ଭାରତ ମସଲା ପକ୍ଷରୁ ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ପ୍ରତିଷ୍ଠା ଦିବସ ପାଳିତ |

17

କଟକ ( ଉତ୍କଳ ନ୍ୟୁଜ ) ୧୫-୦୯-୨୬ : ରାଜ୍ୟର ଅଗ୍ରଣୀ ମସଲା ଉଦ୍ୟୋଗ କମ୍ପାନୀ ଭାରତ ମସଲା ପକ୍ଷରୁ ୨୭ତମ ଭାରତ ପ୍ରତିଭା ସମ୍ମାନ ଉତ୍ସବ ପାଳନ କରାଯାଇଛି। ପବିତ୍ର ଗଣେଶ ପୂଜା ଅବସରରେ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ୨୭ ତମ ଭାରତ ପ୍ରତିଭା ସମ୍ମାନ ସହ ପ୍ରତିଷ୍ଠା ଦିବସ କଟକ ସହିଦ ଭବନ ପରିସରରେ ଅନୁଷ୍ଠିତ କରିଛି ଭାରତ ମସଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ପଶୁ, ମସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ।ଏହି ଅବସରରେ କିଟ , କିମସ , କିସ୍‌ର ପ୍ରତିଷ୍ଠାତା ତଥା ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭାରତ ଗୌରବ ସମ୍ମାନ, ଭାରତୀୟ ନୌସେନାର ଭାଇସ୍ ଆଡ୍‌ମିରାଲ କ୍ୟାପ୍‌ଟେନ୍ ରମାକାନ୍ତ ପଟ୍ଟନାୟକଙ୍କୁ ସେବା ଭାରତ ସମ୍ମାନ , ସମାଜବିଜ୍ଞାନୀ , ଭାଷା ତତ୍ତ୍ବବିତ୍ ଓ ସାରସ୍ଵତ ସାଧକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ “ କଥା ଭାରତ ସମ୍ମାନ , ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ ସଂସ୍କୃତି ଭାରତ ସମ୍ମାନ , କ୍ରୀଡା କ୍ଷେତ୍ରରେ ସଫଳ କ୍ରିକେଟିୟର ରାଜେଶ କୁମାର ମହାନ୍ତିଙ୍କୁ କ୍ରୀଡା ଭାରତ ସମ୍ମାନ ” , ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ବଲପୁର ଜିଲ୍ଲା ବବ୍ରିବାହାଲ ବାମରା ଅଞ୍ଚଳର ଲତା ବାଗ୍ ଓ ପୁଷ୍ପଲତା ସାହୁଙ୍କୁ ଉଦ୍ୟୋଗୀ ଭାରତ ସମ୍ମାନ ଶିକ୍ଷା କ୍ଷେତ୍ରରେ + ୨ ବିଜ୍ଞାନ , ବାଣିଜ୍ୟ ଓ କଳାରେ ଯଥାକ୍ରମେ ମେଧା ବିଦ୍ୟାର୍ଥୀ କମଳାକାନ୍ତ ରଣା , ଶୁଭମ୍ ନାୟକ ଓ ଅଙ୍କିତା ନାୟକଙ୍କୁ “ ବିଦ୍ୟାଭାରତ ସମ୍ମାନ ରେ ସମ୍ମାନିତ କରିଛି ଜୟ ଭାରତ ଫାଉଣ୍ଡେସନ୍।

ସେହିପରି ଜୟ ଭାରତ ଫାଉଣ୍ଡେସନ୍‌କୁ ସହଯୋଗ କରି ଆସୁଥିବା ଭାରତ ମସଲା କଂପାନୀ ପକ୍ଷରୁ ନୂତନ ଭାବରେ ଶିଳ୍ପ କ୍ଷେତ୍ରରେ ରାଜ୍ୟର ନାମକୁ ଶୀର୍ଷରେ ପହଂଚାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ଭାରତ ସମ୍ମାନ ପ୍ରଦାନ କରାଯାଇଛି। ୧୯୯୯ ମସିହାରୁ ଜନ୍ମ ନେଇଥିବା ଭାରତ ମସଲା ଆଜି ତାର ମାନ , ପରିମାଣ , ଗୁଣବତ୍ତା ପାଇଁ ସାରା ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କେବଳ ବ୍ୟବସାୟୀକ କ୍ଷେତ୍ରରେ ନୁହେଁ ରାଜ୍ୟରେ ଘଟୁଥିବା ବିଭିନ୍ନ ବିପର୍ଯୟ ସମୟରେ ସାମାଜିକ ଦାୟିତ୍ବବୋଧତାକୁ ମଧ୍ୟ ସୂଚାରୁ ରୂପେ ତୁଲାଇ ଆସୁଛି ବୋଲି ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି।