ବ୍ରିକ୍ସ ସମ୍ମିଳନୀରେ ଭାରତକୁ ମିଳିଲା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ନେଇ ସହମତି |

53

କଟକ,(ଉତ୍କଳ ନ୍ୟୁଜ),୦୮.୦୭.୨୦୨୫ : ବ୍ରାଜିଲରେ ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଦାବି କରାଯାଇଛି | ଏହି ପରିଷଦରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି | ଏକ ମିଳିତ ଘୋଷଣାନାମାରେ ବ୍ରିକ୍ସ ନେତୃବୃନ୍ଦ ଜାତିସଂଘ , ବିଶେଷକରି ସୁରକ୍ଷା ପରିଷଦରେ ବ୍ୟାପକ ସଂସ୍କାର ପାଇଁ କହିଛନ୍ତି ଏହାକୁ ଅଧିକ ଗଣତାନ୍ତ୍ରିକ , ପ୍ରତିନିଧିମୂଳକ ,ପ୍ରଭାବୀ ଓ ସୁଦକ୍ଷ କରିବା ପାଇଁ ଉଲ୍ଲେଖ କରାଯାଇଛି |