କଟକ(ଉତ୍କଳ ନିଉଜ)୧୭/୦୭/୨୦୨୫ : ଚୌଦ୍ଵାର କଟକ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୟନ କିଶୋର ମହାନ୍ତିଙ୍କ ଦ୍ୱାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ।ଗୁରୁବାର ଏକ ମାରାଥନ କାର୍ଯ୍ୟକ୍ରମରେ ପଞ୍ଚାୟତ ଓ ଚୌଦ୍ଵାର ର ବିଭିନ୍ନ ସ୍ଥାନରେ ସଭା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଛନ୍ତି । ଚୌଦ୍ଵାର ଚାଟେଶ୍ୱର ବଟେଶ୍ୱର ମନ୍ଦିର ପରିସରରେ ,ମନ୍ଦିର ପରିଚାଳନା କମିଟି ଙ୍କ ସହ ଏକ ସଭା ରେ ଉପସ୍ଥିତ ରହି ମନ୍ଦିର ର ଉନ୍ନତି ଉପରେ ଆଲୋଚନା କରିଥିଲେ ।ଆଲୋଚନାରେ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ବୃନ୍ଦଙ୍କ ସହ ପୂର୍ବତନ ପାରିଷଦ ବିଷ୍ଣୁ ଚରଣ ପରିଡ଼ା ,ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର୍ ସାହୁ ,ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ବିଶ୍ଵାଳ ,ଜିଲ୍ଲା ସମ୍ପାଦକ ଭାଗିରଥି ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅନ୍ୟ ଏକ କାର୍ଯ୍ୟ କ୍ରମରେ ୧୪ ନମ୍ୱର୍ ୱାର୍ଡ ହରିନାଥପୁର ଚୌଦ୍ଵାର ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିଲା ।ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଯାୟୀ ବିଜେପି ନେତା ନୟନ ମହାନ୍ତି ବିଭିନ୍ନ ବୃକ୍ଷ ରୋପଣ କରିଥିଲେ । ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର୍ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଲିଥିବା ବେଳେ ୧୩ ନମ୍ବର ୱାର୍ଡ କାଉନ ସିଲର ସୁଜାତା ସାହୂ ,ପ୍ରଶାନ୍ତ ବିଶ୍ଵାଳ ,ବିଷ୍ଣୁ ଚରଣ ପରିଡ଼ା,କ୍ରୀଷ୍ଣା ରାଓ ,ଶଶିକାନ୍ତ ନାୟକ ,ସନ୍ତୋଷ ବେହେରା ,ଚିନ୍ମୟ ବେହେରା ,ନଗେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।