ମସ୍କୋ ଉପରେ ଆକ୍ରମଣ ପାଇଁ ଜେଲେନସ୍କିଙ୍କୁ କହିଲେ ଟ୍ରମ୍ପ |

56

କଟକ,(ଉତ୍କଳ ନ୍ୟୁଜ),୧୬.୦୭.୨୦୨୫ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବ୍ୟକ୍ତିଗତ ଭାବେ ୟୁକ୍ରେନକୁ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳ ତଥା ମସ୍କୋ ସହର ଉପରେ ଆକ୍ରମଣ କରିବାକୁ କହିଛନ୍ତି | ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ସର୍ତ୍ତରେ ରାଜି ନହେବାରୁ ଟ୍ରମ୍ପ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡିଛି | ଏକ ରିପୋର୍ଟ ଅନୁଯାୟୀ, ସେ ଏପରି ମଧ୍ୟ ପଚାରିଥିଲେ ଯେ, ଯଦି ଆମେରିକା ଦୂରଗାମୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ ତେବେ ୟୁକ୍ରେନ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗକୁ ଟାର୍ଗେଟ କରିପାରିବ କି? ଟ୍ରମ୍ପ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ସମ୍ପ୍ରତି ହୋଇଥିବା ଆଲୋଚନା ଉପରେ ଆଧାରିତ ଫାଇନାନ୍ସିଆଲ୍ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।