କଟକ,(ଉତ୍କଳ ନ୍ୟୁଜ),୧୧.୦୭.୨୦୨୫ : ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) କୁ ଯାଇଥିବା ଆକ୍ସମ -୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି | ଫଳରେ ଶୁଭଅଂଶୁ ଶୁକ୍ଲା ଓ ତାଙ୍କ ସହକର୍ମୀମାନେ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ପୃଥିବୀକୁ ଫେରିବେ ନାହିଁ | ୟୁରୋପୀୟ ମହାକାଶ ଏଜେନସି (ଇଏସଏ ) ଅନୂଯାୟୀୟୀ ମହାକାଶଚାରିମାନେ ଅତିକମରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ | ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ନେଇ କୌଣସି ସୂଚନା ଦେଇନାହିଁ |