More News
ମୁସଲମାନମାନଙ୍କର ର ପ୍ରଗତିର ଏକମାତ୍ର ପଥ ହେଉଛି ଶିକ୍ଷା |
କଟକ (ଉତ୍କଳ ନ୍ୟୁଜ ) ୩-୧୨-୨୦୨୫ : ଭାରତରେ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ଅତୀତରୁ ଅବହେଳିତ ହୋଇ ଆସୁଥିବା ସମୁଦାଯୁଙ୍କ ସାମାଜିକ ପ୍ରଗତି ପାଇଁ ପାଟ ଶିକ୍ଷା ହେଉଛି ଏକ ନିର୍ଣାୟକ ମାଧ୍ଯାମ ା ତନ୍ମଧ୍ୟରୁ ମୁସଲିମ୍ ସମୁଦାୟ ଯାହା ମୋଟ ଜ ଜନସଖ୍ୟାର ୧୪.୨ ପ୍ରତିଶତ ବିଭିନ୍ନ ସାଂରଚନିକ ଅଭାବ ଯୋଗୁଁ ଅନେକ ବାଧାର ସମ୍ମୁଖୂନ ହୋଇଆସିଛି ା ୨୦୦୬ ମସିହାର ସଚ୍ଚର କମିଟି ରିର୍ପୋଟରେ ମୁସଲମାନ ମାନଙ୍କ ଙ୍କ ମଧ୍ୟରେ ତୀବ୍ର ଶିକ୍ଷାଗତ ଅନଗ୍ରସରତାକୁ ଉଲ୍ଲେଖ କରାଯାଇଥିଲା ା ଏହାର ର ପ୍ରାୟ ଦୁଇ ଦଶନ୍ଧି ନ୍ଧି ପରେ କିଛି ଶିକ୍ଷାଗତ ପ୍ରଗତି ଦେଖାଯାଉଥିଲେ ମଧ୍ୟ ତାହାର ଗତି ଅସମାନ ବ୍ୟବସ୍ଥାଗତ ଆହ୍ୱାନ ସହିତ ଯୋଡି ହୋଇରହି ଇରହିଛି ା ଶିକ୍ଷା କେ କେବଳ ନିଯୁକ୍ତିର ପଥ ନୁହେଁ ବରଂ ମର୍ଯ୍ୟାଦା, ଆତ୍ମବିଶ୍ଵାସ ଏବଂ ଜାତୀୟ ସ୍ତରରେ ପ୍ରତିନିଧୂତ୍ବ କରିବ ରିବାର ଏକ ମାଧ୍ୟମ ଅଟେ । ମାନ ହୋଇ ଅନେକ UDISEPlus ର ୨୦୨୪-୨୦୨୫ ମସିହାର ତଥ୍ୟ ଅନୁସାରେ ମୁସଲିମ୍ ଛାତ୍ରଙ୍କର ନାମଲେଖା ହାର ୧୫.୯ ପ୍ରତିଶତ ରହିଛି ଯାହା ସେମାନଙ୍କ ଜନସଂଖ୍ୟ ଜନସଂଖ୍ୟା ପ୍ରତିଶତ ଠାରୁ ଅଳ୍ପ ଅଧିକ ା ଏହା ଦର୍ଶାଏ ଅଧିକ ମୁସଲିମ୍ ପ୍ରାଥମିକ ମିକ ଶିକ୍ଷା ଗ୍ରହଣ କରୁଛନ୍ତି ା କିନ୍ତୁ ଏହି ହାର ମାଧ୍ୟମିକ ଶିକ୍ଷା ପରଠାରୁ ଦୃତଗତିରେ ହ୍ରାସ ପାଇ ୧୧.୯ ପ୍ରତିଶତକୁ ଆସିଯାଇଛି ା ଲିଙ୍ଗଗତ ପାର୍ଥକ୍ୟ ଥ୍ ଥିଲେ ମଧ୍ୟ ଅନେକ ଯୋଜନା ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରଭାବ ଯୋଗୁଁ ୨୦୧୪ ୧୪ ମସିହା ପ ପରଠାରୁ ମୁସଲିମ୍ ଛାତ୍ରୀ ମାନଙ୍କ ମଧ୍ୟରେ ନାମଲେଖା ହାର ଶତକଡା ଡା ୪୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି ା ତଥାପି ଉଚ୍ଚଶିକ୍ଷାରେ ନାମଲେଖା ଏବେ ମଧ୍ୟ ଏକ ଆହ୍ବାନ ହୋଇରହିଛି ା ଉଚ୍ଚଶିକ୍ଷାର ସ ର୍ବଭାରତୀୟ ସର୍ଭେ କହୁ କହୁଛି ଯେ ବିଶ୍ ବିଶ୍ବବିଦ୍ୟାଳୟ ।ଳୟ ଗୁଡିକରେ ୨୦୨୦ରେ ମୁସଲିମଙ୍କ ସଂଖ୍ୟା ୫.୫ ପ୍ରତିଶତ ଥିବା ବେଳେ ୨୦୨୧-୨୨ ରେ ଏହା ୪.୮୭ ପ୍ରତିଶ୍ରତକୁ ହ୍ରାସ ପାଇଥିଲା ା ଏହି ହ୍ରାସ ଉଭୟ ଆର୍ଥିକ ଏବଂ ସାମାଜିକ ପ୍ରତିବନ୍ଧକ ଯୋଗୁଁ ହୋଇଛି ା ଶୀଘ୍ରବିବାହ, ଆର୍ଥିକ ବାଧ୍ୟବାଧକତା ଏବଂ ସୁରକ୍ଷା ଚିନ୍ତା ଡ୍ରପଆଉଟ୍ ହାର ବୃଦ୍ଧି ଆଭିମୁଖ ମୁଖ୍ୟ ଆବଶ୍ୟକ ଯୋଗୁଁ ମୁସଲିମ୍ ଝିଅମାନଙ୍କ ମାଧ୍ୟମିକ ଶିକ୍ଷା ସ୍ତରରେ ରେ ପାଇଥାଏ ା ଏଗୁଡିକର ସମାଧାନ ପାଇଁ ଏକ ବହୁମୁଖୀ ଯେପରି ଜାତୀୟ ଶିକ୍ଷା ନୀତି-୨୦୨୦ର ତ୍ବରିତ କାର୍ଯ୍ୟକାରିତା, ଛାତ୍ରବୃତ୍ତି ତ୍ରବୃତ୍ତିର ବିସ୍ତାର, ଡିଜିଟାଲ ଅର୍ନ୍ତଭୁକ୍ତିକରଣ ଏବଂ ସଂଖ୍ୟାଲଘୁ କେନ୍ଦ୍ରିକ ଜିଲ୍ଲା ଗୁଡିକରେ ଲକ୍ଷ୍ୟଭିଭି ଭିତ୍ତିଭୂମିର ବିକାଶ | ମୁସଲମାନ ମାନଙ୍କ ମଧ୍ୟରେ ଶିକ୍ଷାଗତ ଅନଗ୍ରସରତାର ବିଭିନ୍ନ କାରଣ ରହି ସେଗୁଡିକ ହେଲା ଦାରିଦ୍ରତା, ଆବାସ ପୃଥକୀକରଣ ଏବଂ ସଖ୍ୟାଲଘୂ କେନ୍ଦ୍ରିକ ଜିଲ୍ଲାଗୁଡିକରେ ଉନ୍ନତ ଭିତ୍ତିଭୂମିର ଅଭାବ ା ଅନେକ ମୁସଲିମ୍ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉର୍ଦୁ ମାଧ୍ଯମ ସ୍କୁଲ୍ କିମ୍ବା ମଦ୍ରାସାରେ ଆରମ୍ଭ କରିଥାନ୍ତି ଏବଂ ଏଥୁରୁ ଅଧିକାଂଶ ଆର୍ଥିକ ଏବ ଏବଂ ବୈଷୟିକ ପ୍ରତିବନ୍ଧକ ହେତୁ ଉଚ୍ଚଶିକ୍ଷା ଗ୍ରହଣ କରିପାର ନାହିଁ ା ତେଣୁ ସେମାନଙ୍କୁ ଆଧୁନିକ ପ୍ରଯକ୍ତିବିଦ୍ୟା ଏବଂ ନବସୃଜନ ସହିତ ସଶକ୍ତ କରିବାର ଆବଶ୍ୟକତା ରହିଛି ଯାହା ଦ୍ବାରା ସେମାନେ ସ୍ନାତକ ପରେ ଚାକିରି କରିପାରିବେ ବେ କିମ୍ବା ଉଚ୍ଚଶି ଉଚ୍ଚଶିକ୍ଷା ଜାରି ରଖୂପାରିବେ ା ସରକାରଙ୍କର ବିଭିନ୍ନ ପଦକ୍ଷେପ ଯେପରି ସ୍କିମ୍ ଫର ପ୍ରୋଭାଇଡିଙ୍ଗ ଇଡିଙ୍ଗ କାଲିଟି ଏଜୁକେସନ୍ ଇନ୍ ମଦ୍ରାସା (SPQEI ଏବଂ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନା ବିଜ୍ଞାନ, ଗଣିତ ଏବଂ ଭାଷା ତାଲିମ୍ ଦ୍ବାରା ଏହି ଶୂନ୍ୟସ୍ଥାନକୁ ପୂରଣ କରିବାକୁ ଚାହୁଁଛନ୍ତି | କିନ୍ତୁ ଏହି ଯୋଜନା ଗୁଡିକର ପହଂଚ ସୀମିତ ଏବଂ ଅମଲାତନ୍ତ୍ରଗତ ବାଧା ସେମାନଙ୍କର ପ୍ରଭାବକୁ ହ୍ରାସ କରିଥାଏ | ବାଦ୍ ପଡି ପଡିଥିବା ସଂଖ୍ୟାଲଘୁ ସଂପ୍ରଦାୟୁରୁ ଉନ୍ନତି ପାଇଁ ସ ର୍ବଦା ନୀତିଗତ ହସ୍ତକ୍ଷେପ ରହିଛି ା ଶିକ୍ଷା ଅଧିକାର ଆଇନ (୨୦୦୯) ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ ସମାନତା ଏବଂ ଉପଲବ୍ଧତାକୁ ଗୁରୁତ୍ବ ଦେବାବେଳେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଭଳି ଯୋଜନା ଶିକ୍ଷାଗତ ଅନଗ୍ରସର ବ୍ଲକ ଗୁଡିକରେ ଥିବା ମୁସଲିମ ବାଳିକାଙ୍କୁ ଅର୍ନ୍ତଭୁକ୍ତ କରିଥାଏ | ସଂଖ୍ୟାଲଘୁ ଛାତ୍ରବୃତ୍ତି, ନୟା ସବେରା ଭଳି ମାଗଣା ପାଠ୍ୟକ୍ରମ ଯୋଜନା ଏବଂ ଜନଶିକ୍ଷଣ ସଂସ୍ଥାନ ଅଧୀନରେ ବୃଭିଗତ ତାଲିମ ଦ୍ବାରା ମୁସଲମାନ ମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି ା ଉଚ୍ଚଶିକ୍ଷାରେ ନାମଲେଖା ହାରର ବୃଦ୍ଧି ପାଇଁ ମୌଲାନା ଆଜାଦ୍ ନ୍ୟାସନାଲ ଫେଲୋସିପ ର ମହତ୍ବପୂର୍ଣ ଭୂମିକା ଥିଲା ଏବଂ ଏହାର ବନ୍ଦ ହେବା ସକାରାତ୍ମକ ସର୍ମଥନର ସଙ୍କୋଚନକୁ ସୂଚିତ କରେ ଏବଂ ସରକାରଙ୍କ ପାଇଁ ଏକ ନୂତନ ସଂଖ୍ୟାଲଘୁ କେନ୍ଦ୍ରିକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାର ଆବଶ୍ୟକତାକୁ ଦୃଢ କରେ ସାମାଜିକ ପ୍ରତିବନ୍ଧକ ସତ୍ତ୍ବେ ସମଗ୍ର ଭାରତରେ ଉତ୍ଥାନର ଅନେକ ଉଦାହରଣ ଦେଖିବାକୁ ମିଳେ | ଦିଲ୍ଲୀର କ୍ରେସେଣ୍ଟ ସିଭିଲ୍ ସର୍ଭିସ ଏକାଡେମୀ ଶହେରୁ ଅଧୀକ ପ୍ରଶାସଶନିକ ଅଧୋକା ରୀ ସୃଷ୍ଟି କରି ଆକାଂକ୍ଷା ଏବଂ ସଫଳତା ମଧ୍ଯରେ ଏକ ସେତୁ ତିଆରି କରିଛି ା ଏହି ପ୍ରୟ ପ୍ରୟାସ ଗୁଡିକ ସରକାରୀ ପଦକ୍ଷେପ ଗୁଡିକୁ ପୁରଣ କରିବାକୁ ସମ୍ପ୍ରଦାୟର ଦାଯୂର ନେତୃତ୍ବ କିପରି ତ୍ବରାନ୍ବିତ କରିବାରେ ସାହାଯ୍ୟ କରେ ତାହା ଉପରେ ଗୁରୁତ୍ବରୋପ କରେ ା NEET-UG ୨୦୨୫ ପରୀକ୍ଷାରେ ୯୯.୯୭ ପ୍ରତିଶତକ ରଖ୍ ଆସାମର ମୁସା ମୁସା କଲିମ୍ ଏବଂ ସମାନ ପରୀକ୍ଷାରେ ଉତ୍କର୍ଷ
Read More ...
Read More ...
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ |
କଟକ (ଉତ୍କଳ ନ୍ୟୁଜ ) ୩-୧୨-୨୦୨୫ : ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନେ ନିଜକୁ କୌଣସି ଗୁଣରେ କମ୍ ଭାବିବା ଉଚିତ୍ ନୁହେଁ । ଜୀବନର ଯେକୌଣସି ସମସ୍ୟାର ମୁକାବିଲା କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରାଇବା ଉଚିତ୍ । ଅନ୍ତର୍ଭୁକ୍ତି ଏବଂ ଅଭିଗମ୍ୟତା ଦ୍ୱାରା ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ସମ୍ଭବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି ଓ ସେମାନଙ୍କୁ ଆତ୍ମନିର୍ଭର କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଖୁବଶୀଘ୍ର ଜିଲ୍ଳାର ସମସ୍ତ ମସ୍ତିଷ୍କ ପକ୍ଷାଘାତ ଭିନ୍ନକ୍ଷମମାନଙ୍କୁ ସ୍ୱତନ୍ତ୍ର ଟ୍ରାଇସାଇକେଲ ପ୍ରଦାନ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟ ପକ୍ଷରୁ ଆଜି ବାରବାଟୀ ପ୍ୟାଲେସଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମମାନଙ୍କୁ ହ୍ୱିଲଚେୟାର ବଂଟନ କରାଯାଇଥିଲା । ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ମନୋଭାବ ସହ କାମ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରସନ୍ନ କୁମାର ହୋତା, ଆଇଡି ସଂଯୋଜକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଦିବ୍ୟାଙ୍ଗମାନେ ନିଜର ସ୍ୱତନ୍ତ୍ର ଗୁଣ ସମ୍ପର୍କରେ ଅବଗତ ହୋଇ ସେହି ଗୁଣକୁ ବିକଶିତ କରି ଭିନ୍ନକ୍ଷତାକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଜାତୀୟ ପାରା ସ୍ପୋର୍ଟସ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିôବା ନିଶ୍ଚିନ୍ତକୋଇଲିର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଆଜି ସକାଳେ ବାରବାଟୀ ଷ୍ଟାଡିୟମର ସଚ୍ଚିନ୍ ତେନ୍ଦୁଲକର କମ୍ପେ୍ଲକ୍ସଠାରୁ ଏକ ରାଲି ବାହାରି ବାରବାଟୀ ପ୍ୟାଲେସ୍ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିରେ ଜିଲ୍ଲାର ୧୩ଟି ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରାୟ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ବୈଠକରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ |
କଟକ (ଉତ୍କଳ ନ୍ୟୁଜ ) ୩-୧୨-୨୦୨୫ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାନଙ୍କ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଆଲୋଚନାରୁ ଜଣାପଡିଛିଯେ, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲ୍ଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ, ୧୦ ଟି ଜିଲ୍ଲାରେ ଡ଼ି.ଏମ.ଏଫ ପୁନଃ ଗଠନ ହେବା ପରେ ଟ୍ରଷ୍ଟ ବୋର୍ଡ ମିଟିଂ ହୋଇସାରିଛି ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରତ୍ୟେକ DMFର ଅଡିଟ୍ ରିପୋର୍ଟ ସହିତ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ଏବଂ ଲଘୁ ଖଣିଜ ପଦାର୍ଥ (Minor Minerals) ରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଣ୍ଠିକୁ ସେହି ସ୍ଥାନର ମୌଳିକ ଆବଶ୍ୟକତା ଯଥା - ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥା ରେ ଖର୍ଚ୍ଚ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବା (Saturation Mode) ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବୈଠକରୁ ଜଣାଯାଇଛି ଯେ, DMF ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। DMF ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଂଚଳର ପାର୍ଶ୍ୱବର୍ତ୍ତୀ ଜାଗା ଗୁଡିକରେ ଥିବା ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଜିଲ୍ଲାଗୁଡ଼ିକରେ ବାର୍ଷିକ DMF ପାଣ୍ଠି ୧୦ କୋଟି ଟଙ୍କା କିମ୍ବା ତା ଠାରୁ ଅଧିକ ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି (Endowment Fund) ଗଠନ କରିବେ। ଏହି ଏଣ୍ଡାଓମେଣ୍ଟ ପାଣ୍ଠିକୁ ସରକାରୀ ସିକ୍ୟୁରିଟି କିମ୍ବା ଅନୁସୂଚିତ ବ୍ୟାଙ୍କଗୁଡ଼ିକର ବଣ୍ଡ ଏବଂ ଏଫଡିରେ ବିନିଯୋଗ କରାଯିବ । ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Read More ...
Read More ...
ଜିଲ୍ଲା ବ୍ୟବସାୟ ସଂସ୍ଥାର କାର୍ଯ୍ୟ ଯୋଜନା କାର୍ମଶାଳା ଅନୁଷ୍ଠିତ |
କଟକ (ଉତ୍କଳ ନ୍ୟୁଜ ) ୦୨-୧୨-୨୦୨୫ : ଭାରତବର୍ଷକୁ ୨୦୪୭ ମସିହାସୁଦ୍ଧା ସଂପୂର୍ଣ୍ଣ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରଭାବେ ଗଢି ତୋଳିବା ନିମନ୍ତେ ଭାରତ ସରକାର ବିଭିନ୍ନ ଯୋଜନାମାନ ରୂପାୟନ କରୁଛନ୍ତି। ଆତ୍ମନିର୍ଭର ଭାରତର ଏକ ଅଂଶ ବିଶେଷ ଭାବେ ବ୍ୟବସାୟର ସରଳୀକରଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ବିଭିନ୍ନ ବ୍ୟବସାୟ ସେବା ତଥା ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ଅନୁମତି, ଲାଇସେନ୍ସ ବା ଅନାପତ୍ତି ପ୍ରମାଣପତ୍ର କିପରି ସହଜ, ସରଳ, ଶୀଘ୍ର ଏବଂ ଅନଲାଇନ ମାଧ୍ୟମରେ ହାସଲ ହୋଇପାରିବ ଏବଂ ପୁଞ୍ଜିନିବେଶକାରୀମାନଙ୍କୁ ପ୍ରୋତ୍ସାହନ ମିଳିପାରିବ ଯଦ୍ୱାରା ସେମାନେ ସଫଳ ଉଦ୍ଯୋଗୀ ଭାବରେ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହୋଇପାରିବ ସେ ଦିଗରେ ଭାରତ ସରକାର ଅତ୍ୟନ୍ତ ଗୁରୁତ୍ଵାରୋପ କରି ଜିଲ୍ଲା ସ୍ତରରେ ବ୍ୟବସାୟ ସଂସ୍କାର ଉପରେ କାର୍ଯ୍ଯଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ପର୍ଯ୍ଯାୟରେ ଓଡିଶାର ୩ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି ଯୋଜନା କଟକ ଜିଲ୍ଲାରେ ସଫଳଭାବରେ କାର୍ଯ୍ୟକାରୀ କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ଯକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାର ଉଦ୍ଦେଶ୍ୟ, ବ୍ୟବସାୟ ସରଳୀକରଣର ଉପାୟ, ବିଭିନ୍ନ ବିଭାଗୀୟ କତ୍ତୃପକ୍ଷଙ୍କ ଭୂମିକା, ପ୍ରଚଳିତ ବ୍ୟବସ୍ଥାରେ ଥିବା ସମସ୍ୟାର ସମାଧାନ ଆଦି ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଇପିକଲର ଅଧିକାରୀ ଶ୍ରୀ ତେଜସ କୁଲକର୍ଣ୍ଣୀ ଉପସ୍ଥାପନା କରିଥିଲେ। ପ୍ରକାଶଥାଉକି ଜିଲ୍ଲା ସଂସ୍କାର କାର୍ଯ୍ଯଯୋଜନା ମାଧ୍ୟମରେ ସମୁଦାୟ ୧୫୫ଟି ବିଷୟରେ ବ୍ୟବସାୟ ସଂସ୍କାର ମୂଳକ ପଦକ୍ଷେପ ନିଆଯିବ ଯେଉଁଥିରେ ଜିଲ୍ଲାସ୍ତରରେ ମିଳୁଥିବା ଅନୁମତି, ଲାଇସେନ୍ସ, ଆଦି ୪୬ ଟି ବିଷୟ, ସମୟାନୁବର୍ତ୍ତୀ ଯାଞ୍ଚ ବ୍ୟବସ୍ଥାରେ ୮୬ଟି ବିଷୟ, ଜିଲ୍ଲାସ୍ତରୀୟ ପୁଞ୍ଜିନିବେଶ ସହଜୀକରଣ ର ୧୧ଟି ବିଷୟ, ଷ୍ଟାର୍ଟ ଅପ ବୃଦ୍ଧିକୁ ପ୍ରୋତ୍ସାହନ ଉପରେ ୪ଟି ବିଷୟ ସମ୍ପତ୍ତି ରେକର୍ଡ ମ୍ଯୁଟେସନ ଓ ଡିଜିଟାଇଜେସନ ଆଦି ୫ଟି ବିଷୟ, ଔଦ୍ଯୋଗିକ କ୍ଷେତ୍ରରେ ୨ଟି ବିଷୟ ଅନ୍ତର୍ଭୁକ୍ତ। ଜିଲ୍ଲାସ୍ତରରେ ହେବାକୁ ଥିବା ଏହି ସଂସ୍କାରମୂଳକ କାର୍ଯ୍ୟଯୋଜନାରେ ଅନ୍ତର୍ଭୁକ୍ତ ଜିଲ୍ଲାମାନଙ୍କର ପ୍ରତିଯୋଗୀତା ଭିତ୍ତିରେ ଜାତୀୟ ସ୍ତରରେ ସଫଳତା ମୂଲ୍ୟାୟନ କରାଯିବ। ଏହି କର୍ମଶାଳାରେ ଯୋଗଦେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ଜିଲ୍ଲାରେ ଅନେକ ବିଷୟର ଅନୁମତି ଅନଲାଇନ ମାଧ୍ୟମରେ ଦିଆଯାଉଥିବା ଉଲ୍ଲେଖ କରି ଅନ୍ୟ ବିଷୟ ଗୁଡିକ ଉପରେ ଯଥାଶୀଘ୍ର ଅନଲାଇନ ବ୍ୟବସ୍ଥା କରାଯିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ।
ଲାଇସେନ୍ସ ବା ଅନୁମତି ପ୍ରଦାନ ପୂର୍ବରୁ କରାଯାଇଥିବା ଯାଞ୍ଚ ସମୟରେ ଅଧିକାରୀମାନେ ଅଧିକ ଯତ୍ନଶୀଳ ହୋଇ ତାଙ୍କର ରିପୋର୍ଟର ଉଦ୍ଯୋଗୀ ନିମନ୍ତେ ହେଉଥିବା ପ୍ରଭାବକୁ ଧ୍ୟାନରେ ରଖିବା ପାଇଁ ଶ୍ରୀମତୀ ନରୱଣେ ପରାମର୍ଶ ଦେଇଥିଲେ। ଉଦ୍ଯୋଗୀ, ବ୍ୟବସାୟୀମାନଙ୍କ ନିମନ୍ତେ ଏକ ୱେବ ପୋର୍ଟାଲ ଗଠନ କରାଯାଇ ବ୍ୟବସାୟ ସରଳୀକରଣର ବ୍ୟବସ୍ଥା କରାଯିବ ବୋଲି ଇପିକଲର ଅଧିକାରୀ ଶ୍ରୀ କୁଲକର୍ଣ୍ଣୀ ପ୍ରକାଶ କରିଥିଲେ। କର୍ମଶାଳାରେ କଟକ ପୌରନିଗମ ଆୟୁକ୍ତ ସୁଶ୍ରୀ କିରଣଦୀପ କୌର ସହୋତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା , ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ସମସ୍ତ ବିଭାଗୀୟ ଅଧିକାରୀ, ଶିଳ୍ପ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥା (DIPA) ଟିମ ଲିଡର ଶ୍ରୀମତୀ ସୁସ୍ନାତା ମହାନ୍ତି ଏହି କର୍ମଶାଳା ଆୟୋଜନାରେ ସହାୟତା କରିଥିଲେ।

ଜୁନାଗଡ଼ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ର ଏଡ୍ସ ସଚେତନତା କାର୍ଯ୍ୟକ୍ରମ।
କଟକ (ଉତ୍କଳ ନ୍ୟୁଜ) ୦୧-୧୨-୨୦୨୫ : ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ନିର୍ଦ୍ଧେଶକ ଗୁଣନିଧି ଧ ଙ୍ଗଡ଼ା ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ର ସ୍ଥାନୀୟ କଲମପୁର ଛକରୁ ବାହାରି ମୁଖ୍ୟ ରାସ୍ତା ହୋଇ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲା ସେଠାରେ ଲୋକଙ୍କୁ ବିଶ୍ୱ ମହାମାରୀ ଏଡ୍ସ ର ଭୟାଭୟତା ନେଇ ବିଭିନ୍ନ ବାର୍ତା ମାଧ୍ୟମରେ ସଚେତନ କରାଯାଇଥିଲା।
ଏହାପରେ ନୂଆ ବସଷ୍ଟାଣ୍ଡ ଡ଼। ଆମ୍ବେଦକର ଷ୍ଟେଚୁ ସବୁଖରେ ଛାତ୍ରଛାତ୍ରୀ ମାନେ ଏକ ସଚେତନତା ନାଟକ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଳ ସୁନି କର, ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଭଗବାନ ପଣ୍ଡା ପିଇଏଚଓ ଭାରତୀ ବ୍ରହ୍ମା, ଏମପି ଏଚ ଏସ ପଦ୍ମନାଭ ମେହେର, ଦତ୍ୱବାଧାନ କରିଥିବା ବେଳେ ଟିଉଟର ଷ୍ଟାଫ ଜ୍ୟୋସ୍ନା ନିଆଲ, ଲିପ୍ସ।ର।ଣି ଦୁର୍ଗା କଲେଜ ଷ୍ଟାଫ ଲିପନ କର,ଧର୍ମେସ ବାଗ ଓ ସମସ୍ତ ଛାତ୍ର ଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l

ମହିଳା ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍ ୨୦୨୫ ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ |
କଟକ (ଉତ୍କଳ ନ୍ୟୁଜ ) ୦୧-୧୨-୨୦୨୫ : ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ୱକପ୍ ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ବ କରିଥିଲେ। ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ। ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଦଳର କୋଚ ଶ୍ରୀ ଦେବାଶିଷ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Read More ...
Read More ...
ନ୍ୟୁ ଷ୍ଟିୱାର୍ଟ ସ୍କୁଲ ରେ ୫୫ତମ ସି .ଏନ . ଆଇ ଦିବସ ପାଳିତ |
କଟକ (ଉତ୍କଳ ନ୍ୟୁଜ ) ୨୯-୧୧-୨୦୨୫ : ମିଶନ ରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୫୫ ତମ ସି .ଏନ . ଆଇ ଦିବସ ବିଦ୍ୟାଳୟ ର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଙ୍କ ପୌରହିତ୍ୱ ରେ ବିଦ୍ୟାଳୟ ପରିସର ରେ ପାଳିତ ହୋଇ ଯାଇଛି I କାର୍ଯ୍ୟକ୍ରମ ର ଆରମ୍ଭରେ ବିଦ୍ୟାଳୟ ର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ I ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା I ବିଦ୍ୟାଳୟର ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ର ଆଭିମୁଖ୍ୟ,କାର୍ଯ୍ୟକଳାପ ଓ ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ I ଅଧକ୍ଷ ରେଭେରେଣ୍ଡ ମୋଜେସ ମହାନ୍ତି ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବନ୍ଧରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ , ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ବେହେରା,ସ୍କାଉଟ ମାଷ୍ଟର ପ୍ରେମାଶିସ ଜେନା,ଗାଇଡ଼ ଶିକ୍ଷୟତ୍ରୀ ବର୍ଷା ବିଶ୍ୱାସ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚଳାନା ରେ ସାହାର୍ଯ୍ୟ କରିଥିଲେ I କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁସ୍ମିତା ପାତ୍ର ଉପସ୍ଥାପନା କରିଥିଲା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀ ମାନଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ |
Read More ...
Read More ...
ଆଧୁନିକ ଅଡିଟିଂ ବ୍ୟବସ୍ଥା ସୁଶାସନର ଚାବିକାଠି: ରାଜ୍ୟପାଳ |
କଟକ (ଉତ୍କଳ ନ୍ୟୁଜ ) ୨୯-୧୧-୨୦୨୫ : ଆଧୁନିକ ଅଡିଟିଂ ଅଭ୍ୟାସ ସୁଶାସନର ଚାବିକାଠି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ନଭେମ୍ବର ୨୮ ତାରିଖ ଦିନ ଜୟଦେବ ଭବନରେ ଅନୁଷ୍ଠିତ ପଞ୍ଚମ ଅଡିଟ୍ ସପ୍ତାହ ପାଳନର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।ଆଧୁନିକ ଶାସନର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଅଡିଟିଂ ଅଭ୍ୟାସକୁ ରୂପାନ୍ତରିତ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି I ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, ଆଧୁନିକ ଅଡିଟିଂ ବିଶ୍ଳେଷଣାତ୍ମକ, ପ୍ରଯୁକ୍ତିବିଦ୍ୟା-ଚାଳିତ ଏବଂ ଭବିଷ୍ୟତ-ମୁଖୀ ହେବା ଆବଶ୍ୟକ I ସାଧାରଣ ଖର୍ଚ୍ଚ ଏବଂ ଆର୍ଥିକ ବ୍ୟବସ୍ଥାର ଯାଞ୍ଚକୁ ଉନ୍ନତ କରିବା ପାଇଁ ଏହା ତଥ୍ୟ ବିଶ୍ଳେଷଣ, ବାସ୍ତବତା ଓ ମୂଲ୍ୟାଙ୍କନ ଭିତ୍ତିକ ହେବା ଉଚିତ। ଅଡିଟର ଭୂମିକା କେବଳ ଆକାଉଣ୍ଟ ଯାଞ୍ଚ କରିବାରେ ସୀମିତ ନୁହେଁ ।ବର୍ତ୍ତମାନ ଅଡିଟ୍ ଶାସନ, ପ୍ରଯୁକ୍ତିବିଦ୍ୟା ଏବଂ ଜନସାଧାରଣଙ୍କ ଆଶା ଅକଙ୍କ୍ୟାର ସଂଯୋଗସ୍ଥଳ ଭାବେ ଉଭା ହୋଇଛି। ଡିଜିଟାଲ ପ୍ଲାଟଫର୍ମ ଏବଂ ଦିନକୁ ଦିନ ବହୁଳ ସରକାରୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଅଡିଟରେ ବାସ୍ତବତାକୁ ଆକଳନ କରିବା, ନିୟନ୍ତ୍ରଣରେ ଉନ୍ନତି ଆଣିବା ଏବଂ ସୂଚନାଯୁକ୍ତ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। ଭାରତର ଅଡିଟ୍ ସଂସ୍ଥାଗୁଡ଼ିକର ଇତିହାସ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ୧୫୦ବର୍ଷରୁ ଅଧିକ ସମୟ ଧରି ଏହା ଜନସାଧାରଣଙ୍କ ଉତ୍ତରଦାୟିତ୍ୱବୋଧର ମୂଳଦୁଆ ରହିଆସିଛି ଏବଂ ଏହା ସରକାରୀ ସମ୍ବଳର ଉତ୍ତରଦାୟୀ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ କରି ଶାସନରେ ବିଶ୍ୱାସକୁ ସୁଦୃଢ଼ କରିବାରେ ସହାୟକ ହୋଇଛି।
ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାକୁ ଗ୍ରହଣ କରିବାରେ ଓଡ଼ିଶାର ଅଗ୍ରଗତିକୁ ରାଜ୍ୟପାଳ ପ୍ରଶଂସା କରିଥିଲେ I ଏଥି ସହିତ ସମାଧାନ (SAMADHAN) ଭଳି ପଦକ୍ଷେପକୁ ଅଭିଯୋଗ ପରିଚାଳନାରେ ଉଭୟ ଦକ୍ଷତା ଓ ସହାନୁଭୂତିର ମଡେଲ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ I ଡିଜିଟାଲ ଅଡିଟ୍ ଉପକରଣ, ବିଶ୍ଳେଷଣ ଓ ଦକ୍ଷତା ବିକାଶକୁ ଆପଣେଇ ରାଜ୍ୟକୁ ଆଧୁନିକ ଅଡିଟ୍ ସଂସ୍କାରରେ ଅଗ୍ରଣୀ କରିଥିବାରୁ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି)କାର୍ଯ୍ୟାଳୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। କୃତ୍ରିମ ବୁଦ୍ଧିମତ୍ତା ଓ ଉନ୍ନତ ବିଶ୍ଳେଷଣର ବ୍ୟବହାର ସମେତ ନବସୃଜନ, ସହଯୋଗ ଏବଂ ବୃତ୍ତିଗତ ଉତ୍କର୍ଷ ଉପରେ ଅଡିଟର ଭବିଷ୍ୟତ ନିର୍ଭର କରେ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ। ପାରଦର୍ଶିତା ଏବଂ ସଂସ୍ଥାଗତ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ପାଇଁ ଏକ ଆଗୁଆ, ସମନ୍ୱିତ ଏବଂ ପରାମର୍ଶମୂଳକ ଅଡିଟ ଫ୍ରେମୱାର୍କର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଓଡ଼ିଶାର ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ) ଡି .ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୧) ସୁବୁ ଆର. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

କମିଶନରେଟ୍ ପୋଲିସ ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର , ୧୦୨ ୟୁନିଟ୍ ରକ୍ତ ସଂଗୃହୀତ |
କଟକ (ଉତ୍କଳ ନ୍ୟୁଜ ) ୨୯-୧୧-୨୦୨୫ : ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ ଏବଂ ଚୌଦ୍ୱାର ଥାନାର ମିଳିତ ଆନୁକୂଲ୍ୟରେ ଆଜି ଶୁକ୍ରବାର ତା-୨୮/୧୧/୨୦୨୫ ରିଖ ଦିନ ଚୌଦ୍ୱାର କପାଳେଶ୍ୱର ସ୍ଥିତ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୂଲ୍ୟବାନ ୧୦୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। କଟକ ଡିସିପି ଶ୍ରୀ ଖିଲାରୀ ଋଷିକେଶ, ଭା.ପୁ.ସେ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରର ଉଦଘାଟନ କରିବା ସାଙ୍ଗକୁ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ବାସିନ୍ଦା, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିଥିଲେ।
କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ଶାଖାର କର୍ମକର୍ତ୍ତାମାନେ ଏହି ରକ୍ତଦାନ ଶିବିରରେ ରକ୍ତସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ସହରାଞ୍ଚଳ ପୋଲିସର ଅତିରିକ୍ତ ଡିସିପି ଆରକେ ପୃଷ୍ଟି, ଜୋନ୍-୧ ଏସିପି ଅରୁଣ କୁମାର ସ୍ୱାଇଁ, ଚୌଦ୍ୱାର ଥାନା ଅଧିକାରୀ ଇନ୍ସପେକ୍ଟର ଦୀପକ ଖଣ୍ଡାୟତରାୟ, ଇନ୍ସପେକ୍ଟର ନିରଞ୍ଜନ ଭୋଇ, ଇନ୍ସପେକ୍ଟର ସରସ୍ୱତୀ ସାହୁ, ଚୌଦ୍ୱାର ପୌରପାଳିକାର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏବଂ ଆରଏସ୍ଏସ୍ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଟ୍ୱିନସିଟିରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକର ରେଡ଼କ୍ରସ ଶାଖା ନିୟମିତ ବ୍ୟବଧାନରେ ଏଭଳି ରକ୍ତଦାନ ଶିବିରର ଆୟୋଜନ କରିଆସୁଛି।

ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ , ୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩ |
କଟକ (ଉତ୍କଳ ନ୍ୟୁଜ ) ୨୮-୧୧-୨୦୨୫ : ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeper, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ଜଣ ପାରାମେଡିକ୍ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Mechanical), ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ସୃଷ୍ଟି ପାଇଁ ଭରଷା ଦେଇଥିଲୁ, ଆମେ ନିୟମିତ ଭାବେ ନିଯୁକ୍ତିମେଳା ଆୟୋଜନ କରି ଆମ କଥା ରଖୁଛୁ । ପ୍ରଥମରୁ ଏଥିପାଇଁ ଆମେ ଉଦ୍ୟମ ଆରମ୍ଭ କରି ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୧୭ ମାସ ଭିତରେ ଆଜିକୁ ମିଶାଇ ୧୨ ଟି ନିଯୁକ୍ତିମେଳା ଜରିଆରେ ଆମେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ । ଏତେ ସଂଖ୍ୟାରେ ସରକାରୀ ପଦ ପଦବୀରେ ନିଯୁକ୍ତି ଏତେ କମ୍ ଦିନ ଭିତରେ ଆଗରୁ କେବେ ହୋଇନାହିଁ । ଦୁଇ ବର୍ଷ ଭିତରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହାସଲ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ଔଦ୍ୟୋଗିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଆମେ ପଦକ୍ଷେପ ନେଉଛୁ । ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ମାଧ୍ୟମରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିଛୁ । ଓଡ଼ିଶାର ଯୁବଶକ୍ତି ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ଭାବ ଆପଣମାନେ ଜାଣିପାରୁଥିବେ । ଆମର ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ନିରବଚ୍ଛିନ୍ନ ଭାବରେ ଜାରି ରହିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣେଇଛନ୍ତି, ତେଣୁ ଆପଣମାନେ ଦୁର୍ନୀତିକୁ ବିଷ ମନେକରି ତା ଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ, ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଦଜନକ ହେବ । ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଯେପରି ଓଡ଼ିଶା ଏବଂ ରାଜ୍ୟବାସୀଙ୍କ ଉନ୍ନତିରେ ସହାୟକ ହେବ ତାକୁ ଦୃଷ୍ଟିରେ ରଖି କାମ କରନ୍ତୁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ଚାରୋଟି ପରାମର୍ଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସହୃଦୟତାପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଭାବେ ସେବା ଯୋଗାଇଦେବେ, ନିଜର କାର୍ଯ୍ୟରେ ସବୁବେଳେ ଉତ୍କୃଷ୍ଟତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ, ସବୁବେଳେ ନିଜର ଜ୍ଞାନର ପରିସୀମାକୁ ବୃଦ୍ଧି କରନ୍ତୁ ଓ ସମୟ ଉପଯୋଗୀ କରନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟତା ଓ ସ୍ୱଚ୍ଛତା ବଜାୟ ରଖନ୍ତୁ ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ନବନିଯୁକ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ଆମ ସରକାର ଲୋକଙ୍କ ପାଇଁ କାମ କରୁଛି, ଆପଣମାନେ ଯେଉଁଠି ବି ନିଯୁକ୍ତି ପାଆନ୍ତୁ, ସେଠାକୁ ଯାଇ ଲୋକଙ୍କ ପାଇଁ ଆପଣମାନେ କାମ କରନ୍ତୁ । ଲୋକଙ୍କ ସେବା କରିବା ହେଉଛି ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ଧର୍ମ । କର୍ତ୍ତବ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ସେ କହିଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆପଣମାନେ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛନ୍ତି। ଦାୟିତ୍ୱସମ୍ପନ୍ନ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରନ୍ତୁ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସରକାର ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବା ପାଇଁ କାର୍ଯ୍ୟ କରୁଛନ୍ତି । ଆପଣମାନେ ନିଜ ନିଜ କ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତାର ସହିତ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରନ୍ତୁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨ ଟି ବିଭାଗର ୩୦ ଜଣଙ୍କୁ

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା |
କଟକ (ଉତ୍କଳ ନ୍ୟୁଜ ) ୨୮-୧୧-୨୦୨୫ : ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion Organization) ତରଫରୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଉଲ୍ଲେଖଯୋଗ୍ୟ ସଫଳତା । ସୂଚନାଯୋଗ୍ୟ ଯେ, ସମୁଦାୟ ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ । ଓଡ଼ିଶା ସାମଗ୍ରୀକ ପ୍ରଦର୍ଶନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଏହି ସଫଳତା ହାସଲ କରିଛି ।
କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ପୁରସ୍କାର ପାଇବା ସହିତ ଏଥରକୁ ମିଶାଇ ଦୁଇ ଥର ଗୋଲ୍ଡ ମେଡାଲ ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ରାଜ୍ୟ ସରକାରଙ୍କର ୯ଟି ବିଭାଗର ୨୬ ଟି ଷ୍ଟଲ ସ୍ଥାନୀତ ହୋଇଥିଲା। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଏବଂ ଏକ୍ ଭାରତ ଶ୍ରେଷ୍ଠ ଭାରତର ଆଭିମୁଖ୍ୟକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୨୨ ତାରିଖରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶା ମଣ୍ଡପ ବୁଲି ଦେଖିବା ସହିତ ଓଡ଼ିଶାର କଳା, ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ l
କଟକ (ଉତ୍କଳ ନ୍ୟୁଜ ) ୨୮-୧୧-୨୦୨୫: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଆମ୍ବେଦକର ଷ୍ଟେଚୁ ନିକଟରେ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୭୬ତମ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା l ସଂଗଠନର ସଭାପତି ରଞ୍ଜନ କୁମାର ଜାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ବିଧାନ ପ୍ରଣେତା ଡ଼.ବାବା ସାହେବ ଆମ୍ବେଦକର ଙ୍କ ର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ସିଂ ବେଲଦାର, ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରlଡ଼, ଆଇନଜୀବୀ ଡ଼. ବିଶ୍ୱନାଥ କର, ସମାଜସେବୀ ଉଦ୍ଧବ ସାହୁ ଏବଂ ଆଦିତ୍ୟ ହଂସ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ l ଡ଼ ବାବା ସାହେବ ଆମ୍ବେଦକର ଙ୍କ ରାଷ୍ଟ୍ରୀୟ ସମ୍ବିଧାନ ଏକ ଅମୁଲ୍ୟ ରତ୍ନ ଏହାକୁ ନେଇ ଭାରତ ଅଗ୍ରସର ହୋଇ ଚାଲିଛି ଏବଂ ଦେଶର ଅଖଣ୍ଡତା କୁ ବଜାୟ ରଖିବା ସହ ସମନ୍ତରାଳ ଶାସନ ପ୍ରଦାନ କରି ଏକ ବିକଶିତ ଭାରତ ଗଠନ କରିବା ପାଇଁ ରାଷ୍ଟ୍ରୀୟ ସମ୍ବିଧାନ ର ପ୍ରମୁଖ ଭୂମିକା ରହିଛି ବୋଲି ସଭାପତି ଶ୍ରୀ ଜାଲ ଏବଂ ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏଥିରେ ସଂଗଠନ ର ପୁର୍ନେନ୍ଦୁ ମାଝୀ, ଲଳିତ ବାଗ,ସୁଶାନ୍ତ ନାଏକ, ମିନୁ କନ୍ଦପlନ, ଶରତ ଶବର, ଶିବ ମହାନନ୍ଦ, ଗୌରାଙ୍ଗ ସୁନା, ରତନ ଧଙ୍ଗଡାମାଝି, ଅଞ୍ଜନ କ୍ଷିତି, ଘାସି କ୍ଷିତି,ଲାରା ନାଗ, ଏବଂ ମିଡ଼ିଆ ସେଲ ରୁ ରବିଶଙ୍କର ସୁନାନୀ, ଖଗେଶ୍ୱର ଧଙ୍ଗଡ଼ାମାଝି, କୁମରମଣୀ ଦୁର୍ଗା, ଆଦିତ୍ୟ ମହାନ୍ତି,ଭୋକରଧନ ଧଙ୍ଗଡ଼ାମାଝି, ବ୍ୟମୋକେଶ ପୁରୋହିତ, ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ବରିଷ୍ଠ କର୍ମକର୍ତା ଉଗ୍ରେସନ କନ୍ଦପlନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯକାରୀ ସଭାପତି ନରେନ୍ଦ୍ର କ୍ଷିତି ଧନ୍ୟବାଦ ଦେଇଥିଲେ l
କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...
Read More ...