More News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ |

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆଜି ଜଣେ ବ୍ୟକ୍ତି ଆକ୍ରମଣ କରିଛି | ଆକ୍ରମଣକାରୀକୁ ଦିଲ୍ଲୀ ପୋଲିସ ଗିରଫ କରିଛି ଏବଂ ଏହି ମାମଲାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି | ସିଭିଲ ଲାଇନ୍ସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ରେଖାଙ୍କ ଉପରେ ଆକ୍ରମଣ କରିଥିଲା | ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ତା" ନାଁ ସକରିଆ ରାଜେଶଭାଇ ଖୀମଜିଭାଇ | ସେ ଗୁଜୁରାଟ ରାଜକୋଟର ବୋଲି ଜଣାପଡିଛି | ପ୍ରତାକ୍ଷଦର୍ଶୀ ମାନେ କହିଛନ୍ତି , ଅଭିଯୁକ୍ତ ଘଟଣାସ୍ଥଳରେ କିଛି କାଗଜପତ୍ର ଧରି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲା ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲା | ପ୍ରଥମେ ଜଣାପଡିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୁକ୍ତ ଚାପୁଡ଼ା ମାରିଥିଲା ଏବଂ ଠେଲି ତଳେ ପକାଇଦେବାକୁ ଚେଷ୍ଟା କରିଥିଲା |ଅପାରପକ୍ଷେ ଆପ ବିଧାୟକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ଏକ ଡ୍ରାମା ବୋଲି କହିଛନ୍ତି |
Read More ...

ଅସ୍ତ୍ରବିରତି ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ରାହୁଲ |

କଟକ,(ଉତ୍କଳ ନ୍ୟୁଜ).୭.୬.୨୦୨୫ : ଅପରେସନ୍ ସିନ୍ଦୂରକୁ ଅଧାରେ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିବା ସହ ଆମେରିକା ଚାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମସମର୍ପଣ କରିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଅଭିଯୋଗ କରିଛନ୍ତି। ବିହାରର ନାଳନ୍ଦାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ କହିଛନ୍ତି, ତାଙ୍କର ଲକ୍ଷ୍ୟ ଜାତି ଜନଗଣନା। ଏହି ପ୍ରସଙ୍ଗ ସେ ସଂସଦରେ ଉଠାଇଥିଲେ। ମୋଦୀ କଂଗ୍ରେସର ଚାପ ଆଗରେ ମୁଣ୍ଡ ନୁଆଁଇ ଜାତି ଜନଗଣନା ପାଇଁ ଅନୁମତି ଦେଇଛନ୍ତି। ତାଙ୍କର ହସ୍ତକ୍ଷେପରେ ଯୁଦ୍ଧବିରତି ହେଲା ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରହିଛନ୍ତି। ‌ଟ୍ରମ୍ପ ୧୧ ଥର କହିସାରିଛନ୍ତି ଯେ ସେ ନରେନ୍ଦ୍ର ମୋଦୀଙ୍କୁ ‘ଆତ୍ମସମର୍ପଣ’ କରାଇଛନ୍ତି। ଜାତି ଜନଗଣନା କଥା ଉଲ୍ଲେଖ କରି ରାହୁଲ କହିଛନ୍ତି, ତାଙ୍କର ଆତ୍ମସମର୍ପଣର ଅଭ୍ୟାସ ରହିଛି। ମୁଁ ଜାଣିଛି, ଯେଉଁଦିନ ଆମେ ତାଙ୍କ ଉପରେ ଆଉ ଟିକିଏ ଚାପ ପକାଇବା ସେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିବେ। ଜାତି ଜନଗଣନା ଦ୍ବାରା ସମ୍ବିଧାନର ରକ୍ଷା ହୋଇପାରିବ ଓ ଦେଶର ସାର୍ବଙ୍ଗୀନ ଉନ୍ନତି ହୋଇପାରିବ। ଭବିଷ୍ୟତରେ ଯେତେବେଳେ ଆମେ ସରକାର ଗଠନ କରିବୁ, ଆମେ ସଂରକ୍ଷଣ ଉପରେ ଥିବା ୫୦ ପ୍ରତିଶତ ସୀମାକୁ ହଟାଇଦେବୁ ବୋଲି ରାହୁଲ କହିଛନ୍ତି।
Read More ...

ଭୁଟ୍ଟୋଙ୍କୁ ତେଜସ୍ବୀଙ୍କ କଡା ଜବାବ : ପାକିସ୍ତାନ ଯୋଗାଉଛି ଆତଙ୍କବାଦୀ |

କଟକ,(ଉତ୍କଳ ନ୍ୟୁଜ), ୬.୬.୨୦୨୫ : ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କୁ ଟାର୍ଗେଟ୍ କରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଆମେରିକାରେ କଡ଼ା ଭାଷଣ ଦେଇଛନ୍ତି। ସେ ସାରା ବିଶ୍ବରେ ପାକିସ୍ତାନର ଆତଙ୍କବାଦୀ ସମର୍ଥନ ନେଇ ଅପଯଶ ଓ ଚୀନ୍ ଉପରେ ସାମରିକ ନିର୍ଭରଶୀଳତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଶ୍ବକୁ ଭାରତ ଦେଉଛି ବୈଷୟିକ ପ୍ରଯୁକ୍ତିବିତ୍ ଓ ପାକିସ୍ତାନ ଦେଉଛି ଆତଙ୍କବାଦୀ। ସୂର୍ଯ୍ୟ କହିଛନ୍ତି ଯେ, ଯେଉଁ ଦେଶରେ ଭାରତର ମହାମହା ରଥୀ ଅଛନ୍ତି, ସେହି ଦେଶରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ବି ଅଛନ୍ତି। ସେ କହିଛନ୍ତି, ରାମଜି ୟୁସୁଫ ୧୯୯୩ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ବୋମା ବିସ୍ଫୋରଣରେ ସାମିଲ ଥିଲା। ୨୬/୧୧ ଷଡ଼ଯନ୍ତ୍ର ଅଭିଯୋଗରେ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ପାକିସ୍ତାନ ସହ ଜଡ଼ିତ ନାଁ। ଅପରପକ୍ଷେ ଏବେ ଆମେରିକାରେ ଇନ୍ଦ୍ରା ନୁୟୀ, ସୁନ୍ଦର ପିଚାଇ, ଅଜୟ ବଙ୍ଗା, ସତ୍ୟ ନଡେଲା, କାଶ ପଟେଲ ଭଳି ପାଞ୍ଚ ଜଣ ଭାରତୀୟ ବି ଅଛନ୍ତି। ମୋତେ ସେମାନଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ। ଆମେରିକାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ହିଁ ପାର୍ଥକ୍ୟ। ଭୁଟ୍ଟୋଙ୍କ ଦୁଇଦିନିଆ ଗସ୍ତ ପାକିସ୍ତାନର ଏହି ପ୍ରମାଣିତ ଟ୍ରାକ୍ ରେକର୍ଡକୁ ଧୋଇ ଦେବ ନାହିଁ।ସୂର୍ଯ୍ୟ ଏତିକିରେ ଅଟକି ନ ଥିଲେ। ସେ କହିଥିଲେ, ନିମ୍ନମାନର ଚୀନ୍ ଅସ୍ତ୍ରଶସ୍ତ୍ରରେ ନିଜକୁ ସଜ୍ଜିତ କରି ପାକିସ୍ତାନ ବିଦେଶରେ ଭିକ୍ଟିମ୍ କାର୍ଡ ଖେଳୁଛି। ପାକିସ୍ତାନର ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ୍‌ରୁ ଆସୁଥିବା ବେଳେ ଭାରତର ପ୍ରତିରକ୍ଷା ଆମଦାନି ବିବିଧ ଓ ସ୍ୱଦେଶୀ ଭାବରେ ବୃଦ୍ଧି ପାଉଛି। ଆମ ପାଖରେ ସାମରିକ ହାର୍ଡୱେର ଅଛି ଯାହା ଆମେ ଆମେରିକାଠାରୁ, ଫ୍ରାନ୍ସରୁ ଓ ଇସ୍ରାଏଲଠାରୁ କିଣିଥିଲୁ ଏବଂ ଅବଶିଷ୍ଟ ନିଜ ଦେଶରେ ତିଆରି କରିଥିଲୁ। ପାକିସ୍ତାନକୁ ଶାନ୍ତି ଚାହୁଥିବା ରାଷ୍ଟ୍ର ଭାବରେ ଚିତ୍ରଣ କରିବାକୁ ଭୁଟ୍ଟୋଙ୍କ ପ୍ରୟାସକୁ ଖାରଜ କରି ସୂର୍ଯ୍ୟ କହିଛନ୍ତି, ଏହା ଏକ ଶୈତାନ ଦେଶ। ଯେଉଁ ଦେଶ ଫିଲ୍ଡ ଜେନେରାଲଙ୍କୁ ଫିଲ୍ଡ ମାର୍ଶାଲ କରି ନକଲି ହିରୋ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, ସେମାନେ ଜାଣନ୍ତି ନାହିଁ ପ୍ରକୃତ ନେତାମାନେ କେମିତି ଦେଖାଯାଆନ୍ତି। ସୂର୍ଯ୍ୟ ଆହୁରି ଦାବି କରିଛନ୍ତି ଯେ ସେମାନଙ୍କ ଗସ୍ତ ସମୟରେ ନିକଟରେ ହୋଇଥିବା ସମସ୍ତ କୂଟନୈତିକ ବୈଠକରେ ପାକିସ୍ତାନୀ ଉଦ୍ଦେଶ୍ୟ ପ୍ରତି ଆଦୌ ସହାନୁଭୂତି ମିଳିନାହିଁ ବରଂ ଭାରତର ଆଭିମୁଖ୍ୟକୁ ସମସ୍ତେ ସମର୍ଥନ କରିଛନ୍ତି।
Read More ...

ଶଶୀ ଥରୁରଙ୍କୁ କଂଗ୍ରେସର ସମାଲୋଚନା |

କଟକ ,(ଉତ୍କଳ ନ୍ୟୁଜ),୬.୬.୨୦୨୫ : ଅପରେସନ୍‌ ସିନ୍ଦୂର ସଂକ୍ରାନ୍ତ‌ରେ ଏକ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବେ ଆମେରିକାରେ ଅଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସରକାରଙ୍କ ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଶଶୀ ଥରୁରଙ୍କୁ କଂଗ୍ରେସରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଜଣେ କଂଗ୍ରେସ ସହକର୍ମୀ ଶଶୀ ଥରୁରଙ୍କୁ ବିଜେପିର ସୁପର ମୁଖପାତ୍ର ବୋଲି ମଧ୍ୟ କହିଛନ୍ତି। ତେବେ ଏହି ପ୍ରସଙ୍ଗରେ ଥରୁର କହିଛନ୍ତି, ଯେଉଁମାନେ ଦେଶର ସ୍ବାର୍ଥ ପାଇଁ କାମ କରିବାକୁ ଦେଶ ବିରୋଧୀ କାର୍ଯ୍ୟ ବୋଲି ଭାବୁଛନ୍ତି ସେମାନେ ନିଜେ ନିଜକୁ ପ୍ରଶ୍ନ କରିବା ଉଚିତ। ଅନ୍ୟପକ୍ଷେ ଭାରତ-ପାକିସ୍ତାନ ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିନାହାନ୍ତି ବୋଲି ଶଶୀ ଥରୁର୍‌ ସ୍ପଷ୍ଟ କରିଛନ୍ତି।
Read More ...

ନବମ ଫେଲ ପୁଅକୁ ବିହାରର ରାଜା କରିବାକୁ ଚାହାନ୍ତି ଲାଲୁ ଯାଦବ : ପ୍ରଶାନ୍ତ କିଶୋର

କଟକ,(ଉତ୍କଳ ନ୍ୟୁଜ),୬.୬.୨୦୨୫ : ନବଗଠିତ ଜନ ସୁରାଜ ପାର୍ଟି (ଜେଏସ୍‌ପି) ଦ୍ବାରା ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଜର ୯ମ ଫେଲ୍‌ ପୁଅ ତେଜସ୍ବୀ ଯାଦବଙ୍କୁ ସେ ବିହାରର ରାଜା କରାଇବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ବୋଲି କିଶୋର କଟାକ୍ଷ କରିଛନ୍ତି। ବୁଧବାର ଶରଣଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି, ନିଜ ସନ୍ତାନଙ୍କ ନିମନ୍ତେ କିଭଳି ଚିନ୍ତାଗ୍ରସ୍ତ ହେବା ଆବଶ୍ୟକ ସେକଥା ଆମେ ଲାଲୁ ପ୍ରସାଦ ଯାଦବଙ୍କଠାରୁ ଶିକ୍ଷା କରିବା କଥା।ଲାଲୁଙ୍କ ପୁଅ ୯ମ ଶ୍ରେଣୀ ପାସ୍‌ କରିନାହିଁ, କିନ୍ତୁ ଲାଲୁ ତାଙ୍କୁ ବିହାରର ରାଜା କରିବାକୁ ଯୋଜନାରେ ଅଛନ୍ତି। ଯେତେବେଳେ ଆମେ ଏହି କଥା କହୁ, ଲୋକ କହନ୍ତି ଆମେ ଲାଲୁଙ୍କ ବିରୋଧରେ ଅଭିଯୋଗ କରୁଛୁ। କିନ୍ତୁ ନା, ଆମେ ଲାଲୁଙ୍କୁ ପ୍ରଶଂସା କରୁଛୁ। ଆପଣମାନେ ଦେଖନ୍ତୁ, ଆପଣଙ୍କ ସନ୍ତାନ ୧୦ମ ପାସ୍‌ କରିଛି ବା ସ୍ନାତକ ହୋଇଛି, କିନ୍ତୁ ଏଯାଏଁ ଚାକିରି ମିଳିପାରିନାହିଁ, ପିଅନଟେ ମଧ୍ୟ ହୋଇପାରିନାହିଁ। ତଥାପି ଆପଣଙ୍କର ଚିନ୍ତା ନାହିଁ। ଲାଲୁ ଯାଦବଙ୍କ ପରି ପ୍ରତ୍ୟେକ ପିତା ତାଙ୍କ ଅପାରଗ ପୁଅ ଲାଗି ଚିନ୍ତା କରିବା ଉଚିତ ବୋଲି କିଶୋର କଟାକ୍ଷ କରି କହିଛନ୍ତି।
Read More ...

ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ: ଦେବୀ ମିଶ୍ର

କଟକ (ଉତ୍କଳ ନ୍ୟୁଜ ) ୪-୦୩-୨୦୨୫ : ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ବିବୃତିରେ କହିଛନ୍ତି। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀ ସମୟରେ ହୋଇ ପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନ ସାଧାରଣ ବିଚାର କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି
Read More ...

ଶଙ୍କରପୁର ପଂଚାୟତ ରେ ଜନସମ୍ପର୍କ ପଦଯାତ୍ରା |

କଟକ(ଉତ୍କଳ ନିଉଜ)୧୫/୧୦/୨୦୨୩ : ବିଜୁ ଜନତା ଦଳ ର ସଭାପତି ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅକ୍ଟବର ୨ ତାରିଖ ରୁ ବିଜେଡି ର ଜଣ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ତଥା ଆଠଗଡ ନିର୍ବାଚନ ମଣ୍ଡଳୀ ର ୫ ପଂଚାୟତ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି |ରବିବାର ଶଙ୍କରପୁର ପଂଚାୟତ ର ଶଙ୍କରେଶ୍ୱର ମହାଦେବ ମନ୍ଦିର ନିକଟରୁ ପଦଯାତ୍ରା ବାହାରି ଅମରାବତିପୁର ଓ ଶଙ୍କରପୁର ଗ୍ରାମ ରେ ଶୋଭାଯାତ୍ରା କରି ଶଙ୍କରପୁର କଲ୍ୟାଣ ମଣ୍ଡପ ରେ ଶେଷ ହୋଇଥିଲା | ଏହି ଜାଣସମ୍ପର୍କ ପଦଯାତ୍ରା ରେ ଆଠଗଡ଼ ର ବିଧାୟକ ତଥା ରାଜ୍ୟ ର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ସୁପୁତ୍ର ତଥା ଆଠଗଡ଼ ର ବିଜେଡି ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନହିତ କର ଯୋଜନା ଗୁଡିକ ବିଷୟରେ ଲୋକ ମାନଙ୍କୁ ବୁଝାଇଥିଲେ |ଏହି କାର୍ଯ୍ୟକ୍ରମ ରେ ଶଙ୍କରପୁର ପଂଚାୟତ ର ସରପଞ୍ଚ ପ୍ରମୋଦିନି ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ମଧୁସ୍ମିତା ସେଠି , ବରିଷ୍ଠ ବିଜେଡି ନେତା ରଞ୍ଜନ ଆଚାର୍ଯ୍ୟ , ପ୍ରମୋଦ କୁମାର ସାହୁ ,ସରୋଜ ଖଟୁଆ ,ସମିତି ସଭ୍ୟ ସୁକାନ୍ତ ରାଉତ ,ରମେଶ ହାତୀ ,ପ୍ରଶାନ୍ତ ହାତୀ, ବସନ୍ତ ନାୟକ , ମନୋଜ ମାଝୀ ,ମନୋଜ ଦଳାଇ, ବାମଦେବ ପ୍ରଧାନ ,ଙ୍କ ସହ ବିଜେଡି ର ବହୁ ବରିଷ୍ଠ ନେତା, ଛାତ୍ର ନେତା , ଓ ନାରୀ ନେତ୍ରୀ ମାନେ ଉପସ୍ଥିତ ରହିଥିଲେ |
Read More ...

ବାରବାଟିଆ ଦୁର୍ଗାପୂଜା ୪ ଶହ ବର୍ଷର ପରମ୍ପରା, ଯେଉଁଠି ମା’ଙ୍କ ମହିମାରେ ଶହସ୍ରାଧିକ ଆଟିକା ଭୋଗ ଲାଗିଥାଏ।

କଟକ (ଉତ୍କଳ ନ୍ୟୁଜ) ୩-୧୦-୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବାରବାଟିଆ ଦୁର୍ଗାପୂଜା ୪ ଶହ ବର୍ଷର ପରମ୍ପରା, ଯେଉଁଠି ମା’ଙ୍କ ମହିମାରେ ଶହସ୍ରାଧିକ ଆଟିକା ଭୋଗ ଲାଗିଥାଏ। ଅଷ୍ଟମୀ ପୂଜାରେ ପ୍ରତିକୂଳ ପାଗ ସତ୍ବେ ମଧ୍ଯ ଭକ୍ତଙ୍କ ଭିଡ ଜମିଛି। ଦୁଇ ବର୍ଷ ଧରି କରୋନା କଟକଣାରେ ପୂଜା ପାର୍ବଣ ଫିକା ପଡିଥିବା ବେଳେ ଚଳିତ ବର୍ଷର ମାହୋଲକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଦୁର୍ଗାପୂଜା ବଡ ନିଆରା। ପ୍ରତିବର୍ଷ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ପୂଜା କାର୍ଯ୍ୟରେ ବିଭିନ୍ନ ଦାୟିତ୍ୱ ନେବା ଏପରିକି ପାଲା, ଦାସ କାଠିଆ ପରିବେଷଣ କରିଥାନ୍ତି। ଏହି ଗାଁର ନାରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ କାକଟପୁର ମଙ୍ଗଳା ପୀଠରେ ଚଣ୍ଡି ପାଠ କରୁଥିବା ବେଳେ ମା ତାଙ୍କ ଉପରେ ପ୍ରିତ ହୋଇଥିଲେ ।
ସ୍ୱପ୍ନାଦେଶ ବଳରେ ତାଙ୍କ ଠାରୁ ପୂଜା ପାଇବାକୁ କହିବା ସହ ତାଙ୍କ ସହ ଆସିଥିଲେ । ସେତେବେଳ ଏହି ଗାଁର ଏକ ବିଶାଳ ବଟବୃକ୍ଷ ମୂଳେ ଏକ ଧୂଳିଆ ଘର ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଥିଲା । ଦୁର୍ଗାପୂଜାରେ ପୂଜକ ପରିବାର ଲୋକେ କାଦୁଅ ପିଣ୍ଡୁଆ ତିଆରି କରାଯାଏ ଏବଂ ପୂଜା ଦିନ ମା ଙ୍କ ଆବିର୍ଭାବ ହୋଇଥାଏ । ୨ ଶହ ବର୍ଷ ଧରି ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଆଜବେଷ୍ଟସ ଘର ନିର୍ମାଣ ହୋଇ ପୂଜାକାର୍ଯ୍ୟ ଚାଲୁଥିଲା । ଏବଂ ପ୍ରାୟ ୫୩ ବର୍ଷ ତଳେ ଜଣେ ବଦାନ୍ୟ ବକ୍ତିଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ପୂଜକ ତଥା କର୍ତ୍ତାଭାବେ ସାଧୁଚରଣ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କୈଳାସ ସାହୁ, ଶ୍ୟାମସୁନ୍ଦର ପରିଡା, ସୁରେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀଧର ମିଶ୍ର ଓ ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଗ୍ରାମବାସୀ ସହଯୋଗ ଓ ସହାୟତାରେ ଉଜ୍ୱଳ ଆଲୋକମାଳା, ସାଜସଜ୍ଜା ସହ ଦୈନିକ ପାଲା ଓ ଦାସକାଠିଆରେ ପୀଠ ଚଳଚଞ୍ଚଳ ହୋଇଥାଏ । ସବୁଠୁ ବଡକଥା ହେଉଛି ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତ ମାନେ ଆଟିକା ଭୋଗ ଲଗାଇଥାନ୍ତି । ଏଥିସହ ହଜାର ହଜାର ଭକ୍ତଙ୍କ ସମାଗମରେ ପୀଠ ଶୋଭାବର୍ଦ୍ଧନ କରିଥାଏ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |

Read More ...

ଶୁଭଦ୍ରା ଶତପଥି ହେଲେ ତିହିଡି ବ୍ଳକ ଉପାଧ୍ୟକ୍ଷା।

କଟକ(ଉତ୍କଳ ନିଉଜ)୨୩/୦୩/୨୦୨୨ :ଭଦ୍ରକ ଜିଲ୍ଲା ତିିହିଡି ବ୍ଳକ ଉପଧ୍ୟକ୍ଷା ଭାବେ ମଙ୍ଗଳପୁର ସମିତିସଭ୍ୟା ଶୁଭଦ୍ରା ଶଥପଥି ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ପଦବୀଟି ବିଜେଡି ହାତକୁ ଯାଇଥିବା ବେଳେ ଉପାଧକ୍ଷା ପଦବୀଟି ମଧ୍ୟ ବିଜେଡି ଅକ୍ତିଆର କରି ନେଇଛି । ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଉପାଧ୍ୟକ୍ଷା ନିର୍ବାଚନରେ ବ୍ଳକର ୩୧ ସମିତି ସଭ୍ୟଙ୍କ ମଧ୍ୟରୁ ଜଣେ ସଭ୍ୟ ଅନୁପସ୍ଥିତ ରହିଥିଲେ । ଯାହା ଫଳରେ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ଫଳାଫଳ ଅନୁଯାୟୀ ବିଜେଡି ସମର୍ଥିତ ଉପାଧ୍ୟକ୍ଷା ପ୍ରାର୍ଥୀ ଶୁଭଦ୍ରାଙ୍କୁ ୧୬ ଜଣ ସଭ୍ୟଙ୍କ ସମର୍ଥନ ମିଳିଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଶୁକଦେବ ମଳିକଙ୍କୁ ୧୪ ଜଣ ସଭ୍ୟଙ୍କ ସମର୍ଥନ ମିଳିଥିଲା । ନିର୍ବାଚନ ଜିତିବା ପରେ ଦଳୀୟ ନେତୃବୃନ୍ଦ ଓ କର୍ମୀ ବ୍ଳକ ପରିସରେ ପହଞ୍ଚି ବିଜୟୀ ଉପାଧ୍ୟକ୍ଷାଙ୍କୁ ସ୍ୱାଗତ କରିବା ସହ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଳକ କାର୍ଯ୍ୟାଳୟରୁ ବିଜେଡି ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।
ସେଠାରେ ବିଜୟ ଉତ୍ସବ ପାଳନ କରିବା ପରେ ନବନିର୍ବାଚିତ ଉପାଧ୍ୟକ୍ଷା ଏବଂ ତାଙ୍କର ସମର୍ଥକ ମାନେ ନିଜ ପଞ୍ଚାୟତ ମଙ୍ଗଳପୁର ଅଭିମୁଖେ ଯାତ୍ରା କରିଥିଲେ । ଆଜିର ଏହି ବିଜୟର ଶ୍ରେୟ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମେତ ବ୍ଳକ ସ୍ତରୀୟ ନେତୃବୃନ୍ଦଙ୍କୁ ଦେଇଛନ୍ତି । ବ୍ଳକ ବିଜେଡି ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସୁଶ୍ରୀ ବିଦ୍ୟୁତ୍‌୍‌ଲତା ନାୟକ, ଅମୂଲ୍ୟ ମାଝୀ, ସୁମତୀ ସେଠୀ ଓ ରୁଜାତା ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସୁରେନ୍ଦ୍ର ନାୟକ, ହରିହର ସେନାପତି, ପ୍ରଦୀପ ପଣ୍ଡା, କମଳାକାନ୍ତ ଲେଙ୍କା, କମଳାକାନ୍ତ ଦାସ, ପ୍ରଫୁଲ ଦାସ, ହରେକୃଷ୍ଣ ଜେନା,
ପ୍ରତାପ ଜେନା, ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରବୀର କୁମାର ନାୟକ, ବୈକୁଣ୍ଠନାଥ ପାଣି, କୀର୍ତ୍ତନ ରାଉତ, ଆଦିତ୍ୟ ଜେନା, ଗଣେଶ ବିଶ୍ୱାଳ, କମଳାକାନ୍ତ ଦାସ, ପ୍ରଶାନ୍ତ ବିଶ୍ୱାଳ, ରାଜେନ୍ଦ୍ର ବଳ, ଅମର ଦାସ, କୈଳାସ ଦାସ, ରବିନ୍ଦ୍ର ପାଣି, ଗୋପବନ୍ଧୁ ସେନାପତି, ପ୍ରଭାତ ମିଶ୍ରକଙ୍କ ସମେତ ନବ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମାନେ ଏହି ବିଜୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |

Read More ...

ବିଜୟୀଙ୍କ ଟାହି ଟାପରା ସହିନପାରି ପରାଜିତ ପ୍ରାର୍ଥିନୀଙ୍କ ବିଷପାନ, ସ୍ବାମୀ ଝୁଲିଲେ ଫାଶି ଦଉଡିରେ।

କଟକ(ଉତ୍କଳ ନିଉଜ)୧୪/୦୩/୨୦୨୨ :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରାଜିତ ପ୍ରାର୍ଥୀନୀ ବିଷ ପିଇ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ। ସ୍ଵାମୀ ଝୁଲନ୍ତା ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସୁମତୀ ପରିଡ଼ା ସମିତିସଭ୍ୟା ପ୍ରାର୍ଥୀନୀ ଭାବେ ପ୍ରତିଦ୍ଵନ୍ଦିତା କରି ପରାଜିତ ହୋଇଥିଲେ। ତେବେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରା ଚାଲୁଥିବା ସମୟରେ, ପରାଜିତ ସମିତିସଭ୍ୟା ପ୍ରାର୍ଥୀନୀଙ୍କ ସ୍ଵାମୀ ରମାକାନ୍ତ ପରିଡ଼ାଙ୍କ ସହ ରାଜନୈତିକ ବିବାଦକୁ କେନ୍ଦ୍ର କରି, ବିଜୟୀ ପ୍ରାର୍ଥୀ ସମର୍ଥକଙ୍କ ସହ ପାଟିତୁଣ୍ଡ ଓ ଗାଳିଗୁଲଜ ହୋଇଥିବା ସୂଚନା ମିଳିଛି।
ଏହି ଘଟଣାରେ ମାନସିକ ଭାରସାମ୍ୟ ହରାଇ ରମାକାନ୍ତ ଝୁଲନ୍ତା ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏହା ଜାଣି ତାଙ୍କ ପତ୍ନୀ ପରାଜିତ ସମିତି ସଭ୍ୟା ପ୍ରାର୍ଥୀନୀ ସୁମତୀ ବିଷ ପିଇ ଆତ୍ମହତ୍ଯା ଉଦ୍ୟମ କରିଥିବା ଜଣାପଡିଛି। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ ସ୍ଥାନାନ୍ତରିତ କରା ଯାଇଥିଲା। ହେଲେ ବିଧିର ବିଧାନ, ସ୍ଵାମୀ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପତ୍ନୀ ସୁମତୀଙ୍କୁ ସଙ୍କଟାପନ୍ନ ଅବସ୍ତାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ, ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |

Read More ...

ରାଜନୈତିକ ଅକ୍ରୋଶରେ ଦୋକାନ ଭଙ୍ଗାରୁଜା ସହ ମାଡ ଅଭିଯୋଗ |

କଟକ(ଉତ୍କଳ ନିଉଜ)୧୨/୦୩/୨୦୨୨ :ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଫଳାଫଳ ଘୋଷଣା ପର୍ଯ୍ୟନ୍ତ କାଁଭାଁ ଗଣ୍ଡଗୋଳକୁ ଛାଡିଦେଲେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ଆଜି ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳ ଘୋଷଣା ପରେ ତିହିଡି ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତିହିଡି ସଦର ବଜାରରେ ଥିବା ଦ୍ୱାରିକା ଡେଲୀ ନିଡ୍ସ ଦୋକାନର କାଚ କବାଟ ଭାଙ୍ଗି ବଳପୂର୍ବକ ପଶିବା ସହିତ ଦୋକାନ ମାଲିକଙ୍କୁ କଲର ଧରି ଟାଣିଆଣି ବିଚ୍ ରାସ୍ତାରେ ମାରଧର କରି ଅଶ୍ଳିଳ ଭାଷାରେ ଗାଳି ଗୁଲଚ କରାଯାଇଥିଲା । ଏହି ସମୟରେ ପୋଲିସ ଓ ବଜାର ଲୋକେ ପହଞ୍ôଚଯିବାରୁ ଯୁବକମାନେ ସ୍ଥାନ ଛାଡି ପଳେଇ ଯାଇଥିଲେ । ତେବେ ରାଜନୈତିକ ଆକ୍ରୋଶରୁ ଏପରି ଆକ୍ରମଣ ଓ ଭଙ୍ଗାରୁଜା ହୋଇଥିବା ଦୋକାନୀ ସୀତାକାନ୍ତ ନାୟକ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ୍ କରାନଗଲେ ଆନ୍ଦୋଳନାତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି ଚେତାବନି ଦେଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଶନିବାର ଅପରାହ୍ନରେ ବ୍ଲକ ଅଧ୍ୟକ୍ଷା ଫଳାଫଳ ଘୋଷଣା ପରେ ବିଜେଡି ମହଲରେ ଖୁସିର ଲହରୀ ଖେଳି ଯାଇଥିଲା । କେତେକ କର୍ମୀ ଉତ୍‌ଫୃଲିତ ହୋଇ ବାଣ ରୋଷଣୀ ଫୁଟାଇ ସଦର ବଜାରକୁ ପ୍ରକମ୍ପିତ କରିଥିଲେ ।
ତେବେ ଏହି ବାଣ ଫୁଟାଇବା ବେଳେ କୌଣସି ବ୍ୟତିକ୍ରମ ହୋଇଥିବା ଏବଂ ଉକ୍ତ ବାଣ ଦୋକାନର କାଚ ଭାଙ୍ଗି ଦେଇଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ଅନ୍ୟପଟେ ଏହି ନିର୍ଦ୍ଦିଷ୍ଟ ଦୋକାନ ସମ୍ମୁଖରେ ବିଜେପି କର୍ମୀଙ୍କ ଗହଳି ହେଉଥିବା ନେଇ ବିଜେଡି ଏପରି ଆକ୍ରୋଶ ମୂଳକ ଭାବେ କାଣ୍ଡ ଭିଆଣ କରିଥିବା ମଧ୍ୟ କୁହାଯାଉଛି । ତେବେ ପୋଲିସକୁ ପୂର୍ବରୁ ଏସଂକ୍ରାନ୍ତରେ ଅବଗତ କରାଯାଇଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଏବଂ ଆବଶ୍ୟକ ସଂଖ୍ୟକ ଫୋର୍ସ ନଥିବାରୁ ଏପରି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଲା ବୋଲି ଭାଟପଡା ପଞ୍ଚାୟତ ସରପଞ୍ଚ ଶୁଭ୍ରନାରାୟଣ ସେଠୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।

Read More ...

ଅଗ୍ନି ବିପନ୍ନଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଆଗ୍ନିକ ଚନ୍ଦନ |

କଟକ(ଉତ୍କଳ ନିଉଜ)୦୮/୦୩/୨୦୨୨ : ଘରପୋଡି ଭଳି ବିପଦ ସମୟରେ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡନ୍ତି ଧନଜୀବନ ରକ୍ଷା କରିବା ପାଇଁ । ଅନେକ ବି ସାହସିକତା ଦେଖାଇ ନିଆଁର ଆଁ ଭିତରକୁ ପଶିଯାଇ ନିଜ ଜୀବନକୁ ବାଜି ଲଗେଇ ବିପନ୍ନଙ୍କୁ ଉଦ୍ଧାର କରିଥାନ୍ତି । ଏଥିପାଇଁ ମନର ସାହସ ସହିତ ଉପଯୁ୍‌କ୍ତ ଜ୍ଞାନକୌଶଳର ଆବଶ୍ୟକତା ଥିବା ନିହାତି ଦରକାର । ବିଶେଷକରି ଅଗ୍ନିକାଣ୍ଡ ସମୟରେ ଅଗ୍ନିଶମ ବାହିନୀର ଆଗ୍ନିକମାନେ ଏପରି ସାହସିକତା ପ୍ରଦର୍ଶନ କରିଥାନ୍ତି । ପ୍ରଥମେ ଜୀବନ ଓ ପରେ ଧନ ସମ୍ପତ୍ତିକୁ ରକ୍ଷା କରିବାକୁ ଶତଚେଷ୍ଟା କରିଥାନ୍ତି । ଏହାରି ମଧ୍ୟରେ ସେମାନେ ସମ୍ପୂର୍ଣ୍ଣରୂପେ ଭୁଲି ଯାଇଥାନ୍ତି ନିଜର ବହୁମୁଲ୍ୟ ଜୀବନ ଓ ପରିବାର କଥା । ପରିସ୍ଥିତି ଓ ପରିବେଶକୁ ଦୃଷ୍ଟିରେ ରଖି ସେମାନେ ନିଆଁ ଲିଭାଇବା ସହିତ ଜୀବନ ରକ୍ଷା ମଧ୍ୟ କରିଥାନ୍ତି । ଏପରି ଜଣେ ଆଗ୍ନିକଙ୍କ ଅଦମ୍ୟ ସାହସ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମହରମପୁରରେ ହୋଇଥିବା ଅଗ୍ନିକାଣ୍ଡ ସମୟରେ । ସେଦିନ ଥିଲା ଫେବୃଆରୀ ମାସ ୧୬ ତାରିଖ ମଧ୍ୟାହ୍ନ ସମୟ ।
ମହରମପୁର ଗାଁରେ ରବିନାରାୟଣ ଦାସଙ୍କ ଘରେ ନିଆଁ ଲାଗିଥିଲ । ଖବର ପାଇ ତିହିଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚଥିଲା । ଆଗ୍ନିକମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଘର ଭିତରେ ଫସି ଯାଇଥିବା ଜଣେ ଯୁବକର ଆର୍ତ୍ତଚିତ୍କାର ଶୁଣି ଆଗ୍ନିକ ଚନ୍ଦନ କୁମାର ମହାଳିକ ବୀରଦର୍ପରେ ପଶି ଯାଇଥିଲେ ନିଆଁର ଆଁ ଭିତରକୁ । ଯୁବକ ଜଣଙ୍କୁ ନିଆଁର ଆଁ ଭିତରୁ ବାହାରକୁ ଆଣୁଥିବା ସମୟରେ ହଠାତ୍ ତାଙ୍କ ଉପରେ ଗଳି ପଡିଥିଲା ରଡରଡ ହୋଇ ଜଳୁଥିବା ଚାଳ ଛପର । ଯୁବକଙ୍କୁ ସିନା ସେ ସୁରକ୍ଷିତ ଭାବେ ଉଦ୍ଧାର କରିଦେଲେ ହେଲେ ନିଆଁରେ ନିଜେ ପୋଡି ହୋଇଗଲେ । ତାଙ୍କ ଚିତ୍କାର ଶୁଣି ଅନ୍ୟ ଆଗ୍ନିକ ଏବଂ ଗ୍ରାମବାସି ଦୌଡିଯାଇ ତୁରନ୍ତ ତାଙ୍କୁ ମେଡିକାଲ ନେଇ ଆସିଥିଲେ । ପ୍ରଥମେ ତିହିଡି ପରେ ଭଦ୍ରକ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଅଦ୍ୟାବଧି ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ଚନନ୍ଦଙ୍କ ଆରୋଗ୍ୟ କାମନା କରିବା ସହିତ ସେ ଯଥାଶିଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ତିହିଡିବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ମଧ୍ୟ ସାହସିକତାର ସହ ଜଣକ ଜୀବନ ବଞ୍ଚାଇଥିବାରୁ ଚନନ୍ଦ ନିଜକୁ ଓ ନିଜ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |

Read More ...

ଭଦ୍ରକ ପୌର ନିର୍ବାଚନ-ବ୍ୟକ୍ତିତ୍ୱ ଆଗରେ ଫିକା ପଡିପାରେ ଦଳୀୟ ପତିଆରା!

କଟକ(ଉତ୍କଳ ନିଉଜ)୦୭/୦୩/୨୦୨୨ : ନିର୍ବାଚନ ପରେ ପୌର ନିର୍ବାଚନରେ ମଧ୍ୟ ବିଜେଡି ପାଇଁ ଅଡୁଆ ବଢିଥିବା ଦେଖିବାକୁ ମିଳିଛି । ବିଜେଡି ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଦଳ ପାଇଁ ଏହି ଅଡୁଆ ସୃଷ୍ଟି କରିିଛି । ଦଳ ଯେଉଁ ପ୍ରାର୍ଥିଙ୍କୁ ଚୟନ କରୁଛି ସବୁଆଡେ ତାର ପ୍ରତିବାଦ ଦେଖିବାକୁ ମିଳୁଛି । କେଉଁଠି ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରାଯାଇ ବିଦ୍ରୋହୀ ପ୍ରାର୍ଥି ମୈଦାନକୁ ଆସିଛନ୍ତି ତ ଆଉ କେଉଁଠି ଦଳୀୟ ସମର୍ଥନ ନପାଇ ରାତିଅଧିଆ ଦଳଛାଡି ଅନ୍ୟ ଦଳକୁ ଡିଆଁ ମାରିଛନ୍ତି । ଏପରି ସ୍ଥିତିରେ ଏବେ ପୌର ନିର୍ବାଚନରେ ଭଦ୍ରକ ଜିଲ୍ଲାର ବିଭିନ୍ନ ୱାର୍ଡରେ ବିଜେଡିର ବିଦ୍ରୋହୀମାନେ ପ୍ରାର୍ଥି ହୋଇଥିବା ଦେଖାଦେଇଛି । ଚଳିତ ପଞ୍ଚାୟତ ନିର୍ବାଚନରେ କେତେକ ସ୍ଥାନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥିମାନେ ଦଳୀୟ ପ୍ରାର୍ଥିଙ୍କୁ ଧୂଳି ଚଟେଇ ବାଜିମାତ୍ କରିଥିବା ନଜରକୁ ଆସିଛି । ଠିକ୍ ସେହିପରି ଏହି ପୌର ନିର୍ବାଚନରେ ଏହାର ପ୍ରତିଫଳନ ହେବାର ସମ୍ଭାବନା ଦେଖା ଦେଇଛି । ଭଦ୍ରକ ପୌର ନିର୍ବାଚନରେ ଏହିପରି ବିବାଦୀୟ ସ୍ଥିତି ଦେଖାଦେଇଛି । ବିଜେଡିର ଟାଣୁଆ ସଂଗଠକ ତଥା ଏକ ବଡ ଗୋଷ୍ଠି ପୌର ଅଧ୍ୟକ୍ଷା ପ୍ରାର୍ଥିତ୍ୱରୁ ବଞ୍ôଚତ ହେବାପରେ ଖୁଲମଖୋଲା ଭାବେ ବିଜେଡିକୁ ବିରୋଧ କରି ବିଦ୍ରୋହୀ ପ୍ରାର୍ଥିଭାବେ ଉଭା ହୋଇଛନ୍ତି ।
ଏହି ଗୋଷ୍ଠି ଲଘୁସଂପ୍ରଦାୟର ବୋଲି ଜଣାଯାଇଛି । ବିଗତ ନିର୍ବାଚନଗୁଡିରେ ଏହି ଲଘୁସଂପ୍ରଦାୟର ଭୋଟ ଉପରେ ବିଜେଡି ବାଜିମାତ୍ କରିଥିବା ମଧ୍ୟ ଜଣାଯାଇଛି । ବିଜେଡି ଭୋଟ ବ୍ୟାଙ୍କ କୁହାଯାଉଥିବା ପ୍ରାୟ ୧୫ଟି ୱାର୍ଡରେ ଏହି ସଂପ୍ରଦାୟର ଭୋଟରମାନେ ତାଙ୍କର ଅଧ୍ୟକ୍ଷା ପ୍ରାର୍ଥିଙ୍କୁ ବିଜୟ ତିଲକ ପିନ୍ଧାଇବା ଲାଗି ଆରମ୍ଭ କରିଛନ୍ତି ରଣକୌଶଳ । ଯଦି ଏହି ସଂପ୍ରଦାୟ ସେମାନଙ୍କର ଭୋଟ ଅକ୍ତିଆର କରିପାରନ୍ତି ତାହା ବିଜେଡି ପାଇଁ କାଳ ହେବା ନିସନ୍ଦେହ । ଏଥିସହ ପୌରଞ୍ଚାଳରେ ଅନ୍ୟ ୧୫ଟି ୱାର୍ଡରେ ସେମାନେ ଦବଦବା ବଜାୟ ରଖିବାକୁ ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ବିଜେଡିର ମହିଳା ନେତ୍ରୀ ଯିଏକି ପୌରାଞ୍ଚଳରେ ସାଧାରଣ ସମ୍ପାଦିକା ଥିଲେ ତାଙ୍କୁ ଟିକେଟ୍ ନମିଳିବାରୁ ରାତିଅଧିଆ କଂଗ୍ରେସ ଦଳରେ ସାମିଲ ଟିକେଟ୍ ହାତେଇଛନ୍ତି । ଦିର୍ଘ ବର୍ଷ ଧରି ବିଜେଡିରେ କାମ କରିଥିବାରୁ ତାଙ୍କ ପାଖରେ ଅନେକ କର୍ମୀ ଓ ସଂଗଠକ ଅଛନ୍ତି ଏବଂ ସେମାନଙ୍କ ବଳରେ ସେ ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ଆଶା ବାନ୍ଧିଛନ୍ତି । ଏପରି ହେଲେ ବିଜେଡି ଭୋଟ ବ୍ୟାଙ୍କ ତିନି ଭାଗରେ ବିଭକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ବିଜେଡିକୁ ଅଡୁଆରେ ପକାଇବା ବେଳେ ବିରୋଧିଙ୍କୁ ଅଧିକ ମାତ୍ରାରେ ସୁହାଇବ ବୋଲି ରାଜନୈତିକ ସମିକ୍ଷକମାନେ ମତବ୍ୟକ୍ତ କରିଲେଣି । ତେବେ ଏହି ପୌରାଞ୍ଚଳରେ ବିରୋଧି ଶୂନ୍ୟ ହୋଇଥିବା ବିଜେଡି କହୁଥିବା ବେଳେ ଆମ୍ ଆଦମୀ ପାର୍ଟି ବିରୋଧିର ଭୂମିକା ନେବ ବୋଲି ରଣହୁଙ୍କାର ଦେଉଛି । ସେହିପରି ବିଜେପି ଓ ଅନ୍ୟ କେତେକ ସ୍ୱାଧିନ ପ୍ରାର୍ଥିମାନେ ମଧ୍ୟ ଏହି ନିର୍ବାଚନରେ କଡ୍ଡା ଟକ୍କର ଦେବାଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ପରି ଏହି ପୌର ନିର୍ବାଚନରେ ବିଜେଡି ତା’ର ସଫଳତାକୁ ଦୋହରାଇବ ନାଁ ଭଦ୍ରକରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ତାହା କେବଳ ସମୟ କହିବ ।
ସୂଚନା ମୁତାବକ, ପୌର ଅଧ୍ୟକ୍ଷା ପାଇଁ ବିଭିନ୍ନ ରାଜନୈତିକ ଦଳ ସମେତ ସ୍ୱାଧିନ ଭାବେ ୭ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୩୦ଟି ୱାର୍ଡରେ ମୋଟ୍ ୧୪୫ ଜଣ ପ୍ରାର୍ଥି କାଉନସିଲରଭାବେ ନାମାଙ୍କନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ନମ୍ବର ୱାର୍ଡରେ ସର୍ବାଧିକ ୨୪ ଜଣ ଓ ୧୦ ନମ୍ବର ୱାର୍ଡରେ ସର୍ବନିମ୍ନ ୨ ଜଣ ପ୍ରାର୍ଥି ନାମାଙ୍କନ କରିଥିବା ପୌର ନିର୍ବାଚନ ନୋଡାଲ ଅଧିକାରୀ ତଥା ଉପଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କ ଠାରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |

Read More ...

ALL NEWS