ବରିଷ୍ଠ ଅଭିନେତା ଅଚ୍ୟୁତ ପୋତଦାରଙ୍କ ପରଲୋକ |

28

କଟକ,(ଉତ୍କଳ ନ୍ୟୁଜ),୨୦.୦୮.୨୦୨୫ : "ଥ୍ରୀ ଇଡ଼ିୟଟସ"ରେ ଜଣେ କଡା ପ୍ରଫେସର ଭାବରେ ସ୍ମରଣୀୟ ଭୂମିକାରେ ଅଭିନୟ ପାଇଁ ପରିଚିତ ବିଶିଷ୍ଟ ଅଭିନେତା ଅଚ୍ୟୁତ ପୋତଦାରଙ୍କର ସୋମବାର ୯୧ ବର୍ଷରେ ପରଲୋକ ଘଟିଛି | ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭର୍ତ୍ତି ହୋଇଥିବା ଥାନେର ଯୁପିଟର ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି | ଅଗଷ୍ଟ ୧୯ରେ ଥାନେରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ | ଦୀର୍ଘ କ୍ୟାରିୟରରେ ପୋତଦାର ୧୨୫ରୁ ଅଧିକ ହିନ୍ଦୀ ଓ ମରାଠୀ ସିନେମାରେ ସିନେମାରେ ଅଭିନୟ କରିଥିଲେ | ଥ୍ରୀ ଇଡ଼ିୟଟସ ରେ ତାଙ୍କ ଭୂମିକା ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ | ତାଙ୍କ ବିୟୋଗରେ ଖବର ଶୁଣି ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |