ଆଗାମୀ ୭ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା |

65

କଟକ,(ଉତ୍କଳ ନ୍ୟୁଜ),୩୦.୬.୨୦୨୫ :ମୌସୁମୀ ବର୍ଷାରେ ଉବୁଟୁବୁ ହେଉଛି ଅଧା ଭାରତ । କେଉଁଠି ଗୋଟେ ସହର ସମୁଦ୍ରର ଭ୍ରମ ସୃଷ୍ଚି କରୁଛି ତ କେଉଁଠି ଲଗାଣ ବର୍ଷା ପରେ ରାସ୍ତା ପାଲଟୁଛି ନଈ । ପ୍ରବଳ ବର୍ଷା ପରେ ପାହାଡ ଧସୁଛି, ବନ୍ଯା ଆସୁଛି, ନଈ ବଢି ହେଉଛି, ଜୀବନ ଜଳବନ୍ଦୀ ହେଉଛି । ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ଜଳ ପ୍ରଳୟର ଚିତ୍ର । ବର୍ଷା ପାଇଁ ଦିଲ୍ଲୀରେ ଖୁସି ଦେଖିବାକୁ ମିଳିଛି । ଦିଲ୍ଲୀ ଏନସିଆରରେ ପ୍ରବଳ ଗରମରୁ ମୁକ୍ତି ଦେଇଛି ବର୍ଷା । ହେଲେ ଓଡିଶା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ପରି ରାଜ୍ୟରେ ଜଳ ତାଣ୍ଡବ ରଚୁଛି । ମୁଷଳଧାରାରେ ବର୍ଷା ପରେ ପାହାଡରୁ ମାଟି ସବୁଠି ହାହାକାର । ନଈ ଉଛୁଳି ଜନବସତି ଆଡକୁ ମାଡି ଆସିଛି ବନ୍ୟା । ଦେଶରେ ଏବେ ବର୍ଷାକୁ ନେଇ ସମସ୍ୟା ଅନେକ ଦେଖା ଦେଉଥିବା ବେଳେ ପୁଣି ଏକ ବଡ ବର୍ଷାର ପୂର୍ବାନୁମାନ କରାଯାଇଛି । ଆଗାମୀ ୭ ଦିନ ଯାଏଁ ଭାରତର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।