ସଂସଦରେ ନୂଆ ବିଲକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଝଡ଼ |

28

କଟକ,(ଉତ୍କଳ ନ୍ୟୁଜ),୨୧.୦୮.୨୦୨୫ : ବୁଧବାର ସଂସଦରେ ଆଗତ ହୋଇଥିବା ୩ଟି ବିଲ୍କୁ ଅନୁମୋଦନ ମିଳିଲେ ଲଗାତାର ୩୦ ଦିନ ଧରି ଗିରଫ ହେବ ପରେ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ପାଦ ହରାଇପାରନ୍ତି | ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସଂସଦରେ ବିଲଗୁଡିକୁ ଉପସ୍ଥାପିତ ହୋଇଥିବା ବେଳେ ବିରୋଧୀ ଏହାକୁ ଡ୍ରାକୋନିଆନ (କଠୋର) ବୋଲି କହିଛନ୍ତି | ବିରୋଧୀଙ୍କ ଏକ ପ୍ରମୁଖ ଆଶଙ୍କା ହେଉଛି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମନଇଛା ଗିରଫ କରି ବିରୋଧୀ -ଶାସିତ ରାଜ୍ୟଗୁଡ଼ିକୁ ଅସ୍ଥିର କରିବା ପାଇଁ ସରକାର ଏହି ଆଇନ ବ୍ୟବହାର କରିବେ | ଆଜି ବିଲକୁ ନେଇ ସଂସଦରେ ନୂଆ ଝଡ ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ତୀବ୍ର ହେବ ଅନୁମାନ କରାଯାଉଛି |