କଟକ (ଉତ୍କଳ ନ୍ୟୁଜ) ୩୧.୫.୨୦୨୫ : "ଅପରେସନ ସିନ୍ଦୂର" ପରେ ଅନେକ କଂଗ୍ରେସ ନେତା କାଶ୍ମୀରକୁ ନେଇ ସେମାନଙ୍କ ଆଭିମୁଖ୍ୟ ବଦଳାଇଛନ୍ତି | କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଇଣ୍ଡୋନେସିଆ ଗ୍ରସ୍ତ ସମୟରେ କହିଛନ୍ତି ଯେ ,୨୦୧୯ ରେ ଭରତୀୟ ସମ୍ଭିଧାନର ଧାରା ୩୭୦ ଉଚ୍ଛେଦର ସୁଫଳ ରାଜ୍ୟବାସୀଙ୍କୁ ବିକାଶର ରାସ୍ତାରେ ନେଉଛି ବୋଲି ସେ କହିଛନ୍ତି | ସର୍ବଦଳୀୟ ଭାରତୀୟ ସଂସଦୀୟ ପ୍ରତିନିଧି ଦଳରେ ଇଣ୍ଡୋନେସିଆ ଥିଙ୍କଟ୍ୟାଙ୍କ ଓ ଶିକ୍ଷାବିତଙ୍କ ସହ କଥାବାର୍ତା କରି ଖୁର୍ସିଦ କହିଛନ୍ତି , କାଶ୍ମୀରରେ ଦୀର୍ଘ ଦିନ ଧରି ଏକ ବଡ ସମସ୍ୟା ରହିଥିଲା | ସମ୍ଭିଧାନର ୩୭୦ ଧାରା ଦେଶର ବାକି ଅଞ୍ଚଳ ଠାରୁ ଏହା ଅଲଗା ବୋଲି ଧାରଣା ଦେଇଥିଲା |କିନ୍ତୁ ୨୦୧୯ରେ ବିଜେପି ନେତୃତ୍ୱଧୀନ ସରକାର ଦ୍ୱାରା ଧାରା ୩୭୦ର ଉଚ୍ଛେଦ ପରେ ଏହି ଧାରଣା ଦୂର ହୋଇଛି | ପରବର୍ତ୍ତୀ ସମୟରେ ୬୫ ପ୍ରତିଶଦ ମତଦାନ ସହ ନିର୍ବାଚିତ ସରକାର ଅଛି | ୩୭୦ ଧାରା ଉଚ୍ଛେଦ ପରେ ଏଠାରେ ବିକାଶ ହୋଇଛି |