କଟକ ( ଉତ୍କଳ ନ୍ୟୁଜ ) ୨୮-୦୮-୨୦୨୬ : ଶୋଇଥିବା ବେଳେ ଘରୁ ଇନଭର୍ଟର ଓ ବ୍ୟାଟରେ ଚୋରୀ ଅଭିଯୋଗରେ ୪ ଜଣ ଗିରଫ। ଏଭଳି ସଫଳତା ହାସଲ କରିଛି ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ। ଗିରଫ ଅଭିଯୁକ୍ତ ରାଜା ଆଲିଆସ ପ୍ରଦୀପ ବେହେରା(୨୯) ଘର ବାମନବିନ୍ଧା, କୁନ୍ଥା ଆଲିଆସ ସୁସନ୍ତା ମହାଲିକ୍ (୨୫) ଘର ମଙ୍ଗଳପୁର ଓ ରାଜୁ ଆଲିଆସ ପ୍ରଦ୍ୟୁମ୍ନ ଜେନା ଘର ଦକ୍ଷିଣ ଦୌଲତପୁର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ, ପୀରହାଟ ପୁରୁଣା ଥାନା ନିକଟସ୍ଥ ତଥା ପୀରହାଟ - ଚାରିବାଟିଆ ରାସ୍ତାର ବାମ ପାର୍ଶରେ ରହୁଥିବା ଡାକ୍ତର ବଲେଇ ଚନ୍ଦ୍ର ମିଶ୍ରଙ୍କ ଘରୁ ଗତ ୨୨ ତାରିଖ ରାତିରେ ଇନଭର୍ଟର ଓ ବ୍ୟାଟେରୀ ଚୋରୀ ହୋଇଥିଲା। ଶ୍ରୀ ମିଶ୍ରଙ୍କ ଏତଲା କ୍ରମେ ପୀରହାଟ ପୋଲିସ ଏକ ମାମଲା ୨୦୩/୨୬ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଜାଗାରେ ଥାପା ମାରିବା ସହ ପଚରା ଉଚୁରା ଚଳେଇ ଆସି ଶେଷରେ ୪ ଜଣକୁ ଧରିଥିଲା। ସେମାନଙ୍କ ମଧ୍ଯରେ ଜଣେ ନାବାଳକ ଥିବା ହେତୁ ୩ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରା ଯାଇଥିବା ଆଇଆଇସି ରୋଜାଲିନ ବେହେରାଙ୍କ ଠାରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।