଜୈବିକ କୃଷିର ଗୁରୁତ୍ଵ ଉପରେ ଆଲୋକପାତ କରି ଭାରତ କିପରି ଏକ ଆମଦାନୀକାରୀ ରାଷ୍ଟ୍ରରୁ ଏକ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି ତାହା ଅବତାରଣା କରିଥିଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଏକାମ୍ର - ଭୁବନେଶ୍ୱର ବିଧାୟକ ବାବୁ ସିଂହ ଏବଂ ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଡିନ୍ ସମ୍ପ୍ରସାରଣ ଶିକ୍ଷା ଡ. ପ୍ରସନ୍ନଜିତ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ରେଜିଷ୍ଟ୍ରାର ପ୍ରତିଭା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ମାର୍ଟ ଚାଷୀ, ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଅଧିକାରୀ, କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପୁସ୍ତିକା ଉନ୍ମୋଚିତ ହୋଇଥିଲା ଓ ୱାଇଫାଇ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା।
Read More ...
Read More ...
ଟାଙ୍ଗି ବୋମାମାଡ଼ ଘଟଣା, ମୁଖ୍ୟ ଆସାମୀ କୁ ବାନ୍ଧିଲା ଟାଙ୍ଗି ପୋଲିସ |
କଟକ (ଉତ୍କଳ ନ୍ୟୁଜ ) ୧୧-୦୮-୨୦୨୫ : ଟାଙ୍ଗି ବୋମାମାଡ଼ ଘଟଣା, ପୋଲିସ ହାଥ ରେ ମୁଖ୍ୟ ଅଭିଯୁକ୍ତ | ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ସୂଚନା ଦେଲେ ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ | ସୂଚନା ଅନୁଯାୟୀ , ରବିବାର ରାତିରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ୍ ଅନ୍ତର୍ଗତ ଗୋକୁଳପୁର ଗ୍ରାମ ରେ ବୋମା ବିସ୍ପୋରଣ ଘଟଣାରେ ମୂଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ୍। ଏହି ମୂଖ୍ୟ ଅଭିଯୁକ୍ତ ହେଉଛି ବୈକୁଣ୍ଠନାଥ ପାଲ୍ (ବାବୁନା) ଯିଏ କି ଦୁର୍ଦ୍ଧାନ୍ତ ଅପରାଧୀ କୁ ଗିରଫ କରିଛି ପୋଲିସ। ରସିକ୍ ନଗର ଗ୍ରାମ ର ମୁକେଶ କୁମାର ଦାସ ଗତକାଲି ସକାଳେ ଗୋବିନ୍ଦପୁର ରୁ ରସିକ୍ ନଗର ଯାଉଥିବା ସମୟ ରେ ପୁର୍ବ ଶତ୍ରୁତା କୁ ନେଇ ଗୋକୁଳପୁର୍ ଜଗନ୍ନାଥ୍ ମନ୍ଦିର ସାମ୍ନା ରେ ବୈକୁଣ୍ଠନାଥ ପାଲ୍, ତାଙ୍କ ବାପା ଭରତ ପାଲ୍, ଓ ତାଙ୍କ ଭାଇ ଶେଷଦେବ ପାଲ୍, ମିଶି ମୁକେଶ କୁମାର ଙ୍କୁ ଅଶ୍ଳିଳ ଭାଷା ରେ ଗାଳିଗୁଲଜ କରିବା ସହିତ ଜୀବନ ରୁ ମାରିଦେବା କୁ ଉଦ୍ୟମ କରି ଏକ ବୋମା ଆକ୍ରମଣ କରିଥିଲେ ଯେଉଁଠି ରେ ଅଳ୍ପକେ ରକ୍ଷା ପାଇଯାଇଥିଲେ ମୁକେଶ | ଏ ନେଇ ମୁକେଶ ଜୀବନ ବିକଳ ରେ ଧାଇ ଆସି ଟାଙ୍ଗୀ ଥାନା ରେ ଲିଖିତ ରୁପେ ଅଭିଯୋଗ କରିଥିଲେ,ପରେ ଟାଙ୍ଗୀ ଥାନା ପୋଲିସ୍ ଅଭିଯୋଗ କୁ କେସ ନମ୍ବର ୨୫୦ ରେ ରୁଜ୍ଜୁ କରି ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରିଥିଲେ। ତୁରନ୍ତ ବାବୁନା କୁ ଗିରଫ କରିବା ସହିତ, ତା ଘରୁ ଏକାଧିକ ଜୀବନ୍ତ ବୋମା ସହିତ ଗୋଟିଏ ବାଇକ୍ ଜବତ କରିବା ସହ କୋର୍ଟ ଫରୱାର୍ଡ଼ କରିଛି ଟାଙ୍ଗି ପୋଲିସ । ଏ ସଂକ୍ରାନ୍ତ ରେ ଟାଙ୍ଗୀ ଥାନା ପରିସରରେ ଏସ୍ଡିପିଓ ଏକ ପ୍ରେସ ବିଜ୍ଞପ୍ତି କରି ସମସ୍ତ ସୂଚନା ଦେଈ ଥିଲେ।
Read More ...
Read More ...
ଟାଙ୍ଗି , ଲୁହା ବିଦ୍ୟୁତ ପୋଲ ଚୋରି ଅଭିଯୋଗ ରେ ଆଉ ଜଣେ ଯୁବକ ଗିରଫ |
କଟକ (ଉତ୍କଳ ନ୍ୟୁଜ ) ୭-୦୮-୨୦୨୫ : ଲୁହା ବିଦ୍ୟୁତ ପୋଲ ଚୋରି ଅଭିଯୋଗ ରେ ଆଉ ଜଣେ ଯୁବକ ଗିରଫ | ପୂର୍ବ ରୁ ଟାଙ୍ଗି ପୋଲିସ ପକ୍ଷ ରୁ ଏହି ଘଟଣା ରେ ୩ ଜଣ ଅଭିଯୁକ୍ତ ଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ , ଏ ନେଇ ଆଉ ଜଣେ ଯୁବକ କୁ ବାନ୍ଧିଛି ପୋଲିସ | ଯୁବକ ଜଣଙ୍କ ହେଉଛି ଜଗତପୁର ଅଂଚଳ ନିମିସେଇପୁର ଗ୍ରାମ ର ବସନ୍ତ ମଲ୍ଲିକ ଙ୍କ ପୁଅ ବିଶ୍ୱଜିତ ମଲ୍ଲିକ ( ୨୨ ) | ପୋଲିସ ସୂଚନା ଅନୁଯାୟୀ , ଵିଶ୍ଵାନକାହାଣୀ ଓ ପ୍ରମୋଦ ଉଦ୍ୟାନ ପାଖ ରେ ଲଗା ଯାଇଥିବା ଲୁହା ବିଦ୍ୟୁତ ପୋଲ ଗୁଡିକୁ କେହି ଦୁର୍ବୁର୍ତ୍ତ କାଟି ନେଇଯାଇଛନ୍ତି | ଏ ନେଇ ୨୭ /୬/୨୫ ରେ ଟାଙ୍ଗି ଥାନା ରେ ଏକ ଅଭିଯୋଗ କରାଯାଇଥିଲା | ଅଭିଯୋଗ କୁ ତଦନ୍ତ କରି ଟାଙ୍ଗି ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ଏକ ଟିମ ଗଠନ କରି ତଦନ୍ତ ଚଳାଇଥିଲେ | ଏହି ଘଟଣା ରେ ପୂର୍ବ ରୁ ୩ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ | କାଲି ଆଉ ଜଣେ ଅଭିଯୁକ୍ତ ଙ୍କୁ ୧୧୭ / ୨୫ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗି ପୋଲିସ |
Read More ...
Read More ...
୨୫ କେଜି ଗଞ୍ଜେଇ ଜବତ କଲା ଚୌଦ୍ୱାର ଥାନା ପୋଲିସ |
କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ :କଟକରୁ ଗଞ୍ଜେଇ ବେପାରୀ ଗିରଫ। ୨ ବେପାରୀକୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ। ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଫୁଲବାଣୀରୁ ଏହି ଗଞ୍ଜେଇ ଚୌଦ୍ଵାର ଆସିଥିବା ସମୟରେ ପୋଲିସ ହାତରେ ଧରାପଡିଥିଲା । ସେମାନଙ୍କ ନିକଟରୁ କାର, ନକଲି ନମ୍ବର ପ୍ଲେଟ ଜବତ କରାଯାଇଛି। ଗଞ୍ଜେଇ ବେପାରୀଙ୍କୁ ଏସ୍କର୍ଟ ଦେଉଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି | ଖୁବଶୀଘ୍ର ସେମାନେ ଧରା ପଡ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ ସୂଚନା ଦେଇଛନ୍ତି |
Read More ...
Read More ...