କଟକ ,(ଉତ୍କଳ ନ୍ୟୁଜ ) ୫.୬.୨୦୨୫ : ବନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି । ଜିଲ୍ଲାର ୧୦୧ ଗାଁ ବନ୍ୟା ଦ୍ବାରା ପ୍ରଭାବିତ । ରାସ୍ତାଘାଟ, ବିଲମାଳ, ଘର ଦ୍ବାର ସବୁଠି ପାଣି ପଶିଯାଇଛି । ବନ୍ୟା ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସେପଟେ ବନ୍ୟା ଜନିତ ମୃତ୍ୟୁକୁ ନେଇ ରିପୋର୍ଟ ଦେଇଛନ୍ତି ଆସାମ ସରକାର । ବନ୍ୟା ପାଇଁ ଇତିମଧ୍ୟରେ ମୋଟ ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ବନ୍ୟାରେ କେବଳ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଭୂସ୍ଖଳରେ ୫ ଜଣଙ୍କର ଜୀବନ ଯାଇଛି ।