କଟକ,(ଉତ୍କଳ ନ୍ୟୁଜ),୧.୦୮.୨୦୨୫ : ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ଆଜି ଲିମୋର ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଛି | କେନ୍ଦ୍ରୀୟ କ୍ୟାଲିଫର୍ଣ୍ଣିଆର ଫେସନୋ ସହର ଠାରୁ ୬୪ କିମି ଦକ୍ଷିଣ ପଶ୍ଚିମରେ ଏହି ବାୟୁସେନା ଘାଟି ଅବସ୍ଥିତ | ତେବେ ଦୁର୍ଘଟଣାରୁ ପାଇଲଟ ବର୍ତ୍ତୀ ଯାଇଛନ୍ତି | ପଞ୍ଚମ ପିଢ଼ିର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜାଳିଯିବା ପୂର୍ବରୁ ପାଇଲଟ ସଫଳ ଭାବେ ଏଥିରୁ ବାହାରି ଆସିଥିଲେ | ପାଇଲଟ ଏବେ ଏକ ହସ୍ପିଟାଲରେ ଚି଼କିତ୍ସାଧୀନ ଥିବା ଜଣାପଡିଛି | କେଉଁ କାରଣ ପାଇଁ ଏହି ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେଲା ସେନେଇ ତଦନ୍ତ ଜାରି ରହିଛି |