କଟକ (ଉତ୍କଳ ନ୍ୟୁଜ ) ୧୬.୫.୨୦୨୫ : ପାଲେଷ୍ଟାଇନ ବାସିନ୍ଦା ୭୭ ତମ "ନକବା " ପାଳନ କରିବା ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଆକ୍ରମଣରେ ମହିଳା, ଶିଶୁଙ୍କ ସମେତ ୧୧୪ଜଣଙ୍କ ମୃତ୍ୟୁ ଘଟିଛି |ଆଜି ଭୋରୁ ଇସ୍ରାଏଲ ସେନା ୧୩ଥର ବୋମାମାଡ କରିଛି | ଦକ୍ଷିଣ ଗାଜର ଖାନ ୟୂନିସ ଏବଂ ସେହିଭଳି ଜାବାଲିଆ ଠାରେ ହୋଇଥିବା ଆକ୍ରମଣରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି | ନାସେର ମେଡିକାଲ କଂପ୍ଲେକ୍ସ ର ସ୍ୱାସ୍ଥ୍ୟଧିକାରୀ କହିଛନ୍ତି ,ମୃତଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି |ସୂଚନାଯୋଗ୍ୟ , ୧୯୪୮ରେ ଇହୁଦିଙ୍କୁ ଦ୍ଵାରା ୭ଲକ୍ଷ ୫୦ହଜାର ପାଲେଷ୍ଟାଇନ ବାସିନ୍ଦାଙ୍କୁ ହଟାଇ ଇସ୍ରାଏଲ ରାଷ୍ଟ୍ର ସ୍ଥାପନ କରାଯାଇଥିଲା | ଏହି ଦିବସକୁ ପ୍ରତିବର୍ଷ ପାଲେଷ୍ଟାଇନ ପକ୍ଷରୁ "ନକବା " (ଵିଧ୍ଵଂସ ) ଭାବେ ପାଳନ କରାଯାଇଥାଏ |