ଡ୍ରୋନ-ପ୍ରକ୍ଷେପିତ ଗାଇଡେଡ଼ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ |

102

କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : ଆନ୍ଧ୍ରପ୍ରଦେଶର ଏକ ପରୀକ୍ଷଣ କେନ୍ଦ୍ରରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଏକ ଡ୍ରୋନ ଦ୍ୱାରା ପ୍ରକ୍ଷେପିତ ପ୍ରିସିସନ ଗାଇଡେଡ଼ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଅଛି | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କହିଛନ୍ତି ଯେ ,କୁର୍ଣ୍ଣଲ ରେ ଏହି ପରୀକ୍ଷଣ କରାଯାଇଥିଲା | ଭାରତର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଁ ଡିଆରଡିଓ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲସ୍ଥିତ ନ୍ୟାସନାଲ ଓପନ ଏରିଆ ରେଞ୍ଜ (ଏନଓଆର)ରେ ଯୁଏଭି ଲଞ୍ଚଡ଼ ପ୍ରିସିସନ ଗାଇଡେଡ଼ ମିସାଇଲ (ୟୁଏଲପିଜିଏମ)- ଭି୩ର ସଫଳତା ସହ ପରୀକ୍ଷଣ କରିଛି |