More News

କମିଶନରେଟ୍ ପୋଲିସ ପକ୍ଷରୁ ପୁରୀଘାଟ ଥାନାରେ ରକ୍ତଦାନ ଶିବିର , ୧୫୪ ୟୁନିଟ୍ ରକ୍ତ ସଂଗୃହୀତ |

କଟକ (ଉତ୍କଳ ନ୍ୟୁଜ ) ୦୨-୧୨-୨୦୨୫ : ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ ଏବଂ ପୁରୀଘାଟ ଥାନାର ମିଳିତ ପ୍ରୟାସରେ ରବିବାର ତା: ୩୦/୧୧/୨୦୨୫ ରିଖରେ ପୁରୀଘାଟ ଥାନା ପ୍ରାଙ୍ଗଣରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ମୂଲ୍ୟବାନ ୧୫୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ କଟକ ଡିସିପି ଋଷିକେଶ ଖିଲାରୀ, ଭାପୁସେ, ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିସିପି ରଞ୍ଜିତ ପୃଷ୍ଟି, ସୁଦର୍ଶନ ଦାଶ, ଜୋନ-୬ ଏସିପି ଅନ୍ୱେଷା ଅବସ୍ଥୀ (ଭାପୁସେ), ଏସିପି ଅଶୋକ କୁମାର ଗିରି, ଏସିପି ଜୟନ୍ତ ଦୋରା (ଟ୍ରାଫିକ), କର୍ପୋରେଟର ବନଲତା ପ୍ରଧାନ, ଲକ୍ଷ୍ମୀଧର ସେଠୀ, ଇତିଶ୍ରୀ ଦାଶ, ଗଗନ ଓଝା, ସମାଜସେବୀ ରଞ୍ଜନ ବିଶ୍ୱାଳ, ରାଜୀବ ନନ୍ଦ, ପ୍ରଶାନ୍ତ କିଶୋର, ଏଚଡିଏଫସି ବ୍ୟାଙ୍କ କଟକର ନିଶିକାନ୍ତ ମହାନ୍ତି, ଏବଂ ଦରଘାବଜାର, ମଙ୍ଗଳବାଗ, ସିଡିଏ-୨, ବାଦାମବାଡ଼ି, ମଧୁପାଟଣା ଓ ପୁରୀଘାଟ ଥାନାର ଆଇଆଇସିମାନେ ଉପସ୍ଥିତ ରହିଥିଲେ। ସେହିଭଳି ବିଭିନ୍ନ ସାହିର ବାସିନ୍ଦା, ସାହି ମୂରବୀ, ସ୍ଥାନୀୟ ସମାଜସେବୀ ଓ ବିଭିନ୍ନ ସଂଗଠନର ପଦାଧିକାରୀମାନେ ମଧ୍ୟ ଏହି ଶିବିରରେ ସାମିଲ ହୋଇ ରକ୍ତଦାନ କରିବା ସାଙ୍ଗକୁ ସହଯୋଗ କରିଥିଲେ। କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ଶାଖାର କର୍ମକର୍ତ୍ତାମାନେ ଏହି ଶିବିରରେ ରକ୍ତସଂଗ୍ରହ କରିଥିଲେ। ଟ୍ୱିନସିଟିରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକର ରେଡ଼କ୍ରସ ଶାଖା ନିୟମିତ ବ୍ୟବଧାନରେ ଏଭଳି ରକ୍ତଦାନ ଶିବିରର ଆୟୋଜନ କରିଆସୁଛି।
Read More ...

ଡାଟାଟେକ୍‌ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ କମ୍ପ୍ୟୁଟର ଟେକ୍ନୋଲଜି, ଚାର ବାଟିଆ ରେ ଟାଟା ଷ୍ଟ୍ରାଇଭ୍ ଓ ଓଡିଶା ସ୍କିଲ୍ ଡିଭେଲପମେଣ୍ଟ ସେଣ୍ଟର ସହ ସହଯୋଗରେ ଯୁବ ନିଯୁକ୍ତି ଅଭିଯାନ ଆୟୋଜିତ |

କଟକ (ଉତ୍କଳ ନ୍ୟୁଜ ) ୦୧-୧୨-୨୦୨୫ : ଡାଟାଟେକ୍‌ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ କମ୍ପ୍ୟୁଟର ଟେକ୍ନୋଲଜି, ଚାରବାଟିଆ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଜବ୍ ଡ୍ରାଇଭ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ଟାଟା ଷ୍ଟ୍ରାଇଭ୍ ଓ ଓଡିଶା ସ୍କିଲ୍‌ ଡି ଡେଭଲପମେଣ୍ଟ ସେଣ୍ଟର ସହ ସହଯୋଗରେ ଆୟୋଜିତ ହୋଇଥିଲା ଏବଂ ଏହାର ମୂଳ ଉଦ୍ଦେଶ୍ୟ ଥିଲା ଅଞ୍ଚଳର ଯୁବମାନଙ୍କଙ୍କୁ ନିଯୁକ୍ତି ସୁଯୋଗ ଓ କ୍ୟାରିୟର ଗଠନରେ ସହାୟତା କରିବା। ଏହି ନିଯୁକ୍ତି ଅଭିଯାନରେ ହସ୍ପିଟାଲିଟି, ଫୁଡ୍ ଏଣ୍ଡ ବେଭରେଜ୍ (F&B), ବେକେରି, ମଲ୍ଟି କୁଜିନ୍ କୁକ୍ ଓ ବ୍ୟାଙ୍କିଙ୍ଗ୍‌ (BDE–ବିଜନେସ୍ ଡିଭେଲପମେଣ୍ଟ ଏଗ୍ଜିକ୍ୟୁଟିଭ୍) ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଥିଲା । ଏହାଙ୍କ ମାଧ୍ୟମରେ ଡାଟାଟେକ୍‌ର ଛାତ୍ରଛାତ୍ରୀମାନେ ଶିଳ୍ପ ମୁଖ୍ୟ ଚାହିଦା ଅନୁଯାୟୀ ବାସ୍ତବିକ ନିଯୁକ୍ତି ସୁଯୋଗ ସହିତ ସଂଯୁକ୍ତ ହୋଇପାରିଲେ। କାର୍ଯ୍ୟକ୍ରମଟିରେ ଡାଟାଟେକ୍‌ ନିର୍ଦ୍ଦେଶକ, ଗୌତମ ଉଦୟଭାନୁ, ସହନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ଦାସ, ଏବଂ ଷ୍ଟାଫ୍ ମେମ୍ବର ଓମ୍ ବେହେରା, ନିବେଦିତା ଦାସ, ଆଶିସ ସାହୁ, ପ୍ରିୟଙ୍କା ନାୟକ, ଆଇଶା ପରିଡ଼ା ଓ ଅନ୍ୟାନ୍ୟ ସବୁ ଡାଟାଟେକ୍ କର୍ମଚାରୀମାନଙ୍କର ଉପସ୍ଥିତି ଓ ସହଯୋଗ ଥିଲା ।
ସମସ୍ତଙ୍କ ଯୋଗଦାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇପାରିଲା। ଏହି ଅବସରରେ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ, ଡାଟାଟେକ୍‌ ଯୁବମାନଙ୍କୁ ଦକ୍ଷତା, ଟେକ୍ନୋଲଜି ଓ କ୍ୟାରିୟର ଭିତ୍ତିକ ଶିକ୍ଷା ପ୍ରଦାନରେ ପ୍ରତିବଦ୍ଧ । ଏହି ଜବ୍ ଡ୍ରାଇଭ୍ ହେଉଛି ଡାଟାଟେକ୍‌ର ଲକ୍ଷ୍ୟ ଅଧିକ ଦକ୍ଷତା, ଅଧିକ ସୁଯୋଗ, ଅଧିକ ନିଯୁକ୍ତିର ଏକ ପ୍ରାକ୍ତିକ ପ୍ରମାଣ। ଭବିଷ୍ୟତରେ ଏହିପରି ସହଯୋଗୀ ଉଦ୍ୟମ, ସ୍କିଲ୍‌ ଟ୍ରେନିଙ୍ଗ ଓ ନିଯୁକ୍ତି ସୁଯୋଗମାନେ ଡାଟାଟେକ୍‌ ପକ୍ଷରୁ ଅଧିକ କ୍ଷମତାବାନ୍ ଓ କାର୍ଯ୍ୟକ୍ଷମ ଯୁବ ଶକ୍ତି ଗଠନରେ ସହାୟତା କରିବ।

Read More ...

ସରକାରଙ୍କର ସଂଖ୍ୟାଲଘୁ କଲ୍ୟାଣ କାର୍ଯ୍ୟକ୍ରମ ଓ ସଚେତନତା ସଭା |

କଟକ (ଉତ୍କଳ ନ୍ୟୁଜ) କଟକ ଆଠଗଡ ସ୍ଥିତ ବlଳିର ଧରମପୁର ଗ୍ରାମର ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ସରକାରଙ୍କ ସଂଖ୍ୟାଲଗୁ କଲ୍ୟାଣ କାଯ୍ୟକ୍ରମ ବିଷୟରେ ଏକ ସଚେତନତା ସଭା ଅପରାହ୍ନ ୪ ଟା ସମୟରେ ହୋଇଥିଲା,ଚର୍ଚ୍ଚର ପlଷ୍ଟର ସନାତନ ସିଂ ନିଜର ବକ୍ତୃତା ମଧ୍ୟରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହିତ ସଚେତନତା କରିଥିଲେ,ଶିକ୍ଷା ତଥା ନାରୀ ସଶକ୍ତିକରଣ,କିଭଳି ଆତ୍ମନିର୍ଭରସଳିତା,ଓ ସାମାଜିକ କ୍ଷେତ୍ରରେ କିଭଳି କାର୍ଯ୍ୟ କରିବେ ତଥା ସରକାରୀ ସ୍ତରରେ ମିଳୁଥିବା ସଂଖ୍ୟାଲଘୁଙ୍କ ପାଈଁ ଯୋଜନା ଗୁଡିକ କିଭଳି ପାଇପାରିବେ ସମସ୍ତଙ୍କୁ ବୁଝାଇଥିଲେ,ଏହି କାର୍ଯ୍ୟକ୍ରମରେ ଧରମପୁର ବାପଟିଷ୍ଟ ଚର୍ଚ୍ଚ ର ସମ୍ପାଦକ ଅଜିତ କୁମାର ଦାସ,କୋଷାଧକ୍ଷ ଦିଲ୍ଲୀପ କୁମାର ବେହେରାଙ୍କ ସହିତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ,।
Read More ...

ଭଦ୍ରକରେ ଶ୍ରମିକ- କୃଷକ ସଂଗଠନ ପକ୍ଷରୁ ମିଳିତ ପ୍ରତିବାଦ |

କଟକ (ଉତ୍କଳ ନ୍ୟୁଜ ) ୨୭-୧୧-୨୦୨୫ : ସମସ୍ତ କୃଷିଜାତ ସାମଗ୍ରୀ ଉତ୍ପାଦନ ମୂଲ୍ୟର ଦେଢଗୁଣ ଅଧିକ ବିକ୍ରି ମୂଲ୍ୟ ସରକାର ସ୍ଥିର କରିବା, ଶ୍ରମିକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ୪ ଟି ଶ୍ରମ କୋର୍ଡ ବାତିଲ କରିବା, ଡ୍ରାଫ୍ଟ ଶ୍ରମଶକ୍ତି ନୀତି-୨୦୨୫ କୁ ପ୍ରତ୍ୟାହାର କରିବା, ବିଦ୍ୟୁତ୍ ସଂଶୋଧନ ବିଲ- ୨୦୨୫ ପ୍ରତ୍ୟାହାର କରିବା, ଜଙ୍ଗଲ ଅଧିକାର ଆଇନ-୨୦୧୩ ର ସଠିକ୍ କାର୍ଯ୍ୟକାରୀ କରିବା, ଜମିଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଆଇନ-୨୦୧୩ ର ସଠିକ୍ କାର୍ଯ୍ୟକାରୀତା, ସଂଖ୍ୟାତ୍ମକ କୃଷି ମିଶନ ବାତିଲ କରିବା, ଏମ୍ ଏନ୍ ଆର ଇଜିଏସ ଯୋଯନା ରେ ବର୍ଷ କୁ ମୂଲିଆ ମାନଙ୍କୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦେବା, ଏମ୍ ଏନ୍ ଆର ଇଜିଏସ ଯୋଯନା ରେ ଦୈନିକ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି କରିବା, ଜାତୀୟ ସାଧାରଣ ମଜୁରୀ ମାସିକ ୨୬୦୦୦ ଟଙ୍କା ପ୍ରଦାନ କରିବା, ଶ୍ରମିକ ମାନଙ୍କୁ ମାସିକ ପେନସନ ୧୦୦୦୦ ଟଙ୍କା ପ୍ରଦାନ କରିବା, ସମସ୍ତ ଶ୍ରମିକ ସାମାଜିକ ସୁରକ୍ଷା ବେନିଫିଟ ଯୋଗାଇ ଦେବା, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶତକଡ଼ା ୯୨ ଭାଗ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ପାଇଁ ସଂସଦରେ ଆଇନ ପ୍ରଣୟନ, ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ମାନଙ୍କ ସମସ୍ତ ପ୍ରକାର ଋଣ ଛାଡ କରିବା, ଆମ ଦେଶର ଅତ୍ୟଧିକ ଧନୀ ଲୋକଙ୍କ ଉପରେ ଅଧିକ ଟିକସ ବସାଇବା, କମ୍ ସୁଦ୍ଧରେ ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କୁ ସରକାରୀ ଓ ଘରୋଇ ବ୍ୟାଙ୍କରୁ ଋଣ ଯୋଗାଇଦେବା, ଜୈବିକ ସଂପତ୍ତି ଉପରେ ଜାତୀୟ ସାର୍ବଭୌମତ୍ୱ ସୁନିଶ୍ଚିତ କରିବା, ଜାତୀୟ ମୁଦ୍ରିକରଣ ପାଇପଲାଇନକୁ ବାତିଲ କରିବା, ଡ୍ରାଫ୍ଟ ବିହନ ବିଲ୍-୨୦୨୫ ବାତିଲ କରିବା,ବିଦ୍ୟୁତ୍ କ୍ଷେତ୍ରରେ ସ୍ମାର୍ଟ ମିଟର ପ୍ରଚଳନ ବ୍ୟବସ୍ଥା ବାତିଲ କରିବା, ନିର୍ବାଚନ ପ୍ରତିଶ୍ରୁତି ମୁତାବକ ମାଗଣାରେ ପ୍ରତ୍ୟେକ ପରିବାର କୁ ୩୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇଦେବା, ସରକାରୀ ଫସଲବୀମା ଓ ଗୃହପାଳିତ ପଶୁ ପକ୍ଷୀ ବୀମା ଯୋଯନା ଗ୍ରହଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର କମାଇବା ସହ ୧୪ ଟି ଅତ୍ୟାବଶ୍ୟକ ସାମଗ୍ରୀ କୁ କଣ୍ଟ୍ରୋଲ ସାମଗ୍ରୀ ଭୁକ୍ତ କରିବା, ସକଳ ଶ୍ରେଣୀର ଶ୍ରମିକ ମାନଙ୍କୁ ୬୦ ବର୍ଷ ପରେ ମାସିକ ୧୦ ହଜାର ଟଙ୍କା ପେନସନ ଦେବା, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫକୁ ପ୍ରତ୍ୟାଖ୍ୟାନ କରିବା, ସାଂପ୍ରଦାୟିକ ଓ ଜାତିଗତ ଉତ୍ପୀଡନ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଦୃଢ ଭାବରେ କାର୍ଯ୍ୟକାରୀ କରିବା ଓ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଫାଷ୍ଟ ଟ୍ରାକ ବିଚାର ବ୍ୟବସ୍ଥା ପ୍ରଚଳନ କରିବା ଆଦି ଦାବି ନେଇ ଐତିହାସିକ ଦିଲ୍ଲୀ ଚାଷୀ ଆନ୍ଦୋଳନ-୨୦୨୦ର ପଞ୍ଚମ ସ୍ମୃତି ବାର୍ଷିକ ପରିପ୍ରେକ୍ଷୀରେ ଭଦ୍ରକ ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ମିଳିତ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ଭଦ୍ରକ ସହର ସ୍ଥିତ ବନ୍ତ ଛକରୁ ଏକ ଲାଲ୍ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଦାବି ଗୁଡିକୁ ପୂରଣ କରିବା ପାଇଁ ମିଳିତ ଶ୍ରମିକ- କୃଷକ ସଂଗଠନର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଏହି ଆନ୍ଦୋଳନ କାର୍ଯ୍ୟାକ୍ରମରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଅଖିଳ ଭାରତ କୃଷକ ସଭା ର ଜିଲ୍ଲା ସଂପାଦକ ବିମ୍ବାଧର ବାରିକ୍, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ , ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ବାଳ, କୃଷକ ନେତା ଶୁଭେନ୍ଦ୍ରପ୍ରତାପ ମହାନ୍ତି , ମହିଳା ନେତ୍ରୀ ସୁରଜିତା ନାୟକ, ଶ୍ରମିକ ନେତା ମଳୟ ଭୋଇ, ଶ୍ରମିକ ନେତା ବିଷ୍ଣୁ ଦାଶ, ରାମଚନ୍ଦ୍ର ଶଙ୍ଖୁଆ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଶ୍ରମିକ ନେତା ମହେଶ୍ୱର ନାୟକ, ଶ୍ରମିକ ନେତା ରମେଶ ଜେନା, ଶ୍ରମିକ ନେତା ରବିନ୍ଦ୍ର ସେଠୀ, ଚାଷୀ ନେତା ସୁଶାନ୍ତ ଜେନା, ଚାଷୀ ନେତା ଅଶୋକ ବେହେରା, ଯୁବନେତା ପ୍ରତାପ ସେଠୀ ପ୍ରମୁଖ ନେତୃତ୍ବ ନେଇଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |

Read More ...

ଚୌଦ୍ୱାର ବିଜେପି ପକ୍ଷ ରୁ ନୂଆପଡା ଉପନିର୍ବାଚନ ଏବଂ ବିହାର ର ବିଜୟ କୁ ନେଇ ଉତ୍ସବ ପାଳନ |

କଟକ (ଉତ୍କଳ ନ୍ୟୁଜ ) ୧୪-୧୧-୨୦୨୫ : ନୂଆପଡା ଉପନିର୍ବାଚନ ଏବଂ ବିହାର ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ବିପୁଳ ବିଜୟ ପାଇଁ ଭାଜପା ଚୌଦ୍ୱାର ଏବଂ ଇନ୍ଦ୍ରାଣୀ ପାଟଣା ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ମମତା ବେହେରା ଙ୍କ ନେତୃତ୍ୱ ରେ ଚୌଦ୍ୱାର ବିଜୁ ପଟ୍ଟନାୟକ ମାର୍କେଟ କଂପ୍ଲେକ୍ସ ପରିସରରେ ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା |
ଅନ୍ୟମାନଙ୍କ ମଧ୍ୟ ରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ହୋତା , ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ , ପାରିଷଦ ଇଂ ସୁଜାତା ସାହୁ , ପୂର୍ବତନ ମଣ୍ଡଳ ସଭାପତି ଅଜିତ କୁମାର ସୁବୁଦ୍ଧିରାୟ , ରମେଶ ଚନ୍ଦ୍ର ନାୟକ , ଚିନ୍ମୟ ବେହେରା , ପ୍ରଶାନ୍ତ କୁମାର ବିଶ୍ୱାଳ , ପ୍ରକାଶ ଚନ୍ଦ୍ର ବଡ଼ଜେନା , ଭାବଗ୍ରାହୀ ପଟ୍ଟନାୟକ , ଇନ୍ଦ୍ରାଣୀପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ , ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସାହୁ , କ୍ରିଷ୍ଣା ରାଓ , ସୁମିତ୍ରା ସାହୁ , ଅନିତା ନାୟକ , କୈଳାଶ ବଗି , ପବିତ୍ର ବଳ , ରଘୁନାଥ ନାୟକ , ଧନେଶ୍ୱର ନାୟକ , ଅମୁଲ୍ୟ ଦାସ , ରାଜେନ୍ଦ୍ର ବିଶ୍ୱାଳ , ପ୍ରମୁଖ ଯୋଗଦାନ କରିଥିଲେ |

Read More ...

କଟକର ସହରାଞ୍ଚଳ ପୋଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମ ମଞ୍ଚ ଏବେ ଚର୍ଚ୍ଚାରେ |

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : କଟକର ଐତିହାସିକ ବାଲିଯାତ୍ରାରେ ଥିବା କଟକ ଇନ୍ କଟକ ଭିତରେ ପୋଲିସ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ମଞ୍ଚ ପାଶ୍ୱର୍ରେ ଲୋକଙ୍କ ଭିଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଗତକାଲି ସନ୍ଧ୍ୟାରେ ଓଲିଉଡ୍ ଶିଳ୍ପର ଜଣାଶୁଣା ଅଭିନେତ୍ରୀ ସୁଶ୍ରୀ ସଙ୍ଗୀତା ମହାପାତ୍ର(ଲିପି) ଏହି ମଞ୍ଚରେ ସଚେତନତା କରିବା ସହିତ ମନୋରଞ୍ଜନ ମଧ୍ୟ କରିଥିଲେ ଯାହା ଫଳରେ ବାଲିଯାତ୍ରାର ଅଧିକାଂଶ ଲୋକଙ୍କ ଭିଡ଼ ସେହି ମଞ୍ଚ ପାଖରେ ଥିଲା। କଟକ ସହରାଞ୍ଚଳ ପୋଲିସ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ମଞ୍ଚକୁ ଅଭିନେତ୍ରୀ ଲିପି ବହୁତ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଏସ୍ ପି. ରବି ନାରାୟଣ ପାତ୍ର ମହୋଦୟ ଥିଲେ ଏବଂ ପ୍ରଥମେ ମଞ୍ଚକୁ ମଧ୍ୟ ରବିନାରାୟଣ ପାତ୍ର ଉଦଘାଟନ କରିଥିଲେ। ଏବଂ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ଆଲବମ ଜଗତରେ ଥିବା ସୁ ପ୍ରସିଦ୍ଧ ଓ ଲୋକପ୍ରିୟ ଗୀତ "ଏକଡା ଏକଡା ରା" | ର ଗାୟକ ବ୍ୟାସଦେବ ପୁରୋହିତ ମହୋଦୟ ସେହି ଏକଡା ଏକଡା ରା ଗୀତକୁ ଗାଇ ଶ୍ରୋତାଙ୍କର ମନ ଜିତିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ ମହୋଦୟ ଜଣେ ପୋଲିସ ଅଧିକାରୀ (ASI) ଭାବରେ କାର୍ଯ୍ୟରତ। ଅନେକ କଳାକାର ମଧ୍ୟ ଏହି ମଞ୍ଚକୁ ଆସି ମନୋରଞ୍ଜନ ସହିତ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିଥିଲେ।
ଏହି ମଞ୍ଚର ମୁଖ୍ୟ ପରିଚାଳକ ଭାବେ ACP କୃଷ୍ଣଚନ୍ଦ୍ର ସେଠୀ, ACP ଅମିତାଭ ମହାପାତ୍ର, ACP ସତ୍ୟଜିତ୍ ଦାସ, ସମାଜସେବୀ ସାଇ ସିଦ୍ଧାନ୍ତ ମିଶ୍ର ଥିବା ଏବଂ ସଚେତନତା କାର୍ଯ୍ୟକ୍ରମ ମଞ୍ଚରେ ମୁଖ୍ୟ ସଚେତନତା ସୃଷ୍ଟି କରି ଲୋକଙ୍କୁ ଏକ ସୁ ବାର୍ତ୍ତା ଦେବା ପ୍ରତ୍ୟେକ ଦିନ ସନ୍ଧ୍ୟାରେ କଟକ ସାଇବର ଥାନାର IIC ରଶ୍ମିତା ଜେନାଙ୍କ ମୁଖ୍ୟ ଅବଦାନ ରହିଛି । ମୁଖ୍ୟତଃ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସହରାଞ୍ଚଳ ପୋଲିସ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ଯାହା ଲୋକମାନେ ବହୁତ ମାତ୍ରାରେ ରକ୍ତଦାନ ମଧ୍ୟ କରିବା ଏକ ପ୍ରଶଂସାର ପାତ୍ର ପାଲଟିଛି | ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ସହରାଞ୍ଚଳ ପୋଲିସ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଅନେକ ସହଯୋଗ ରହିଅଛି। ଏହା ବର୍ତ୍ତମାନ ଐତିହାସିକ ବାଲିଯାତ୍ରା ଉତ୍ସବରେ ଚର୍ଚ୍ଚାର ବିଷୟ ହୋଇଛି।

Read More ...

ପଣ୍ଡିତ ଜବାହାରଲାଲ ନେହେରୁ- ଆଧୁନିକ ଭାରତର ପଥପ୍ରଦର୍ଶକ |

କଟକ (ଉତ୍କଳ ନ୍ୟୁଜ ) ୧୨-୧୧-୨୦୨୫ : ମାତୃଭୂମି ପାଇଁ ନିଜ ଜୀବନକୁ ଉର୍ସଗୀକୃତ କରିଥିବା ଅନେକ ବରପୁତ୍ର ମାନଙ୍କ ମଧ୍ୟରେ ପଣ୍ଡିତ ଜବାହାରଲାଲ ନେହେରୁ ଅନ୍ୟତମ । ସେ ପରାଧୀନ ଓ ସାଧୀନ ଭାରତ ମଧ୍ୟରେ ଏକ ସେତୁ ସଦୃଶ ଥିଲେ ଓ ସାଧୀନତା ପରବତ୍ତୀ କାଳରେ ଦେଶ ଗଢିବାର କର୍ଣଧାର ସାଜିଥିଲେ । ପିତା ମୋତିଲାଲ୍ ନେହେରୁଙ୍କ ପଦାଙ୍କ ଅନୁକରଣ କରି ସେ ବିଲାତରୁ ସ୍ନାତକ ଡିଗ୍ରୀ ହାସଲ କରି ଜଣେ ଆଇନ୍‌ଜୀବି ଭାବରେ ଦେଶକୁ ଫେରିଥିଲେ । ଭାରତର ତତ୍କାଳୀନ ସ୍ଥିତି ଦେଖି ସେ ଇଂରେଜ ମାନଙ୍କ ବିରୋଧରେ ସଂଘର୍ଷ କରିବା ପାଇଁ ମନସ୍ଥ କରିଥିଲେ ଓ ପରେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସି ଭାରତର ସାଧୀନତା ସଂଗ୍ରାମରେ ନିବିଡ ଭାବରେ ଜଡିତ ହୋଇଯାଇଥିଲେ । ୧ ସେ ୧୯୨୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ନିଯୁକ୍ତ ହୋଇ ଘୋଷଣା କରିଥିଲେ ଯେ ପୂର୍ଣ ସରାଜ ହେଉଛି କଂଗ୍ରେସର ମୂଳ ଲକ୍ଷ୍ୟ ଏବଂ ପରବର୍ତ୍ତୀ ସମୟରେ ୧୯୩୦ ଜାନୁଆରୀ ୨୬, ତାରିଖକୁ ପୂର୍ଣ ସ୍ୱରାଜ ଦିବସ ଭାବରେ ଘୋଷଣା କରାଯାଇଥିଲା । ସେ ଛଅ ଥର ଭାରତୀୟ ଜାତୀୟ କଂଗ୍ରେସର ସଭାପତିତ୍ବ କରିଥିଲେ ଏବଂ ତାଙ୍କୁ ଅନେକ ଥର ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା | ୧୯୪୭ ଅଗଷ୍ଟ ୧୫ ରେ ଦେଶ ସାଧୀନତା ହାସଲ କରିବା ପରେ ତାଙ୍କୁ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା । ସେ ଜାଣିଥିଲେ ଯେ ଲୋକଙ୍କ ଆଶା ବହୁତ କିନ୍ତୁ ସମ୍ବଳ ସୀମିତ । ଭାରତ ଗୋଟିଏ କୃଷି ପ୍ରଧାନ ଦେଶ କିନ୍ତୁ ଆଧୁନିକ ଭାରତ ପାଇଁ ଶିଳ୍ପାୟନ ମଧ୍ୟ ଜରୁରୀ ଥିଲା । ତେଣୁ ଫଚବାର୍ଷିକ ଯୋଜନାରେ ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆ ଗଲା । ଶୀତଳ ଯୁଦ୍ଧ ସମୟରେ ଯେତେବେଳେ ବିଶ୍ବର ପ୍ରମୁଖ ଦେଶ ମାନେ ଦୁଇଟି ଚିନ୍ତାଧାରା ଓ ଗୋଷ୍ଠିରେ ବିଭାଜିତ ହେଉଥିଲେ, ସେତେବେଳେ ପଣ୍ଡିତ ନେହେରୁ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ମୂଳଦୁଆ ପକାଇଥିଲେ, କାରଣ ସେ ଜାଣିଥିଲେ ଯେ ଭାରତ ପରି ସଦ୍ୟ ସାଧୀନ ଦେଶ ଯଦି ଶୀତଳ ଯୁଦ୍ଧରେ ସାମିଲ ହେବ ତାହା ତା ପାଇଁ ଆସୁଘାତୀ ହେବ । ପଣ୍ଡିତ ନେହେରୁ ସର୍ବଦା ସାମ୍ପ୍ରଦାୟିକତାକୁ ବିରୋଧ କରୁଥିଲେ ଏବଂ ଧର୍ମନିରପେକ୍ଷତା ଉପରେ ଗୁରୁତ୍ବାରୋପ କରୁଥିଲେ । ସେ ଜାଣିଥିଲେ ଯେ ଭାରତର ଶକ୍ତି ହେଉଛି ବିବିଧତା ମଧ୍ୟରେ ଏକତା । ତାଙ୍କର ପ୍ରଥମ ମନ୍ତ୍ରୀ ମଣ୍ଡଳରେ ମୌଲାନା ଅବୁଲ୍ କାଲାମ୍ ଆଜାଦ୍, ରଫି ଅହମଦ୍ କିଦଓ୍ବାଇ, ଡଃ ଭୀମ ରାଓ ଆମ୍ବେଦକର, ଡଃ ଶ୍ୟାମା ପ୍ରସାଦ୍ ମୁଖାର୍ଜୀ, ଅମ୍ରିତ୍ କୌର, ଜନ୍ ମାଥାଇ ଭଳି ବିବିଧ ପୃଷ୍ଠଭୂମିର ନେତା ସାମିଲ ଥିଲେ । ସାହିତ୍ୟ, କଳା, ସଂସ୍କୃତି, ଭାଷା, ପତ୍ରକାରିତା, ସିନେମା। ଇତ୍ୟାଦି କ୍ଷେତ୍ରରେ ସେ ବୈଜ୍ଞାନିକ ଚିନ୍ତାଧାରା ଏବଂ ଧର୍ମନିରପେକ୍ଷତାର ଦୃଷ୍ଟିକୋଣ ରଖିବାକୁ ପ୍ରୋତ୍ସାହିତ କରୁଥିଲେ । ସେ ହୋମି ଜାହାଙ୍ଗିର ଭାବା ଓ ଶାନ୍ତି ସରୁପ ଭଟ୍ଟନାଗରଙ୍କ ଭଳି ବୈଜ୍ଞାନିକଙ୍କ ସହିତ ମିଶି ଆଧୁନିକ ଭାରତର ବିଜ୍ଞାନ ପ୍ରଯୁକ୍ତିର ମୂଳ ଦୁଆ ପକାଇଥିଲେ ଓ IIT, CSIR, DRDO ଭଳି ଉଚ୍ଚକୋଟୀର ସଂସ୍ଥା ମାନଙ୍କୁ ପ୍ରତିଷ୍ଠା କରିଥିଲେ । ଜଣେ ସଫଳ ରାଜନେତା ସହିତ ସେ ଜଣେ କୁଶଳୀ ଲେଖକ ମଧ୍ୟ ଥିଲେ । Discovery of India , Glimpses of world History An Autobiography ଲେଖିଥିଲେ । ପଣ୍ଡିତ ନେହରୁଙ୍କୁ ତାଙ୍କର କାଶ୍ମୀର ନୀତି ଓ ଭାରତ-ଚୀନ୍ ଯୁଦ୍ଧ ପାଇଁ ଅନେକ ସମାଲୋଚନା କରନ୍ତି । ହେଲେ ତାଙ୍କର କାଯ୍ୟକଳାପକୁ ତତ୍କାଳୀନ ପରିସ୍ଥିତିକୁ ଆଖିରେ ରଖି ବିଶ୍ଳେଷଣ କରାଯିବା ଉଚିତ୍ । ପଣ୍ଡିତ ନେହେରୁ ୧୯୬୪ ମସିହା ମଇ ୨୭ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହା ସହିତ ଆଧୁନିକ ଭାରତ ଇତିହାସର ଏକ ବିରାଟ ଅଧ୍ୟାୟର ଯବନିକା ପଡିଥିଲା । ତାଙ୍କ ଧର୍ମନିରପେକ୍ଷ ଓ ବୈଜ୍ଞାନିକ ବିଚାରଧାରା ଆଧୁନିକ ପିଢି ପାଇଁ ପଥପ୍ରର୍ଦଶକ ହୋଇ ରହିଥିବ । (ଏମ୍‌ଡି, ଓବୈଦୁଲ୍ଲା)
Read More ...

ମହାନ୍ ସାଧୀନତା ସଂଗ୍ରାମୀ ଓ ଭାରତବର୍ଷର ପ୍ରଥମ ଶିକ୍ଷା ମନ୍ତ୍ରୀ-ମୌଲାନା ଅବୁଲ୍ କଲାମ୍ ଆଜାଦ୍ |

କଟକ (ଉତ୍କଳ ନ୍ୟୁଜ ) ୧୨-୧୧-୨୦୨୫: ମୌଲାନା ଅବୁଲ୍ କଲାମ୍ ଆଜାଦଙ୍କର ଜନ୍ମ ନଭେମ୍ବର ୧୧ ତାରିଖ ଦିନ ମକ୍କା ସହରରେ ହୋଇଥିଲା । ତାଙ୍କର ପିତା ଜଣେ ବିଜ୍ଞ ଧର୍ମଗୁରୁ ଥିଲେ । ତାଙ୍କର ଅଜା ମଧ୍ୟ ମଦିନା ସହରର ଜଣେ ପ୍ରସିଦ୍ଧ ଧର୍ମଗୁରୁ ଥିଲେ । ଅବୁଲ୍ କଲାମ୍ ଗୋଟାଏ ଦୁର୍ଘଟଣାରେ ଆହତ ହେଲା ପରେ କଲିକତାକୁ ଚିକିତ୍ସା ପାଇଁ ଆସିଥିଲେ ଓ କଲିକତାରେ ହିଁ ରହିଯାଇଥିଲେ । ଏକ ପ୍ରଗତିଶୀଳ ମୁସଲମାନ୍ ହୋଇଥିବାରୁ ଅବୁଲ କଲାମ୍ କେବଳ ଧର୍ମ ଶିକ୍ଷା ମଧ୍ୟରେ ଆବଦ୍ଧ ନ ହୋଇ, ସମସ୍ତ ପ୍ରକାର ଶିକ୍ଷା ଗ୍ରହଣ କରିଥିଲେ । ସେ ଜାଣିଥିଲେ ଯେ ଯୁଗପଯୋଗୀ ହେବା ପାଇଁ ଇଂରାଜୀ ଶିକ୍ଷା ନିତାନ୍ତ ଆବଶ୍ୟକ । ତାଙ୍କର ଉଦାର ମନୋଭାବ ପାଇଁ ତାଙ୍କୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ କେତେକ ଲୋକ ବିରୋଧ ମଧ୍ୟ କରୁଥିଲେ । ସେ ୧୯୧୨ ମସିହାରେ ଏକ ଉର୍ଦୁ ସାପ୍ତାହିକ ପତ୍ରିକା “ଅଲ୍-ହିଲାଲ” ପ୍ରକାଶ କରି ତାଙ୍କର ରାଷ୍ଟ୍ରବାଦୀ ବିଚାରଧାରାକୁ ଲୋକଙ୍କ ପାଖରେ ପହଂଚାଇବାକୁ ଲାଗିଲେ । ଏହି ପତ୍ରିକାଟି ଖୁବ୍ ଶୀଘ୍ର ଲୋକପ୍ରିୟ ହେବାକୁ ଲାଗିଲା କିନ୍ତୁ ଇଂରେଜ ମାନେ ଜୋର ଜବରଦସ୍ତି ଏହି ପତ୍ରିକାକୁ ୧୯୧୪ ମସିହାରେ ବନ୍ଦ କରିଦେଇଥିଲେ । ପରେ ତାଙ୍କୁ ଗୃହବନ୍ଦୀ ମଧ୍ୟ କରିଦିଆଯାଇଥିଲା । ପରବତ୍ତୀ କାଳରେ ସେ ମହାତ୍ମାଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଖିଲାଫତ୍ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ବହୁବାର କାରାବରଣ କରିଥିଲେ । ସେ ଜଣେ ବିଜ୍ଞ, କୁଶଳୀ ଓ ରାଷ୍ଟ୍ରବାଦୀ ନେତା ଥିଲେ । ପୁରୁଣା ଓ ନୂଆ ଚିନ୍ତାଧାରାକୁ ଏକାଠି କରି ତନ୍ମଧ୍ୟରୁ ଶିକ୍ଷଣୀୟ ଚିନ୍ତାଧାରାକୁ ଆପଣେଇ ନେବାରେ ପାରଙ୍ଗମ ଥିଲେ । ସେ ହିନ୍ଦୁ-ମୁସ୍‌ଲିମ୍ ଏକତାର ପ୍ରବଳ ସର୍ମଥକ ଥିଲେ କାରଣ ସେ ଜାଣିଥିଲେ ଯେ ଏହି ଏକତା ଦ୍ବାରା ହିଁ ଭାରତର ଉନ୍ନତି ସମ୍ଭବ । ଭାରତର ସାଧୀନତାପରେ ସେ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ହାଇଥିଲେ ଶିକ୍ଷାର ସଂସ୍କାର ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେ ନେବାର ନଜିର ର ରହିଛି । ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ ତାଙ୍କ ମାନସ ପୁତ୍ର କହି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ମୌଲାନା ଆଜାଦଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିବସକୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଇଥାଏ । ଏହି ମହାନ ହାରେ ମରଣୋପରାନ୍ତ ଭାରତରତ୍ନ ଦେଶପ୍ରେ ପ୍ରମୀ ନେତାଙ୍କୁ ୧୯୯୨ ମସିହା ପୁରସ୍କାର ପ୍ରଦାନ କରାଯାଇଥିଲା । (ଏମ୍‌ଡି ଓବୈଦୁଲ୍ଲା)
Read More ...

କଟକର ଐତିହାସିକ ବାଲିଯାତ୍ରା ଅବସରରେ ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା |

କଟକ (ଉତ୍କଳ ନ୍ୟୁଜ ) ୧୧-୧୧-୨୦୨୫ : କଟକ ମହାନଗର ନିଗମ ପକ୍ଷରୁ ଚଳିତ ବର୍ଷ ବାଲିଯାତ୍ରାରେ ସମଗ୍ର ପରିବେଶକୁ ସଫା ସୁତୁରା ଓ ପରିଷ୍କାର ପରିଚ୍ଛନତା ଏବଂ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ସଫେଇ ସହ ପରିମଳ ବ୍ୟବସ୍ଥା ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।ବିଶେଷ ବ୍ୟବସାୟୀମାନଙ୍କ ମଧ୍ୟରେ ପରିମଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ, ଐତିହାସିକ ବାଲିଯାତ୍ରା ହେଉଛି ପ୍ରକୃଷ୍ଟ ସମୟ । ଏହି ସମୟରେ ମନିଟରିଂ ଏବଂ ମୂଲ୍ୟାଙ୍କନ ପଦ୍ଧତି ବ୍ୟବହାର ମଧ୍ୟ କରାଯାଇଛି ବୋଲି ଆଜି ମହାନଗର ନିଗମ କମିଶନର, ସୁଶ୍ରୀ କିରନଦୀପ କୌର ସହୋତା ଏକ ଗଣମାଧ୍ୟମକୁ ଭେଟି ସୂଚନା ଦେଇଛନ୍ତି। ଏଥି ସହ ଏକ ବାର କୋଡ୍ ଦ୍ୱାରା ପ୍ରତ୍ୟେକ ଷ୍ଟଲ୍ର ବିସ୍ତୃତ ସୂଚନା ଯଥା ଦୋକାନର ନାମ/ସଂଖ୍ୟା, ମାଲିକଙ୍କ ସୂଚନା, ଖାଦ୍ୟ/ଅଣ-ଖାଦ୍ୟ ଇତ୍ୟାଦି ପ୍ରଦାନ କରାଯାଉଥିବା ଏଵଂ ଏଥି ନିମନ୍ତେ ଗଠନ କରାଯାଇଥିବା ଏକ ସ୍ୱତନ୍ତ୍ର ଦଳ ବ୍ୟବସାୟ ସମୟରେ ବାରକୋଡ଼ ସାହାଯ୍ୟରେ ପରିମଳ ସ୍ଥିତି ଯାଞ୍ଚ କରି ମୂଲ୍ୟାଙ୍କନ କରିବା ସଂପର୍କରେ ମଧ୍ୟ ସୁଶ୍ରୀ କୌର ସୂଚନା ଦେଇଛନ୍ତି।
ଉକ୍ତ ଦଳଙ୍କୁ ମୂଲ୍ୟାଙ୍କନ ଉପରେ ଆଧାର କରି ଏକ ସ୍ୱଚ୍ଛ ଚାମ୍ପିଅନ୍ ଷ୍ଟଲକୁ ମନୋନୀତ କରାଯାଇ ସମ୍ମାନିତ କରାଯିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏତଦ ବ୍ୟତୀତ କଟକ ମହାନଗର ନିଗମ ଏବଂ କୋକାକୋଲା କମ୍ପାନୀ ର ମିଳିତ ଉଦ୍ୟମରେ ବାଲିଯାତ୍ରା ପଡିଆ କୁ ପ୍ଳାଷ୍ଟିକ ମୁକ୍ତ କରିବା ନିମନ୍ତେ "ପ୍ଲାଷ୍ଟିକ ଦିଅନ୍ତୁ, ବ୍ୟାଗ ନିଅନ୍ତୁ" ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି। ମେଳା ପରିସରରେ ଅଯଥା ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ପାଇଁ ପ୍ରବର୍ତ୍ତନ ଦଳ ଗଠନ କରାଯାଇଛି ଏଵଂ ସେମାନଙ୍କଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ଜରିଆରେ ସୂଚନା ଦେଇ ସହରବାସୀଙ୍କର ସହଯୋଗ କାମନା କରିଛନ୍ତି। ଏଥିପାଇଁ ମହାନଗର ନିଗମ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଷ୍ଟଲ ମାନ ଖୋଲାଯାଇଛି।ଏହି ଅବସରରେ ମହାନଗର ନିଗମର ଡେପୁଟି କମଶନର,ପରିମଳ ଶ୍ରୀ ଜୁବୁଲି ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Read More ...

ପ୍ରଗତି ପରିବାର ପକ୍ଷ ରୁ ଦ୍ୱିତୀୟ ବାର୍ଷିକ କାର୍ତ୍ତିକ ଉତ୍ସବ ଅନୁଷ୍ଠିତ |

କଟକ (ଉତ୍କଳ ନ୍ୟୁଜ ) ୮-୧୧-୨୦୨୫: ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ପ୍ରଗତି ପରିବାର ପକ୍ଷ ରୁ ଦ୍ୱିତୀୟ ବାର୍ଷିକ କାର୍ତ୍ତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଆଠଗଡ କୁମାରପୁର ଶ୍ରୀ ରାମ ମନ୍ଦିର ପରିସରରେ ମହା ସମାରୋହ ରେ ଏହି ଉତ୍ସବ ପାଳନ କରାଯାଇଥିଲା | ଏହି ଉପଲକ୍ଷେ ଆଠଗଡ ଅଂଚଳ ର ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଙ୍କୁ ନିମନ୍ତ୍ରଣ କରାଯିବ ସହ ରାମ ନାମ ମହାମନ୍ତ୍ର ଓ ସଂକୀର୍ତ୍ତନ କରାଯାଇଥିଲା | ଆଞ୍ଚଳିକ ସଂକୀର୍ତ୍ତନ ପ୍ରବର୍ତ୍ତକ , ପ୍ରଗତି ପରିବାର ର ଅନୁଦାନ ସେବା ରେ ସହାୟତା କରୁଥିବା ଅନ୍ନଦାତା ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ପରିବାର ପକ୍ଷ ରୁ ସମ୍ମାନିତ କରାଯାଇଥିଲା | ସନ୍ଧ୍ୟା ରେ ଆଧ୍ୟାତ୍ମିକ ନୃତ୍ୟ , ସଂଗୀତ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା | ଏହି କାର୍ଯ୍ୟକ୍ରମ କୁ ଅସୀମ ବେଉରା , ଚୌଧୁରୀ ତାପସ ସାହୁ , ରାଜ କିଶୋର ସାହୁ , ଆଲୋକ ପଣ୍ଡା , ବିଭୁତି ପ୍ରଧାନ , ହେମକାନ୍ତ ରାଉତ , ଚନ୍ଦ୍ରକାନ୍ତ ପ୍ରଧାନ , ରାଜେଶ ପ୍ରଧାନ , କାଁହୁ ସାହୁ , କୁନାଲ ସାହୁ , ଲକ୍ଷ୍ମୀନାରାୟଣ ରାଉତ , ରମେଶ ପ୍ରଧାନ , ରତିକାନ୍ତ କରଣ , ବୈଜୟନ୍ତୀ ମହାପାତ୍ର , ସବିତା ବାରିକ , ଶିବ ନାରାୟଣ ଚୌଧୁରୀ , ଶଙ୍କର ଦାସ , ସୁବ୍ରତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ | ସଭାପତି ଜୀବନ ବିହାରୀ ମହାପାତ୍ର ମଂଚ ପରିଚାଳନା କରିଥିଲେ |
Read More ...

ଧାମରାରେ ବୋଇତ ବନ୍ଦାଣ ମହୋତ୍ସବ |

କଟକ (ଉତ୍କଳ ନ୍ୟୁଜ ) ୭-୧୧-୨୦୨୫ : ଦୁଇ ହଜାର ବର୍ଷରୁ ଉର୍ଦ୍ଧ ଏକ ଐତିହାସିକ ପୃଷ୍ଠଭୂମିରେ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ସଂଗଠନର ରୌପ୍ଯ ଜୟନ୍ତୀ ଉତ୍ସବ ପରିପ୍ରେକ୍ଷୀରେ ସାଧବ ପୁଅ ମାନଙ୍କୁ ନେଇ ଏକ ବର୍ଣ୍ଣାଢ୍ଯ ସାଂସ୍କୃତିକ ଶୋଭାଯାତ୍ରା ଧାମରା ବନ୍ଦରରୁ ବାହାରି ମା ଧାମରାଇ ମନ୍ଦିର ନିକଟରେ ପହଞ୍ଚିଥିଲା । ପ୍ରାୟ ୫ ହଜାରରୁ ଉର୍ଦ୍ଧ ସାଧାରଣ ଜନତା ସେଠାରେ ସାଧବ ପୁଅ ମାନଙ୍କୁ ମେଲାଣି ଦେଲାପରେ ଏକ ଶୁଶୋଭିତ ବୋଟରେ ବୈତରଣୀ ନଦୀରେ ଜଳପଥ ଦେଇ ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲା । ଅତୀତରେ କାର୍ତିକ ମାସରେ ଧାମରା ଓ ଚାନ୍ଦବାଲି ସ୍ଥିତ ବଙ୍ଗୋପସାଗର ମୁହାଣରୁ ସାଧବ ବୋହୁ ମାନଙ୍କ ଠାରୁ ମେଲାଣୀ ନେଇ ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ କନିକା ଓ ଧାମରା ଅଞ୍ଚଳର ସାଧବ ପୁଅ ମାନେ ଯାଉଥିଲେ। ସୁନା, ରୂପା, କଳା ହୀରା, ଲବଙ୍ଗ, ଚା, କଫି ଆଦି ସାମଗ୍ରୀ ଧରି ଫେରୁଥିଲେ। ଏହି ଐତିହାସିକ ଗାଥାର ସ୍ମୃତିରେ ସାଧବ ପୁଅ ନିକୁଞ୍ଜ ଦାସ, ବିଜୟ ନାୟକ, କାଳନ୍ଦୀ ବେହେରା, ଘୁଣ୍ଡୁରା ମାଝି, ଜୁଲନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ସାଧବ ବୋହୁ ସିନୁ ଦାସ, ମିନାରାଣୀ ଦାସ, ମାମା ଦାସ, ରଶ୍ମିତା ମାଝୀ ପ୍ରମୁଖ ବନ୍ଦାପନା କରିଥିଲେ।
ପାନଗୁଆ, ହଳଦୀ, ସିନ୍ଦୁର ଓ ଶଙ୍ଖ ହୁଳହୁଳିରେ ଧାମରା ମାଟି ଫାଟି ପଡିଥିଲା । ବରିଷ୍ଠ ବିଜେଡି ନେତା ବଳଭଦ୍ର ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ସେଠୀ, ସିପିଆଇଏମ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାଷୀ ନେତା କାର୍ତ୍ତିକ ଖିଲାର, ଶରତ ବେହେରା, କଂଗ୍ରେସ ନେତା ତାରାକାନ୍ତ ସେଠୀ, ଯୁବନେତା ବିଜୟ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ସାଧାରଣ ଜନତା ଏକଜୁଟ ହୋଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |

Read More ...

ଶ୍ରୀଶ୍ରୀ ରଘୁନାଥକ୍ଷେତ୍ର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସତସଙ୍ଗ, ଭଜନ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ |

କଟକ (ଉତ୍କଳ ନ୍ୟୁଜ ) ୭- ୧୧- ୨୦୨୫ : ଖୋର୍ଦ୍ଧା ଜିଲ୍ଲାର ହରିଡାମଡ଼ା ଗ୍ରାମ ସ୍ଥିତ ପଞ୍ଚବଟୀ ଆଶ୍ରମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ରଘୁନାଥକ୍ଷେତ୍ର ମନ୍ଦିରରେ କାର୍ଭିକ ପୂର୍ଣ୍ଣିମା ଉପଲକ୍ଷେ ସତସଙ୍ଗ, ଭଜନ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ହରିବୋଲ ହୁଳହୁଳି ରେ ପଞ୍ଚବଟୀ ଆଶ୍ରମ ଆଜି ଭାବଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହା ସହିତ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟ କ୍ରମ କରାଯାଇଥିଲା। ଡକ୍ଟର ସୁଦର୍ଶନ ପଣ୍ଡା, ଡକ୍ଟର ସୁଶୀଲ କୁମାର ମହାପାତ୍ର, ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସାଧୁସନ୍ଥ, ବିଦ୍ଵାନମଣ୍ଡଳୀ ଉପସ୍ଥିତ ଥିଲେ। ଏହି ଅବସରରେ ବାଞ୍ଛାନିଧୁ ବେହେରା, ଶଙ୍କର କୁମାର ମେହେର, ଅଶୋକ କୁମାର ମେହର,ସୁନିଲ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଶ୍ରମ ପରିଚାଳନା ନିର୍ଦ୍ଦେଶିକା ସଞ୍ଜିତା ମିଶ୍ରଙ୍କ ତତ୍ତ୍ଵାବଧାନରେ ସମୁଦାୟ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ପଞ୍ଚବଟୀ ଆଶ୍ରମ ଅଧ୍ୟକ୍ଷ ଜ୍ୟୋତିର୍ବିଦ ଆଚାର୍ଯ୍ୟ ସଦାଶିବ ମିଶ୍ର ପୌରୋହିତ୍ୟ କରିଥିଲେ। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।
Read More ...

ଚୌଦ୍ୱାର ର ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର ର ଅନ୍ତେବାସୀ ଙ୍କ ତରଫରୁ ପବିତ୍ର ବୋଇତ ବନ୍ଦାଣ ଉତ୍ସବ ପାଳନ |

କଟକ (ଉତ୍କଳ ନ୍ୟୁଜ ) ୫-୧୧-୨୦୨୫ : ପବିତ୍ର କାର୍ତ୍ତିକ ପୂର୍ଣମୀ ରେ ଚୌଦ୍ୱାର ର ଅଗ୍ରଣୀ ସାମାଜିକ ସଂଗଠନ ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିଚାଳନା ରେ ଓଡିଶା ର କଟକ ଜିଲ୍ଲା ଚୌଦ୍ୱାର ପୌରାଞ୍ଚଳ ର ସର୍ବ ପ୍ରଥମ ନିଶା ସେବନକାରୀ ନାବାଳକ ଙ୍କ ପାଈଁ ସମ୍ପୂର୍ଣ ଦେୟମୁକ୍ତ ସେବା ସଂସ୍ଥା ପରିବର୍ତ୍ତନ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ର କୁନିକୁନି ନାବାଳକ ଅନ୍ତେବାସୀ ମାନେ ପବିତ୍ର କାର୍ତ୍ତିକ ପୂର୍ଣମୀ ରେ ଆମ ସଂକୃତି ଓ ପରମ୍ପରା କୁ ପୁଣି ଉଜ୍ଜୀବିତ କରିବା ସହ ପୌରାଣିକ ଶିକ୍ଷା ଗ୍ରହଣ ର ଏହା ଏକମାତ୍ର ପ୍ରୟାସ l ଆଜି କୁ କିଛି ଦିନ ହେବ ଉଦ୍ଧାର ଫାଉଣ୍ଡେସନ ର ଟ୍ରଷ୍ଟି ମୁଖ୍ୟ ଭାରତୀ ଦାସ ଙ୍କ ମୁଖ୍ୟ ତତ୍ୱାବଧାନ ରେ ଅନ୍ତେବାସୀ ଶିବମ ବେହେରା, ସୁନୀଲ ମୁର୍ମୁ, ଶିବ ସିଂ, ସତ୍ୟପ୍ରକାଶ ସାହୁ ଓ ଜଗନ୍ନାଥ ଗୁୟା ଏକ ଡ଼ଙ୍ଗା ପ୍ରସ୍ତୁତ କରିଥିଲେ l ଆଜି କାର୍ତ୍ତିକ ପୂର୍ଣମୀ ର ସକାଳ ୭ ଟା ରୁ ସମସ୍ତ ଅନ୍ତେବାସୀ ବଡ଼ ଡ଼ଙ୍ଗା ଟି କୁ ସାଥିରେ ଭଜନ କୀର୍ତନ ଓ ସଂଗୀତ ରେ ନୃତ୍ୟ କରି ବାଣ ଫୁଟାଇ ବିରୂପା ନଦୀ ଆଡ଼କୁ ନେଇକି ଯାଇଥିଲେ l ବିରୂପା ନଦୀ କୂଳ ରେ ପଂହଁଚି ସମସ୍ତ କର୍ମକର୍ତା ଡ଼ଙ୍ଗା କୁ ପାନ, ଗୁଆ, ଦୀପ ଓ ଧୂପ ଦେଇ ପୂଜା କରିଥିଲେ l ସମସ୍ତ ଅନ୍ତେବାସୀ ମିଶି ସୁରକ୍ଷା ମଧ୍ୟରେ ନଦୀ ରେ ହାତ ତିଆରି ବଡ଼ ଡ଼ଙ୍ଗା ଟି କୁ ଭସାଇଲେ l ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରେ ପରିବର୍ତ୍ତନ କେନ୍ଦ୍ର ର ଅଧିକାରୀ ପ୍ରିୟଙ୍କା ଦାସ, ମୁଖ୍ୟ ସେବକ ସୁବ୍ରତ ଖଟୁଆ ଓ ସୁନୀଲ ମୁର୍ମୁ ସହଯୋଗ ରେ ଶାନ୍ତି ଶୃଙ୍ଖଳା ରେ ଡ଼ଙ୍ଗା ଭସା ହୋଇଥିଲା l
Read More ...

ALL NEWS