
କଟକ (ଉତ୍କଳ ନ୍ୟୁଜ ) ୭-୦୧-୨୦୨୬ : ଖୋଲିଲା ମଣ୍ଡି, ଧାନ ବିକ୍ରିକୁ ଅପେକ୍ଷା କରିଛନ୍ତି ଚାଷୀ । ମୋବାଇଲକୁ ଆସିଛି ଟୋକନ ହେଲେ ଧାନ କେବେ ବିକ୍ରି ହେବ ତାହା ଏଯାଏଁ ସ୍ପଷ୍ଟ ହେଉନି । ସମିତିଗୁଡିକୁ ମିଳିନି ଟାରଗେଟ୍ ଏବଂ ମିଲର ସହ ମଧ୍ୟ ସରିନି ଆନୁଷଙ୍ଗିକ କାର୍ଯ୍ୟ । ଧାନ ବିକ୍ରି ହେଲେ ଚାଷୀଙ୍କ ଅଭାବ ଦୂର ହେବ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଗତ ସୋମବାର ଠାରୁ ସମବାୟ ସମିତିର ମଣ୍ଡିଗୁଡିକର କଣ୍ଟା ପୂଜା କରାଯାଇ ମଣ୍ଡିର ଶୁଭାରମ୍ଭ ହୋଇଛି । ବୁଧବାର ସକାଳେ ଭଦ୍ରକ ଜିଲା୍ଲ ତିହିଡି ବ୍ଲକର ଏକସଂଗେ ଚାରୀତରଫ, ବାମନବିନ୍ଧା, ମଙ୍ଗଳପୁର, ଗାନ୍ଧିନଗର, ନିଶ୍ଚନ୍ତପୁର ଓ ପାଳିଆବିନ୍ଧା ସେବା ସମବାୟ ସମିତିର ମଣ୍ଡି ଖୋଲା ଯାଇଛି । ଚାରୀତରଫ୍ ମଣ୍ଡି ପୂଜାରେ ସଭାପତି ବସନ୍ତ କୁମାର ନାୟକ, ସଭ୍ୟ ସୁଦର୍ଶନ ସ୍ୱାଇଁ ସନାତନ ସ୍ୱାଇଁ, ସନାତନ ବାରିକ, ଭାଷ୍କର ଚନ୍ଦ୍ର ମହାକୁଡ, ଅଭୟ ଦାସ, ଶରତ ତ୍ରିପାଠୀ, ଭରତ ପଣ୍ଡା, ସୁବାଶ ଚନ୍ଦ୍ର ସେଠୀ, ଶାନ୍ତିଲତା ସ୍ୱାଇଁ, ସ୍ୱର୍ଣ୍ଣଲତା ମହାକୁଡ, ବିଚିତ୍ର ବଳ, ସମ୍ପାଦକ ମନୋରଞ୍ଜନ ବଳ, ସହସମ୍ପାଦକ ମିମାଇଁ ଚରଣ ନାଥ, ସାଇରାମ ନାୟକ, ରାମଚନ୍ଦ୍ର ସୁଅର, କରୁଣାକର ବଳଙ୍କ ସମେତ ଧାନକ୍ରୟ କମିଟିର ସଭ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ । ଏହି ସମିତିରେ ୩୦୪ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜିକରଣ କରିଥିବା ବେଳେ ୫୦ରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ଆସିଥିବା ଜଣାଯାଇଛି । ବାମନବିନ୍ଧା ସମିର ସଭାପତି ରାଜେନ୍ଦ୍ର ଦାସଙ୍କ ସମେତ ପୂର୍ବତନ ସଭାପତି ସଂଗ୍ରାମ ମହାନ୍ତି, ଅଭିମନ୍ୟୁ ପାଣ୍ଡବ, ମଦନ ମୋହନ ବେହେରା, ଲଳିତ ଚନ୍ଦ୍ର ଦାସ, ଗୋଲାମ ବେହେରା, ମନୋଜ ବେହେରା, ଚାଷୀ ମଙ୍ଗରାଜ ନାୟକ, ଗୋପିନାଥ ବାରିକ, ଜଗନ୍ନାଥ ନାୟକ, ବିଚିତ୍ରାନନ୍ଦ ବାରିକ, ସମ୍ପାଦକ ପ୍ରଭାତ ବେହେରା, ସହସମ୍ପାଦକ କୁଳରଞ୍ଜନ ବେହେରା, ଦୀପକ ବାରିକ, ସାନ୍ତନୁୁ ସେଠୀ ଓ ଦିପୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ମଙ୍ଗଳପୁର ସମିତିରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ସରକାରଙ୍କ ପ୍ରଦତ୍ତ ସୁବିଧା ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ । ସମ୍ମାନୀତ ଅତଥିଭାବେ ବ୍ଲକ ଯୋଗାଣ ନିରୀକ୍ଷକ, କୋହ୍ଲ ଆରଆଇ ଓ ଞ୍ଚାୟତ ସଂପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ । ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ସୁରେନ୍ଦ୍ର ନାୟକ, ପୂର୍ବତନ ସଭାପତି ପ୍ରବୀର ନାୟକ, ରାଜଶ୍ରୀ ଦାସ, ଉମାକାନ୍ତ ସେଠୀ, ଦେବବ୍ରତ ନାୟକ, ପ୍ରଦୀପ ଦାସ, ଆଦିତ୍ୟ ମହାଳିକ, ହରିହର ନାୟକ, ସୌମ୍ୟରଞ୍ଜନ ପରିଡା, ଶ୍ରୀଧର ବାରିକ, ସମ୍ପାଦକ ଶକର୍ଷଣ ଜେନା, ସହସମ୍ପାଦକ ରମାକାନ୍ତ ମହାପାତ୍ର, ଡିଓ ଅର୍ଦ୍ଧେନ୍ଦୁ ବାରିକ, କାହ୍ନୁଚରଣ ମାଝୀ ଓ ପୂଜା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଗାନ୍ଧିନଗର ସମିତିରେ ସଭାପତି ଭାଷ୍ମର ଚନ୍ଦ୍ର ନାୟକ, ସମ୍ପାଦକ ଅଚ୍ୟୁତାନନ୍ଦ ମହାନ୍ତି, ଚନ୍ଦନ ସାମନ୍ତ, ପ୍ରମୋଦ ମିଶ୍ର, ଭରତଚନ୍ଦ୍ର ପାଢୀ, ଚାଷୀ କମିଟିର ରଘୁନାଥ ମଳିକ, ନିତ୍ୟାନନ୍ଦ ପତି, ଅକ୍ଷୟ ବିଶ୍ୱାଳ, ଦାସରଥି ଦାସ, ଉଗ୍ରସେନ ମଳିକଙ୍କ ସମେତ ସମ୍ମାନୀତ ଅତିଥିଭାବେ ଭାରପ୍ରାପ୍ତ ସରପଞ୍ଚ ଭାରତୀ ମଳିକ, ପିଇଓ ସୁକାନ୍ତି ବାରିକ, ପୂର୍ବତନ ସଭାପତି କମଳାକାନ୍ତ ଦାସ, ପୂର୍ବତନ ସମ୍ପାଦକ ପୀତବାସ ମଳିକ, ଅନାଦିଚରଣ ମଳିକ, ହରେକୃଷ୍ଣ ମଳିକ ଓ ପ୍ରଶାନ୍ତ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

ପାଳିଆବିନ୍ଧା ସମିତିର ସଭାନେତ୍ରୀ ମିନତୀଲତା ଦାସ, ଉପସଭାପତି ମହେଶ ପ୍ରସାଦ ଦାସ, ସଭ୍ୟ ବିଜୟ ନାୟକ, ନିକଞ୍ଜକଷ୍ଣ ପୁହାଣ, ଶ୍ରୀକାନ୍ତ ବେହେରା, ମୃତ୍ୟୁଞ୍ଜୟ ବିଶ୍ୱାଳ, ପ୍ରଶାନ୍ତ ସାହାଣି, ଭରତ ସାହୁ, ବାବାଜୀ ମଳିକ, ଚାଷୀ ଲକ୍ଷ୍ମୀଧର ମିଶ୍ର, କିଶୋର ଜେନା, ଭୀମଚରଣ ସାହୁ, ନିଶିକାନ୍ତ ଭଟ୍ଟରାୟ, ପ୍ରତାପ ସେନାପତି, ପ୍ରଭାତ ପତି, ସମ୍ପାଦକ ସଞ୍ଜୟ ନାୟକ, ସହସମ୍ପାଦକ ସୁଜିତ ନାୟକ, ମାନସୀ ପାଣିଗ୍ରାହୀ, ସଞ୍ଜୟ ଭୂଆଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଲଣା ସମବାୟ ସମିତିର ଧାନ ମଣ୍ଡି ପୂଜା ହୋଇ ଯାଇଛି । ସଭାପତି ଭାବଗ୍ରାହୀ ମଳିକ, ସମ୍ପାଦକ ଅମରେନ୍ଦ୍ର ନାୟକ, ଆ ଆରଆଇ ଶରତ ଜେନା, ପିଇଓ ସରୋଜ ବଳ, ଜିଆରଏସ ଅରଦୀପ ସାହୁ ଏବଂ ବନବୀର ଦାସ, ଗୋପିନାଥ ପଣ୍ଡା, ଦୁର୍ଯ୍ୟୋଧନ ପରିଡି, ବୃନ୍ଦାବନ ପୁହାଣ, ବିଶ୍ୱରଞ୍ଜନ ନାୟକ, ବିନୋଦ ସେଠୀ, ତ୍ରିଲୋଚନ ମଳିକ, ବଟକୃଷ୍ଣ ମହାଳିକ, ରବିନ୍ଦ୍ର ମହାକୁଡ, ଅଜୟ ମିଶ୍ର, ଶ୍ରୀକାନ୍ତ ପରିଡା, ଲକ୍ଷ୍ମୀକାନ୍ତ ନାୟକ, ରବିନ୍ଦ୍ର ନାୟକ, ରଘୁନାଥ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପାଣ୍ଡ, ବଳରାମ ପରିଡା ଓ ଲାଲମୋହନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |