କଟକ,(ଉତ୍କଳ ନ୍ୟୁଜ),୨୩.୦୮.୨୦୨୫ : ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ଉପରେ ଅଗଷ୍ଟ ୮ ତାରିଖରେ ଦେଇଥିବା ବିବାଦୀୟ ଆଦେଶକୁ ସୁପ୍ରିମକୋର୍ଟ ସଂଶୋଧନ କରିଛିନ୍ତି | ପୂର୍ବରୁ ଅଦାଲତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ପରେ ଆଶ୍ରୟସ୍ଥଳରେ ରଖିବା ଓ ସେଠାରୁ କେବେ ବି ବାହାରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଏବେ ସେମାନଙ୍କୁ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ସେହି ଅଞ୍ଚଳରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରୁ ସେମାନଙ୍କୁ ଉଠାଇ ନିଆଯାଇଥିଲା | ତେବେ ରବିଜ(ଜଳାତଙ୍କ)ରେ ପୀଡିତ କିମ୍ବା ଆକ୍ରମଣାତ୍ମକ ଆଚରଣ ଥିବା କୁକୁରମାନଙ୍କୁ ଟୀକା ଦେଇ ଅଲଗା ଆଶ୍ରୟସ୍ଥଳୀରେ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି | ବୁଲା କୁକୁରମାଙ୍କୁ କୃମିମୁକ୍ତ କରିବା, ଟୀକା ଦେବା ପରେ ଅଣାଯାଇଥିବା ଅଞ୍ଚଳରେ ଛାଡ଼ିଯିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିବା ସହ ଅଗଷ୍ଟ ୮ର ଆଦେଶକୁ ଅତ୍ୟନ୍ତ କଠୋର ବୋଲି କହିଛନ୍ତି | ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପରିସରକୁ ସମଗ୍ର ଭାରତରେ ବିସ୍ତାର କରି ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି | ଜଷ୍ଟିସ ବିକ୍ରମ ନାଥ ,ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପିଠ ଅଗଷ୍ଟ ୮ର ଆଦେଶରେ ଅନେକ ପରିବର୍ତ୍ତନ କରିଛନ୍ତି |