ସାଇବର ଅପରlଧରେ ଗିରଫ ହେଲେ ସତ୍ୟଜିତ ନାୟକ , ଚାକିରୀ କରେଇଦେବା କହି ଠକି ନେଲେ 3 ଲକ୍ଷ |

49

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଚାକିରୀ ନାଁରେ ଠକେଇ ଅଭିଯୋଗ । ଜଣେ ଠକକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ସତ୍ୟଜିତ ନାୟକ। ଚାକିରୀ ଦେବା ନାଁରେ ଜଣେ ଯୁବତୀଙ୍କୁ ୩ ଲକ୍ଷ ଟଙ୍କା ଠକେଇ କରିଥିଲା । ଅଭିଯୁକ୍ତ ନାଁରେ ମୋବାଇଲ ଫୋନ ଓ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଏନେଇ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି |