୩ଟି ପର୍ଯାୟରେ ଅନୁଷ୍ଟିତ ହୋଇପାରେ ବିହାର ବିଧାନସଭା ନିର୍ବାଚନ |

72

କଟକ,(ଉତ୍କଳ ନ୍ୟୁଜ) ୩.୬.୨୦୨୫ : ବିହାର ବିଧାନସଭା ନିର୍ବାଚନ ୨ରୁ ୩ଟି ପର୍ଯାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି | ସୂଚନା ଅନୁସାରେ, ନିର୍ବାଚନ ଆୟୋଗ ବିହାରର ନିର୍ବାଚନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସମୟରେ ଦୀପାବଳି ଓ ଛଟ ଛୁଟିକୁ ବିଚାର କରିପାରନ୍ତି |ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨,୨୦୨୫ରେ ଶେଷ ହେବ ଏବଂ ଏହା ପୂର୍ବରୁ ନିର୍ବାଚନ ଶେଷ କରିବାକୁ ପଡିବ | ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ହେବାକୁ ଥିବା ନିର୍ବାଚନରେ ବିହାରର ୨୪୩ଟି ବିଧାନସଭା ଆସନରେ ମତଦାନ ହେବ | ଅକ୍ଟୋବର ରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମତଦାନ ଓ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ |