୨୦୨୨ ଉତ୍ତରାଖଣ୍ଡ ଗଣଦୁଷ୍କର୍ମ , ହତ୍ୟା ମାମଲା : ୩ ପୂର୍ବତନ ବିଜେପି ନେତାଙ୍କ ପୁଅ ସମେତ ୩ ଦୋଷୀ ସାବ୍ୟସ୍ତ |

112

କଟକ (ଉତ୍କଳ ନ୍ୟୁଜ) ୩୧.୫.୨୦୨୫ : ୨୦୨୨ରେ ପୌର ଗଡ଼ୱାଲର ଏକ ରିସୋର୍ଟରେ ଜଣେ ଭିଆଇପି ଅତିଥିଙ୍କୁ ଅତିରିକ୍ତ ସେବା ଯୋଗେଇବାକୁ ମନା କରିବାରୁ ଜଣେ ୧୯ ବର୍ଷୀୟ ରିସେପସ୍ନିଷ୍ଟଙ୍କୁ ହତ୍ୟା କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଏକ ଅଦାଲତ ବିଜେପିରୁ ବହିଷ୍କୃତ ଜଣେ ନେତାଙ୍କ ପୁଅ ସମେତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି |