More News
ତିହିଡ଼ି ଡିଗ୍ରୀ କଲେଜରେ ଜାତୀୟ କ୍ରୀଡ଼ା ଦିବସ ପାଳିତ।
କଟକ ( ଉତ୍କଳ ନ୍ୟୁଜ ) ୩୧-୦୮-୨୬ : ଭଦ୍ରକ ଜିଲା ତିହିଡ଼ି ଡିଗ୍ରୀ କଲେଜରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ରମେଶଚନ୍ଦ୍ର ପ୍ରତାପଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଅଧ୍ୟାପକ ଡ. ବଂଶୀଧର ବେହେରା, ନାରାୟଣ ପୃଷ୍ଟି ଓ ଅଶୋକ କୁମାର ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ଜାତୀୟ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ଓ କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପତ କରିଥିଲେ। କ୍ରୀଡ଼ା ଶିକ୍ଷକ ବିଦ୍ୟାଧର ଭୋଇ ଜାତୀୟ କ୍ରୀଡ଼ା ଦିବସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦେବେନ୍ଦ୍ର କୁମାର ଉଦ୍ଗାତା, ହରିହର ନାୟକ, ରବିନାରାୟଣ କରଣ, ଲକ୍ଷ୍ମୀକାନ୍ତ ବ୍ରହ୍ମ, କମଳାକାନ୍ତ ଓଝା, ସୂର୍ଯ୍ୟସାରଥି ବାରିକ୍, ସମର ମାଝୀ, ଅଧ୍ୟାପିକା ସ୍ୱପ୍ନବାସବଦତ୍ତା ସୂତାର, ସଂଘମିତ୍ରା ବେହେରା, ସୁନିତା ପ୍ରିୟଦର୍ଶନୀ ତ୍ରିପାଠୀ, ଡ. ତୁନାଜା ପଣ୍ଡା, ଡ. ପ୍ରଣତି ପଣ୍ଡା, ସୁଜାତା ବେହେରା, ଚନ୍ଦ୍ରକାନ୍ତୀ ବନ୍ଧ, ଡ. ଜାମ୍ବବତୀ ସାହୁ, ସ୍ୱପ୍ନାରାଣୀ ମହାପାତ୍ର, ରଜନୀଗନ୍ଧା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...
Read More ...
ବନ୍ୟା ମୁକାବିଲାରେ ବିଫଳ ସରକାର, ପ୍ରତିବାଦରେ ବ୍ଳକ ଘେରାଉ କଲା କଂଗ୍ରେସ।
କଟକ ( ଉତ୍କଳ ନ୍ୟୁଜ ) ୨୫-୦୮-୨୦୨୬ : ବନ୍ୟା ମୁକାବିଲାରେ ସମ୍ପୂର୍ଣ୍ଣ ଭାବେ ବିଫଳ ସରକାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ଦୁଇ ଦୁଇ ଥର ବନ୍ୟାରେ ପ୍ରପିଡିତ। ଏପରି ବିପତ୍ତି ସମୟରେ ଶୋଇ ପଡିଛନ୍ତି ସରକାର ଓ ପ୍ରଶାସନ । କେଉଁଠି ବନ୍ୟା ବିପନ୍ନଙ୍କ ପାଖରେ ପିଇବା ପାଇଁ ପାଣି ନାହିଁ ତ କେଉଁଠି ଖାଦ୍ୟ ନାହିଁ ଆଉ କେଉଁଠି ଘର ଭାଙ୍ଗିଥିବା ଲୋକଙ୍କ ପାଖରେ ପଲିଥିନ ପାଲ ଖଣ୍ଡେ ଯୋଗାଇ ପାରିନାହିଁ ପ୍ରଶାସନ। ଯାହାକୁ ନେଇ ଆଜି ହଜାର ହଜାର ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଚାନ୍ଦବାଲି ସହର ପରିକ୍ରମା ବାରିବା ସହ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବନ୍ୟା ବିପନ୍ନଙ୍କୁ ଘର, ଚାଷୀଙ୍କୁ ୩୦ ହଜାର ଟଙ୍କାର ଇନପୁଟ ସବସିଡ, ସମ୍ପୂର୍ଣ୍ଣ କୃଷିଋଣ ଛାଡ, ଚାଷୀଙ୍କୁ ବିହନ ଯୋଗାଣ ଆଦି ୯ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାର ଜରିଆରେ ପ୍ରଦାନ କରିଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...
Read More ...
ଆଲିଆ ମୀର: ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ
କଟକ ( ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୬ ଛୋଟବେଳୁ ପଶୁ ପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଏବଂ କିଛି ପାରିପାର୍ଶିକ ଘଟଣା ପାଇଁ ଆଲିଆ ମୀର ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ । ପରବର୍ତି ସମୟରେ ଲିଙ୍ଗଭିଭିକ ପକ୍ଷପାତ ଓ ସାମାଜିକ ପ୍ରତିବନ୍ଧକତାକୁ ଅତିକ୍ରମ କରି ସେ ଶହ ଶହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି, ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ଭା ପ୍ରଚାର କରି ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି, ଯାହା ତାଙ୍କୁ ନିଜ ଲକ୍ଷ୍ୟ ଦିଗରେ ସଫଳତା ପାଇବା ସହିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବରେ ପରିଚୟ ଆଲିଆ ମୀର କୁହନ୍ତି, "ଆମ ସମାଜ ଏବେ ବି ପୁରୁଷପ୍ରଧାନ, ଯାହା ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ, ବିଶେଷକରି ଏପରି ଏକ ପେଶାରେ, ଯାହାକୁ ଅଧିକାଂଶ ଲୋକ ମହିଳାଙ୍କ ପାଇଁ ଉପଯୁକ୍ତ ବୋଲି ଭାବନ୍ତି ନାହିଁ । ଜଣେ ଉଦ୍ଧାରକାରୀ ଭାବେ କାମ କରୁଥିବା ସମୟରେ ମୋତେ ପ୍ରାୟତଃ ଅଣଦେଖା ଏବଂ ଅପମାନିତ କାରାଯାଇଛି I ମୋର ଏହି ପ୍ରୟାସ ପାଇଁ ଲୋକମାନେ ମତେ ଗୁରୁତ୍ବ ଦେଉନଥିଲେ ଏବଂ ମୋ ପଛରେ ଅନେକ କଟାକ୍ଷ କରି କହୁଥିଲେ ।"
୨୦୦୬ ମସିହା ନଭେମ୍ବର ୧୭ ତାରିଖରେ ଏକ କଳା ଏସିଆଟିକ୍ ଭାଲୁ ଜଙ୍ଗଲରୁ ବାହାରି କାଶ୍ମୀରର ପୁଲୁୱାମା ଜିଲ୍ଲାର ମାଣ୍ଡୋରା ଗାଁ ଭିତରକୁ ପଶି ଆସିଥିଲା । ଗ୍ରାମବାସୀମାନେ ଭାଲୁଟିକୁ ମାରିବା ପାଇଁ ଗୋଡ଼ାଇବାରୁ ନିଜ ଜୀବନ ବଞ୍ଚାଇବାକୁ ଭାଲୁଟି ଭୟଭୀତ ହୋଇ ଏକ ଗଛ ଉପରକୁ ଚଢ଼ିଗଲା । ତଥାପି କ୍ରୋଧୂତ ଜନତା ତା ଉପରକୁ ପଥର, କୁରାଢ଼ି ଓ ବାଡ଼ିରେ ଆକ୍ରମଣ କରିଥିଲେ । ଆହତ ଭାଲୁଟି ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ହିଁ ରହିଥିଲା । ଶେଷରେ ଉଭ୍ୟକ୍ତ ଲୋକମାନେ ବାଡ଼ି ଓ କାଠ ଦ୍ବାରା ଅସହାୟ ଭାଲୁଟିକୁ ଜୀବନ୍ତ ଜାଳିଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଭାଇରାଲ ହେବା ପରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଅନେକ ସଂଗଠନ ଏହି ନିର୍ମମ ହତ୍ୟାକୁ ତୀବ୍ର ନିନ୍ଦା କରିଥିଲେ । ସେତେବେଳେ ଦିଲ୍ଲୀରେ ରହୁଥିବା କାଶ୍ମୀର ମହିଳା ଆଲିଆ ମୀର ଏହି ଭଡ଼ିଓ ଦେଖ୍ ଗଭୀର ଭାବରେ ମର୍ମାହତ ହୋଇଥିଲେ କାରଣ ସେ ଛୋଟବେଳୁ ପଶୁପକ୍ଷୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ ଏବଂ ଘଟଣାଟି ତାଙ୍କ ନିଜ ରାଜ୍ୟରେ ଘଟିବା ହିଁ ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ତାଙ୍କ ବାପା ଆହତ ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କ ଯନ୍ତ୍ର ନେଉଥିଲେ । ଆଲିଆ ଓ ତାଙ୍କ ଭାଇଭଉଣୀମାନେ ଏଥିରେ ସହଯୋଗ କରୁଥିଲେ, ଯେଉଁଥିପାଇଁ ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଓ ମମତା ଜାଗ୍ରତ ହୋଇଥିଲା । ୨୦୦୨ ରେ ତାଙ୍କ ବିବାହ ବନ୍ୟପ୍ରାଣୀ ପଶୁ ଚିକିତ୍ସକ ଡ. ଶବ୍ଦିର ଅହମଦଙ୍କ ସହ ହୋଇଥିଲା । ବିବାହ ପରେ ପଶୁ ପକ୍ଷୀଙ୍କ ପ୍ରତି ତାଙ୍କ ଛୋଟବେଳର ଭଲପାଇବା ଧୀରେ ଧୀରେ ଗଭୀର ଆଗ୍ରହରେ ପରିଣତ ହୋଇଥିଲା ଏବଂ ସେ ଶିକ୍ଷୟତ୍ରୀ ଭାବରେ କାମ କରିବା ସହିତ Wildlife SOSର ଭେଟେରିନାରୀ ମେଡିକାଲ କ୍ୟମ୍ପରେ ସେଚ୍ଛାସେବୀ ଭାବେ କାମ ଆରମ୍ଭ କରି ତୃଣମୂଳ ସ୍ତରରେ ଅନେକ ବ୍ୟବାହାରିକ ଅଭିଜ୍ଞତା ହାସଲ କରିଥିଲେ । ୨୦୦୬ରେ ଭାଲୁଟିର ନିର୍ମମ ହତ୍ୟା ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଏହି ଘଟଣାରେ ବିଚଳିତ ହୋଇ ସେ ନିଜ ରାଜ୍ୟ କାଶ୍ମୀରକୁ ଫେରି ବନ୍ୟଜନ୍ତୁଙ୍କ. |ସୁରକ୍ଷା ଓ ଉଦ୍ଧାର ପାଇଁ କାମ କରିଥିଲେ । ତାଙ୍କ ସ୍ବାମୀ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ବନ୍ୟ ଜନ୍ତୁ ଉଦ୍ଧାରକୁ ନିଜ ଜୀବନର ଲକ୍ଷ୍ୟ କରିବା ପରେ ସେ ନିଜର ବୈଷୟିକ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିଲେ ଯେଉଁଥିରେ ଆନିମଲ ହେଲଥ୍ ଏବଂ ୱାଇଲଡ୍ ଲାଇଫ୍ କେୟାର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ୨୦୦୭ମସିହାରେ ଆଲିଆ ଦିଲ୍ଲୀରୁ କାଶ୍ମୀର ଫେରିଥିଲେ ଏବଂ Wildlife SOSର ଜାମ୍ମୁ କାଶ୍ମୀରର ପ୍ରକଳ୍ପ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ଷ ବର୍ଷ ଧରି ଆଲିଆ ମୀର କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଶହ ଶହ ସାପ, ଚିତାବାଘ, ଭାଲୁ ଓ ପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ସବୁଠାରୁ ଚର୍ଚ୍ଚିତ ସଫଳତା ମଧ୍ୟରୁ ଗୋଟିଏ ଥିଲା ଏକ ଅତ୍ୟନ୍ତ ବିଷାକ୍ତ ଲେବାଣ୍ଟାଇନ୍ ଭାଇପରକୁ ସୁରକ୍ଷିତ ଭାବେ ଧରିବା । ପ୍ରାୟ ଦୁଇ କିଲୋଗ୍ରାମ ଓଜନର ଏହି ସାପଟି ସେତେବେଳର ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହା ଆଲିଆ ମୀରଙ୍କୁ ସାରା ଦେଶରେ ପରିଚିତ କରିଥିଲା ଏବଂ ଜାତୀୟସ୍ତରରେ ଖବରର ଶିରୋନାମା ପାଲଟିଥିଲେ । ବର୍ତ୍ତମାନ ଆଲିଆ ମୀର Wildlife SOSର ଜାମ୍ମୁ ଓ କାଶ୍ମୀର ପ୍ରକଳ୍ପର ମୂଖ୍ୟ ଏବଂ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନିୟମିତ ଭାବେ ଗାଁ ଗୁଡ଼ିକୁ ଯାଇ ବନ୍ୟଜନ୍ତୁ ନିକଟସ୍ଥ ଅଞ୍ଚଳରେ ଦେଖାଗଲେ କିପରି ପ୍ରତିକ୍ରିୟା କରିବାକୁ ହେବ, ସେ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରନ୍ତି । ବନ୍ୟଜନ୍ତୁଙ୍କୁ ପଥର ମାରିବା କିମ୍ବା ଆକ୍ରମଣ କରିବା ପରିବର୍ଭେ ଶାନ୍ତ ରହି ତୁରନ୍ତ ଉଦ୍ଧାର ଦଳକୁ ଖବର ଦେବାକୁ ସେ ଲୋକମାନଙ୍କୁ ପରାମର୍ଶ ଦିଅନ୍ତି । ସେ ଏକଥା ମଧ୍ୟ କୁହନ୍ତି ଯେ ସନ୍ଧ୍ୟା କିମ୍ବା ଭୋର ସମୟରେ ଯେତେବେଳେ ବନ୍ୟଜନ୍ତୁ ମାନେ ଅଧିକ ସକ୍ରିୟ ଥାଆନ୍ତି, ସେତେବେଳେ କ୍ଷେତକୁ ଯିବା ସମୟରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ୍ । ଆଲିଆ ମୀରଙ୍କ ପ୍ରୟାସ କେବଳ ଅସଂଖ୍ୟ ବନ୍ୟଜନ୍ତୁଙ୍କ ଜୀବନ ବଞ୍ଚାଇନାହିଁ, ବରଂ କାଶ୍ମୀରର ଅନେକ ଲୋକଙ୍କ ମ
Read More ...
Read More ...
କଟକ ଓଏମପି ଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା |
କଟକ ( ଉତ୍କଳ ନ୍ୟୁଜ )୧୪-୦୮-୨୦୨୬ : ଓଡିଶା ମାଟିର ଗର୍ବ ଗୌରବ ସୁଯୋଗ୍ୟ ସନ୍ତାନ କଳିଙ୍ଗରତ୍ନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ନିଜ ଭୁବନେଶ୍ୱର ବାସଭବନରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ସମୟରେ କଟକ ଓଏମପି ଛକ ଠାରେ ବିଜେପି ଯୁବ ନେତା କର୍ପୋରେଟର ଗଗନ ଓଝା ପୂର୍ବତନ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ଚୌଦ୍ୱାର ବିଜେପି ନେତା ଆଇନଜୀବୀ ଶୁଭେନ୍ଦୁ ମହାନ୍ତି, ନୃସିଂହ ଚନ୍ଦ୍ର ମିଶ୍ର, କଟକ ଲୋକସଭା ସାଂସଦଙ୍କ ମହାନଗର ନିଗମ ପ୍ରତିନିଧି ଜ୍ୟୋତିରଞ୍ଜନ ରାୟ, ଆଇନଜୀବୀ କୃଷ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ କଟକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମନ୍ତ ସେଠି, ଜଗନ୍ନାଥ ମଣ୍ଡଳ ସାଧାରଣ ସମ୍ପାଦକ ତପନ ବେହେରା, ସମାଜସେବୀ ପନ୍ନଙ୍ଗ ଭୂଷଣ ଦାସ, କମଳାକାନ୍ତ ପ୍ରଧାନ, ସଞ୍ଜୟ ଦାସ, ଶିବ ନାରାୟଣ ନାୟକ, ନବ ଦାସ, କେଶବ କୁମାର କୁଣ୍ଡୁ, ରାଜେଶ ମହାରଣା, ହରିହର ସାହୁ, ବିଜୟାନନ୍ଦ ବାରିକ, ବିଶ୍ୱ ବନ୍ଧୁ ପଣ୍ଡା, ପୂର୍ବତନ କର୍ପୋରେଟର ଦୟା ନାୟକ, କୈଳାସ ବସ୍ତିଆ, ପ୍ରକାଶ ଦାସ, ଆଇନଜୀବୀ ସଂଗ୍ରାମ ଦାସ, ଗଗନ ବାରିକ, ସତ୍ୟପ୍ରିୟ ଦାସ, ଅମ୍ବିକା ସାମଲ, ରାମଚନ୍ଦ୍ର ବେହେରା, ଅଜୟ କୁମାର ଦାସ, ଜଇରାମ ବାରିକ, ଅମୁଲ୍ୟ ବାରିକ, ମନୋରଞ୍ଜନ ନାୟକ, କହ୍ନଇ ସେଠି, ଅନିଲ ସେଠି, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜଗନ୍ନାଥ ବେହେରା, ଶିବଶଙ୍କର ମଲ୍ଲିକ, ରବିନାରାୟଣ ଗୁଇଁ, ସୂର୍ଯ୍ୟକାନ୍ତ ବାରିକ, ଶୁଭମ ହାତୀ, ରଞ୍ଜିତ ନାୟକ, ଚନ୍ଦନ ହାତୀ, ସୁଶିଲ ସ୍ୱାଇଁ, ରାକେଶ ରାୟ, ରାକେଶ ସିଂହ, ଅମିତ ସ୍ୱାଇଁ, ସୁବାଷ ବାରିକ, ବାପି ବାରିକ, ସୁକୁମାର ମହାପାତ୍ର, ପ୍ରିତମ ମହାରଣା, ମନୋଜ ସାହୁ, ପବନ ଓଝା, ବାଦଲ ସାହୁ, କ୍ରିଷ୍ଣା ମହାପାତ୍ର, ନିରଞ୍ଜନ ପାଢ଼ୀ, ଫରିଦ ଖାନ, ସନ୍ତୋଷ ସାହାଣୀ, ମାନସ ମହାରଣା, ବିଶ୍ୱ ରଞ୍ଜନ ସାହୁ, ସନ୍ନି ପଟନାୟକ, ସୁଲୋକନାଥ ଦାସ, ବିକାଶ ପାତ୍ର, ବିଜୁ ପାତ୍ର, ସୁଶାନ୍ତ ସାମଲଙ୍କ ସହିତ କଟକର ବହୁ ଯୁବକ ଓ ମହିଳା ଉପସ୍ଥିତ ଥିଲେ।
Read More ...
Read More ...
କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସ୍ଥିତି ସମ୍ପର୍କିତ ରାଜନୈତିକ ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ |
କଟକ ( ଉତ୍କଳ ନ୍ୟୁଜ ) ୧୩-୦୮-୨୦୨୬ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୂଯାୟୀ କାର୍ଯ୍ୟ ଅଗ୍ରଗତି ଓ ସ୍ଥିତି ସମ୍ପର୍କିତ ଆଲୋଚନା ହୋଇଥିଲା । ଖାରଚ ହୋଇଥିବା ଫର୍ମ, ପରିବର୍ତ୍ତିତ ତାରିଖ ସମ୍ଵନ୍ଧରେ ବୈଠକରେ ଆଲୋଚନା ହୋଇଥଲା । ଦୈନନ୍ଦିନ ଯାଞ୍ଚ ପୂର୍ବକ ତଥ୍ୟ ଆନୁଯାୟୀ ଭୋଟର ତାଲିକାରେ ପ୍ରଥମ ଥର ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଫର୍ମ -୬, କାରଣ ବଶତଃ ଭୋଟର ତାଲିକାରୁ ବାଦ ନିମନ୍ତେ ଫର୍ମ-୭, ନାମ, ଠିକଣା,ବୟସ ଆଦି ସଂଶୋଧନ ନିମନ୍ତେ ଫର୍ମ-୮ ଏବଂ ଏହାର ପ୍ରତିବେଦନ(ରିପୋର୍ଟ) ପାଇଁ ଫର୍ମ ୯,୧୦,୧୧ ସମ୍ବନ୍ଧରେ ଆଲୋଚନା କରାଯାଇ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଦସ୍ତାବିଜ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଅନଧିକୃତ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦେବା,ମୃତ ବ୍ୟକ୍ତିଙ୍କ ନାମ ଏବଂ ନକଲି ନାମ ଗୁଡିକୁ ତାଲିକାରୁ ବାଦ ଦିଆଯିବା ସହ ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ କଟକ ସଦର ନିର୍ବାଚନ ପଂଜିକରଣ ଅଧିକାରୀ, ଶ୍ରୀ କମଲଜିତ୍ ଦାସ ଉପସ୍ଥିତ ରହି ଏ ସମ୍ୱନ୍ଧୀୟ ସମସ୍ତ ଟିପ୍ପଣୀ ପ୍ରସ୍ତୁତି ସହ ସୂଚନା ପ୍ରଦାନ କରିଥିଲେ । ବୈଠକରେ ସାଲେପୁର ପାଇଁ ନିୟୋଜିତ ହୋଇଥିବା ନିର୍ବାଚନ ପଂଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟଲୋଚନ ମହାନ୍ତ, ଚୌଦ୍ଵାର କଟକ ପାଇଁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ବାରବାଟୀ-କଟକ ପାଇଁ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜ ଦେଓ, ଆଠଗଡ ପାଇଁ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ବାଙ୍କୀ ପାଇଁ ମନସ୍ଵିନୀ ଦାସ, ନିଆଳି ପାଇଁ ଅତିରିକ୍ତ ଉପଜିଲ୍ଲାପାଳ, ଶ୍ରୀ ଦେବାଶିଷ ମହାପାତ୍ର, ମାହାଙ୍ଗା ପାଇଁ କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ ଏବଂ ବଡ଼ମ୍ବା ପାଇଁ ମହାନଗର ନିଗମର ଯୁଗ୍ମ ଆୟୁକ୍ତ, ବରେନ୍ଦୁ ମହାନ୍ତି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ମିଶ୍ର ସଂଯୋଜନା ପୂର୍ବକ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Read More ...
Read More ...
ପିଓକେ ପ୍ରତିବାଦ : ପାକିସ୍ତାନର ଦୋମୁହାଁ ନୀତି. |
କଟକ ( ଉତ୍କଳ ନ୍ୟୁଜ ).୧୨-୦୮-୨୦୨୬ : କାଶ୍ମୀର ଓ ଏହାର ଲୋକଙ୍କ ସ୍ୱାର୍ଥ କଥା କହୁଥିବା ପାକିସ୍ତାନର ଦୋମୁହାଁ ନୀତି ଏବଂ କପଟତ୍ବା ପୁଣିଥରେ ଲୋକଲୋଚନକୁ ଆସିଛି । ପାକିସ୍ତାନ ଅଧିକୃତ କାଶ୍ମୀର (ପି.ଓ.କେ.)ରେ ମିଳିତ ଆୱାମୀ କାର୍ଯ୍ୟ କମିଟି (ଜେ.ଏ.ଏ.ସି)ର ନେତୃତ୍ବରେ ଦୀର୍ଘ ସମୟ ଧରି ଚାଲିଥିବା ପ୍ରତିବାଦ ପାକିସ୍ତାନ ସରକାରଙ୍କ ଦାବି ଓ ବାସ୍ତବତା ମଧ୍ୟରେ ଥିବା ତଫାତକୁ ସ୍ପଷ୍ଟ କରିଦେଇଛି । ସେପ୍ଟେମ୍ବର ୨୦୨୫ରେ ପ୍ରତିବାଦକାରୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ଇସଲାମବାଦ ବିଫଳ ହେବା ପରେ ଜୁନ୍ ୦୫, ୨୦୨୬ ରୁ ଆନ୍ଦୋଲନ ପୁଣିଥରେ ଜୋର ଧରିଥିଲା । ଦୀର୍ଘ ଦଶନ୍ଧି ଧରି ଅବହେଳା ଓ ଶୋଷଣର ଶିକାର ହୋଇଆସୁଥିବା ପି.ଓ.କେ.ର ଲୋକମାନେ ଗତ ବର୍ଷ ରାଜ୍ୟବ୍ୟାପି ବିକ୍ଷୋଭ ସହ ମୁଜାଫରବାଦ ଅଭିମୁଖେ ଏକ ବିଶାଳ ପଦଯାତ୍ରା କରିଥିଲେ । ଏହି ଜନଆନ୍ଦୋଳନ ଚାପରେ ପାକିସ୍ତାନ ସରକାର ଜେ.ଏ.ଏ.ସି ପକ୍ଷରୁ ଉପସ୍ଥାପିତ ୩୮ଟି ଦାବି ମଧ୍ୟରୁ ଅଧିକାଂଶକୁ ମାନିବାକୁ ବାଧ୍ଯ ହୋଇଥିଲା । ସୁବିଧାର ଅବସାନ, ରାଜ୍ୟ ବାହାରେ ଥିବା କାଶ୍ମୀରୀ ପ୍ରତିନିଧି ଙ୍କ ପାଇଁ ସଂରକ୍ଷିତ ୧୨ଟି ବିଧାନସଭା ଆସନର ବିଲୋପ, ସମସ୍ତଙ୍କ ପାଇଁ ମାଗଣା ଓ ସମାନ ଶିକ୍ଷା ବ୍ୟବସ୍ଥା, ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ମାଣ, ପ୍ରବାସୀ ପାକିସ୍ତାନୀଙ୍କ ପାଇଁ ଚାକିରି ସଂରକ୍ଷଣର ଅନ୍ତ, ଏକ୍ସପ୍ରେସୱେ ନିର୍ମାଣ, କୃଷି ଓ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଣ, ନ୍ୟାୟିକ ସଂସ୍କାର, ଅନାବଶ୍ୟକ ସରକାରୀ ବିଭାଗ ଗୁଡ଼ିକୁ ବନ୍ଦ କରିବା, ଯୁବକମାନଙ୍କୁ ସୁଧମୁକ୍ତ ଋଣ ପ୍ରଦାନ, ବ୍ୟପକ ନିଯୁକ୍ତି ସୁଯୋଗ, ବ୍ୟବସାୟୀ ସମ୍ପ୍ରଦାୟକୁ ସୁରକ୍ଷା ଓ ସହାୟତା, ବିଦ୍ୟୁତ୍ ବିଲରେ ସବସିଡି ଏବଂ ଗହମ ଅଟା ଉପରେ ସବସିଡି ପ୍ରଦାନ । ଦାବିପତ୍ରରେ ଥିବା ଅଧିକାଂଶ ଦାବି ଏପରି ସୁବିଧା ଓ ସେବା ସହ ଜଡ଼ିତ, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସାଧାରଣତଃ ନିଜ ନାଗରିକଙ୍କୁ ପ୍ରଦାନ କରିଥାଏ । କିନ୍ତୁ ପି.ଓ.କେ.ର ଲୋକମାନଙ୍କୁ ଏହି ମୌଳିକ ସୁବିଧା । ପାଇଁ ପଧ୍ଯ ପ୍ରତିବାଦ କରିବାକୁ ପଡ଼ୁଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ପାକିସ୍ତାନ ପ୍ରାୟ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ କରି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲା । ଲୁହବୁହା ଗ୍ୟାସ, ଗୁଳିଚାଳନା ଓ ବଳପୂର୍ବକ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ମୃତ ଓ ଆହତ ହୋଇଥିବା ଅଭିଯୋଗ ରହିଛି । ଜେ.ଏ.ଏ.ସି.ର ଅଭିଯୋଗ ଅନୁସାରେ ୮୦ରୁ ଅଧିକ ଶାନ୍ତିପୂର୍ଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଏବଂ ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ସୁରକ୍ଷାବାହିନୀ ସରକାରୀ ହସ୍ପିଟାଲରୁ ୫୬ଟି ମୃତଦେହ ନେଇଯାଇଥିବା ଅଭିଯୋଗ ମଧ୍ୟ କରାଯାଇଛି । ଭୟର ପରିବେଶ ସୃଷ୍ଟି ହେବାରୁ ଅନେକ ଆହତ ବ୍ୟକ୍ତି ସରକାରୀ ହସ୍ପିଟାଲକୁ ନଯାଇ ଘରେ କିମ୍ବା ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ପ୍ରଦର୍ଶନକାରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୁରକ୍ଷାବାହିନୀ ଘରେ ପଶି ଲୁଟପାଟ କରିଥିଲେ ଏବଂ ପରିବାରର ସଦସ୍ୟମାନଙ୍କ ସହ ଦୁର୍ବ୍ଯବହାର କରିଥିଲେ । କେତେକ ମହିଳା ମଧ୍ୟ ସେମାନଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି ।ମୁଜାଫରବାଦ ବିଶାଳ ପଦଯାତ୍ରା ପୂର୍ବରୁ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହୋଇଥିଲା । ଗିରଫ, ଗୁଳିଚାଳନା ଓ ରାସ୍ତା ଅବରୋଧ ମାଧ୍ୟମରେ ଲୋକଙ୍କୁ ପଦଯାତ୍ରାରେ ଯୋଗଦେବାରୁ ରୋକିବାକୁ ଚେଷ୍ଟା କରାଯାଇଥିଲା । ଦୀର୍ଘ ସମୟ ଧରି ପିଓକେରେ ବଜାର, ସ୍କୁଲ, ଇଣ୍ଟରନେଟ ଓ ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ସରକାର ଓ ଜେ.ଏ.ଏ.ସି. ମଧ୍ଯରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନଥିଲା । ଜେ.ଏ.ଏ.ସି. ଗିରଫ ନେତାଙ୍କ ମୁକ୍ତି, ତାଙ୍କ ଉପରେ ଥିବା ମାମଲାର ପ୍ରତ୍ୟାହୀର ଓ ସଂଗଠନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲା । ସରକାର ଏହାକୁ ମାନିନଥିବାରୁ ଆନ୍ଦୋଳନ ଜାରି ରହିଥିଲା । ପରେ କେତେକ ନେତା ପିଓକେ ପାଇଁ ଅଧୂକ ସ୍ଵାୟତ୍ତତା ଓ ନିଜ ଭବିଷ୍ୟତ ନିଜେ ନିର୍ଣୟ କରିବାର ଅଧିକାର ଦାବି କରିଥିଲେ । ସେମାନଙ୍କର ନୂଆ ସ୍ଲୋଗାନ ଥିଲା – ୱତନ ୟା କଫନ (ମାତୃଭୂମି କିମ୍ବା ବଳିଦାନ) । ଏହି ଘଟଣାକୁ ନେଇ ଭାରତ ପାକିସ୍ତାନର କାର୍ଯ୍ୟକଳାପକୁ ସମାଲୋଚନା କରିଛି ଏବଂ ପିଓକେରେ ମାନବାଧୂକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଛି । ସମାଲୋଚକମାନଙ୍କ ମତରେ, ଭାରତୀୟ କାଶ୍ମୀରର ଲୋକଙ୍କ ଅର୍ଧକାରର କଥା କହୁଥିବା ପାକିସ୍ତାନ, ନିଜ ନିଯନ୍ତ୍ରଣରେ ଥୁବା ପିଓକେର ଲୋକଙ୍କ ସହ ଯେଉଁ ବ୍ୟବହାର କରୁଛି, ତାହା ତାହାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି । ଏହି ଘଟଣା ପରେ ପିଓକେର ଲୋକଙ୍କ ମଧ୍ୟରେ ନ୍ୟାୟ, ସମ୍ମାନ ଓ ନିଜ ଭବିଷ୍ୟତ ନିଜେ ନିର୍ଣୟ କରିବାର ଦାବି ଆହୁରି ଜୋରଦାର ହୋଇଛି ।
ନିୟୁ ଏଜ୍ ଇସଲାମ
Read More ...
Read More ...
ଦରଗାହ ଓ ସୁଫୀବାଦ – ଭାରତର ବହୁସଂସ୍କୃତି ସମ୍ପନ୍ନ ପରମ୍ପରାର ପ୍ରତୀକ. |
କଟକ ( ଉତ୍କଳ ନ୍ୟୁଜ ). ୧୧-୦୮-୨୦୨୬ : ଇସଲାମ ଧର୍ମର ସୁଫୀବାଦୀ ପରମ୍ପରା, ଅତୀତ କାଳରୁ ସାମାଜିକ ସୌହାଦ୍ୟ ସ୍ଥାପନ ଓ ବହୁସଂସ୍କୃତି ପରମ୍ପରାର ବିକାଶ ପାଇଁ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ପ୍ରେମ, ସହିଷ୍ଣୁତା ଓ ଏକୀକୃତ ସତ୍ତା ଭଳି ସିଦ୍ଧାନ୍ତ ଉପରେ ବିଶ୍ବାସ ରଖୁଥିବା ଏହି ପରମ୍ପରା ଈଶ୍ବରଙ୍କ ସହ ଏକ ବ୍ୟକ୍ତିଗତ ସମ୍ୱନ୍ଧ ଉପରେ ଗୁରୁତ୍ବାରୋପ କରିଥାଏ । ସୁଫୀବାଦର ଏହି ସମାବେଶୀ ସଂସ୍କୃତିର ଅନ୍ୟ ଏକ ଉଦାହରଣ ହେଉଛି ନିଜାମୁଦ୍ଦିନ ଆଉଲିଆଙ୍କ ଇତିହାସ ଏବଂ ଦିଲ୍ଲୀରେ ଅବସ୍ଥିତ ତାଙ୍କ ଦରଗାହର ମହତ୍ଵପୂର୍ଣ୍ଣ ଭୂମିକା ।ଚିସ୍ତି ପରମ୍ପରାର ମହାନ ସୁପୀ ସନ୍ଥ ନିଜାମୁଦ୍ଦିନ ଚତୁର୍ଦ୍ଦଶ ଶତାବ୍ଦୀରେ ସୁଫୀବାଦର ଏହି ସମାବେଶୀ ଶିକ୍ଷାର ପ୍ରତୀକ ଥିଲେ । ସେ ଭାଇଚାରା ଏବଂ କରୁଣା ଭଳି ମୂଲ୍ୟବୋଧର ଶିକ୍ଷା ଦେଇ ସମସ୍ତ ଧର୍ମ ଜାତି ଏବଂ ସମାଜିକ ପୃଷ୍ଠଭୂମିର ଲୋକଙ୍କୁ ତାଙ୍କ ଆଧ୍ୟାତ୍ମିକ ଶିକ୍ଷାରେ ଭାଗ ନେବା ପାଇଁ ସାଗତ କରିଥିଲେ । ଓ୍ବାହାଦତ୍ ଭଲ ଓଜୁଦ୍ ବା ଅସ୍ତିତ୍ବର ଏକତାର ଭଳି ସିଦ୍ଧାନ୍ତ ଉପରେ ଗଭୀର ଗୁରୁତ୍ବାରୋପ କରି ନିଜାମୁଦ୍ଦିନ ଆଉଲିଆ ଦର୍ଶାଇଥିଲେ ଯେ ଭଗବାନ ସମସ୍ତ ସୃଷ୍ଟିରେ ଅବସ୍ଥିତ ଏବଂ ସମସ୍ତ ପଥ ସମାନ ଈଶ୍ବରୀୟ ବାସ୍ତବତାରେ ପହଂଚାଇଥାଏ । ଏହି ସିଦ୍ଧାନ୍ତ ଦ୍ବାରା ସେ ବିଭିନ୍ନ ସମ୍ପ୍ରଦାୟ ସହ ଗଭୀର ସର୍ମକ ସ୍ଥାପନ କରି ଧାର୍ମିକ ସୀମାର ଉର୍ଦ୍ଧ୍ବରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ବୃଦ୍ଧି କରିଥିଲେ । ବର୍ତ୍ତମାନ ସମୟରେ ମଧ୍ୟ ନିଜାମୁଦ୍ଦିନଙ୍କ ଦରଗାହ ଏହି ମୂଲ୍ୟବୋଧର ଆର୍ଦଶ ଭାବରେ ଛିଡା ହୋଇଛି । ଏହା କେବଳ ଏକ ସାଂସ୍କୃତିକ ସ୍ଥାନ ନୁହେଁ ବରଂ ଏକ ଜୀବନ୍ତ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ସ୍ଥାନ ଯାହା ଧର୍ମ ନିର୍ବିଶେଷରେ ବିଭିନ୍ନ ବର୍ଗର ଭକ୍ତ ଏବଂ ପରିଦର୍ଶକଙ୍କୁ ଆର୍କର୍ଷିତ କରିଥାଏ ଏବଂ ଏହାଫଳରେ ଏହି ଦରଗାହ ଭାରତର ସମାବେଶୀ ସଂସ୍କୃତିର ପ୍ରତୀକ ପାଲଟିଛି । ଏଠାରେ ହିନ୍ଦୁ, ମୁସଲମାନ, ଶିଖ୍ ସମେତ ଅନ୍ୟ ଧର୍ମାବଲମ୍ବୀ ମାନେ ଆଶିବାଦ ପାଇବା ପାଇଁ, କୱାଲି ପ୍ରଦର୍ଶନରେ ଅଂଶ ଗ୍ରହଣ ଏବଂ ଉର୍ସ ପାଳନ କରିବାକୁ ଏକତ୍ରିତ ହୋଇଥାଆନ୍ତି । କିନ୍ତୁ ସାମ୍ପ୍ରଦାୟିକ ସୌହାର୍ଯ୍ୟରେ ଏହାର ମହତ୍ଵପୂର୍ଣ୍ଣ ଅବଦାନ ସତ୍ତ୍ବେ ଘୃଣା ବଢାଇବାକୁ ଚାହୁଁଥିବା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଅପଚେଷ୍ଟା ଯୋଗୁଁ ଦରଗାହ ଗୁଡିକ ନିଜ ଆଦର୍ଶକୁ ବଂଚାଇ ରଖିବା ପାଇଁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ନ୍ୟସ୍ତସାର୍ଥ ଗୋଷ୍ଠୀ ସେମାନଙ୍କ ବିଭାଜନକାରୀ ଅପପ୍ରଚାର ଦ୍ବାରା ସୁଫୀ ଶ୍ରଦ୍ଧାଳୁ ମାନଙ୍କ ସମାବେଶୀ ପରମ୍ପରାକୁ ଦୁର୍ବଳ କରିବାକୁ ଚେଷ୍ଟ। କରନ୍ତି । ଏହିପରି କାଯ୍ୟ କେବଳ ସୁପୀ ସନ୍ଥମାନଙ୍କ ଆଦର୍ଶକୁ ଭଙ୍ଗ କରେ ନାହିଁ ବରଂ ବିବିଧତା ମଧ୍ୟରେ ସହାବସ୍ଥାନ ଥିବା ଭାରତର ଆଦର୍ଶକୁ ମଧ୍ୟ ନଷ୍ଟ କରେ । ତେଣୁ ଏହି ବିଭାଜନକାରୀ ଶକ୍ତି ଗୁଡିକର ମୁକାବିଲା ପାଇଁ ସୁଫୀ ଶିକ୍ଷା ଏବଂ ଭାରତର ଐତିହ୍ୟରେ ଏହାର ଅବଦାନ ଉପରେ ପୁନଃ ଗୁରୁତ୍ବ ଦେବା ଆବଶ୍ୟକ । ସେଥିପାଇଁ ସୁଫୀବାଦର ସମୃଦ୍ଧ ଇତିହାସ ପାଇଁ ବିଶିଷ୍ଟ ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଏହି ମୂଲ୍ୟବୋଧର ସଂରକ୍ଷଣ ତଥା ପ୍ରଚାର କରିବାରେ ଏକ ପ୍ରମୂଖ ଭୂମିକ। ଗ୍ରହଣ କରିପାରିବ । ନିଜାମୁଦ୍ଦିନ ଆଉଲିଆଙ୍କ ପରି ସନ୍ଥ ମାନଙ୍କ ଜୀବନ ଏବଂ ଶିକ୍ଷାକୁ ପ୍ରତିଫଳିତ କରୁଥିବା ଶିକ୍ଷା ସାଂମ୍ପ୍ରଦାୟିକ ସାମ୍ପ୍ରଦାୟିକ ସୌହାଦ୍ୟର ମହତ୍ବକୁ ବୃଦ୍ଧି କରିବାରେ ସହାୟକ ହେବ । ନିଜାମୁଦ୍ଦିନ ଆଉଲିଆଙ୍କ ଜୀବନୀର ଉଦାହରଣ ଏବଂ ବିଭିନ୍ନ ସମ୍ପ୍ରଦାୟକୁ ଏକତ୍ରୀତ କରିବାରେ ତାଙ୍କ ଦରଗାହର ମହତ୍ଵ ସୁଫୀବାଦର ରୁପାନ୍ତରକାରୀ ଶକ୍ତିକୁ ସୂଚିତ କରିଥାଏ । ପ୍ରେମ, ସହନଶୀଳତା ଏବଂ ସମସ୍ତ ପ୍ରାଣୀ ମାନଙ୍କର ଏକତା ଉପରେ ଗୁରତ୍ବ ଦେଇ ସୁଫୀବାଦ ବିଭାଜନ ଏବଂ ମତଭେଦର ସମସାମୟିକ ଆହ୍ବାନର ସମାଧାନ ପାଇଁ ଏକ ପଥ ପଦାନ କରେ । ତେଣୁ ସମାଜରେ ସମାବେଶୀତା ଏବଂ ପାରସ୍ପରିକ ସମ୍ମାନକୁ ଗୁରୁତ୍ବ ଦେବା ଭଳି ମୂଲ୍ୟବୋଧର ବିକାଶ କରିବା ସହ ନୂତନ ପିଢିକୁ ପ୍ରେରଣା ଯୋଗାଇବାପାଇଁ ସୁଫୀବାଦର ଆର୍ଦଶଗୁଡିକର ପାଳନ ଏକାନ୍ତ ଆବଶ୍ୟକ ଅଟେ ।
ଏମତି ସଲୀମ୍ (ପିଏଚ୍ଡି, ଜାମିଆ। ମିଲିଆ ଇସଲାମିଆ )
Read More ...
Read More ...
ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ |
କଟକ ( ଉତ୍କଳ ନ୍ୟୁଜ ). ୧୧.୦୮.୨୦୨୬ : କଟକସଦର ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୫୫ଟି ଅଭିଯୋଗ ହସ୍ତଗତ ହୋଇଥିଲା । ତନ୍ମଧ୍ୟରେ ୪୭ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୮ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୧୫ଟି ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାଳରେ ଡିସିପି, ଖିଲାରି ଋଷିକେଶ ଦ୍ୟାନଦେଓ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମିନାକ୍ଷୀ ଠାକୁର,କଟକ ସଦର ଉପଜିଲ୍ଳାପାଳ, ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ବିଡିଓ ପ୍ରତୀକ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକମାନଙ୍କର ଉପସ୍ଥିତିରେ ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରାଣୀ ସମ୍ପଦ ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୧୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।
Read More ...
Read More ...
ତିହିଡିରେ ବନ୍ୟା ମୁକାବିଲା କରିବାରେ ପ୍ରଶାସନ ବିଫଳ- ବିଜେଡି।
କଟକ ( ଉତ୍କଳ ନ୍ୟୁଜ ) ୦୪-୦୮-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବନ୍ୟା ମୁକାବିଲା କରିବାରେ ପ୍ରଶାସନ ବିଫଳ ହୋଇଥିବା ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡା. ସଞ୍ଜୟ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଓଡିଶାର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଯୋଗଦେଇ ସରକାର ଚଳିତ ବର୍ଷ ବନ୍ୟାକୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି। ଆଜି ତିହିଡି଼ ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ କାଁପଡା ପଞ୍ଚାୟତ ବୁଲି ଲୋକମାନଙ୍କ ପାଖରେ ପହଞ୍ଚିଥିଲେ। ସରକାରଙ୍କ ପାଖରୁ ଯାହା ସାହାଯ୍ୟ ସହଯୋଗ ମିଳିବା କଥା ମିଳି ନାହିଁ। ବହୁ ଅଞ୍ଚଳକୁ ରନ୍ଧା ଖାଦ୍ୟ ଦେଇ ନାହାନ୍ତି। ବିଭିନ୍ନ ପଞ୍ଚାୟତ ଲୋକ ପ୍ରତିନିଧିମାନଙ୍କୁ ନ ପଚାରି ମନମୁଖୀ ରିଲିଫ କାର୍ଯ୍ୟ ଚଳାଇଛନ୍ତି। ଶତକଡା ୮୦ ଭାଗ ଶାରଦ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଡିଏପି ସାର ୧୩ ଶହ ଟଙ୍କାରୁ ୨୧ ଶହ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛି। ଏପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ପଲିଥିନ ପହଞ୍ଚି ପାରିନାହିଁ। ଜଳ ସେଚନ, ପାନୀୟ ଜଳ, ରାସ୍ତା ଅବସ୍ଥା ପୁରା ବେହାଲ ହୋଇ ଯାଇଛି। ଗୋଖାଦ୍ୟ ସମ୍ପୂର୍ଣ୍ଣ ଦେବାରେ ବିଫଳ ହୋଇଥିବା କୁହା ଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ପୂର୍ବତନ ଧାମନଗର ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ସଭାପତି ସୁରେନ୍ଦ୍ର କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ, ସରପଞ୍ଚ ତାପସ ବେହେରା, ସମିତି ସଭ୍ୟ ଜୟପ୍ରକାଶ ମଳିକ, ପ୍ରିୟବନ୍ଧୁ ମାଝୀ, ଭାଗିରଥି ମଳିକ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ଶସଧର ସାମଲ, ମାନସ କୁମାର ସାହୁ, ପ୍ରତାପ ଜେନା, ହରେକୃଷ୍ଣ ଜେନା, ବିପିନ ବେହେରା, ବିଷ୍ଣୁ କୁଅଁର, ପୂର୍ବତନ ସମିତି ସଭ୍ଯ ସଂଗ୍ରାମ କେଶରୀ ଦାସ, କୈଳାଶ ରାଉଳ, ଅନିରୁଦ୍ଧ ବାରିକ, ନିତ୍ୟାନନ୍ଦ ବେହେରା, ଅଭୟ ମଳିକ, କମଳାକାନ୍ତ ଦାସ, ବିଷ୍ଣୁ ଜେନା ଓ ଦେବକିଶ୍ୱର ପାଟଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଚୀନର ଜାତିଗତ ଏକତା ଆଇନ: ବିବିଧତାର ସୁରକ୍ଷା ନା ସମାନତାର ଚାପ?
କଟକ ( ଉତ୍କଳ ନ୍ୟୁଜ ) ୦୪-୦୮-୨୦୨୬: ଜୁଲାଇ ୧, ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ଚୀନର "ଜାତିଗତ ଏକତା ଏବଂ ପ୍ରଗତି ପ୍ରୋତ୍ସାହନ ଆଇନ" ଦେଶର ଜାତିଗତ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ବେଜିଂର ନୀତିରେ ଏକ ନୂଆ ଏବଂ ନିର୍ଣ୍ଣାୟକ ପରିବର୍ତ୍ତନର ସଙ୍କେତ ଦେଇଛି। ଚୀନ ସରକାର ଏହାକୁ ଜାତୀୟ ଏକତା, ସାମାଜିକ ସ୍ଥିରତା ଓ ସମନ୍ଵୟକୁ ସୁଦୃଢ଼ କରିବା ପାଇଁ ଏକ ଆବଶ୍ୟକ ପଦକ୍ଷେପ ବୋଲି ଦାବି କରୁଥିବାବେଳେ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ, ମାନବାଧିକାର ସଂଗଠନ ଏବଂ ଅନେକ ବିଶ୍ଳେଷକ ମତ ପ୍ରକାଶ କରିଛନ୍ତି ଯେ ଏହି ଆଇନର ପ୍ରକୃତ ଉଦ୍ଦେଶ୍ୟ ଜାତିଗତ ବିବିଧତାକୁ ସୁରକ୍ଷା ଦେବା ନୁହେଁ, ବରଂ ଏକରୂପତାକୁ ପ୍ରତିଷ୍ଠା କରିବାର ପ୍ରୟାସ। ସମାଲୋଚକଙ୍କ ମତରେ ଏହି ଆଇନ ଉଇଘୁର, ତିବ୍ବତୀ, ମଙ୍ଗୋଲିଆନ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବତନ୍ତ୍ର ଭାଷା, ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ପରିଚୟକୁ ଧୀରେ ଧୀରେ ଦୁର୍ବଳ କରି ସେଗୁଡ଼ିକୁ କମ୍ୟୁନିଷ୍ଟ ପାର୍ଟିକୁ କେନ୍ଦ୍ର କରି ଗଢ଼ାଯାଇଥିବା ଏକକ "ଚାଇନିଜ୍ ନେସନ୍ କମ୍ୟୁନିଟି ରେ ମିଶାଇବା। ଏଥିପାଇଁ ଏହି ଆଇନକୁ ଅନେକ ଜାତିଗତ ଏକତାର ଆଇନ ନୁହେଁ ବରଂ ସାଂସ୍କୃତିକ ଆତ୍ମସାତ୍ମକରଣକୁ ଆଇନଗତ ସ୍ବୀକୃତି ଦେବାର ଏକ ପଦକ୍ଷେପ ବୋଲି ବିବେଚନା କରୁଛନ୍ତି । ଏହି ଆଇନ କେବଳ ଶିକ୍ଷାକ୍ଷେତ୍ରରେ ସୀମିତ ନୁହେଁ । ଏହା ସରକାରୀ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ସାମାଜିକ ସଂଗଠନ ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏକକ ଜାତୀୟ ପରିଚୟକୁ ପ୍ରୋତ୍ସାହିତ କରିବାକୁ ବାଧ୍ଯ କରେ । ବିଶେଷକରି ଧାର୍ମିକ ଅନୁଷ୍ଠାନଗୁଡ଼ିକୁ "ସିନିସାଇଜେସନ୍ ନୀତି ଅନୁସରଣ କରି ଧାର୍ମିକ ବିଶ୍ଵାସ ଓ ପରମ୍ପରାକୁ ରାଜ୍ୟର ସମାଜବାଦୀ ଆଦର୍ଶ ସହ ଖାପ ଖୁଆଇବାକୁ କୁହାଯାଇଛି। ସମାଲୋଚକଙ୍କ ମତରେ ଏହା ଧାର୍ମିକ ସ୍ବାଧୀନତା ଉପରେ ରାଜ୍ୟର ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଉଛି। ଏହି ଆଇନର ସବୁଠାରୁ ବିବାଦୀୟ ଦିଗ ହେଉଛି ଏହାର ପ୍ରଭାବ ଚୀନ ସୀମା ବାହାରକୁ ମଧ୍ୟ ବିସ୍ତାରିତ ହେବା I ଆଇନ ଅନୁଯାୟୀ ବିଦେଶରେ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନ ଯଦି ଜାତିଗତ ବିଚ୍ଛିନ୍ନତାକୁ ପ୍ରୋତ୍ସାହନ ଦେଉଛନ୍ତି କିମ୍ବା ଚୀନର ଜାତୀୟ ଏକତାକୁ କ୍ଷୁଣ୍ଣ କରୁଛନ୍ତି ବୋଲି ଅଭିଯୋଗ ହୁଏ ତେବେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇପାରିବ। ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ଯେ ବେଜିଂ ଏହି ବ୍ୟବସ୍ଥାକୁ ବ୍ୟବହାର କରି ତିବ୍ବତ, ଜିନର୍ଜିଆଙ୍ଗ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ପ୍ରସଙ୍ଗରେ ସ୍ୱର ଉଠାଉଥିବା ବିଦେଶସ୍ଥ କର୍ମୀ, ଗବେଷକ ଓ ପ୍ରବାସୀ ସମ୍ପ୍ରଦାୟଙ୍କ ଉପରେ ଚାପ ସୃଷ୍ଟି କରିପାରେ। ଜିନଜିଆଙ୍ଗର ଉଇଘୁର ସମ୍ପ୍ରଦାୟ ପାଇଁ ଏହି ଆଇନ ପୂର୍ବରୁ ଚାଲିଆସୁଥିବା ବିବାଦୀୟ ନୀତିଗୁଡ଼ିକୁ ଆଇନଗତ ସ୍ୱୀକୃତି ଦେଇଛି I ଗଣବନ୍ଦୀ, ବଳପୂର୍ବକ ଶ୍ରମ, ଧାର୍ମିକ ସ୍ବାଧୀନତା ଉପରେ କଟକଣା, ପରିବାର ବିଚ୍ଛିନ୍ନତା ଏବଂ ସାଂସ୍କୃତିକ ଐତିହ୍ୟର ଧ୍ବଂସ ଭଳି ପଦକ୍ଷେପକୁ ନେଇ ପୂର୍ବରୁ ଆନ୍ତର୍ଜାତିକ ସ୍ତରରେ ଚିନ୍ତା ପ୍ରକାଶ ପାଇଥିଲା I ଏହି ଆଇନକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ତୀବ୍ର ସମାଲୋଚନା ହୋଇଛି | ମାନବାଧୂକାର ସଂଗଠନ, ପାଶ୍ଚାତ୍ୟ ଦେଶ ଏବଂ ତିବ୍ବତୀୟ ଓ ଉଇଘୁର ନିର୍ବାସିତ ସମ୍ପ୍ରଦାୟ ଏହାକୁ ସଂଖ୍ୟାଲଘୁ ସଂସ୍କୃତିକୁ ଲୋପ କରିବାର ଏକ ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ ଚୀନ ସରକାର ସମସ୍ତ ସମାଲୋଚନାକୁ ଖଣ୍ଡନ କରିଛି I ବେଜିଂର ମତରେ, ଏହି ଆଇନ ଜାତୀୟ ଏକତା, ସାର୍ବଭୌମତ୍ଵ ଓ ସାମାଜିକ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଏକ ବୈଧ ପଦକ୍ଷେପ। ସରକାର କହିଛି ଯେ ଏହାର ଉଦ୍ଦେଶ୍ୟ ବିଚ୍ଛିନ୍ନତାବାଦ ଓ ଉଗ୍ରବାଦକୁ ରୋକିବା ସହ ସମସ୍ତ ଜାତିଗତ ଅଞ୍ଚଳର ସମାନ ବିକାଶ ସୁନିଶ୍ଚିତ କରିବା ଏବଂ ଏହା ଶିକ୍ଷା, ବାଣିଜ୍ୟ କିମ୍ବା ସାଧାରଣ ସାଂସ୍କୃତିକ ଆଦାନ-ପ୍ରଦାନରେ କୌଣସି ବାଧା ସୃଷ୍ଟି କରୁ ନାହିଁ।ଭାରତ ଏହି ଆଇନ ପ୍ରତି ସତର୍କ ଓ ସନ୍ତୁଳିତ ପ୍ରତିକ୍ରିୟା ପ୍ରକାଶ କରିଛି। ଧର୍ମଶାଳାସ୍ଥିତ କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ (CTA) ଏହାକୁ ତିବ୍ବତୀୟ ପରିଚୟ ଉପରେ ସିଧାସଳଖ ଆକ୍ରମଣ ବୋଲି ବର୍ଣ୍ଣନା କରି କଡ଼ା ବିରୋଧ କରିଛିI CTA ସଭାପତି ପେନପା ସେରିଂ କହିଛନ୍ତି ଯେ ସାଂସ୍କୃତିକ ଓ ଧାର୍ମିକ ବିବିଧତାକୁ ସମ୍ମାନ ଦେବାରେ ଭାରତର ପରମ୍ପରା ଓ ଚୀନର ସାଂସ୍କୃତିକ ଏକରୂପତା ନୀତି ଭିତରେ ଅନେକ ପାର୍ଥକ୍ୟ । ଚୀନର ନୂତନ ଜାତିଗତ ଏକତା ଆଇନ କେବଳ ଏକ ଘରୋଇ ଆଇନ ନୁହେଁ; ଏହା ରାଷ୍ଟ୍ର ଗଠନ ସମ୍ପର୍କରେ ବେଜିଂର ବ୍ୟାପକ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହି ଆଭିମୁଖ୍ୟରେ ବିବିଧତାକୁ ଏକ ଶକ୍ତି ଭାବରେ ନୁହେଁ ବରଂ ରାଜନୈତିକ ଏକତା ପାଇଁ ଏକ ସମ୍ଭାବ୍ୟ ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି । ସାଂସ୍କୃତିକ ଆତ୍ମସାତ୍ମକରଣକୁ ଆଇନଗତ ସମର୍ଥନ ଦେଇ ଚୀନ ସରକାର ସ୍ପଷ୍ଟ କରିଛି ଯେ ସମସ୍ତ ଜାତିଗତ ସମ୍ପ୍ରଦାୟକୁ କମ୍ୟୁନିଷ୍ଟ ପାର୍ଟି ଦ୍ବାରା ପରିଭାଷିତ ଏକକ ଜାତୀୟ ପରିଚୟ ସହିତ ଖାପ ଖୁଆଇବାକୁ ହେବ। ତଥାପି ଏହି ପଦ୍ଧତି ଦୀର୍ଘସ୍ଥାୟୀ ଏକତା ଆଣିପାରିବ କି ନାହିଁ, ତାହା ନେଇ ପ୍ରଶ୍ନ ରହିଛି। ଇତିହାସ କୁହେ ଯେ ବିବିଧତାକୁ ସମ୍ମାନ ଓ ସୁରକ୍ଷା ଦେଇଥିବା ସମାଜ ଅଧିକ ସ୍ଥାୟୀ ଭାବରେ ଏକତା ବଜାୟ ରଖିପାରେ । ଆଇନଗତ ଚାପ ମାଧ୍ୟମରେ ସୃଷ୍ଟି ହୋଇଥିବା ଏକତାଠାରୁ ବିଶ୍ବାସ, ସମାବେଶ ଓ ପାରସ୍ପରିକ ସମ୍ମାନ ଦ୍ବାରା ଗଢ଼ିଉଠିଥିବା ଏକତା ଅଧିକ ସୁଦୃଢ଼ ଓ ସ୍ଥାୟୀ ହୋଇଥାଏ। ଚୀନର ନୂତନ ଆଇନ ଏକ ମୌଳିକ ପ୍ରଶ୍ନ ଉଠାଉଛି ଯେ ପ୍ରକୃତ ଜାତୀୟ ଏକତା ସାଂସ୍କୃତିକ ପାର୍ଥକ୍ୟକୁ ହ୍ରା
Read More ...
Read More ...
ବନ୍ୟା ମୁକାବିଲା କରିବାରେ ସରକାର ବିଫଳ - ବିଧାୟକ ଡ.ବ୍ୟୋମକେଶ।
କଟକ ( ଉତ୍କଳ ନ୍ୟୁଜ ) ୦୧-୦୮-୨୦୨୬ : ବନ୍ୟା ମୁକାବିଲା କରିବାରେ ସରକାର ବିଫଳ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ତିହିଡି ବ୍ଲକର ବୟାଙ୍ଗ ଅଞ୍ଚଳର ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବନ୍ଯାଞ୍ଚଳ ପରିଦର୍ଶନ କରିବା ସହିତ ବିପନ୍ନମାନଙ୍କୁ ଭେଟି ଗଣମାଧ୍ୟମରେ ଏପରି ମତପ୍ରକାଶ କରିଛନ୍ତି। ତିନିଦିନ ଧରି ଲୋକେ ପାଣି ଘେରରେ ରହିଛନ୍ତି ରିଲିଫ ଦୂରର କଥା ଗୃହପାଳିତ ପଶୁମାନଙ୍କ ପାଇଁ ବି ଖାଦ୍ୟ ଦିଆଯାଇ ନାହିଁ। ମେଡିକାଲ ଟିମ ପହଁଚିବାରେ ଅସମର୍ଥ। ଯଦିଓ ରିଲିଫ ମିଳିଛି ତାହାପୁଣି ୱାର୍ଡ ପିଛି ୫୦ କେଜି ଚୂଡା ଆଉ ୨ କେଜି ଗୁଡ। ସାପ କାମୁଡାରେ ଆକ୍ରାନ୍ତ ଦୁଇ ବ୍ୟକ୍ତିଙ୍କୁ ପ୍ରଶାସନ ମେଡିକାଲ ପହଁଚେଇ ପାରିଲାନି। ୪-୫ ପାଣିରେ ଲୋକ କାନ୍ଧରେ ୧୨ କିଲୋ ମିଟର ବୋହି ନେଇ ମେଡିକାଲରେ ଭର୍ଜି କଲେ, ରନ୍ଧାଖାଦ୍ୟର ବ୍ୟବସ୍ଥା ନାହିଁ, ଦୁଇ ପଂଚାୟତର କ୍ଷତିଗ୍ରସ୍ତ ବିପନ୍ନ ବିଧାୟକଙ୍କ ନିକଟରେ ଏହିପରି ଅଭିଯୋଗ କରିଥିଲେ। ସେ ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନକୁ ଜଣେଇବେ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି।
ଏହି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଧାନତଳି ଓ ରୁଆଧାନରେ ଛାତିଏ ପାଣି। ଗାଁ ଦାଣ୍ଡ ସହିତ ମୁଖ୍ଯ ରାସ୍ତା ବାହ୍ଯ ଜଗତରୁ ବିଚ୍ଛିନ୍ନ। ଏଥିସହ ପନିପରିବା ମଧ୍ଯ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ଲାଗି ସେ ଦାବି କରିଛନ୍ତି। ଏହି ଅବସରରେ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ବନ୍ଯାଞ୍ଚଳ ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ଯ ଅମୁଲ୍ଯ ମାଝୀ, ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ପୂର୍ବତନ ସମିତି ସଭ୍ଯ ତଥା ଏବର ସମବାୟ ସମିତିର ସଭାପତି ମାନସ କୁମାର ନାୟକ, ଦିନବନ୍ଧୁ ମହାକୁଡ, ବିପିନ ରାଉତ, ନିଳମଣି ମାଝୀ, ଦିଲ୍ଲୀପ ମିଶ୍ର, ଭଗବାନ ମାଝୀ, ଅଭିମନ୍ୟୁ ରାଉତ, ବିଶ୍ବଜିତ ବାରିକ, ଲମ୍ବୋଦର ମହାନ୍ତି ଓ ସୁଧାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶୁକ୍ରବାର ପୂର୍ବାହ୍ନରେ ଅର୍ଜୁନବିନ୍ଧା ଗାଁରୁ ଏକ ଘରୋଇ ଭୁଟୁଭୁଟି ବନ୍ଯାଞ୍ଚଳ ଯାଇ ଅପରାହ୍ନରେ ଫେରିଥିବା ଜଣା ଯାଇଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଏହି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଧାନତଳି ଓ ରୁଆଧାନରେ ଛାତିଏ ପାଣି। ଗାଁ ଦାଣ୍ଡ ସହିତ ମୁଖ୍ଯ ରାସ୍ତା ବାହ୍ଯ ଜଗତରୁ ବିଚ୍ଛିନ୍ନ। ଏଥିସହ ପନିପରିବା ମଧ୍ଯ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ଲାଗି ସେ ଦାବି କରିଛନ୍ତି। ଏହି ଅବସରରେ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ବନ୍ଯାଞ୍ଚଳ ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ଯ ଅମୁଲ୍ଯ ମାଝୀ, ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ପୂର୍ବତନ ସମିତି ସଭ୍ଯ ତଥା ଏବର ସମବାୟ ସମିତିର ସଭାପତି ମାନସ କୁମାର ନାୟକ, ଦିନବନ୍ଧୁ ମହାକୁଡ, ବିପିନ ରାଉତ, ନିଳମଣି ମାଝୀ, ଦିଲ୍ଲୀପ ମିଶ୍ର, ଭଗବାନ ମାଝୀ, ଅଭିମନ୍ୟୁ ରାଉତ, ବିଶ୍ବଜିତ ବାରିକ, ଲମ୍ବୋଦର ମହାନ୍ତି ଓ ସୁଧାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶୁକ୍ରବାର ପୂର୍ବାହ୍ନରେ ଅର୍ଜୁନବିନ୍ଧା ଗାଁରୁ ଏକ ଘରୋଇ ଭୁଟୁଭୁଟି ବନ୍ଯାଞ୍ଚଳ ଯାଇ ଅପରାହ୍ନରେ ଫେରିଥିବା ଜଣା ଯାଇଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଉପ ନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀଙ୍କ ପରଲୋକ। |
କଟକ ( ଉତ୍କଳ ନ୍ୟୁଜ ). ୨୫-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଉପ ନିବନ୍ଧକ କାର୍ଯ୍ୟାଳୟର କର୍ମଚାରୀ ଅଜୟ କୁମାର ନାଥ ( ୫୬)ଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ହୋଇ ଯାଇଛି। ତିହିଡି ଏନଏସି ଅଧୀନ ହରିପୁର ଗ୍ରାମର ଅଜୟଙ୍କ ଘର ବୋଲି ଜଣା ଯାଇଛି। କିଛିଦିନ ପୂର୍ବେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା l ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା l ସେ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସୁପରିଚିତ ଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମର ଶରୀରକୁ ତାଙ୍କ କାର୍ଯ୍ୟସ୍ଥଳ ଉପ ନିବନ୍ଧକ କାର୍ଯ୍ୟାଳୟକୁ ନିଆ ଯାଇଥିଲା l ଉପନିବନ୍ଧକ ମନୋଜ କୁମାର ବେହେରା, ବରିଷ୍ଠ କିରାଣୀ ହରିଶ କୁମାର ମାରାଣ୍ଡି, କର୍ମଚାରୀ ରଙ୍ଗାଧର ମଲ୍ଲିକ, ବର୍ଷା ଦାସ, ରୀନା ବାରିକ, ପ୍ରଭାତ ପାତ୍ର ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ପରେ ତାଙ୍କ ମର ଶରୀରକୁ ହରିପୁର ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ଼ପୁଅ କିରଣ କୁମାର ନାଥ ମୁଖାଗ୍ନି ଦେଇଥିଲେ l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.
Read More ...
Read More ...