ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ଜିଲ୍ଲା ପରାମର୍ଶଦାତା ସମିତି (DCC) ବୈଠକ ଅନୁଷ୍ଠିତ |

39

କଟକ ( ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୬ : କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ପରାମର୍ଶଦାତା ସମିତି (DCC) ବୈଠକ ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନଙ୍କ ସଦୟ ଉପସ୍ଥିତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଋଣ ବଣ୍ଟନ ଓ ଅଧିକ ବ୍ୟାଙ୍କ ଖୋଲିବା ଆଦି ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ଆଜିର ବୈଠକରେ କ୍ରେଡିଟ୍-ଡିପୋଜିଟ୍ ଅନୁପାତ, ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଋଣ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥଲା । ଏଥି ସହ ଉପସ୍ଥିତ ବ୍ୟାଙ୍କ ଗୁଡିକରେ ବିଭିନ୍ନ ବିଭାଗର ଋଣ ଅନୁମୋଦନ ପାଇଁ ବାକି ଥିବା କାର୍ଯ୍ୟ ଗୁଡିକ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ କୃଷି , ପଶୁପାଳନ, ମତ୍ସ୍ୟ, ହସ୍ତତନ୍ତ ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନ କରି ଜିଲ୍ଲାର ଉନ୍ନତିରେ ସହଯୋଗ କରିବାକୁ ପରାମର୍ଶ ଦେବା ସହ ଜିଲ୍ଲାର ଉନ୍ନତିରେ ସହଯୋଗ କରୁଥିବା ବ୍ୟାଙ୍କ ଗୁଡିକୁ ପ୍ରୋତ୍ସାହିତ କରିଥିଲେ। ଆଲୋଚନା ପୂର୍ବକ ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଈ – କିଶାନ ଉପାଜ ନିଧି ,ପିଏମ ସ୍ଵନିଧି , ଆଦି ଯୋଜନା ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆବଶ୍ୟକୀୟ ଋଣ ପ୍ରଦାନ ନିମନ୍ତେ ଆଲୋଚନା କରାଯାଇଥିଲା। । ଲିଡ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସତ୍ୟ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ, ଡ଼ିଡ଼ିଏମ ନାବାର୍ଡ କଟକ ପ୍ରଣିମା ପରିଡା, ଆର ବି ଆଇ ଏଲବିଓ ରାହୁଲ କାନ୍ତ, ୟୁକୋ ବ୍ୟାଙ୍କ ପ୍ରବନ୍ଧକ ବର୍ଷା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।