ଅପରେସନ ସିନ୍ଦୂର ବିରୋଧରେ ବିଶ୍ୱସ୍ତରୀୟ ଅଭିଯାନ ଘୋଷଣା କଲା ପାକିସ୍ତାନ |

44

କଟକ (ଉତ୍କଳ ନ୍ୟୁଜ)୧୯.୫.୨୦୨୫ : ଅପରେସନ ସିନ୍ଦୂର ପରେ ବିଶ୍ୱ କୂଟନୈତିକ ଯୋଗାଯୋଗ ପାଇଁ ଭାରତ ତାର ୭ଟି ଟିମ ଘୋଷଣା କରିବାର କିଛି ଘଣ୍ଟା ପରେ ପାକିସ୍ତାନ ପିପୁଲସ ପାର୍ଟି (ପିପିପି) ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦରୀଙ୍କୁ ପାକିସ୍ତାନ ନିଜର ଅନ୍ତର୍ଜାତୀୟ ଶାନ୍ତି ମିଶନର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରିଛି |ଏହାକୁ ବିଲାୱାଲ ଏକ୍ସ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି | ବିଲାୱାଲ ନେତୃତ୍ୱରେ ପାକିସ୍ତାନ ଯେଉଁ କମିଟି ଗଠନ କରିଛି , ସେଥିରେ ପୂର୍ବତନ ମନ୍ତ୍ରୀ କେ ଦସ୍ତାଗିରି ଖାନ ଓ ହିନା ରଦ୍ଦାନିଙ୍କ ସହ ପୂର୍ବତନ ବୈଦେଶିକ ସଚିବ ଜଲିଲା ଅଦ୍ଦସ ଜିଲାନି ମଧ୍ୟ ସାମିଲ ଅଛନ୍ତି |