କଟକ,(ଉତ୍କଳ ନ୍ୟୁଜ),୨୫.୦୭.୨୦୨୫ : ଭାରତ ଓ ବ୍ରିଟେନ ମଧ୍ୟରେ ଆଜି ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ଵାକ୍ଷର ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀ ଏହି ରାଜିନାମା ସ୍ଵାକ୍ଷର କରିଛନ୍ତି | ଭାରତ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ତାଙ୍କ ବ୍ରିଟେନ ପ୍ରତିପକ୍ଷ ଜୋନାଥନ ରେନଲର୍ଡସ ରାଜିନାମାରେ ଦସ୍ତଖତ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ତାଙ୍କ ବ୍ରିଟେନ ପ୍ରତିପକ୍ଷ କେୟର ଷ୍ଟାରମର ମଧ୍ୟ ଉପସ୍ଥିତ ଥିଲେ | ପ୍ରାୟ ୩ ବର୍ଷର ଆଲୋଚନା ପରେ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଚଳିତବର୍ଷ ମେ ମାସରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା | ଦ୍ୱିପାକ୍ଷିକ ଵାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ୱିଗୁଣିତ କରି ୧୨୦ ବିଲିୟନ ଡଲାରରେ ପହଞ୍ଚିବ | ଲକ୍ଷ୍ୟ ଏହି ବାଣିଜ୍ୟ ରାଜିନାମାରେ ରଖାଯାଇଛି |