ପଞ୍ଜାବର ବନ କାରଖାନାର ବିସ୍ପୋରଣ ୫ ମୃତ ,୨୯ ଆହତ |

91

କଟକ (ଉତ୍କଳ ନ୍ୟୁଜ ) ୩୧.୫.୨୦୨୫ : ପଞ୍ଜାବର ମୁକ୍ତସର ଜିଲ୍ଲାର ସିଘୁୱାଲ ଗ୍ରାମରେ ଥିବା ଏକ ବନ ତିଆରି କାରଖାନାରେ ବିସ୍ପୋରଣ ଘଟି ୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି | ରାତି ପ୍ରାୟ ୧ ଟା ବେଳେ ହୋଇଥିବା ଏହି ବିସ୍ପୋରଣରେ ପୂରା କାରଖାନା ଭୁଶୁଡି ପଡିଥିଲା |ବଡ ବିସ୍ପୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି | ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଉଦ୍ଧାରକରୀ ଦଳ ଭଗ୍ନାବଶେଷକୁ ସଫା କରିବା ସହ ଫସି ରହିଥିବା ବ୍ୟକ୍ତିକୁ ଉଦ୍ଧାର କରିଥିଲେ |