କଟକ,(ଉତ୍କଳ ନ୍ୟୁଜ),୨୦.୦୮.୨୦୨୫ : ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ ବିଳମ୍ବିତ ହେବା ଓ ସଡକ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ ହୋଇଯାଇଛି | ବର୍ଷାଜନିତ କାରଣ ପାଇଁ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣିଘେରରେ ଥିବା ବିପଦଗ୍ରସ୍ତ ଅଂଚଳରୁ ପ୍ରାୟ ୩ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି | ପ୍ରବଳ ବର୍ଷକୁ ଦୁଷ୍ଟିରେ ରଖି କର୍ତ୍ତୃପକ୍ଷ ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରି ନାଗରିକମାନଙ୍କୁ ଘରେ ଭିତରେ ରହିବାକୁ ଅନୁରୋଧ କରିଛନ୍ତି | ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷାପରେ କହିଛନ୍ତି ଯେ ଆଗାମୀ ୪୮ ଘଣ୍ଟା ମୁମ୍ବାଇ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ରେଡ ଆର୍ଲଟ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଏମସି ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛି |