ରୁଷ-ୟୁକ୍ରେନ , ଯୁଦ୍ଧବିରତି ଆଶା ବଢ଼ିଲା |

65

କଟକ,(ଉତ୍କଳ ନ୍ୟୁଜ),୧୯.୦୮.୨୦୨୫: ସାଢେ ୩ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆଜି ହ୍ୱାଇଟ ହାଉସର ଓଲାଭ ଅଫିସରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡ଼ିମିର ଜେଲେନ୍ସକିଙ୍କ ସହ ଆଲୋଚନା କରିଛନ୍ତି | ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଗତ ଶୁକ୍ରବାର ଭେଟି ପ୍ରାୟ ୩ ଘଣ୍ଟା ଆଲୋଚନା କରିବାର ୩ବ ଦିନ ପାରେ ଜେଲେନ୍ସକିଙ୍କ ସହ ସାକ୍ଷାତ ଯୁଦ୍ଧ ବନ୍ଦ କରିବାର ଆଶାକୁ ବଢ଼ାଇ ଦେଇଛି | ଉଭୟ ନେତା ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ମିଶି ଏକ ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ସହମତି ଜଣାଇଛନ୍ତି |