ରାଷ୍ଟ୍ରପତି ରେଫରେନ୍ସର ଶୁଣାଣି

26

କଟକ,(ଉତ୍କଳ ନ୍ୟୁଜ),୨୦.୦୮.୨୦୨୫ : ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗୱାଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମଙ୍ଗଳବାର ଅପରାହ୍ନରେ ରାଷ୍ଟ୍ରପତିଙ୍କ ରେଫରେନ୍ସର ଶୁଣାଣି ସମୟରେ କହିଛନ୍ତି ଯେ , ଏପ୍ରିଲ ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳଙ୍କୁ ରାଜ୍ୟମାନଙ୍କ ଦ୍ୱାରା ପାରିତ ବିଲକୁ ମଂଜୁର ଦେବା ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ଆଦେଶକୁ ସୁପ୍ରିମକୋର୍ଟ ରଦ୍ଧ କରିବେ ନାହିଁ | ପ୍ରଧାନ ବିଚାରପତି କହିଛନ୍ତି ଯେ ଅଦାଲତ କେବଳ ପରାମର୍ଶଦାତା ଭୂମିକାରେ କାର୍ଯ୍ୟ କରିବେ ଏବଂ ତାମିଲନାଡୁର ଶାସକ ଡ଼ିଏମକେ ଓ ରାଜ୍ୟପାଳ ଆରଏନ ରବିଙ୍କ ସହ ଜଡିତ ମାମଲା ଉପରେ ଅପିଲରେ ବସିବେ ନାହିଁ | ଏପ୍ରିଲ ୧୨ରେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ , ରାଜ୍ୟପାଳ ରବିଙ୍କ ଏହି ସଂକ୍ରାନ୍ତ କାର୍ଯ୍ୟ "ବେଆଇନ" ଓ "ମନମୁଖୀ" ଏବଂ ଦ୍ୱିତୀୟ ଥର ବିଲ ଉପସ୍ଥାପନା ହେବା ପରେ ସେ ଦସ୍ତଖତ କରିବା ଉଚିତ ଥିଲା | ଆମେ କେବଳ ଆଇନ ବିଷୟରେ ମତ ପ୍ରକାଶ କରିବୁ ଏବଂ ତାମିଲନାଡୁ ମାମଲା ଉପରେ କୌଣସି ନିଷ୍ପତ୍ତି ନେବୁ ନାହିଁ ବୋଲି କୋର୍ଟ ରେଫରେନ୍ସ ଉପରେ ପ୍ରାଥମିକ ଆପତ୍ତିର ଉତ୍ତରରେ କହିଛନ୍ତି | ଆମେ ଏକ ପରାମର୍ଶଦାତା ଭୂମିକାରେ ଅଛୁ .... ଆମେ ଏପିଲେଟରରେ ନାହୁଁ | ଧାରା ୧୪୩ (ଯାହା ରାଷ୍ଟ୍ରପତିଙ୍କୁ ଯାନଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟରେ ସୁପ୍ରିମକୋର୍ଟଙ୍କ ସହ ପରାମର୍ଶ କରିବାର କ୍ଷମତା ପ୍ରଦାନ କରେ ) ଅନୁଯାୟୀ ଆମେ ଏକ ମତାମତ ଦେଇପାରିବୁ ... କିନ୍ତୁ ଏହି ରାୟକୁ ଖାରଜ କରିପାରିବୁ ନାହିଁ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି |