କଟକ (ଉତ୍କଳ ନିୟୁଜ) ୧୫ .୫ ୨୦୨୫ : ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱାଇ ଆଜି ରାଷ୍ଟ୍ରପତି ଭାବନାରେ ଆୟୋଜିତ ଏକ ସମାରୋହରେ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି |ଦେଶର ସର୍ବୋଚ୍ଚ ନ୍ୟାୟିକ ପାଦରେ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ ବିଆର ଗୱାଇଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି | ଶପଥ ଗ୍ରହଣ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଗୱାଇଙ୍କୁ ରାଷ୍ଟ୍ରପତି ମୁର୍ମୁ , ଉପରାଷ୍ଟ୍ରପତି ଜଗଦୀପ ଧଂଖଡ଼ , ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି , ଲୋକସଭା ବାଚସ୍ପତି ଓଁ ବିର୍ଲା ଓ କେନ୍ଦ୍ର କ୍ୟାବିନେଟ ର ଅନ୍ୟ ସଦସ୍ୟମାନେ ଅଭିଵାଦନ ଜଣାଇଥିଲେ | ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ମଧ୍ୟ୍ୟ ତାଙ୍କ ଉତ୍ତରାଧିକାରୀଙ୍କୁ ଶୁଭେତ୍ସା ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |