କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ଆଫଗାନିସ୍ତାନର ପଶ୍ଚିମ ହେରତ ପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭୯ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଇରାନରୁ ପ୍ରତ୍ୟର୍ପିତ ହୋଇଥିବା ଆଫଗାନ ନାଗରିକ ମାନେ ଏହି ବସରେ ଥିଲେ ଏବଂ ସୀମା ପାର ହେବାପରେ ସେମାନେ କାବୁଲକୁ ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଛି | ସମସ୍ତ ଯାତ୍ରୀ ହେଉଛନ୍ତି ପ୍ରବାସୀ ଏବଂ ସେମାନେ ଇସଲାମକାଲରୁ ଏହି ବସରେ ବସିଥିଲେ | ବସଟି ଏକ ଟ୍ରକ ଓ ମୋଟର ସାଇକଲରେ ପିଟି ହେବାପରେ ଜାଳି ଯାଇଥିଲା | ଏହି ଘଟଣାରେ ୭୯ ଜଣଙ୍କର ମୃତ୍ୟୁ ହୋଇଛି | ହେରତ ପୋଲିସ ଅନୁଯାୟୀ ଟ୍ରକଟି ଅତ୍ୟନ୍ତ ଦ୍ରୁତ ଗତିରେ ଯାଉଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ମୃତକଙ୍କ ମଧ୍ୟରେ ୭୫ ଜଣ ଯାତ୍ରୀ ଥିବା ଜଣାପଡିଛି | ଅନ୍ୟ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଟ୍ରକରେ ଥିଲେ ଓ ଆଉ ଦୁଇ ଜଣ ବାଇକ ଆରୋହୀ |