BREAKING NEWS
  • ବ୍ଲକ ସ୍ତରୀୟ ଦୁଇଦିନିଆ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ. |
  • ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା. |
  • ସ୍ବାଧୀନତା ଦିବସ ଓ ମୁସଲିମ୍ ସମାଜ. |
  • ସେନବାଡ କୃଷ୍ଣ ବଳରାମ ମନ୍ଦିରରେ ଧୂମଧାମରେ ଜନ୍ମାଷ୍ଟମୀ ପାଳିତ. |
  • ତିହିଡ଼ି ଯୁବମଞ୍ଚ ପକ୍ଷରୁ ରାଧାକୃଷ୍ଣ ରୂପୋତ୍ସବ ପ୍ରତିଯୋଗିତା।
  • ଓରିକ୍ଲିନ୍ କମ୍ପାନୀର ୨୧୪ ଶ୍ରମିକ ଛଟେଇ , ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା, ୧୪୪ ଧାରା ଜାରି. |
  • ଅନୁଦାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ଦାବି ।
  • ଗୁରୁଦିବସରେ ରାଜଧାନୀରେ ହେବ ଗୁରୁଗର୍ଜନ ସମାବେଶ, ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ବ୍ୟାପକ ପ୍ରସ୍ତୁତି।
  • ଦେଶର ପ୍ରଥମ ଆଇଜିବିସି ପ୍ଲାଟିନମ୍-ସାର୍ଟିଫାଏଡ ସବୁଜ କ୍ୟାମ୍ପସ୍ ହେଲା ଓଡ଼ିଶା ଲୋକଭବନ |
  • ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୁରଲୀଧର ବାରିକଙ୍କ ପରଲୋକ।

ଆଞ୍ଚଳିକ

ବ୍ଲକ ସ୍ତରୀୟ ଦୁଇଦିନିଆ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ. |

କଟକ ( ଉତ୍କଳ ନ୍ୟୁଜ ). ୧୨-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସ୍ତରୀୟ ଦୁଇ ଦିନିଆ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ସନ୍ଥପୁରାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ମଧ୍ୟାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ୧୪ ବର୍ଷରୁ ଓ ୧୭ ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ଖୋକୋ, କବାଡି, ଭଲିବଲ, ସତରଞ୍ଜ, ବ୍ୟାଡମିଣ୍ଟନ, ଯୋଗ ଓ ହ୍ୟାଣ୍ଡବଲ ଖେଳରେ ସାମିଲ ହୋଇଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ମୋଟ୍ ୪୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୭୪ ଜଣ ଜିଲ୍ଲା ସ୍ତରକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ପୂର୍ବାହ୍ନରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ଶାରିରୀକ ଶିକ୍ଷକ ବାବାଜୀ ଚରଣ ମହାକୁଡ, ଗିରିଜା ରମଣ ଜେନା, ସୋମନାଥ ମିଶ୍ର, ବିଭୁପଦ ସାହୁ, ବିଜୟ ନାୟକ ଓ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶାରିରୀକ ଶିକ୍ଷକ ପ୍ରଭାତ ଜେନା, ବିଶ୍ୱନାଥ ମାଜୀ, ସତ୍ୟବ୍ରତ ଦାସ, ସନ୍ଦିପ ମିଶ୍ର, ଗୀତାଞ୍ଜଳୀ ରଥ, ଅଭୟ ସେନାପତି, ଅନୁପମା ଗିରି, ବିଶ୍ୱରଞ୍ଜନ ମଲ୍ଲିକ, ମଧୁସ୍ମିତା ପଣ୍ଡା, ଗୌତମ ବେହେରା, ନିର୍ମଳ ପଣ୍ଡା, ଅଞ୍ଜନ ଦାସ, ଦୋଳଗୋବିନ୍ଦ ପଧୁରିଆ, ରାଧାକ୍ରିଷ୍ଣ ନାୟକ, ସୁରଜିତ ଭୋଇ, ବିବେକାନନ୍ଦ ସାମଲ, ଶଶିକାନ୍ତ ବେହେରା, ସୁନିଲ ବାରିକ, ସୁବ୍ରତ ସାହୁ, ମଞ୍ଜୁଲତା ଦାସ, ସ୍ମୃତିରେଖା ନାୟକ, ଚିତ୍ତରଞ୍ଜନ ଦାସ, କାଶିନାଥ ପାଢୀ, ତନ୍ମୟ ବେହେରା, କମଳାକାନ୍ତ ସାହୁ, ଦିଲ୍ଲିପ ବେହେରା, ସୂର୍ଯ୍ୟମଣି ରାଉତ ଓ ବିମଳା ବେହେରା ଏବଂ ଆୟୋଜକ ବିଦ୍ୟାଳୟର ହୃଷିକେଶ ଘଡେଇ, ପ୍ରିୟରଞ୍ଜନ ଭାରତୀ, ଶୁଭଲକ୍ଷ୍ମୀ ମହାପାତ୍ର, ମିତାରାଣୀ ମହାନ୍ତି, ଦିପକ ଜେନା, ଅନନ୍ତ ଜେନା, ଗୌରାଙ୍ଗ ପାଲ ଓ ଅର୍ଜୁନ ପଲେଇ ପ୍ରମୁଖ ଶିକ୍ଷକ/ଶିକ୍ଷିକା ପରିଚାଳନାରେ ସହଯୋଗ କରିଥିଲେ ।
ସୂଚନା ଥାଉକି, କମାରିଆସ୍ଥିତ ଏପିଏସପିଏସ ହାଇସ୍କୁଲରେ ଉଦ୍‌ଘାଟନ ଉତ୍ସବ ସହ କେତେକ ଖେଳ ହୋଇଥିଲା । ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷ୍ମୀପ୍ରିୟା ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ, ମୁଖ୍ୟ ବକ୍ତାଭାବେ ତହସିଲଦାର ଶୁଭାଶିଶ ସାହୁ, ସମ୍ମାନୀତ ଅତିଥିଭାବେ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ବିଶ୍ୱନାଥ ପଣ୍ଡା, ଭକ୍ତବନ୍ଧୁ ପତି ଓ ରମାକାନ୍ତ ଦାସ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବାବାଜୀ ଚରଣ ମହାକୁଡ, ବିଭୁଦତ୍ତ ସାହୁ, ବିଜୟ କୁମାର ନାୟକ, ସୋମନାଥ ମିଶ୍ର, ଗିରିଜା ରମଣ ଜେନା, ସୁରେଶ ଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ତିହିଡ଼ି ଡିଗ୍ରୀ କଲେଜରେ ଜାତୀୟ କ୍ରୀଡ଼ା ଦିବସ ପାଳିତ।

କଟକ ( ଉତ୍କଳ ନ୍ୟୁଜ ) ୩୧-୦୮-୨୬ : ଭଦ୍ରକ ଜିଲା ତିହିଡ଼ି ଡିଗ୍ରୀ କଲେଜରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ରମେଶଚନ୍ଦ୍ର ପ୍ରତାପଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଅଧ୍ୟାପକ ଡ. ବଂଶୀଧର ବେହେରା, ନାରାୟଣ ପୃଷ୍ଟି ଓ ଅଶୋକ କୁମାର ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ଜାତୀୟ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ଓ କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପତ କରିଥିଲେ। କ୍ରୀଡ଼ା ଶିକ୍ଷକ ବିଦ୍ୟାଧର ଭୋଇ ଜାତୀୟ କ୍ରୀଡ଼ା ଦିବସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦେବେନ୍ଦ୍ର କୁମାର ଉଦ୍‌ଗାତା, ହରିହର ନାୟକ, ରବିନାରାୟଣ କରଣ, ଲକ୍ଷ୍ମୀକାନ୍ତ ବ୍ରହ୍ମ, କମଳାକାନ୍ତ ଓଝା, ସୂର୍ଯ୍ୟସାରଥି ବାରିକ୍‌, ସମର ମାଝୀ, ଅଧ୍ୟାପିକା ସ୍ୱପ୍ନବାସବଦତ୍ତା ସୂତାର, ସଂଘମିତ୍ରା ବେହେରା, ସୁନିତା ପ୍ରିୟଦର୍ଶନୀ ତ୍ରିପାଠୀ, ଡ. ତୁନାଜା ପଣ୍ଡା, ଡ. ପ୍ରଣତି ପଣ୍ଡା, ସୁଜାତା ବେହେରା, ଚନ୍ଦ୍ରକାନ୍ତୀ ବନ୍ଧ, ଡ. ଜାମ୍ବବତୀ ସାହୁ, ସ୍ୱପ୍ନାରାଣୀ ମହାପାତ୍ର, ରଜନୀଗନ୍ଧା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...

ବନ୍ୟା ମୁକାବିଲାରେ ବିଫଳ ସରକାର, ପ୍ରତିବାଦରେ ବ୍ଳକ ଘେରାଉ କଲା କଂଗ୍ରେସ।

କଟକ ( ଉତ୍କଳ ନ୍ୟୁଜ ) ୨୫-୦୮-୨୦୨୬ : ବନ୍ୟା ମୁକାବିଲାରେ ସମ୍ପୂର୍ଣ୍ଣ ଭାବେ ବିଫଳ ସରକାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ଦୁଇ ଦୁଇ ଥର ବନ୍ୟାରେ ପ୍ରପିଡିତ। ଏପରି ବିପତ୍ତି ସମୟରେ ଶୋଇ ପଡିଛନ୍ତି ସରକାର ଓ ପ୍ରଶାସନ । କେଉଁଠି ବନ୍ୟା ବିପନ୍ନଙ୍କ ପାଖରେ ପିଇବା ପାଇଁ ପାଣି ନାହିଁ ତ କେଉଁଠି ଖାଦ୍ୟ ନାହିଁ ଆଉ କେଉଁଠି ଘର ଭାଙ୍ଗିଥିବା ଲୋକଙ୍କ ପାଖରେ ପଲିଥିନ ପାଲ ଖଣ୍ଡେ ଯୋଗାଇ ପାରିନାହିଁ ପ୍ରଶାସନ। ଯାହାକୁ ନେଇ ଆଜି ହଜାର ହଜାର ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଚାନ୍ଦବାଲି ସହର ପରିକ୍ରମା ବାରିବା ସହ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବନ୍ୟା ବିପନ୍ନଙ୍କୁ ଘର, ଚାଷୀଙ୍କୁ ୩୦ ହଜାର ଟଙ୍କାର ଇନପୁଟ ସବସିଡ, ସମ୍ପୂର୍ଣ୍ଣ କୃଷିଋଣ ଛାଡ, ଚାଷୀଙ୍କୁ ବିହନ ଯୋଗାଣ ଆଦି ୯ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାର ଜରିଆରେ ପ୍ରଦାନ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...

ଆଲିଆ ମୀର: ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ

କଟକ ( ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୬ ଛୋଟବେଳୁ ପଶୁ ପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଏବଂ କିଛି ପାରିପାର୍ଶିକ ଘଟଣା ପାଇଁ ଆଲିଆ ମୀର ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ । ପରବର୍ତି ସମୟରେ ଲିଙ୍ଗଭିଭିକ ପକ୍ଷପାତ ଓ ସାମାଜିକ ପ୍ରତିବନ୍ଧକତାକୁ ଅତିକ୍ରମ କରି ସେ ଶହ ଶହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି, ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ଭା ପ୍ରଚାର କରି ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି, ଯାହା ତାଙ୍କୁ ନିଜ ଲକ୍ଷ୍ୟ ଦିଗରେ ସଫଳତା ପାଇବା ସହିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବରେ ପରିଚୟ ଆଲିଆ ମୀର କୁହନ୍ତି, "ଆମ ସମାଜ ଏବେ ବି ପୁରୁଷପ୍ରଧାନ, ଯାହା ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ, ବିଶେଷକରି ଏପରି ଏକ ପେଶାରେ, ଯାହାକୁ ଅଧିକାଂଶ ଲୋକ ମହିଳାଙ୍କ ପାଇଁ ଉପଯୁକ୍ତ ବୋଲି ଭାବନ୍ତି ନାହିଁ । ଜଣେ ଉଦ୍ଧାରକାରୀ ଭାବେ କାମ କରୁଥିବା ସମୟରେ ମୋତେ ପ୍ରାୟତଃ ଅଣଦେଖା ଏବଂ ଅପମାନିତ କାରାଯାଇଛି I ମୋର ଏହି ପ୍ରୟାସ ପାଇଁ ଲୋକମାନେ ମତେ ଗୁରୁତ୍ବ ଦେଉନଥିଲେ ଏବଂ ମୋ ପଛରେ ଅନେକ କଟାକ୍ଷ କରି କହୁଥିଲେ ।" ୨୦୦୬ ମସିହା ନଭେମ୍ବର ୧୭ ତାରିଖରେ ଏକ କଳା ଏସିଆଟିକ୍ ଭାଲୁ ଜଙ୍ଗଲରୁ ବାହାରି କାଶ୍ମୀରର ପୁଲୁୱାମା ଜିଲ୍ଲାର ମାଣ୍ଡୋରା ଗାଁ ଭିତରକୁ ପଶି ଆସିଥିଲା । ଗ୍ରାମବାସୀମାନେ ଭାଲୁଟିକୁ ମାରିବା ପାଇଁ ଗୋଡ଼ାଇବାରୁ ନିଜ ଜୀବନ ବଞ୍ଚାଇବାକୁ ଭାଲୁଟି ଭୟଭୀତ ହୋଇ ଏକ ଗଛ ଉପରକୁ ଚଢ଼ିଗଲା । ତଥାପି କ୍ରୋଧୂତ ଜନତା ତା ଉପରକୁ ପଥର, କୁରାଢ଼ି ଓ ବାଡ଼ିରେ ଆକ୍ରମଣ କରିଥିଲେ । ଆହତ ଭାଲୁଟି ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ହିଁ ରହିଥିଲା । ଶେଷରେ ଉଭ୍ୟକ୍ତ ଲୋକମାନେ ବାଡ଼ି ଓ କାଠ ଦ୍ବାରା ଅସହାୟ ଭାଲୁଟିକୁ ଜୀବନ୍ତ ଜାଳିଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଭାଇରାଲ ହେବା ପରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଅନେକ ସଂଗଠନ ଏହି ନିର୍ମମ ହତ୍ୟାକୁ ତୀବ୍ର ନିନ୍ଦା କରିଥିଲେ । ସେତେବେଳେ ଦିଲ୍ଲୀରେ ରହୁଥ‌ିବା କାଶ୍ମୀର ମହିଳା ଆଲିଆ ମୀର ଏହି ଭଡ଼ିଓ ଦେଖ୍ ଗଭୀର ଭାବରେ ମର୍ମାହତ ହୋଇଥିଲେ କାରଣ ସେ ଛୋଟବେଳୁ ପଶୁପକ୍ଷୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ ଏବଂ ଘଟଣାଟି ତାଙ୍କ ନିଜ ରାଜ୍ୟରେ ଘଟିବା ହିଁ ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ତାଙ୍କ ବାପା ଆହତ ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କ ଯନ୍ତ୍ର ନେଉଥିଲେ । ଆଲିଆ ଓ ତାଙ୍କ ଭାଇଭଉଣୀମାନେ ଏଥିରେ ସହ‌ଯୋଗ କରୁଥିଲେ, ଯେଉଁଥିପାଇଁ ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଓ ମମତା ଜାଗ୍ରତ ହୋଇଥିଲା । ୨୦୦୨ ରେ ତାଙ୍କ ବିବାହ ବନ୍ୟପ୍ରାଣୀ ପଶୁ ଚିକିତ୍ସକ ଡ. ଶବ୍ଦିର ଅହମଦଙ୍କ ସହ ହୋଇଥିଲା । ବିବାହ ପରେ ପଶୁ ପକ୍ଷୀଙ୍କ ପ୍ରତି ତାଙ୍କ ଛୋଟବେଳର ଭଲପାଇବା ଧୀରେ ଧୀରେ ଗଭୀର ଆଗ୍ରହରେ ପରିଣତ ହୋଇଥିଲା ଏବଂ ସେ ଶିକ୍ଷୟତ୍ରୀ ଭାବରେ କାମ କରିବା ସ‌ହିତ Wildlife SOSର ଭେଟେରିନାରୀ ମେଡିକାଲ କ୍ୟମ୍ପରେ ସେଚ୍ଛାସେବୀ ଭାବେ କାମ ଆରମ୍ଭ କରି ତୃଣମୂଳ ସ୍ତରରେ ଅନେକ ବ୍ୟବାହାରିକ ଅଭିଜ୍ଞତା ହାସଲ କରିଥିଲେ । ୨୦୦୬ରେ ଭାଲୁଟିର ନିର୍ମମ ହତ୍ୟା ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଏହି ଘଟଣାରେ ବିଚଳିତ ହୋଇ ସେ ନିଜ ରାଜ୍ୟ କାଶ୍ମୀରକୁ ଫେରି ବନ୍ୟଜନ୍ତୁଙ୍କ. |ସୁରକ୍ଷା ଓ ଉଦ୍ଧାର ପାଇଁ କାମ କରିଥିଲେ । ତାଙ୍କ ସ୍ବାମୀ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ବନ୍ୟ ଜନ୍ତୁ ଉଦ୍ଧାରକୁ ନିଜ ଜୀବନର ଲକ୍ଷ୍ୟ କରିବା ପରେ ସେ ନିଜର ବୈଷୟିକ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିଲେ ଯେଉଁଥିରେ ଆନିମଲ ହେଲଥ୍ ଏବଂ ୱାଇଲଡ୍ ଲାଇଫ୍ କେୟାର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ୨୦୦୭ମସିହାରେ ଆଲିଆ ଦିଲ୍ଲୀରୁ କାଶ୍ମୀର ଫେରିଥିଲେ ଏବଂ Wildlife SOSର ଜାମ୍ମୁ କାଶ୍ମୀରର ପ୍ରକଳ୍ପ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ଷ ବର୍ଷ ଧରି ଆଲିଆ ମୀର କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଶହ ଶହ ସାପ, ଚିତାବାଘ, ଭାଲୁ ଓ ପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ସବୁଠାରୁ ଚର୍ଚ୍ଚିତ ସଫଳତା ମଧ୍ୟରୁ ଗୋଟିଏ ଥିଲା ଏକ ଅତ୍ୟନ୍ତ ବିଷାକ୍ତ ଲେବାଣ୍ଟାଇନ୍ ଭାଇପରକୁ ସୁରକ୍ଷିତ ଭାବେ ଧରିବା । ପ୍ରାୟ ଦୁଇ କିଲୋଗ୍ରାମ ଓଜନର ଏହି ସାପଟି ସେତେବେଳର ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହା ଆଲିଆ ମୀରଙ୍କୁ ସାରା ଦେଶରେ ପରିଚିତ କରିଥିଲା ଏବଂ ଜାତୀୟସ୍ତରରେ ଖବରର ଶିରୋନାମା ପାଲଟିଥିଲେ । ବର୍ତ୍ତମାନ ଆଲିଆ ମୀର Wildlife SOSର ଜାମ୍ମୁ ଓ କାଶ୍ମୀର ପ୍ରକଳ୍ପର ମୂଖ୍ୟ ଏବଂ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନିୟମିତ ଭାବେ ଗାଁ ଗୁଡ଼ିକୁ ଯାଇ ବନ୍ୟଜନ୍ତୁ ନିକଟସ୍ଥ ଅଞ୍ଚଳରେ ଦେଖାଗଲେ କିପରି ପ୍ରତିକ୍ରିୟା କରିବାକୁ ହେବ, ସେ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରନ୍ତି । ବନ୍ୟଜନ୍ତୁଙ୍କୁ ପଥର ମାରିବା କିମ୍ବା ଆକ୍ରମଣ କରିବା ପରିବର୍ଭେ ଶାନ୍ତ ରହି ତୁରନ୍ତ ଉଦ୍ଧାର ଦଳକୁ ଖବର ଦେବାକୁ ସେ ଲୋକମାନଙ୍କୁ ପରାମର୍ଶ ଦିଅନ୍ତି । ସେ ଏକଥା ମଧ୍ୟ କୁହନ୍ତି ଯେ ସନ୍ଧ୍ୟା କିମ୍ବା ଭୋର ସମୟରେ ଯେତେବେଳେ ବନ୍ୟଜନ୍ତୁ ମାନେ ଅଧିକ ସକ୍ରିୟ ଥାଆନ୍ତି, ସେତେବେଳେ କ୍ଷେତକୁ ଯିବା ସମୟରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ୍ । ଆଲିଆ ମୀରଙ୍କ ପ୍ରୟାସ କେବଳ ଅସଂଖ୍ୟ ବନ୍ୟଜନ୍ତୁଙ୍କ ଜୀବନ ବଞ୍ଚାଇନାହିଁ, ବରଂ କାଶ୍ମୀରର ଅନେକ ଲୋକଙ୍କ ମ
Read More ...

ଆଞ୍ଚଳିକ

ଅପରାଧ

ମୁଖ୍ୟ ଖବର

ରାଜ୍ୟ

ମନୋରଞ୍ଜନ

ଜାତୀୟ

ରାଜନୀତି