More News

ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

କଟକ (ଉତ୍କଳ ନ୍ୟୁଜ ) ୧୨-୦୯-୨୦୨୫ : ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିର ପରିଦର୍ଶନ କରି ଏହାକୁ ଏକ ‘ଅସମ୍ଭବ ଚମତ୍କାର’ ବୋଲି କହିଛନ୍ତି। ସେ ଏହାର ଆଶ୍ଚର୍ଯ୍ୟଜନକ ସୌନ୍ଦର୍ଯ୍ୟ, ସୃଜନଶୀଳତା ଏବଂ ଅନ୍ତର୍ଭୁକ୍ତିକରଣକୁ ପ୍ରଶଂସା କରିଥିଲେ ଏବଂ ଏହି ଐତିହାସିକ ପ୍ରକଳ୍ପକୁ ବାସ୍ତବରେ ପରିଣତ କରିବାରେ BAPS ସ୍ବାମୀନାରାୟଣ ସଂସ୍ଥାର ସନ୍ଥମାନଙ୍କ ନିଃସ୍ବାର୍ଥପର ସେବା ପ୍ରତି ତାଙ୍କର ଗଭୀର ସମ୍ମାନ ପ୍ରକାଶ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ BAPS ହିନ୍ଦୁ ମନ୍ଦିରର ସୌନ୍ଦର୍ଯ୍ୟ, ସୃଜନଶୀଳତା ଏବଂ ଅନ୍ତର୍ଭୁକ୍ତିକରଣରେ ମୁଗ୍ଧ ହୋଇଥିଲେ। ସେ ଏହାକୁ ଏକ ‘ଅସମ୍ଭବ ଚମତ୍କାର’ ଏବଂ ‘ସଭ୍ୟତାମୂଳକ ସଫଳତା’ ଭାବରେ ବର୍ଣ୍ଣନା କରିଥିଲେ ଏବଂ BAPS ସ୍ବାମୀନାରାୟଣ ସଂସ୍ଥାର ସନ୍ଥମାନଙ୍କ ନିଃସ୍ବାର୍ଥପର ସେବା ପ୍ରତି ତାଙ୍କର ଗଭୀର ସମ୍ମାନ ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ମନ୍ଦିର ବିଶ୍ୱ ସ୍ତରରେ ଭାରତର ସଦ୍ଭାବ, ଶାନ୍ତି ଏବଂ ଆଧ୍ୟାତ୍ମିକତାର ଚିରନ୍ତନ ମୂଲ୍ୟବୋଧର ପ୍ରତୀକ। ସେ କହିଥିଲେ ଯେ ଏହି ମନ୍ଦିର କେବଳ ଅସାଧାରଣ କାରିଗରୀ ପ୍ରଦର୍ଶନ କରେ ନାହିଁ ବରଂ ଅଗଣିତ ସ୍ବେଚ୍ଛାସେବକ ଏବଂ ଭକ୍ତଙ୍କ ସାମୂହିକ ସମର୍ପଣ ଏବଂ ତ୍ୟାଗର ପ୍ରତୀକ ମଧ୍ୟ। ପ୍ରଧାନ ମନ୍ଦିରର ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହା ଆନ୍ତଃଧାର୍ମିକ ଆଲୋଚନା ଏବଂ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରେ ଏବଂ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ସେ ଆହୁରି କହିଥିଲେ ଯେ ଏହି ମନ୍ଦିର ସର୍ବଦା ଭାରତର ସାଂସ୍କୃତିକ ଗର୍ବ ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ହୋଇ ରହିବ, ଯାହା ଦେଶଗୁଡ଼ିକର ହୃଦୟକୁ ସଂଯୋଗ କରିବ ଏବଂ ବିଶ୍ୱକୁ ବିଶ୍ୱାସ ଏବଂ ସେବାର ଅମର ଶକ୍ତିକୁ ମନେ ପକାଇବ।
Read More ...

ଟ୍ରମ୍ପ ଙ୍କ ଭାରତ ଉପରେ ଟାରିଫ କୁ , ଅବୈଧ ଘୋଷଣା କରିଛି ଆମେରିକାର ଫେଡେରାଲ ଆପିଲ କୋର୍ଟ |

କଟକ ( ଉତ୍କଳ ନ୍ୟୁଜ ) ୩୦-୦୮-୨୦୨୫ : ଭାରତ ପାଇଁ ଏକ ସମ୍ଭାବ୍ୟ ଆଶ୍ୱସ୍ତି ସ୍ବରୂପ, ଆମେରିକାର ଏକ ଫେଡେରାଲ ଆପିଲ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ଅବୈଧ ଘୋଷଣା କରିଛି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଟ୍ରମ୍ପଙ୍କ ପାଖରେ ଏପରି ଶୁଳ୍କ ଲାଗୁ କରିବାର ଏତେ ବ୍ୟାପକ କ୍ଷମତା ନାହିଁ। ତଥାପି, କୋର୍ଟ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଶୁଳ୍କ ଜାରି ରଖିବାକୁ ଅନୁମତି ଦେଇଛନ୍ତି, ଯାହା ଦ୍ୱାରା ଟ୍ରମ୍ପ ପ୍ରଶାସନ ସୁପ୍ରିମକୋର୍ଟରେ ଆବେଦନ କରିବାର ସୁଯୋଗ ପାଇପାରିବ। ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ ପକ୍ଷପାତୀ ବୋଲି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସେ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ, ଯେଉଁଠାରେ ସେ ସାହାଯ୍ୟ ପାଇବାକୁ ଆଶା କରୁଛନ୍ତି। ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, ‘ଯଦି ଏହାକୁ ଏପରି ରହିବାକୁ ଦିଆଯାଏ, ତେବେ ଏହି ନିଷ୍ପତ୍ତି ପ୍ରକୃତରେ ଯୁକ୍ତରାଷ୍ଟ୍ରକୁ ଧ୍ୱଂସ କରିବ। ହ୍ବାଇଟ ହାଉସ ଡେପୁଟି ପ୍ରେସ ସଚିବ କୁଶ ଦେଶାଇ ଅସ୍ଥାୟୀ ସ୍ଥଗିତାଦେଶକୁ ଉଲ୍ଲେଖ କରି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ଲଗାଯାଇଥିବା ଶୁଳ୍କ ଏପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ସେ ଆଶା କରୁଛନ୍ତି ଯେ ସରକାର ଶେଷରେ ଏହି ମାମଲା ଜିତିବେ। ଏହି ନିଷ୍ପତ୍ତି ସେହି ଟିକସ ଉପରେ ପ୍ରଯୁଜ୍ୟ ଯାହା ଆନ୍ତର୍ଜାତୀୟ ଆର୍ଥିକ ଜରୁରୀକାଳୀନ ଆଇନ ଅନୁଯାୟୀ ଲାଗୁ କରାଯାଇଥିଲା ଏବଂ ସୁରକ୍ଷା ସମ୍ବନ୍ଧୀୟ ଟିକସ ଉପରେ ନୁହେଁ। ଯଦି ଭାରତ ଆମେରିକାର ସୁପ୍ରିମକୋର୍ଟରେ ଆଇନଗତ ଚ୍ୟାଲେଞ୍ଜରୁ ବଞ୍ଚିଯାଏ, ତେବେ ଏହା ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଶୁଳ୍କ ନିଶ୍ଚିତ ଭାବରେ ହଟାଇ ଦିଆଯିବ। ତଥାପି, ଏହା ସ୍ପଷ୍ଟ ନୁହେଁ ଯେ ରୁଷିଆରୁ ତେଲ କିଣିବା ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ମଧ୍ୟ ଏହି ନିଷ୍ପତ୍ତିରେ ଅନ୍ତର୍ଭୁକ୍ତ କି ନାହିଁ, କାରଣ ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ କହିଛନ୍ତି ଯେ ରୁଷିଆରୁ ଆମେରିକା ପ୍ରତି ବିପଦର ମୁକାବିଲା କରିବା ପାଇଁ ଏହି ଶୁଳ୍କ ଲାଗୁ କରାଯାଇଥିଲା। କୋର୍ଟଙ୍କ ନିଷ୍ପତ୍ତିରେ ଜାତୀୟ ସୁରକ୍ଷା କାରଣରୁ ଇସ୍ପାତ, ଆଲୁମିନିୟମ ଏବଂ ତମ୍ବା ଉପରେ ଲାଗୁ ହୋଇଥିବା ଶୁଳ୍କ ଅନ୍ତର୍ଭୁକ୍ତ ନାହିଁ, ତେଣୁ ଏହା ମନେ ହେଉଛି ଯେ ତେଲ ଉପରେ ଶୁଳ୍କ ଏବେ ବି ଜାରି ରହିପାରେ।
Read More ...

ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ପାଇଁ ଟ୍ରମ୍ପଙ୍କୁ ସମାଲୋଚନା କଲେ ଆମେରିକୀୟ ଅର୍ଥ‌ନୀତିଜ୍ଞ |

କଟକ (ଉତ୍କଳ ନ୍ୟୁଜ ) ୨୯-୦୮-୨୦୨୫ : ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ କାର୍ଯ୍ୟକାରୀ ହୋଇଛି। ଏହା ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍‌, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ‌ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ୩୫ ପ୍ରତିଶତ ମହଙ୍ଗା ହୋଇଯିବ, ଯାହା ୪୮୦୦ ‌କୋଟି ଡଲାରର ରପ୍ତାନିକୁ ସିଧାସଳଖ ପ୍ରଭାବିତ କରିବ। ଏସବୁ ଜାଣିବା ପରେ ଏବେ ଦେଶରେ କ୍ରୋଧର ବାତାବରଣ ରହିଛି। ଏମଧ୍ୟରେ ଅମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ୱୋଲ୍ଫ ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ସମାଲୋଚନା କରିଛନ୍ତି।
Read More ...

ଉତ୍ତରାଖଣ୍ଡରେ ବଦଳଫାଟ ବର୍ଷା : ମିଳୁନି ୮ ଜଣଙ୍କ ପତା |

କଟକ,(ଉତ୍କଳ ନ୍ୟୁଜ),୨୯.୦୮.୨୦୨୫ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ଫଳରେ ଅନେକ ପରିବାର ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଅନେକ ଲୋକ ଆହତ ହୋଇଛନ୍ତି ମଧ୍ୟ। ତେବେ ଏହି ବାଦଲଫଟା ବର୍ଷାରେ ଏବେ ପର୍ଯ୍ୟନ୍ତ ୮ ଜଣ ନି‌ଖୋଜ ଅଛନ୍ତି। ଦେୱାଲର ମୋପାଟା ଅଞ୍ଚଳରେ, ତାରା ସିଂହ ଏବଂ ତାଙ୍କ ସ୍ତ୍ରୀ ନାମକ ଦୁଇଜଣ ନିଖୋଜ ହୋଇଥିଲେ। ଏବେ ତାଙ୍କ ପରେ ପରେ ଆହୁରି ୬ ଜଣଙ୍କର କୌଣସି ଖୋଜ୍‌ଖବର ନାହିଁ। ଯେତେବେଳେ କି ବିକ୍ରମ ସିଂହ ଏବଂ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଏହି ବାଦଲଫଟା ବର୍ଷାରେ ସେମାନଙ୍କର ଗୁହାଳ ମଧ୍ୟ ଭୁଶୁଡ଼ି ପଡ଼ିଛି। ପ୍ରାୟ ୧୫ ରୁ ୨୦ ଗୋରୁ ପୋତି ହୋଇଯାଇଛନ୍ତି। ଏହି ବାଦଲଫଟା ବର୍ଷାର ପ୍ରଭାବ ଅନେକ ସ୍ଥାନରେ ଗୁରୁତର ଭାବେ ଅନୁଭୂତ ହୋଇଛି। ରୁଦ୍ରପ୍ରୟାଗ ଜିଲ୍ଲାର ସଂଗମସ୍ଥଳରେ ଥିବା ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। କେଦାରନାଥ ଉପତ୍ୟକାର ଲାୱାରା ଗାଁରେ ପ୍ରବଳ ସ୍ରୋତରେ ମୋଟର ରୋଡରେ ଥିବା ଏକ ପୋଲ ଭାସିଯାଇଛି। ଚେନାଗଡରେ ମଧ୍ୟ ପରିସ୍ଥିତି ଗୁରୁତର ହୋଇପଡ଼ିଛି।
Read More ...

ଷ୍ଟାରସିପର ଦଶମ ଉଡାଣ ପରୀକ୍ଷଣ ସଫଳ |

କଟକ,(ଉତ୍କଳ ନ୍ୟୁଜ),୨୮.୦୮.୨୦୨୫ : ସ୍ପେସଏକ୍ସ ବୁଧବାର ଏହାର ଷ୍ଟାରସିପ ରକେଟକୁ ସଫଳତାର ସହ ଉତକ୍ଷେପଣ କରିଛି , ଯାହା କି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଉତକ୍ଷେପଣ ଯାନର ବହୁ ପ୍ରତିକ୍ଷିତ ଦଶମ ସମନ୍ୱିତ ପରୀକ୍ଷଣ ଉଡାଣ | ପାଣିପାଗ - ଜନିତ ବାଧା ଓ ବୈଷୟିକ ଯାଞ୍ଚ ଯୋଗୁଁ ଚଳିତ ସପ୍ତାହରେ ଆରମ୍ଭରେ ସୋମବାର ଓ ମଙ୍ଗଳବାର ଲଗାତାର ଦୁଇ ଥର ବାତିଲ ପରେ ଏହି ଉତକ୍ଷେପଣ ହୋଇଛି |
Read More ...

ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମମତା ସବୁଠାରୁ ଗରିବ : ଏଡିଆର ରିପୋର୍ଟ

କଟକ,(ଉତ୍କଳ ନ୍ୟୁଜ),୨୩.୦୮.୨୦୨୫ : ୨୦୨୪ ଡିସେମ୍ବର ପରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପରେ ପ୍ରସ୍ତୁତ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୧୫ ଲକ୍ଷ ଟଙ୍କାରୁ କିଛି ଅଧିକ ସଂପତ୍ତି ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସବୁଠାରୁ ଗରିବ | ଗତ ବିଧାନସଭାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି |
Read More ...

ପାର୍ଲାମେଣ୍ଟ କାନ୍ଥରେ ଚଢିଥିବା ଅନୁପ୍ରବେଶକାରୀ ଗିରଫ |

କଟକ,(ଉତ୍କଳ ନ୍ୟୁଜ),୨୩.୦୮.୨୦୨୫ : ଶୁକ୍ରବାର ସକାଳେ ଜଣେ ଅନୁପ୍ରବେଶକାରୀ ସିଡ଼ି ସାହାଯ୍ୟରେ କାନ୍ଥରେ ଚଢି ସଂସଦ ପରିସରରେ ପ୍ରବେଶ କରିବା ପରେ ଏକ ବଡ ଧରଣର ସୁରକ୍ଷା ଉଲ୍ଲଘଂନ ହୋଇଥିବା ସୂଚନା ମିଳିଛି | ସକାଳ ପ୍ରାୟ ସାଢେ ୬ଟା ବେଳେ ଉକ୍ତ ବ୍ୟକ୍ତି ରେଳ ଭବନ ପାର୍ଶ୍ୱରୁ କାନ୍ଥରେ ଚଢି ନୂଆ ସଂସଦ ଭାବନାର ଗରୁଡ ଦ୍ୱରା ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲା |କମ୍ପ୍ଲେକ୍ସ ଭିତରେ ନିୟୋଜିତ ସୁରକ୍ଷା କର୍ମୀମାନେ ତୁରନ୍ତ ଅନୁପ୍ରବେଶକାରିକୁ ଧରି ପଚାରଉଚରା ପାଇଁ ଅଟକ ରଖିଥିଲେ | ଅନୁପ୍ରବେଶକାରୀ ଜଣକ ଉତ୍ତରପ୍ରଦେଶର ବାସିନ୍ଦା ଏବଂ ଗୁଜୁରାଟର ଏକ ଦୋକାନରେ କାମ କରନ୍ତି | ଗିରଫ ସମୟରେ ସେ ମନାସିକ ସ୍ତରରେ ଅଶାନ୍ତ ଥିବା ଜଣାପଡିଥିଲା | ପଚରାଉଚରା ବେଳେ ସେ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ଘରକୁ ଯିବାକୁ ଯୋଜନା କରୁଛି ଏବଂ ସଂସଦରେ ପହଂଚିବା ପୂର୍ବରୁ ରେଳ ଷ୍ଟେସନକୁ ମଧ୍ୟ ଯାଇଥିଲା ,କିନ୍ତୁ ଟ୍ରେନରେ ଚଢ଼ି ପାରିନଥିଲା | ଏହାପରେ ସେ ସଂସଦକୁ ଯାଇଥିଲା | ଅଧିକାରୀମାନେ କହିଛନ୍ତି ଯେ, ସଂସଦର ସୁରକ୍ଷା କର୍ମୀମାନେ ପଚାରଉଚରା କରିବା ପରେ ଅନୁପ୍ରବେଶକାରୀକୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିବେ | ବର୍ତ୍ତମାନ ସଂସଦର ସୁରକ୍ଷା ଶାଖା , ସିଏଇଏସଏଫ ,ଆଇବି ଓ କେନ୍ଦ୍ରୀୟ ଏଜେନସି ତାକୁ ପଚରାଉଚରା କରୁଛନ୍ତି |
Read More ...

ଏସଆଇଆର ସମୟସୀମା ବଦଳିବନି |

କଟକ,(ଉତ୍କଳ ନ୍ୟୁଜ),୨୩.୦୮.୨୦୨୫ : ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) ସମୟରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଥିବା ଲୋକଙ୍କୁ ସହାୟତା କରିବାରେ ନିଷ୍କ୍ରିୟତା ନେଇ ବିହାରର ରାଜନୈତିକ ଦଳଗୁଡିକୁ ସୁପ୍ରିମକୋର୍ଟ ଶୁକ୍ରବାର କଡା ସମାଲୋଚନା କରିଛନ୍ତି | ଜଷ୍ଟିସ ସୂର୍ଯ୍ୟାକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ନିର୍ବାଚନ ଆୟୋଗ ଦ୍ୱାରା ତାଲିକାଭୁକ୍ତ ୧୧ଟି ଦସ୍ତାବିଜ କିମ୍ବା ଆଧାରକାର୍ଡ଼ ମଧ୍ୟରୁ ଯେକୋଣସି ଗୋଟିଏ ସହ ଲୋକଙ୍କୁ ଅଭିଯୋଗ ଦାଖଲ କରିବାରେ ସାହାଯ୍ୟ କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ଆଦେଶ ଜାରି କରିବାକୁ ୧୨ଟି ରାଜନୈତିକ ଦଳକୁ ନିର୍ଦେଶ ଦେଇଛନ୍ତି | ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଏହି ପ୍ରକ୍ରିୟାର ସମୟସୀମା ପରିବର୍ତ୍ତନ କରାଯାଉନାହିଁ | ଗତ ଶୁଣାଣୀରେ ସୁପ୍ରିମକୋର୍ଟ କହିଥିଲେ ଯେ ଯେଉଁମାନଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ ଦିଆଯାଇଛି ସେମାନେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ସେମାନଙ୍କ ଆଧାର କାର୍ଡ ଦାଖଲ କରିପାରିବେ |
Read More ...

ବୁଲା କୁକୁରଙ୍କୁ ପ୍ରଥମେ ବନ୍ଧ୍ୟାକରଣ ,ତାପରେ ମୁକ୍ତି :ସୁପ୍ରିମକୋର୍ଟ

କଟକ,(ଉତ୍କଳ ନ୍ୟୁଜ),୨୩.୦୮.୨୦୨୫ : ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ଉପରେ ଅଗଷ୍ଟ ୮ ତାରିଖରେ ଦେଇଥିବା ବିବାଦୀୟ ଆଦେଶକୁ ସୁପ୍ରିମକୋର୍ଟ ସଂଶୋଧନ କରିଛିନ୍ତି | ପୂର୍ବରୁ ଅଦାଲତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ପରେ ଆଶ୍ରୟସ୍ଥଳରେ ରଖିବା ଓ ସେଠାରୁ କେବେ ବି ବାହାରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଏବେ ସେମାନଙ୍କୁ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ସେହି ଅଞ୍ଚଳରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରୁ ସେମାନଙ୍କୁ ଉଠାଇ ନିଆଯାଇଥିଲା | ତେବେ ରବିଜ(ଜଳାତଙ୍କ)ରେ ପୀଡିତ କିମ୍ବା ଆକ୍ରମଣାତ୍ମକ ଆଚରଣ ଥିବା କୁକୁରମାନଙ୍କୁ ଟୀକା ଦେଇ ଅଲଗା ଆଶ୍ରୟସ୍ଥଳୀରେ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି | ବୁଲା କୁକୁରମାଙ୍କୁ କୃମିମୁକ୍ତ କରିବା, ଟୀକା ଦେବା ପରେ ଅଣାଯାଇଥିବା ଅଞ୍ଚଳରେ ଛାଡ଼ିଯିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିବା ସହ ଅଗଷ୍ଟ ୮ର ଆଦେଶକୁ ଅତ୍ୟନ୍ତ କଠୋର ବୋଲି କହିଛନ୍ତି | ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପରିସରକୁ ସମଗ୍ର ଭାରତରେ ବିସ୍ତାର କରି ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି | ଜଷ୍ଟିସ ବିକ୍ରମ ନାଥ ,ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପିଠ ଅଗଷ୍ଟ ୮ର ଆଦେଶରେ ଅନେକ ପରିବର୍ତ୍ତନ କରିଛନ୍ତି |
Read More ...

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଗିରଫ |

କଟକ ( ଉତ୍କଳ ନ୍ୟୁଜକ ) ୨୨-୦୮-୨୦୨୫ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଗିରଫ | ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଗିରଫ । ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ବିକ୍ରମସିଂଘେଙ୍କ ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି, ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ। ବିକ୍ରମସିଂଘେଙ୍କ ଉପରେ ଦେଶର ସମ୍ବଳକୁ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବାର ଅଭିଯୋଗ ଆସିଛି। ହାଭାନାରୁ ଫେରିବା ସମୟରେ ରନିଲ ବିକ୍ରମସିଂଘେ ୨୦୨୩ରେ ଲଣ୍ଡନରେ ଅଟକିଥିଲେ। ଏଠାରେ ସେ G-77 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ବିକ୍ରମସିଂଘେ ଏବଂ ତାଙ୍କ ସ୍ତ୍ରୀ ମୈତ୍ରୀ ୱଲଭରହାମ୍ପଟନ ବିଶ୍ୱବିଦ୍ୟାଳୟରେ ଏକ ଉତ୍ସବରେ ଯୋଗ ଦେଇଥିଲେ। ବିକ୍ରମସିଂଘେ କହିଥିଲେ, ତାଙ୍କ ପତ୍ନୀ ତାଙ୍କ ଯାତ୍ରାର ଖର୍ଚ୍ଚ ନିଜେ ବହନ କରିଥିଲେ ଏବଂ ଏଥିରେ ସରକାରୀ ଟଙ୍କା ବ୍ୟବହାର କରାଯାଇ ନ ଥିଲା। ପୋଲିସ ଅଭିଯୋଗ କରିଛି, ବିକ୍ରମସିଂଘେ ବ୍ୟକ୍ତିଗତ ଯାତ୍ରା ପାଇଁ ସରକାରୀ ଟଙ୍କା ବ୍ୟବହାର କରିଥିଲେ। ପୋଲିସର କହିବା ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ, ରାନିଲ ବିକ୍ରମସିଙ୍ଘେଙ୍କ ଅଙ୍ଗରକ୍ଷୀଙ୍କୁ ମଧ୍ୟ ସରକାରୀ କୋଷାଗାରରୁ ଦରମା ଦିଆଯାଇଥିଲା। ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ବିକ୍ରମସିଙ୍ଘେ ସିଆଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା। ଗୋତାବାୟା ରାଜପକ୍ଷେଙ୍କ କାର୍ଯ୍ୟକାଳ ପୂରଣ କରିବା ପାଇଁ ବିକ୍ରମସିଙ୍ଘେ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁର୍ନୀତି ଅଭିଯୋଗକୁ ନେଇ ରାଜପକ୍ଷେଙ୍କ ବିରୋଧରେ ସମଗ୍ର ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏଥିପାଇଁ ରାଜପକ୍ଷେଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଶ୍ରୀଲଙ୍କାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ପରେ ୨୦୨୨ରେ ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ବିକ୍ରମସିଙ୍ଘେଙ୍କୁ ଶ୍ରେୟ ଦିଆଯାଏ, କିନ୍ତୁ ସେ ସେପ୍ଟେମ୍ବରରେ ପୁଣି ନିର୍ବାଚନରେ ହାରିଗଲେ।
Read More ...

ଡିସେମ୍ବରରେ ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ |

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ଡିସେମ୍ବରରେ ନିଜର ପ୍ରଥମ ଗଗନଯାନ ପରୀକ୍ଷଣ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ମହାକାଶ ଏଜେନ୍ସି ମୁଖ୍ୟ ଭି ନାରାୟଣନ ସୂଚନା ଦେଇଛନ୍ତି | ଭାରତର ଅନ୍ୟତମ ମହାକାଶ ଚାରୀ ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଳାଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି | ମାନବ ମହାକାଶଯାତ୍ରାରେ ପ୍ରବେଶ ପାଇଁ ଦେଶର ପ୍ରସ୍ତୁତି ଓ ସାମୂହିକ ଭାବନା ଉପରେ ଆଜି ଶୁଭ୍ରାଂଶୁ ଗୁରୁତ୍ୱାରୋପ କରିଛନ୍ତି |
Read More ...

ମହାରାଷ୍ଟ୍ର ଫାର୍ମା କାରଖାନାରେ ଗ୍ୟାସ ଲିକ ୪ ମୃତ |

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ମହାରାଷ୍ଟ୍ରର ଏକ ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ଆଜି ନାଇଟ୍ରୋଜେନ ଗ୍ୟାସ ଲିକ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି | ତଥ୍ୟ ଅନୁଯାୟୀ ପାଲଘର ଜିଲ୍ଲାର ବୋଇସାର ତାରାପୁର ଏମଆଇଡିସିଠାରେ ଗୁରୁବାର ଅପରାହ୍ନରେ "ମେଡଲେ ଫାର୍ମାସ୍ୟୁଟିକାଲ ଲିମିଟେଡ଼" ଫ୍ୟାକ୍ଟ୍ରିର ଏକ ୟୁନିଟରେ ଗ୍ୟାସ ଲିକ ହୋଇଯାଇଥିଲା | ଏହାଦ୍ୱାରା ୬ଜଣ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି |କଳ୍ପେଶ ରାଉତ ,ବେଙ୍ଗଲୀ ଠାକୁର ,ଧୀରଜ ପ୍ରଜାପତି ଓ କମଳେଶ ଯାଦବଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହନ ସିନ୍ଧେ ଏବଂ ନୀଲେଶ ହାଦାଲଙ୍କ ଅବସ୍ଥା ଗୁରୁତର ଅଛି | ବୋଇସାରର ଏକ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି | ସେମାନଙ୍କ ସ୍ଥିତି ଗମ୍ଭୀର ଥିବା ଜଣାପଡିଛି |
Read More ...

ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ବିଲ ଅଟକାଇଲେ ବିଧାନସଭା ଅଚଳ ହୋଇଯିବ : ସୁପ୍ରିମକୋର୍ଟ

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ବିଲଗୁଡିକର ଅନୁମୋଦନ ସମ୍ବଦ୍ଧିୟ ପ୍ରସଙ୍ଗରେ ପ୍ରେସିଡେନ୍ସିଆଲ ରେଫରେନ୍ସର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଗୁରୁବାର ମୌଖିକ ଭାବେ ମନ୍ତବ୍ୟ ଦେଇଥିଲେ ଯେ ଯଦି ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍କୁ ଅଟକାଇ ରଖନ୍ତି ,ତେବେ ଏହା ବିଧାନସଭାକୁ ଅଚଳ କରିଦେବା | ଏଭଳି ପରିସ୍ଥିତିରେ ହସ୍ତକ୍ଷେପ କରିବାର ଅଧିକାର କଣ ଅଦାଲତର ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି | ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗୱାଇ ,ଜଷ୍ଟିସ ସୂର୍ଯ୍ୟକାନ୍ତ ,ଜଷ୍ଟିସ ବିକ୍ରମ ନାଥ , ଜଷ୍ଟିସ ପିଏମ ନରସିଂହ ଓ ଜଷ୍ଟିସ ଏଏସ ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି | ନ୍ୟାୟପାଳିକା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବାଧ୍ୟତାମୂଳକ ନିର୍ଦେଶ ଦେଇପାରିବେ ନାହିଁ ବୋଲି ସିଲିସିଟର ଜେନେରେଲ (ଏସଜ)ଙ୍କ ଯୁକ୍ତି ଉପରେ ପ୍ରତିକ୍ରିୟା ରଖି ପ୍ରଧାନ ବିଚାରପତି ବିଆର ଗୱାଇ ଏହି ପ୍ରଶ୍ନ କରିଛନ୍ତି |
Read More ...

ALL NEWS