ଇରାନରେ ୩ ଭାରତୀୟଙ୍କୁ ଅପହରଣ |

143

କଟକ (ଉତ୍କଳ ନ୍ୟୁଜ) ୨୯.୨୦୨୫ : ଇରାନରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଅଛି |ସମସ୍ତେ ପଞ୍ଜାବର ବୋଲି ଜଣାପଡ଼ିଥିବା ବେଳେ ସେମାନେ ହେଲେ ହୁସେନପ୍ରୀତ ସିଂହ ,(ସଙ୍ଗରୁର ),ଜସପାଲ ସିଂହ, ଓ ଅମୃତପାଲ ସିଂହ, (ହୋସିଆରପୁର) |ପରିବାର ଲୋକଙ୍କ କହିବା ଅନୁଯାୟୀ, ଏହି ତିନି ଜଣ ମେ ୧ ତାରିଖରେ ଇରାନ ରେ ପହଁଞ୍ଚିଥିଲେ ଏବଂ ସେହି ଦିନଠୁ ନିଖୋଜ ଅଛନ୍ତି | ସେମାନଙ୍କୁ ଅପହରଣ କରିଥିବା ବ୍ୟକ୍ତିମାନେ ୧ କୋଟି ଟଙ୍କା ଦାବି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ଭାରତୀୟ ଦୂତବାସ ବୁଧବାର ଏକ ବିବୃତି ଜାରି କରି କହିଛନ୍ତି ଯେ ଏହି ମାମଲାକୁ ଇରାନ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନା କରାଯିବା ସହ ଜରୁରୀ ପଦକ୍ଷପ ପାଇଁ ଅନୁରୋଧ କରାଯାଇଅଛି |ଅପହୃତ ଭାରତୀୟମାନଙ୍କୁ ଯଥାଶୀଘ୍ର ଖୋଜି ବାହାର କରିବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସବୁ ପ୍ରୟାସ ଜାରି ରହିଛି ବୋଲି ଦୂତାବାସ କର୍ତ୍ତୃପକ୍ଷ କହିଛନ୍ତି |