କଟକ,(ଉତ୍କଳ ନ୍ୟୁଜ),୨୩.୦୮.୨୦୨୫ : ଶୁକ୍ରବାର ସକାଳେ ଜଣେ ଅନୁପ୍ରବେଶକାରୀ ସିଡ଼ି ସାହାଯ୍ୟରେ କାନ୍ଥରେ ଚଢି ସଂସଦ ପରିସରରେ ପ୍ରବେଶ କରିବା ପରେ ଏକ ବଡ ଧରଣର ସୁରକ୍ଷା ଉଲ୍ଲଘଂନ ହୋଇଥିବା ସୂଚନା ମିଳିଛି | ସକାଳ ପ୍ରାୟ ସାଢେ ୬ଟା ବେଳେ ଉକ୍ତ ବ୍ୟକ୍ତି ରେଳ ଭବନ ପାର୍ଶ୍ୱରୁ କାନ୍ଥରେ ଚଢି ନୂଆ ସଂସଦ ଭାବନାର ଗରୁଡ ଦ୍ୱରା ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲା |କମ୍ପ୍ଲେକ୍ସ ଭିତରେ ନିୟୋଜିତ ସୁରକ୍ଷା କର୍ମୀମାନେ ତୁରନ୍ତ ଅନୁପ୍ରବେଶକାରିକୁ ଧରି ପଚାରଉଚରା ପାଇଁ ଅଟକ ରଖିଥିଲେ | ଅନୁପ୍ରବେଶକାରୀ ଜଣକ ଉତ୍ତରପ୍ରଦେଶର ବାସିନ୍ଦା ଏବଂ ଗୁଜୁରାଟର ଏକ ଦୋକାନରେ କାମ କରନ୍ତି | ଗିରଫ ସମୟରେ ସେ ମନାସିକ ସ୍ତରରେ ଅଶାନ୍ତ ଥିବା ଜଣାପଡିଥିଲା | ପଚରାଉଚରା ବେଳେ ସେ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ଘରକୁ ଯିବାକୁ ଯୋଜନା କରୁଛି ଏବଂ ସଂସଦରେ ପହଂଚିବା ପୂର୍ବରୁ ରେଳ ଷ୍ଟେସନକୁ ମଧ୍ୟ ଯାଇଥିଲା ,କିନ୍ତୁ ଟ୍ରେନରେ ଚଢ଼ି ପାରିନଥିଲା | ଏହାପରେ ସେ ସଂସଦକୁ ଯାଇଥିଲା | ଅଧିକାରୀମାନେ କହିଛନ୍ତି ଯେ, ସଂସଦର ସୁରକ୍ଷା କର୍ମୀମାନେ ପଚାରଉଚରା କରିବା ପରେ ଅନୁପ୍ରବେଶକାରୀକୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିବେ | ବର୍ତ୍ତମାନ ସଂସଦର ସୁରକ୍ଷା ଶାଖା , ସିଏଇଏସଏଫ ,ଆଇବି ଓ କେନ୍ଦ୍ରୀୟ ଏଜେନସି ତାକୁ ପଚରାଉଚରା କରୁଛନ୍ତି |