କଟକ,(ଉତ୍କଳ ନ୍ୟୁଜ),୨୧.୬.୨୦୨୫ : ଇସ୍ରାଏଲ-ଇରାନ ଯୁଦ୍ଧ ଅଷ୍ଟମ ଦିନରେ ଅତି ଭୀଷଣ ରୂପ ନେଇଛି | ଶୁକ୍ରବାର ଉଭୟ ଦେଶ ଶତାଧିକ କ୍ଷପଣାସ୍ତ୍ର ଓ ଡ୍ରୋନ ବିନିମୟ କରିଛନ୍ତି | ଇରାନର ଆଣବିକ ଭିତ୍ତିଭୂମି ଓ ଅନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ବୋମାମାଡ କରିଛି | ତେହେରାନ ଏହାର ଜବାବରେ ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମାରେ ସଜ୍ଜିତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହାକି ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି | କ୍ଲଷ୍ଟର ବୋମା ମାଡ଼ରେ ଏକ ହସ୍ପିଟାଲ ସମେତ ଅନେକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ କହିଛନ୍ତି ଯେ ଏଭଳି ବର୍ବର ଆକ୍ରମଣ ପାଇଁ ଇରାନକୁ ବହୁ ମୂଲ୍ୟ ଦେବାକୁ ପଡିବ | ଅନ୍ୟପକ୍ଷରେ ଆମେରିକା ଇରାନ ଉପରେ ଆକ୍ରମଣ କରିବ କି ନାହିଁ ତାହା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦୁଇ ସପ୍ତାହ ମଧ୍ୟରେ ସ୍ଥିର କରିବେ ବୋଲି ହ୍ୱାଇଟ ହାଉସ କରିବ ପରେ ଏହାକୁ ନେଇ ଇସ୍ରାଏଲରେ ଅନିଶ୍ଚିତତା ସୃଷ୍ଟି ହୋଇଛି |