କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ : ଝାଡ଼ଖଣ୍ଡରେ ଭାରତୀୟ ରେଳବାଇର ଏକ ରେଳଧାରଣରେ ଏକ ହାତୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଅଂଟାକୁ ଯାଇଥିଲା ଟ୍ରେନ | ହାତୀଟି ସୁରକ୍ଷିତ ଭାବରେ ପ୍ରସବ କରିବା ଓ ଛୁଆକୁ ନେଇ ଜଙ୍ଗଲକୁ ଯିବା ପର୍ୟ୍ଯନ୍ତ ଟ୍ରେନଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା | ଏହି ବୀରଳ ଓ ହୃଦୟସ୍ପର୍ଶୀ ମୁହୂର୍ତ୍ତ କ୍ୟାମେରାରେ ରେକଡ଼ ହୋଇ ସାରା ଦେଶର ହୃଦୟକୁ ଜୟ କରିଛି | କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏକ୍ସରେ ଏହି ଭିଡିଓ ସେୟାର କରି ଏହି ମୁହୂର୍ତ୍ତକୁ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସହାବସ୍ଥାନ ସମ୍ଭାବନାର ପ୍ରମାଣ ବୋଲି କହିଛନ୍ତି |ସେହିପରି ପରିବେଶ ମନ୍ତ୍ରଣାଳୟ ଓ ଭାରତୀୟ ରେଳ ମନ୍ତ୍ରଣାଳୟ ମିଳିତ ଭାବେ ସମଗ୍ର ଭାରତରେ ୩,୫୦୦ କିଲୋମିଟର ରେଳ ଧାରଣା ସର୍ଭେ କରି ୧୧୦ରୁ ଅଧିକ ସମ୍ବେଦନଶୀଳ ବନ୍ୟାପ୍ରାଣୀ କରିଡର ଚିହ୍ନଟ କରିଛନ୍ତି | ଦୁର୍ଘଟଣା ରୋକିବା ଓ ଏଭଳି ଜୀବନ ରକ୍ଷାକରି ମୁହୂର୍ତ୍ତକୁ ସମର୍ଥନ କରିବା ପାଇଁ ବର୍ତ୍ତମାନ ଏହି ଜୋନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି |