ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚୀନ ବିଦେଶ ମନ୍ତ୍ରୀ |

52

କଟକ,(ଉତ୍କଳ ନ୍ୟୁଜ),୨୦.୦୮.୨୦୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ ଭେଟିଛନ୍ତି | ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ମୋଦୀ ୱାଙ୍ଗଙ୍କୁ ଭେଟିଛନ୍ତି | ମୋଦୀଙ୍କ ସହ ସାକ୍ଷାତ ସମୟରେ ୱାଙ୍ଗ ୟୀ ତାଙ୍କୁ ଏସସିଓ ସମ୍ମିଳନୀ ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପଠାଇଥିବା ନିମନ୍ତ୍ରଣ ଓ ବାର୍ତ୍ତା ପ୍ରଦାନ କରିଛନ୍ତି | ବୈଠକ ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା କରି ମୋଦୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି , "ଗତବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋର ସାକ୍ଷାତ ପରଠାରୁ ଭାରତ-ଚୀନ ସମ୍ପର୍କରେ ଦୃଢ ଅଗ୍ରଗତି ହୋଇଛି | ଉଭୟ ପକ୍ଷ ପରସ୍ପରର ସ୍ୱାର୍ଥ ଏବଂ ସମ୍ବେଦନଶୀଳତାକୁ ସମ୍ମାନ ପ୍ରଦାନ କରୁଛନ୍ତି | ଏସସିଓ ଶିଖର ସମ୍ମିଳନୀ ଅବସରରେ ତିଆନଜିନରେ ଆମର ପରବର୍ତ୍ତୀ ବୈଠକକୁ ମୁଁ ଅପେକ୍ଷା କରିଛି | ଭାରତ ଏବଂ ଚୀନ ମଧ୍ୟରେ ସ୍ଥିର ,ପୁର୍ବାନୁଯୋଗ୍ୟ ,ଗଠନମୂଳକ ସମ୍ପର୍କ ଆଞ୍ଚଳିକ ,ବିଶ୍ୱ ଶାନ୍ତି ଏବଂ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ମୋଦୀ କହିଛନ୍ତି |