କଟକ,(ଉତ୍କଳ ନ୍ୟୁଜ),୭.୬.୨୦୨୫ : ରୁଷ ଶୁକ୍ରବାର ୟୁକ୍ରେନରେ ଭୟଙ୍କର ଆକ୍ରମଣ କରିଛି | ୟୁକ୍ରେନ କିଛିଦିନ ତଳେ ରୁଷରେ ଅତି ସାଙ୍ଘାତିକ ଡ୍ରୋନ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ତାର ଜବାବ ଦେଇ ରୁଷ ଶୁକ୍ରବାର ୟୁକ୍ରେନ ରାଜଧାନୀ କିବ ସମେତ ବିଭିନ୍ନ ସ୍ଥାନରେ ଡ୍ରୋନ ଓ କ୍ଷେପଣାସ୍ତ୍ର ବର୍ଷା କରିଛି | ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତି ଜାରି କରି କହିଛି ଯେ ମଧ୍ୟରାତ୍ରି ପରେ ରୁଷ ପ୍ରାୟ ୫ ଘଣ୍ଟା ଧରି ସ୍ଥଳଭାଗ ,ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ କରି ୪୦୭ଟି ଡ୍ରୋନ ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ କରିଥିଲା |ରୁଷ ଆକ୍ରମଣରେ ୟୁକ୍ରେନର ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି |