ମହାରାଷ୍ଟ୍ର ଫାର୍ମା କାରଖାନାରେ ଗ୍ୟାସ ଲିକ ୪ ମୃତ |

27

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ମହାରାଷ୍ଟ୍ରର ଏକ ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ଆଜି ନାଇଟ୍ରୋଜେନ ଗ୍ୟାସ ଲିକ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି | ତଥ୍ୟ ଅନୁଯାୟୀ ପାଲଘର ଜିଲ୍ଲାର ବୋଇସାର ତାରାପୁର ଏମଆଇଡିସିଠାରେ ଗୁରୁବାର ଅପରାହ୍ନରେ "ମେଡଲେ ଫାର୍ମାସ୍ୟୁଟିକାଲ ଲିମିଟେଡ଼" ଫ୍ୟାକ୍ଟ୍ରିର ଏକ ୟୁନିଟରେ ଗ୍ୟାସ ଲିକ ହୋଇଯାଇଥିଲା | ଏହାଦ୍ୱାରା ୬ଜଣ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି |କଳ୍ପେଶ ରାଉତ ,ବେଙ୍ଗଲୀ ଠାକୁର ,ଧୀରଜ ପ୍ରଜାପତି ଓ କମଳେଶ ଯାଦବଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହନ ସିନ୍ଧେ ଏବଂ ନୀଲେଶ ହାଦାଲଙ୍କ ଅବସ୍ଥା ଗୁରୁତର ଅଛି | ବୋଇସାରର ଏକ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି | ସେମାନଙ୍କ ସ୍ଥିତି ଗମ୍ଭୀର ଥିବା ଜଣାପଡିଛି |