କଟକ (ଉତ୍କଳ ନ୍ୟୁଜ) ୩୧.୫.୨୦୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର କାନପୁରରେ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି | ପାକିସ୍ତାନ ସହ ସାମରିକ ସଂଘର୍ଷ ସମୟରେ ଭାରତର ଅଭିଯାନ ଆହୁରି ଭୀଷଣ ହେବ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି | ଅପରେସନ ସିନ୍ଦୂର ଜରିଆରେ "ମେକ ଇନ ଇଣ୍ଡିଆ " ର ଶକ୍ତି ପ୍ରମାଣିତ ହୋଇଛି | ଆତ୍ମନିର୍ଭର ଭାରତ ପାଇଁ ଆମର ସଂକଳ୍ପରୁ ଆମେ ଏହି ଶକ୍ତି ପାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଦେଶର ସ୍ୱାଭିମାନ ପାଇଁ ଆମର ସଂକଳ୍ପକୁ ଆମେ ଏହି ଶକ୍ତି ପାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଦେଶର ସ୍ୱାଭିମାନ ପାଇଁ ଆତ୍ମନିର୍ଭର ହେବା ଜରୁରୀ ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି , ଏକ ସମୟ ଥିଲା ଯେତେବେଳେ ଭାରତ ନିଜର ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା ଆମେ ଏହି ପରିସ୍ଥିତିକୁ ବଦଳେଇବାକୁ ଚେଷ୍ଟା କରୁଛୁ | ଆମର ଆତ୍ମନିର୍ଭରତା ଦେଶର ସ୍ୱାଭିମାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ସରକାରଙ୍କ ୩ ସୂତ୍ରୀ ନୀତି ସଂମ୍ପର୍କରେ ଏହି ଅବସରରେ ଘୋଷଣା କରିଛନ୍ତି |