ପାକର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ମାଲେସିଆ |

56

କଟକ ,( ଉତ୍କଳ ନ୍ୟୁଜ), ୫.୬.୨୦୨୫ : ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଥିବା ଦର୍ଶାଇ ସମସ୍ତ "ଅପରେସନ ସିନ୍ଦୂର ଆଉଟ ରିଚ " କାଯ୍ୟକ୍ରମକୁ ବାତିଲ କରିବାକୁ ପାକିସ୍ତାନର ଅନୁରୋଧକୁ ମାଲେସିଆ ପ୍ରତ୍ୟାଖ୍ୟାନ କରିଛି | ଧର୍ମ କାର୍ଡ ଖେଳିବାକୁ ଚେଷ୍ଟା କରି ପାକିସ୍ତାନ ଦୂତାବାସ ମାଲେସିଆ ସରକାରୀ ଅଧିକାରୀଙ୍କୁ ସଂଜୟ ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳର ସମସ୍ତ ୧୦ଟି କାର୍ଯ୍ୟକ୍ରମ ବାତିଲ କରିବାକୁ ଅନୁରୋଧକରି କହିଥିଲା , ଆମେ ଏକ ଇସଲାମିକ ଦେଶ ,ତୁମେ ବି ଏକ ଇସଲାମିକ ଦେଶ | ଭାରତୀୟ ପ୍ରତିନିଧିଙ୍କ କଥା ଶୁଣନ୍ତୁ ନାହିଁ ,ମାଲେସିଆରେ ସେମାନଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରନ୍ତୁ | କିନ୍ତୁ ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖାନ କରି ମାଲେସିଆ ସରକାର ଭାରତର ୯ ଜଣଆ ପ୍ରତିନିଧି ଦଳକୁ ସମସ୍ତ ୧୦ଟି ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ମଞ୍ଜୁରୀ ଦେଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ ସଫଳ ସହ ସମ୍ପର୍ଣ ହୋଇଥିଲା |