କଟକ (ଉତ୍କଳ ନ୍ୟୁଜ ) ୧୨-୦୧-୨୦୨୬ : କଳାହାଣ୍ଡି ହେଉଛି କଳା,ସଂସ୍କୃତି ର ହାଣ୍ଡି, ଲୋକ ବାଦ୍ୟ, ଲୋକ ନୃତ୍ୟ, ଲୋକ ସଂସ୍କୃତି, ଲୋକ ପରମ୍ପରାକୁ ଋଦ୍ଧିମନ୍ତ କରିଥାନ୍ତି ଏହି ଉତ୍ସବ ମାଧ୍ୟମରେ । ସେହିଭଳି ଏହି ଉତ୍ସବ ମାଧ୍ୟମରେ ବାଇଚାରାର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ର ମୁଖ୍ୟ ଭୂମିକା ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ହାଇସ୍କୁଲ ଖେଳ ପଡ଼ିଆ ଠାରେ ୩ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ ହୋଇ ଯାଇଛି l ଉଦ୍ଘାଟନୀ ଉତ୍ସବ ରେ ବ୍ଲକ ଅଧ୍ୟକ୍ଷl ସବିତା ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବି ଡି ଓ ଦେବାଶିଷ କର, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସରପଞ୍ଚ ସଙ୍ଘ ସଭାପତି ତାରା ଶଙ୍କର ରାୟଗୁରୁ, ହlବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା, ଡବ୍ଲୁ ଇ ଓ ହିମାଂଶୁ ବଳ ପ୍ରମୁଖ ଉଦବୋଧନ ଦେଇଥିଲେ l ସନ୍ଧ୍ୟା ରେ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଦ୍ୱିତୀୟ ଦିନ ସାଂସ୍କୃତିକ ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଏୟାର ଇଣ୍ଡିଆବିମାନ ର କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର,ସଂଗୀତା ଖରସେଲ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଶାମୁକା ରାଣୀ କୁମାର, ସରପଞ୍ଚ ସଙ୍ଘ ସଭାପତି ତାରା ଶଙ୍କର ରାୟଗୁରୁ, ନାଏବ ସରପଞ୍ଚ ଶୈଳେନ୍ଦ୍ର ମଶ୍ରା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏବିଡ଼ିଓ ବେଦାନ୍ତ ମାଝୀ ମଞ୍ଚ ପରିଚଳନା କରିଥିଲେ । ବିଡ଼ିଓ ଦେବାଶିଷ କର ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାରେ ବିନୟ ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ ଓ ସାଥିଙ୍କ ଦ୍ଵାରା ମେଲୋଡି ନାଇଟ ଦର୍ଶକଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଅପରାହ୍ନ ରେ ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇ ନିଜର କଳା ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିନିୟ ସାହୁ, ମନୋଜ ମେହେର, ରଶ୍ମିତ ନାୟକ, ବେଣୁଧର ବାଗ, ବେଦବର ଡୋଙ୍ଗରୀ, ଲିପସା ଦଣ୍ଡସେନା , ଖୋଲାନନ୍ଦ ଝଙ୍କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତୃତୀୟ ତଥା ଶେଷ ଦିନର ସାଂସ୍କୃତିକ ସନ୍ଧ୍ୟା ରେ କୋରାପୁଟ ର ଋତୁରାଜ ମେଲୋଡି ସମସ୍ତ ଦର୍ଶକ ଙ୍କ ମନ ମୋହିବା ସହିତ ସମସ୍ତେ ଖୁସି ରେ ନାଚିଉଠି ଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l