କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ବିଲଗୁଡିକର ଅନୁମୋଦନ ସମ୍ବଦ୍ଧିୟ ପ୍ରସଙ୍ଗରେ ପ୍ରେସିଡେନ୍ସିଆଲ ରେଫରେନ୍ସର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଗୁରୁବାର ମୌଖିକ ଭାବେ ମନ୍ତବ୍ୟ ଦେଇଥିଲେ ଯେ ଯଦି ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍କୁ ଅଟକାଇ ରଖନ୍ତି ,ତେବେ ଏହା ବିଧାନସଭାକୁ ଅଚଳ କରିଦେବା | ଏଭଳି ପରିସ୍ଥିତିରେ ହସ୍ତକ୍ଷେପ କରିବାର ଅଧିକାର କଣ ଅଦାଲତର ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି | ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗୱାଇ ,ଜଷ୍ଟିସ ସୂର୍ଯ୍ୟକାନ୍ତ ,ଜଷ୍ଟିସ ବିକ୍ରମ ନାଥ , ଜଷ୍ଟିସ ପିଏମ ନରସିଂହ ଓ ଜଷ୍ଟିସ ଏଏସ ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି | ନ୍ୟାୟପାଳିକା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବାଧ୍ୟତାମୂଳକ ନିର୍ଦେଶ ଦେଇପାରିବେ ନାହିଁ ବୋଲି ସିଲିସିଟର ଜେନେରେଲ (ଏସଜ)ଙ୍କ ଯୁକ୍ତି ଉପରେ ପ୍ରତିକ୍ରିୟା ରଖି ପ୍ରଧାନ ବିଚାରପତି ବିଆର ଗୱାଇ ଏହି ପ୍ରଶ୍ନ କରିଛନ୍ତି |